ଚିତ୍ତରଞ୍ଜନ ଦାସ
ଚିତ୍ତରଞ୍ଜନ ଦାସ (ଚିତ୍ତଭାଇ ଭାବେ ପରିଚିତ, ୩ ଅକ୍ଟୋବର ୧୯୨୩ - ୧୬ ଜାନୁଆରୀ ୨୦୧୧)[୧] ଜଣେ ଓଡ଼ିଆ ଲେଖକ, ଅନୁବାଦକ, ସମାଲୋଚକ ଓ ସମାଜ ସଂସ୍କାରକ ଥିଲେ । ଅନେକ ଭାଷାରେ ଦଖଲ ଥିବା ସତ୍ତ୍ୱେ ଓଡ଼ିଆ ଭାଷାରେ ଲେଖା ପାଇଁ ବ୍ୟାକୁଳ ଥିଲେ । ଏକ ନୂତନ ସମାଜର ପରିକଳ୍ପନା ପାଇଁ ସୁହ୍ରୁତ୍ ଅନୁଷ୍ଠାନ ଗଢିଛନ୍ତି ।
ଚିତ୍ତରଞ୍ଜନ ଦାସ | |
---|---|
![]() ୨୦୨୩ ମସିହାରେ ୧୦୦ ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଫଟୋ | |
ଜନ୍ମ ଓ ଜନ୍ମସ୍ଥାନ | ବାଗଲପୁର, ଜଗତସିଂହପୁର ଜିଲ୍ଲା | ୩ ଅକ୍ଟୋବର ୧୯୨୩
ମୃତ୍ୟୁ | ୧୬ ଜାନୁଆରୀ ୨୦୧୧ ଭୁବନେଶ୍ୱର | (ବୟସ ୮୭)
ବୃତ୍ତି | ଶିକ୍ଷାବିଦ, ଅନୁବାଦକ, ପ୍ରାବନ୍ଧିକ, ସମାଜ ସଂସ୍କାରକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ଶାନ୍ତିନିକେତନ କୋପନହେଗନ ବିଶ୍ୱବିଦ୍ୟାଳୟ, ଡେନମାର୍କ |
ସାହିତ୍ୟ କୃତି | ବିଶ୍ୱକୁ ଗବାକ୍ଷ, ଓଡ଼ିଶା ଓ ଓଡ଼ିଆ ଜୀବନ ବିଦ୍ୟାଳୟ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଶାରଳା ପୁରସ୍କାର |
ଚିତ୍ତରଞ୍ଜନ ଦାସ ଅନୁବାଦ, ପ୍ରବନ୍ଧ, ସମାଲୋଚନା ଓ ଭ୍ରମଣ କାହାଣୀ ରଚନା କ୍ଷେତ୍ରରେ ଅନେକ ନୂତନତା ତିଆରି କରିଯାଇଛନ୍ତି । ଅନେକ ଖବରକାଗଜରେ ତାଙ୍କ ସ୍ତମ୍ଭଲେଖା ନିୟମିତ ଭାବେ ପ୍ରକାଶ ପାଉଥିଲା । ୧୮ଟି ଭାଷା ଜାଣିଥିବା[୨] ଚିତ୍ତଭାଇ ଜର୍ମାନୀ, ଫିନଲ୍ୟାଣ୍ଡ ଓ ଇସ୍ରାଏଲରେ ଶିକ୍ଷାଦାନ କରିଥିଲେ ।[୩] ୧୬ ଜାନୁଆରୀ ୨୦୧୧ରେ ଭୁବନେଶ୍ୱରରେ ସେ ଇହଧାମ ତ୍ୟାଗ କରିଥିଲେ ।[୪]
ଜୀବନ ବିଦ୍ୟାଳୟ ସମ୍ପାଦନା
ଚିତ୍ତଭାଈ ଅନୁଗୁଳର ଚମ୍ପତିମୁଣ୍ଡାରେ ଏକ ବିଦ୍ୟାଳୟ ସ୍ଥାପନ କରିଥିଲେ । ଏହାର ନାମ ଜୀବନ ବିଦ୍ୟାଳୟ ରଖା ଯାଇଥିଲା । ତାଙ୍କର ଜଙ୍ଗଲ ଚିଠି ବହିରୁ ଏହି ବିଦ୍ୟାଳୟ ବିଷୟରେ ଅନେକ କିଛି ଜାଣିବାକୁ ମିଳେ । ପରେ ଏହା ସରକାରଙ୍କ ଅଧୀନକୁ ଚାଲି ଯାଇଥିଲା ।
ରଚନାବଳୀ ସମ୍ପାଦନା
ପ୍ରବନ୍ଧ ସମ୍ପାଦନା
- ଜୀବନ ବିଦ୍ୟାଳୟ
- ଜଙ୍ଗଲ ଚିଠି
- ଶିଳା ଓ ଶାଳଗ୍ରାମ
- ତରଙ୍ଗ ଓ ତଡ଼ିତ୍
- ଜାତିରେ ମୁଁ ଯବନ
- ସମାଜ: ପରିପର୍ତ୍ତନ ଓ ବିକାଶ
- ସଂସ୍କୃତି ଓ ଓଡ଼ିଶା
- ଓଡ଼ିଶା ଓ ଓଡ଼ିଆ
- ଏକଲବ୍ୟ ଓ ଅନ୍ୟାନ୍ୟ ପ୍ରବନ୍ଧ
- ଶିଳାତୀର୍ଥ
- ମା ନିଷାଦ
- ନଖ ଦର୍ପଣେନ
- ପଶ୍ୟତି ଦଶଦିଶି
- ରୋହିତର ଡାଏରୀ
- ନେତା ଓ ନାରାୟଣ
- ବିଶ୍ୱକୁ ଗବାକ୍ଷ
- ଗାନ୍ଧୀ ଗୋପବନ୍ଧୁ
ଅନୁବାଦ ସମ୍ପାଦନା
- ଦିବ୍ୟ ଜୀବନ, ୩ ଖଣ୍ଡ (ଶ୍ରୀ ଅରବିନ୍ଦଙ୍କ Life Divineର ଅନୁବାଦ)
- ଡେନମାର୍କ ଚିଠି (ଡେନମାର୍କ ଉପରେ ଲେଖା ଦାନିସ ବହି "The Pilgrim Kamanita"ର ଅନୁବାଦ)
- ସେଣ୍ଟ-ଏକ୍ସୁପେରିଙ୍କ ଇଂରାଜୀ ବହି "The Little Prince"ର ଓଡ଼ିଆରେ ଅନୁବାଦ
- ଜିବ୍ରାନଙ୍କ ଇଂରାଜୀ ବହି "The Prophet"ର ଓଡ଼ିଆରେ ଅନୁବାଦ
- ପାଷ୍ତେର୍ଣ୍ଣାକ ଙ୍କ ଇଂରାଜୀ ବହି "Doctor Zhivago"ର ଓଡ଼ିଆରେ ଅନୁବାଦ
ଏହା ସହ ସେ ଆଶାପୂର୍ଣ୍ଣା ଦେବୀ, ଆଲବର୍ଟ ସ୍ୱେଟଜର, ଫ୍ରାଙ୍କୋଇସ ମଉରିଆକ, ବେରିଅର ଅଲବିନ, ମହାତ୍ମା ଗାନ୍ଧୀ, ସର୍ବପଲ୍ଲୀ ରାଧାକୃଷ୍ଣନ ଓ ମାର୍ଟିନ ଲୁଥର କିଙ୍ଗ ଆଦି ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ତ୍ୱଙ୍କ ଲେଖାକୁ ଓଡ଼ିଆରେ ଅନୁବାଦ କରିଥିଲେ ।[୫]
ପୁରସ୍କାର ଓ ସମ୍ମାନ ସମ୍ପାଦନା
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୮ (ବିଶ୍ୱକୁ ଗବାକ୍ଷ)[୬]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୨ (ଜୀବନ ବିଦ୍ୟାଳୟ) [୭]
- ଶାରଳା ପୁରସ୍କାର, ୧୯୮୯ (ଓଡ଼ିଶା ଓ ଓଡ଼ିଆ)[୮]
- ବିଷୁବ ପୁରସ୍କାର, ୧୯୯୮ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୯]
- ସାହିତ୍ୟ ଭାରତୀ ସମ୍ମାନ, ୨୦୦୦ (ଶ୍ରୀ ଗଂଗାଧର ରଥ ଫାଉଣ୍ଡେସନ୍ ପ୍ରଦତ୍ତ)
- ଉତ୍କଳ ରତ୍ନ ସମ୍ମାନ, ୨୦୦୨ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
- ଗୋକର୍ଣ୍ଣିକା ପୁରସ୍କାର
ଆଧାର ସମ୍ପାଦନା
- ↑ "orissadiaryରେ ଚିତ୍ତରଞ୍ଜନ ଦାସ". Archived from the original on 2011-09-25. Retrieved 2011-10-03.
- ↑ "Chitta Bhai passes away". The Hindu. 18 January 2011. Retrieved 28 November 2015.
- ↑ Kartik Chandra Dutt (1 January 1999). Who's who of Indian Writers, 1999: A-M. Sahitya Akademi. pp. 273–. ISBN 978-81-260-0873-5.
- ↑ "A Prolific Writer, Chittaranjan Das is no more". Odisha360. Retrieved 28 November 2015.
- ↑ Changing the Terms, Translating in the Postcolonial Era Archived 2011-08-27 at the Wayback Machine.. Sherry Simon and Paul St-Pierre. 272 pages . 6 x 9 ISBN 978-0-7766-0524-1 (November 2000). pp. 78
- ↑ "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 13 June 2021.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 13 June 2021.
- ↑ "ଶାରଳା ପୁରସ୍କାର ବିଜେତାଙ୍କ ତାଲିକା". Archived from the original on 2011-11-08. Retrieved 2011-10-03.
- ↑ "ବିଷୁବ ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧୩ ଜୁନ ୨୦୨୧.
{{cite web}}
: Check date values in:|accessdate=
(help)