ଜଗନ୍ନାଥ ନାଏକ

ଓଡ଼ିଆ ରାଜନୀତିଜ୍ଞ

ଜଗନ୍ନାଥ ନାଏକ (ଜନ୍ମ: ୨୭ ଜୁନ ୧୯୭୭) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜଗନ୍ନାଥ ନାଏକ
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀହୃଷିକେଶ ନାଏକ
ପର ଅଧିକାରୀଅଖିଳ ଚନ୍ଦ୍ର ନାଏକ
ନିର୍ବାଚନ ମଣ୍ଡଳୀପାଟଣା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1977-06-27) ୨୭ ଜୁନ ୧୯୭୭ (ବୟସ ୪୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଅଞ୍ଜିତା ନାଏକ
ସନ୍ତାନ
ବାପା/ବୋଉକାହ୍ନୁ ଚରଣ ନାଏକ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା

ସମ୍ପାଦନା

ଜଗନ୍ନାଥ ନାଏକ ୧୯୭୭ ମସିହାର ଜୁନ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କାହ୍ନୁ ଚରଣ ନାଏକ ଓ ପତ୍ନୀଙ୍କ ନାମ ଅଞ୍ଜିତା ନାଏକ ।[୧]

ରାଜନୈତିକ ଜୀବନ

ସମ୍ପାଦନା

ଜଗନ୍ନାଥ ନାଏକ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।[୧]

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୫୯,୦୬୨ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ୩୭,୯୭୯ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।[୨]

  1. ୧.୦ ୧.୧ "Shri Jagannath Naik". odishaassembly.nic.in. Odisha Assembly. Retrieved 27 April 2022.
  2. "General Election to Assembly Constituencies 2024: Patna (Odisha)". Election Commission of India. Retrieved 30 June 2024.

ବାହାର ଆଧାର

ସମ୍ପାଦନା
  •   ଉଇକିମିଡ଼ିଆ କମନ୍ସରେ Jagannath Naik-ସମ୍ପର୍କିତ ମିଡ଼ିଆ