ଶାନ୍ତନୁ କୁମାର ଦାସ
ଶାନ୍ତନୁ କୁମାର ଦାସ (୧ ସେପ୍ଟେମ୍ବର ୧୯୧୭ - ୩ ଅକ୍ଟୋବର ୧୯୯୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଶାନ୍ତନୁ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୬୬ ମସିହାରେ ପରାଧୀନ ଭାରତର ୨ୟ ଓଡ଼ିଶା ବିଧାନ ସଭାକୁ ସେ ପୂର୍ବ ଯାଜପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।
ଶାନ୍ତନୁ କୁମାର ଦାସ | |
---|---|
![]() | |
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା (ସ୍ୱାଧୀନତା ପୂର୍ବରୁ) | |
ଅଫିସରେ ୧୯୪୬ – ୧୯୫୨ | |
ନିର୍ବାଚନ ମଣ୍ଡଳୀ | ଯାଜପୁର |
ବିଧାୟକ: ୧ମ, ୨ୟ ଓଡ଼ିଶା ବିଧାନ ସଭା | |
ଅଫିସରେ ୧୯୫୨ – ୨୦୬୧ | |
ନିର୍ବାଚନ ମଣ୍ଡଳୀ | ଯାଜପୁର |
ବିଧାୟକ: ୧ମ, ୪ର୍ଥ ଓଡ଼ିଶା ବିଧାନ ସଭା | |
ଅଫିସରେ ୧୯୬୧ – ୨୦୭୧ | |
ନିର୍ବାଚନ ମଣ୍ଡଳୀ | ପୂର୍ବ ଯାଜପୁର |
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା | |
ଅଫିସରେ ୧୯୭୭ – ୧୯୮୦ | |
ନିର୍ବାଚନ ମଣ୍ଡଳୀ | ବିଞ୍ଝାରପୁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ସେପ୍ଟେମ୍ବର ୧, ୧୯୧୭ |
ମୃତ୍ୟୁ | ୩ ଅକ୍ଟୋବର ୧୯୯୩ | (ବୟସ ୭୬)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୈତିକ ସମ୍ବନ୍ଧ | ଜନତା ଦଳ, ଜନ କଂଗ୍ରେସ |
ଜୀବନ ସାଥୀ | କଲ୍ୟାଣୀ ଦାସ |
ବାପା/ମା' | ନିଧି ଦାସ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଧର୍ମ | ହିନ୍ଦୁ |
୧୯୫୨, ୧୯୫୭, ୧୯୬୧ ଓ ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଯାଜପୁରରୁ ଯଥାକ୍ରମେ ୧ମ, ୨ୟ ଓଡ଼ିଶା ବିଧାନ ସଭା, ୩ୟ ଓଡ଼ିଶା ବିଧାନ ସଭା, ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ଏହାପରେ ସେ ୧୯୭୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିଞ୍ଝାରପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷାସମ୍ପାଦନ କରନ୍ତୁ
ଶାନ୍ତନୁ କୁମାର ଦାସ ୧୯୧୭ ମସିହାର ସେପ୍ଟେମ୍ବର ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ନିଧି ଦାସ ଏବଂ ପତ୍ନୀଙ୍କ ନାମ କଲ୍ୟାଣୀ ଦାସ ।[୧] ଶାନ୍ତନୁଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ।[୧]
ରାଜନୈତିକ ଜୀବନସମ୍ପାଦନ କରନ୍ତୁ
ଶାନ୍ତନୁ କୁମାର ଦାସ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ, ଜନ କଂଗ୍ରେସ ଓ ଜନତା ଦଳ କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୬ଥର ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]