ଚେନ୍ନାଇ ଏକ୍ସପ୍ରେସ

ହିନ୍ଦୀ ଭାଷାରେ ପ୍ରଦର୍ଶିତ ଏକ ଚଳଚ୍ଚିତ୍ର

ଚେନ୍ନାଇ ଏକ୍ସପ୍ରେସ ରେଡ ଚିଲି ଏଣ୍ଟରଟେନମେଣ୍ଟର ବ୍ୟାନର ଅଧୀନରେ ତିଆରି ହୋଇଥିବା ରୋହିତ ଶେଟ୍ଟୀଙ୍କଦ୍ୱାରା ନିର୍ଦ୍ଦେଶିତ[୮] ଏବଂ ଗୌର ଖାଁଙ୍କଦ୍ୱାରା ନିର୍ମିତ ୨୦୧୩ ମସିହାର ଭାରତୀୟ ଆକ୍ସନ-ହାସ୍ୟ ଚଳଚ୍ଚିତ୍ର ଅଟେ ।[୯] ଶାହାରୁଖ ଖାଁ ଏବଂ ଦୀପିକା ପାଦୁକୋନ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ରହିଥିଲେ । ଏହି ଚଳଚ୍ଚିତ୍ର ପ୍ରାୟତଃ ୨୨୬.୭୦ କୋଟି ଟଙ୍କା ରୋଜଗାର କରିଥିଲା ।[୧୦]

ଚେନ୍ନାଇ ଏକ୍ସପ୍ରେସ
ଚେନ୍ନାଇ ଏକ୍ସପ୍ରେସର ପ୍ରମୋସନରେ ଶାହାରୁଖ ଖାଁ
ନିର୍ଦ୍ଦେଶକରୋହିତ ଶେଟ୍ଟୀ
ପ୍ରଯୋଜକଗୌରୀ ଖାଁ
ରୋନୀ ସ୍କୃବାଲା
ସିଦ୍ଧାର୍ଥ ରାୟକପୁର
ଚିତ୍ରନାଟ୍ୟୟୁନୁସ ସାଜବାଲ
କାହାଣୀକେ॰ ସୁଭାଷ
କଳାକାରଦୀପିକା ପାଦୁକୋନ
ଶାହାରୁଖ ଖାଁ[୧]
ସଙ୍ଗୀତବିଶାଲ ଶେଖର
ଚିତ୍ରଗ୍ରହଣଡୁଡ଼ଲେ
ସମ୍ପାଦକଷ୍ଟିବନ ଏଚ॰ ବେର୍ଣ୍ଣାଡ଼
Production
company
ରେଡ଼ ଚିଲି ଏଣ୍ଟରଟେନମେଣ୍ଟ
ବିତରକୟୁଟିଭି ମୋସନ ପିକ୍ଚର୍ସ[୨]
କଥାଚିତ୍ରର ସମୟ
141 ମିନିଟ[୩]
ଦେଶଭାରତ
ଭାଷାହିନ୍ଦୀ
ଖର୍ଚ୍ଚIndian Rupee ₹୭୫୦−୯୦୦ million (US$୭୩୦.୦୨ million)[୪][୫]
ମୋଟ ଆୟIndian Rupee ₹3.95 billion (US$୮୭.୬୯ million)[୬][୭]

ଚେନ୍ନାଇ ଏକ୍ସପ୍ରେସ ଭାରତର ବିଶ୍ୱସ୍ତରରେ ଅଧିକ ରୋଜଗାର କରିଥିବା ଚଳଚ୍ଚିତ୍ର ତିଆରି ହେବାରେ ସଫଳତା ଲାଭ କରିଥିଲା । ଏହି ଚଳଚ୍ଚିତ୍ର ମୂଳ ରୂପେ Rs. 3.95 billion (US$ ୮୭.୬୯ million) ଟଙ୍କାର ରୋଜଗାର କରିଥିଲା । ବକ୍ସ ଅଫିସ ଭାରତ ଅନୁସାରେ ଏହି ଚଳଚ୍ଚିତ୍ର ଥ୍ରୀ ଇଡିଅଟଦ୍ୱାରା ତିଆରି ହୋଇଥିବା ଉଚ୍ଚ ମାନକ Rs. 3.92 billion (US$ ୮୭.୦୨ million)କୁ ପାର କରିଥିଲା ।[୧୧][୧୨]

ଭୂମିକା ସମ୍ପାଦନା

  • ଦୀପିକା ପାଦୁକୋନ, ମୀନାଲୋଚନୀ " ମୀନାମ୍ମା " ରୂପେ
  • ଶାହାରୁଖ ଖାଁ ରାହୁଲ ମିଠାଇ ବାଲା ରୂପେ
  • ନିକିତିନ ଧୀର, ତଙ୍ଗବଲ୍ଲୀ ( ମୀନାମ୍ମାର ଭାବି ସ୍ୱାମୀ) ରୂପେ[୧୩]
  • ସତ୍ୟରାଜ, ଦୁର୍ଗେଶ୍ୱର ରୂପେ "ଦୁର୍ଗେଶ" ଅଜହାଗ ସୁନ୍ଦରମ (ମୀନାମ୍ମାଙ୍କ ପିତା)[୧୪]
  • ମୁକେଶ ତିୱାରୀ, ଇନ୍ସପେକ୍ଟର ଶମସେର ରୂପେ[୧୫]
  • କାମିନୀ କୌଶଲ, ନିତୁ ଭୀଷ୍ମଭର ମୀତଇବାଲା (ରାହୁଲର ଜେଜେମା)
  • ପୁବିଷା ମନୋହରନ, ରାଧିକା "ରାଧା" ଅଜହାଗ ସୁନ୍ଦରମ (ମୀନାମ୍ମାଙ୍କ ଦାଦା ପୁଅ ଭାଈ) ରୂପେ
  • ଲେଖ ଟଣ୍ଡନ , ଭୀଷ୍ମ ଭାଈ ମିଠାଇ ବାଲା (ରାହୁଲର ଜେଜେ ବାପା)
  • ଜୀମ୍ମି ମୋସେସ, ଟ୍ରକ ଡ୍ରାଇଭର
  • ରାକେଶ କୁକରେଟି, "ବବି" (ରାହୁଲର ସାଙ୍ଗ)[୧୬]
  • ପ୍ରିୟମଣୀ, "ଆଇଟମ ନମ୍ବର" (1 2 3 4 ଗେଟ ଅନ ଦି ଡ୍ୟାନ୍ସ ଫ୍ଲୋର)[୧୭][୧୮][୧୯][୨୦][୨୧][୨୨]

ଚଳଚ୍ଚିତ୍ରର ନିର୍ମାଣ ସମ୍ପାଦନା

୫ ଅକ୍ଟୋବର ୨୦୧୨ ମସିହାରେ ମୁମ୍ବାଇରେ ମେହେବୁବ ଷ୍ଟୁଡ଼ିଓରେ ପରିଯୋଜନାର ଚଳଚ୍ଚିତ୍ରାଙ୍କନ ଆରମ୍ଭ ହୋଇଥିଲା ।[୨୩] ଏକ ନ୍ୟୁନତମ ନାବିକଗଣ ଦଳ ସହିତ ଛତ୍ରପତି ଶିବାଜୀ ଟର୍ମିନସ ରେଲୱେ ଷ୍ଟେସନରେ ଅତିରିକ୍ତ ଚଳଚ୍ଚିତ୍ରାଙ୍କନ ହୋଇଥିଲା। [୨୪] ନଭେମ୍ବର ୨୦୧୨ ମସିହାରେ କଳାକାର ଏବଂ ଚାଳକ ଦଳମାନେ ସେଠାରେ ସ୍ଥାପିତ ଦୃଶ୍ୟମାନକୁ ଚଳଚ୍ଚିତ୍ରାଙ୍କନ ଆରମ୍ଭ କରିବା ପାଇଁ ଗୋଆ ଯାଇଥିଲେ ।[୨୫] ଭାସ୍କୋ ଡ଼ି ଗାମା ରେଲୱେ ଷ୍ଟେସନକୁ କଲ୍ୟାଣ ଜଙ୍କସନ ରେଲୱେ ଷ୍ଟେସନ ରୂପେ ଚିତ୍ରୀତ କରାଯାଇଥିଲା । ଦୁଧ ସାଗର ଜଳ ପ୍ରପାତ ପାଖ ଦେଇ ଗତିକରୁଥିବା ଟ୍ରେନରେ ଏକ ରୋମାଣ୍ଟିକ ଦୃଶ୍ୟ ମଧ୍ୟ ଚଳଚ୍ଚିତ୍ରରେ ନିର୍ମାଣ କରାଯାଇଥିଲା ।[୨୬] ଡିସେମ୍ବର ୨୦୧୨ ମସିହାରେ, କିଛି ଦୃଶ୍ୟକୁ ଚଳଚ୍ଚିତ୍ରରେ ଦୃଶ୍ୟମାନ କରେଇବା ପାଇଁ କର୍ମୀଗଣ ଜାକର୍ତ୍ତା ଯାଇଥିଲେ ।[୨୭]

ଜାନୁଆରୀ ୨୦୧୩ ମସିହାରେ, ଊଟୀରେ ଏକ ସୁଟିଂ ହେବାର ଥିଲା, କିନ୍ତୁ ଯେତେବେଳେ ଶାହାରୁଖ ଖାଁଙ୍କୁ ଲାଗିଲା ଯେ, ଊଟୀ ମୁମ୍ବାଇଠାରୁ ବହୁତ ଦୂର ହେଇଯାଉଛି, ତେଣୁ ପରେ ଊଟୀକୁ ବହୁ ସ୍ଥାନରେ ପୁନଃ ନିର୍ମାଣ କରାଗଲା । ଏହା ମହାରାଷ୍ଟ୍ରରେ [୨୮] ଆବଶ୍ୟକ ସେଟ ତିଆରି କରିବାରେ ୪୦ ଦିନ ଓ   15 ମିଲିୟନରୁ ଅଧିକ ସମୟ ଲାଗିଥିଲା ।[୨୮][୨୯] ୱାଈରେ ଚଳଚ୍ଚିତ୍ରାଙ୍କନ ମାର୍ଚ୍ଚ ୨୦୧୩ ମସିହାର ସମ୍ପୂର୍ଣ୍ଣ ମାସଯାକର ସମୟ ନେଇଥିଲା ।[୩୦] ମୁନ୍ନାର, କେରଳରେ ୧୦ ଦିବସୀୟ ସୁଟିଂ ସୂଚୀ ଅପ୍ରେଲ ୨୦୧୩ ମସିହା ମଧ୍ୟଭାଗରେ ଆରମ୍ଭ ହୋଇଥିଲା : ଦେବୀକୂଳମ ଝରଣା, ମିଶାପୁଲିମଳା, ବାଗବାର ଏବଂ କାନୀମାଲରେ ଦୃଶ୍ୟ ଗୁଡିକୁ ଚଳଚ୍ଚିତ୍ରରେ ନିର୍ମାଣ କରାଯାଇଥିଲା ।[୩୧] ପ୍ରବଳ ବର୍ଷା କାରଣରୁ ବହୁଦିନ ପର୍ଯ୍ୟନ୍ତ ଚଳଚ୍ଚିତ୍ରାଙ୍କନକୁ ଅଟକାଇ ଦିଆଯାଇଥିଲା , ଯାହାର ପରିଣାମସ୍ୱରୂପ ସୂଚୀଗୁଡିକ ସେହି ମାସର ଶେଷଆଡ଼କୁ ଅଳ୍ପ ବଢ଼େଇ ଦିଆଯାଇଥିଲା । [୩୨] ମୁନ୍ନାରରେ ଏକ ପ୍ରେସ କନ୍ଫରେନ୍ସ ଆୟୋଜିତ କରାଯାଇଥିଲା ।[୩୩] ମଇ ୨୦୧୩ ମସିହାରେ, ଉତ୍ତର ଗୋଆରେ ଦୃଶ୍ୟମାନ ନିର୍ମାଣ କରାଯାଇଥିଲା ।[୩୪][୩୫] ଦୀପିକା ପାଦୁକୋନ ୨୫ ମଇ ୨୦୧୩ ମସିହାରେ ନିଜ ସୁଟିଂ ସମ୍ପୂର୍ଣ୍ଣ କରିଥିଲେ ।[୩୬] ଖାଁ ନିଜର ଶେଷ ଦୃଶ୍ୟକୁ ନିର୍ମାଣ କରିବା ପାଇଁ ମଇ ୨୦୧୩ ମସିହାରେ ହାଇଦ୍ରାବାଦ, ଭାରତରେ ନିଜର ବୀମାନ ଯାତ୍ରା କରିଥିଲେ ।[୩୭]ଚଳଚ୍ଚିତ୍ରରେ ବହୁ ତାମିଲ ସମ୍ବାଦ ରହିଛି , କିନ୍ତୁ ସନ୍ଦର୍ଭ ବନେଇ ରଖିବା ପାଇଁ କୌଣସି ଉପଶୀର୍ଷକର ଉପଯୋଗ କରାଯାଇ ନାହିଁ ।[୩୮]

ଚେନ୍ନାଇ ଏକ୍ସପ୍ରେସ ଚଳଚ୍ଚିତ୍ରରେ ସଙ୍ଗୀତ ଗୁଡିକୁ ୧ ଜୁଲାଇ ୨୦୧୩ ମସିହାରେ ମୁକ୍ତିଲାଭ କରାଯାଇଥିଲା ।[୩୯]

ଆଧାର ସମ୍ପାଦନା

  1. "Chennai Express The Characters". Chennai Express. Retrieved 9 ଅଗଷ୍ଟ 2013.
  2. "Chennai Express Finally Chugs Off". ନ୍ୟୁୟର୍କ ଟାଇମ୍ସ. 28 ସେପ୍ଟେମ୍ବର 2012. Archived from the original on 2012-10-12. Retrieved 9 ଅଗଷ୍ଟ 2013.
  3. "CHENNAI EXPRESS (12A)". ବ୍ରିଟିଶ ଫିଲ୍ମ ବର୍ଗିକରଣ ବୋର୍ଡ. 31 ଜୁଲାଇ 2013. Retrieved 9 ଅଗଷ୍ଟ 2013.
  4. "Movie preview: Fun ride on Chennai Express". देक्केन हेराल्ड. 6 ଅଗଷ୍ଟ 2013. Retrieved 9 ଅଗଷ୍ଟ 2013.
  5. "Rs 400 crore riding on Bollywood box office this August". ହିନ୍ଦୁସ୍ତାନ ଟାଇମ୍ସ. 31 ଜୁଲାଇ 2013. Archived from the original on 2013-08-04. Retrieved 9 ଅଗଷ୍ଟ 2013.
  6. "Worldwide TOP TEN 2013" (in ଇଂରାଜୀ). ବକ୍ସ ଅଫିସ ଇଣ୍ଡିଆ. 12 ଡିସେମ୍ବର 2013. Archived from the original on 2014-01-04. Retrieved 24 ମାର୍ଚ୍ଚ 2014.
  7. "ବକ୍ସ ଅଫିସ ଇଣ୍ଡିଆ". Archived from the original on 2013-12-19. Retrieved 2013-12-18.
  8. "Chennai Express (2013)". ଇଣ୍ଟରନେଟ ମୁଭି ଡାଟାବେସ. Retrieved 2012-02-13.
  9. "Chennai Express". କୋଈମାଇ. 2 ଜୁଲାଇ2013. Retrieved 9 अगस्त 2013. {{cite web}}: Check date values in: |accessdate= and |date= (help)
  10. "200 କୋଟି କ୍ଳବରେ ସାମିଲ ହୋଇଥିବା ବିଶେଷ ଫିଲ୍ମ". ପତ୍ରିକା ସମାଚାର ସମୂହ. 5 ଅଗଷ୍ଟ 2014. Retrieved 5 ଅଗଷ୍ଟ 2014.
  11. "What Will Be The Final Worldwide Business Of Krrish 3 And What Was Chennai Express Worldwide?". ବକ୍ସ ଅଫିସ ଇଣ୍ଡିଆ. Archived from the original on 2013-11-27. Retrieved 2019-10-13.
  12. "Chennai Express Crosses Ek Tha Tiger Worldwide In Ten Days". ବକ୍ସ ଅଫିସ ଇଣ୍ଡିଆ. 19 ଅଗଷ୍ଟ 2013. Archived from the original on 2013-08-19. Retrieved 2019-10-13.
  13. "'Chennai Express' has made me a better actor: Nikitin Dheer". The Times of India. 12 ସେପ୍ଟେମ୍ବର 2013. Archived from the original on 6 ସେପ୍ଟେମ୍ବର 2017. Retrieved 28 ଡିସେମ୍ବର 2013.
  14. "Introducing The Characters of Chennai Express". Koimoi. 2 ଜୁଲାଇ 2013. Archived from the original on 6 ଜୁଲାଇ 2013. Retrieved 2 ଜୁଲାଇ 2013.
  15. Saibal Chatterjee (8 ଅଗଷ୍ଟ 2013). "Chennai Express movie review". NDTV. Archived from the original on 8 ନଭେମ୍ବର 2013. Retrieved 28 ଡିସେମ୍ବର 2013.
  16. "Bollywood Hungama Chennai Express(2013)". Bollywood Hungama. 1 ଜାନୁଆରୀ 2013. Archived from the original on 12 ଜୁଲାଇ 2013. Retrieved 25 ଜୁଲାଇ 2013.
  17. Ramchander (16 ଡିସେମ୍ବର 2013). "Priyamani eyes for Salman and Shahrukh Khan movies". One India. Archived from the original on 18 ଡିସେମ୍ବର 2013. Retrieved 28 ଡିସେମ୍ବର 2013.
  18. IB Times Staff Reporter (2013-03-24). "'Chennai Express': Priyamani's Item Song with Shahrukh Khan to be Shot Again!".
  19. "Shah Rukh Khan's latkas jhatkas in Chennai Express item number - Indian Express". archive.indianexpress.com.
  20. "South actor Priyamani is excited about her item number in Shahrukh Khan's Chennai Express! - Bollywoodlife.com".
  21. Ramachandran, Mythily (1 August 2013). "Southern Spice: The Southern girl in SRK's "Chennai"".
  22. "Chennai Express song One two three four: What exactly is Shahrukh Khan up to? - Bollywoodlife.com".
  23. "Shah Rukh-Salman spotted together at Mehboob studio". India TV News. 8 ଅଗଷ୍ଟ 2013. Archived from the original on 26 ଅଗଷ୍ଟ 2013. Retrieved 27 ଡିସେମ୍ବର 2013.
  24. "Chennai Express: Shah Rukh Khan, Deepika Padukone Bring Back 'DDLJ' Memories". Businessofcinema. 27 ନଭେମ୍ବର 2012. Archived from the original on 4 ମାର୍ଚ୍ଚ 2016. Retrieved 29 ଜାନୁଆରୀ 2015.
  25. Simran Chopra (12 ଅଗଷ୍ଟ 2012). "Chennai Express: Shah Rukh Khan, Deepika Padukone Shoot At Iconic Dudhsagar Falls". Business of Cinema. Archived from the original on 28 ଜାନୁଆରୀ 2015. Retrieved 26 ଜାନୁଆରୀ 2015.
  26. Steven Baker (8 ଡିସେମ୍ବର 2012). "Shah Rukh Khan, Deepika Padukone shoot waterfall sequence". Digital Spy. Archived from the original on 16 ମଇ 2013. Retrieved 24 ମଇ 2013.
  27. "Shahrukh Khan leaves for Jakarta with Chennai Express team". Glamsham. 8 ଡିସେମ୍ବର 2012. Archived from the original on 30 ଡିସେମ୍ବର 2012. Retrieved 24 ମଇ 2013.
  28. ୨୮.୦ ୨୮.୧ Upala KBR (30 ମାର୍ଚ୍ଚ 2013). "Shah Rukh Khan brings Ooty to Wai!". Daily News and Analysis. Archived from the original on 4 ଅପ୍ରେଲ 2013. Retrieved 24 ମଇ 2013.
  29. Bollywood Hungama (2 ଜାନୁଆରୀ 2013). "Shah Rukh Khan, Deepika Padukone flaunt lungi for Chennai Express". Hindustan Times. Archived from the original on 3 ମାର୍ଚ୍ଚ 2013. Retrieved 24 ମଇ 2013.
  30. "Team 'Chennai Express' Wraps Up Wai Schedule". Koimoi. 1 ଅପ୍ରେଲ 2013. Archived from the original on 18 ମଇ 2013. Retrieved 24 ମଇ 2013.
  31. "King Khan in Munnar for 'Chennai Express' shooting". The New Indian Express. 30 ଅପ୍ରେଲ 2013. Archived from the original on 20 ମଇ 2013. Retrieved 24 ମଇ 2013.
  32. Awasthy K (30 ଅପ୍ରେଲ 2013). "Munnar Diaries". The New Indian Express. Archived from the original on 14 ମଇ 2013. Retrieved 24 ମଇ 2013.
  33. "Shahrukh Khan not to act in Malayalam cinema". Asianet News. Archived from the original on 11 ମାର୍ଚ୍ଚ 2016. Retrieved 26 ଜାନୁଆରୀ 2015.
  34. "Salman and SRK together in Goa". Filmfare. 20 ମଇ 2013. Archived from the original on 24 ମଇ 2013. Retrieved 24 ମଇ 2013.
  35. Puri (24 ମଇ 2013). "New Pictures: Shahrukh Khan, Deepika Padukone on Chennai Express sets". Oneindia Entertainment. Archived from the original on 8 ଜୁନ 2013. Retrieved 24 ମଇ 2013.
  36. Akshata Shetty (27 April 2013). "Deepika Padukone wraps up 'Chennai Express' shoot". The Times of India. Archived from the original on 11 June 2013. Retrieved 24 May 2013.
  37. "Karan Johar Picks Aamir Khan Over SRK at Birthday Bash!". Business of Cinema. 27 ମଇ 2013. Archived from the original on 23 ଅକ୍ଟୋବର 2013. Retrieved 27 ଜାନୁଆରୀ 2015.
  38. "Will wait for 3–4 days to count 'Chennai Express' collections: Shah Rukh Khan". The Times of India. IANS. 10 August 2013. Archived from the original on 11 August 2013. Retrieved 15 August 2013.
  39. "Chennai Express Music Album". ତରଣ ଆଦର୍ଶ. 2 ଜୁଲାଇ2013. Retrieved 9 ଅଗଷ୍ଟ2013. {{cite web}}: Check date values in: |accessdate= and |date= (help)