ଚୋରଣୀ ୨

୨୦୨୨ ଓଡ଼ିଆ କଥାଚିତ୍ର

ଚୋରଣୀ ୨, ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରମେଶ ବାରିକ । ଦେବୀଦତ୍ତ ମହାନ୍ତି ଓ ସନ୍ତୋଷ ନାରାୟଣ ଦାସ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ପାତ୍ର । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଚୋରଣୀ ୨
ନିର୍ଦ୍ଦେଶକମୃତ୍ୟୁଞ୍ଜୟ ପାତ୍ର
ପ୍ରଯୋଜକରମେଶ ବାରିକ
ସଂଳାପବି. ଚନ୍ଦନ କୁମାର
ଚିତ୍ରନାଟ୍ୟଦେବୀଦତ୍ତ ମହାନ୍ତି, ସନ୍ତୋଷ ନାରାୟଣ ଦାସ
କାହାଣୀଦେବୀଦତ୍ତ ମହାନ୍ତି, ସନ୍ତୋଷ ନାରାୟଣ ଦାସ
କଳାକାରଅଭିଶେକ ପଣ୍ଡା
ସୂର୍ଯ୍ୟମୟୀ ମହାପାତ୍ର
ପିଣ୍ଟୁ ନନ୍ଦ
ଅଶୋକ ଦାଶ
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣଆର୍. ଭଗତ ସିଂହ
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୧୨ ଜୁନ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୂର୍ଯ୍ୟମୟୀ ମହାପାତ୍ର ଓ ଅଭିଶେକ ପଣ୍ଡା । ପିଣ୍ଟୁ ନନ୍ଦ, ଶଙ୍କର, ତ୍ରିଭୁବନ ପଣ୍ଡା, ଅଶୋକ ଦାସ, ଅଳକା ଶତପଥୀ, ଡାଏନା ଐଶ୍ୱର୍ଯ୍ୟା, ଚିନୁ, ବାବୁ ପ୍ରଧାନ, ସୁଭାଶିଷ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସ୍ୱୟମ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ, ସତ୍ୟଜିତ ପ୍ରଧାନ, ଲୋପାମୁଦ୍ରା ଦାଶ, ଅମ୍ରିତା ନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ମୁଁ ଚୋରଣୀ"ଅନ୍ତରା ଚକ୍ରବର୍ତ୍ତୀ 
2."ମୁଁ ଜିଅନ୍ତା ଦହିବରା"ଲୋପାମୁଦ୍ରା ଦାଶ, ସତ୍ୟଜିତ ପ୍ରଧାନ 
3."ତୁ ମୋର ପ୍ରେମ କଣ୍ଢେଇ"ସ୍ୱୟମ ପାଢ଼ୀ, ଅମ୍ରିତା ନାୟକ 

ଆଧାର ସମ୍ପାଦନା

  1. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
  2. "ସେଲିବ୍ରିଟିଙ୍କ ନିଆରା ରଜ, କିଏ କେଉଁଠି ପାଳିବେ ରଜ | Sambad" (in ଆମେରିକୀୟ ଇଂରାଜୀ). 2022-06-12. Archived from the original on 2022-06-15. Retrieved 2022-06-15.

ବାହାର ଆଧାର ସମ୍ପାଦନା