ଚିତ୍ତରଞ୍ଜନ ମିଶ୍ର

ଓଡ଼ିଆ ସାହିତ୍ୟିକ

ଚିତ୍ତରଞ୍ଜନ ମିଶ୍ର, ପୁରୀ ଜିଲ୍ଲାର ବୀରପ୍ରତାପପୁରଠାରେ ଜନ୍ମିତ ଜଣେ ଓଡ଼ିଆ ସାହିତ୍ୟିକ ।[୧]ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖୁଥିବା ଚିତ୍ତରଞ୍ଜନ, କବିତା, ସମାଲୋଚନା[୨][୩][୪] ଏବଂ ଅନୁବାଦ ସାହିତ୍ୟ ରଚନାରେ ସକ୍ରିୟ ।

ଚିତ୍ତରଞ୍ଜନ ମିଶ୍ର
ଜନ୍ମ୧୯୫୯
ବୀରପ୍ରତାପପୁର, ପୁରୀ
ଶିକ୍ଷାପି.ଏଚ.ଡି
ଶିକ୍ଷାନୁଷ୍ଠାନସମ୍ବଲପୁର ବିଶ୍ୱବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ
ବୃତ୍ତି(ସମୂହ)ସାହିତ୍ୟିକ, ଅଧ୍ୟାପକ

ଜୀବନୀ ସମ୍ପାଦନା

ଚିତ୍ତରଞ୍ଜନ ୧୯୫୯ ମସିହାରେ ପୁରୀ ଜିଲ୍ଲାର ବୀରପ୍ରତାପପୁରଠାରେ ଜନ୍ମଗ୍ରହଣ କରିଥିଲେ । ପିତା, ମାତା ଉଭୟ ସାହିତ୍ୟାନୁରାଗୀ ଥିଲେ । ମା, ଶିଶୁ ଚିତ୍ତରଞ୍ଜନଙ୍କୁ ପାଠ ବାହାରେ ଅନ୍ୟ ସାହିତ୍ୟ ବହି ପଢ଼ିବା ପାଇଁ ପ୍ରେରଣା ଯୋଗାଇଥିଲେ । ରେଭେନ୍ସା ମହାବିଦ୍ୟାଳୟସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପାଠ ପଢ଼ି, ଚିତ୍ତରଞ୍ଜନ ୧୯୮୮ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଇଂରାଜୀରେ ପି.ଏଚ.ଡି ଲାଭ କରିଛନ୍ତି । ତରୁଣ ବୟସରୁ ଝଙ୍କାର, ଆସନ୍ତାକାଲି ଆଦି ପତ୍ରିକାରେ ତାଙ୍କର କବିତା ପ୍ରକାଶ ପାଇଥିଲା । ୧୯୮୪ ମସିହା ଡିସେମ୍ବର ମାସରେ ତାଙ୍କର ପ୍ରଥମ କବିତା ସଂକଳନ ମୁଖଶାଳା ପ୍ରକାଶ ପାଇଥିଲା । ଚିତ୍ତରଞ୍ଜନ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଇଂରାଜୀ ଅଧ୍ୟାପକ ଭାବରେ କାର୍ଯ୍ୟ କରିଛନ୍ତି ।

ରଚନାବଳୀ ସମ୍ପାଦନା

କବିତା ସମ୍ପାଦନା

  • ମୁଖଶାଳା
  • ଭିତରେ ବାହାରେ ବର୍ଷା
  • ବିବାସ
  • ରତ୍ନଚିରା
  • ଆନବର୍ଣା
  • ଆଜନ୍ମ

ଅନୁବାଦ ସମ୍ପାଦନା

  • ଅପରିଚିତ(ଆଲବର୍ଟ କାମ୍ୟୁଙ୍କ ଉପନ୍ୟାସ The Outsiderର ଓଡ଼ିଆ ଅନୁବାଦ)
  • ପିଣ୍ଟରଙ୍କ ୪ଟି ନାଟକର ଓଡ଼ିଆ ଅନୁବାଦ

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଫ୍ରାନ୍ସର ଲିଅନ ବିଶ୍ୱବିଦ୍ୟାଳୟ ସାରସ୍ୱତ ସମ୍ମାନ - ୨୦୦୭[୫]

ଆଧାର ସମ୍ପାଦନା

  1. U. S. Rukhaiyar (1 January 2002). Studies in Indian Poetry in English. Sarup & Sons. pp. 191–. ISBN 978-81-7625-265-2.
  2. Jaydeep Sarangi (1 January 2006). The Indian Imagination Of Jayanta Mahapatra. Sarup & Sons. pp. 181–. ISBN 978-81-7625-622-3.
  3. Amar Nath Prasad; Kanupriya (1 January 2006). Indian Writing in English: Tradition and Modernity. Sarup & Sons. pp. 187–. ISBN 978-81-7625-717-6.
  4. Manmohan Krishna Bhatnagar (1 January 2002). The Poetry of A.K. Ramanujan. Atlantic Publishers & Dist. pp. 76–. ISBN 978-81-269-0163-0.
  5. "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ନଭେମ୍ବର ୨୬- ଡିସେମ୍ବର ୯ ପୃଷ୍ଠା ୨. Retrieved 28 November 2016.