ଆଶାପୂର୍ଣ୍ଣା ଦେବୀ
ଆଶାପୂର୍ଣ୍ଣା ଦେବୀ ( ୮ ଜାନୁଆରୀ ୧୯୦୯ - ୧୩ ଜୁଲାଇ ୧୯୯୫) ବଙ୍ଗଳା ଭାଷାର ଜଣେ ଔପନ୍ୟାସିକ ଓ କବି ଥିଲେ । ୧୯୭୬ ମସିହାରେ ସେ ଜ୍ଞାନପୀଠ ପୁରସ୍କାର ଓ ପଦ୍ମଶ୍ରୀ ସମ୍ମାନ ଲାଭ କରିଥିଲେ । ସେ ଜବଲପୁର, ବର୍ଦ୍ଧମାନ ଓ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ଡିଲିଟ ଲାଭ କରିଛନ୍ତି ।[୧] ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ ୧୯୮୯ରେ ତାଙ୍କୁ "ଦେଶିକୋତ୍ତମ" ସମ୍ମାନ ମଧ୍ୟ ପ୍ରଦାନ କରିଛି । ୧୯୯୪ରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ ଲାଭ କରିଥିଲେ ।[୨]
ଆଶାପୂର୍ଣ୍ଣା ଦେବୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ପୋଟଳଡଙ୍ଗା, କଲିକତା | ୮ ଜାନୁଆରୀ ୧୯୦୯
ମୃତ୍ୟୁ | ୧୩ ଜୁଲାଇ ୧୯୯୫ | (ବୟସ ୮୬)
ବୃତ୍ତି | ଔପନ୍ୟାସିକା, କବି |
ଭାଷା | ବଙ୍ଗଳା |
ଜାତୀୟତା | ଭାରତୀୟ |
ସମୟ | ୧୯୩୯-୧୯୯୫ |
ସାହିତ୍ୟ କୃତି | ପ୍ରଥମ ପ୍ରତିଶ୍ରୁତି ସୂବର୍ଣ୍ଣଲତା ବକୁଳ କଥା |
ପୁରସ୍କାର | ଜ୍ଞାନପୀଠ ପୁରସ୍କାର ପଦ୍ମଶ୍ରୀ କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ |
ଜୀବନୀ
ସମ୍ପାଦନାଆଶାପୂର୍ଣ୍ଣା ୧୯୦୯ ମସିହା ଜାନୁଆରୀ ୮ ତାରିଖରେ କଲିକତାର ପୋଟଳଡଙ୍ଗାଠାରେ ଏକ ବୈଦ୍ୟ ପରିବାରରେ ଜନ୍ମଗ୍ରହଣ କରିଥିଲେ । ଜନ୍ମବେଳେ ତାଙ୍କ ନାମ ଥିଲା ଆଶା ପୂର୍ଣ୍ଣା ଦେବୀ ( ଗୁପ୍ତା ) । ତାଙ୍କ ପିଲାଦିନ ଏକ ରକ୍ଷଣଶୀଳ ପରିବେଶରେ ବିତିଥିଲା । ତାଙ୍କ ପରିବାରରେ ଝିଅ ପିଲାମାନେ ସ୍କୁଲ ଯାଉନଥିଲେ । ଶିଶୁ ଆଶାପୂର୍ଣ୍ଣା ତାଙ୍କ ଭାଇମାନଙ୍କଠୁ ଦେଖି ଶୁଣି ଅକ୍ଷର ଶିଖିଥିଲେ ।[୩] ଆଶାପୂର୍ଣ୍ଣାଙ୍କ ପିତା "ହରେନ୍ଦ୍ର ନାଥ ଗୁପ୍ତା" କାଠ ଆସବାବପତ୍ରର ଡିଜାଇନର ଥିଲେ । ତାଙ୍କ ମା ସରଳା ସୁନ୍ଦରୀ ଜଣେ ପୁସ୍ତକପ୍ରେମୀ ମହିଳା ଥିଲେ । ମା'ଙ୍କ ପୁସ୍ତକ ପଢ଼ିବା ଅଭ୍ୟାସ ଆଶାପୂର୍ଣ୍ଣା ଓ ତାଙ୍କ ଭଉଣୀମାନଙ୍କୁ ମଧ୍ୟ ପଢ଼ିବାକୁ ଉତ୍ସାହିତ କରିଥିଲା ।[୪] ହରେନ୍ଦ୍ରନାଥ, ଆଚାର୍ଯ୍ୟ ପ୍ରଫୁଲ ଚନ୍ଦ୍ର ରୋଡ଼ସ୍ଥିତ ଘରକୁ ଯିବା ପରେ ସରଳା ସୁନ୍ଦରୀ ଓ ତାଙ୍କ ଝିଅମାନଙ୍କୁ ପଢ଼ିବାପାଇଁ ନିକଟସ୍ଥ ପାଠାଗାରରୁ ଅଧିକରୁ ଅଧିକ ପୁସ୍ତକ ମିଳିବାକୁ ଲାଗିଲା । ପିଲାଲାଦିନରୁ ଆଶାପୂର୍ଣ୍ଣା ସବୁପ୍ରକାର ବହି ପଢ଼ିଥିଲେ, ଯଦିଓ ସେ କେବେ ଧରାବନ୍ଧା ସ୍କୁଲ ଶିକ୍ଷା ଲାଭ କରିନଥିଲେ । ସେ ନିଜେ ଅକ୍ଷର ଶିଖି ବହି ପଢୁଥିଲେ ।[୫]
ଆଶାପୂର୍ଣ୍ଣା ଓ ତାଙ୍କ ଭଉଣୀଙ୍କର ବଢିବା ବୟସ ଦେଶପାଇଁ ଏକ ଅସ୍ଥିର ସମୟ ମଧ୍ୟରେ ବିତିଥିଲା । ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସ୍ୱାଧୀନତା ସଂଗ୍ରାମ ଚାଲିଥିଲା । ସେମାନେ ସ୍ୱାଧିନତା ସଂଗ୍ରାମ ସହିତ ପ୍ରତକ୍ଷ୍ୟ ଭାବରେ ଜଡ଼ିତ ନଥିଲେ ମଧ୍ୟ ଏହାର ପ୍ରଭାବ ସେମାନଙ୍କ ଉପରେ ପଡିଥିଲା ।[୬]
ପିଲାଦିନୁ ଆଶାପୂର୍ଣ୍ଣା ଓ ତାଙ୍କ ଭଉଣୀମାନେ କବିତା ଲେଖୁଥିଲେ ଓ ଆବୃତ୍ତି କରୁଥିଲେ । ଏହିପାଇଁ ସେମାନଙ୍କ ମଧ୍ୟରେ ରିତିମତ ପ୍ରତିଯୋଗିତା ମଧ୍ୟ ଚାଲୁଥିଲା । ୧୯୨୨ ମସିହାରେ ଆଶାପୂର୍ଣ୍ଣା "ବାଇରେର ଡାକ" ନାମକ ନିଜର ଏକ କବିତା "ଶିଶୁ ସାଥୀ" ପତ୍ରିକାକୁ ପଠେଇଥିଲେ ଓ ତାହା ପତ୍ରିକାରେ ପ୍ରକାଶିତ ମଧ୍ୟ ହୋଇଥିଲା । ପରେ ପତ୍ରିକାର ସମ୍ପାଦକ ରାଜକୁମାର ଚକ୍ରବର୍ତ୍ତୀ ତାଙ୍କୁ ଅଧିକ କବିତା ପଠେଇବାକୁ ଅନୁରୋଧ କରିଥିଲେ । ଏହିପରି ଭାବରେ ଆଶାପୂର୍ଣ୍ଣାଙ୍କର କବିଜୀବନ ଆରମ୍ଭ ହୋଇଥିଲା ।[୭]
୧୯୨୪ ମସିହାରେ ଆଶାପୂର୍ଣ୍ଣା କାଳିଦାସ ଗୁପ୍ତାଙ୍କୁ ବିବାହ କରିଥିଲେ । ସେତେବେଳକୁ ତାଙ୍କର ବୟସ ଥିଲା ୧୫ । ବିବାହ ପରେ ସେ ବହୁ ଘର ବଦଳେଇବା ପରେ ପ୍ରଥମେ ଭବାନୀପୁର ଓ ପରେ "ବେଲତାଲା ରୋଡ଼"ରେ ସ୍ଥାୟୀ ଭାବରେ ରହିବାକୁ ଲାଗିଲେ । ଏଠାରେ ସେ ୧୯୬୦ ମସିହା ଯାଏଁ ରହିଥିଲେ । ତାପରେ ସେ ନିଜ ପୁଅ ସୁଶାନ୍ତ, ବୋହୁ ନୂପୁର ଓ ନାତୁଣୀ ଶତରୂପାଙ୍କ ସହ "ଗୋଲପାର୍କ"ରେ ରହିବା ଆରମ୍ଭ କରିଥିଲେ । ୧୯୬୭ରେ ଶତଦୀପା ନାମରେ ତାଙ୍କର ଆଉ ଏକ ନାତୁଣୀ ହୋଇଥିଲା । ୧୯୭୦ରେ ଗରିଆଠାରେ ସେମାନେ ନିଜ ଘରକୁ ଚାଲି ଯାଇଥିଲେ ଓ ଆଶାପୂର୍ଣ୍ଣା ୧୯୯୫ରେ ନିଜ ମୃତ୍ୟୁ ପର୍ଯ୍ୟନ୍ତ ସେହି ଘରେ ରହିଥିଲେ ।[୮]
"ବାଇରେର ଡାକ" ତାଙ୍କର ପ୍ରଥମ କବିତା ଥିଲା । ଏହାପରେ ସେ ୨୪୨ଟି ଛୋଟ ବଡ଼ ଉପନ୍ୟାସ, ୩୭ଟି କବିତା ସଂଗ୍ରହ ଓ ୬୨ଟି ଶିଶୁ ସାହିତ୍ୟ ପୁସ୍ତକ ରଚନା କରିଥିଲେ ।[୯] ସେ ୩୦୦୦ରୁ ଅଧିକ କ୍ଷୁଦ୍ରଗଳ୍ପ ଲେଖିଥିଲେ । ଲେଖାଲେଖି ଆରମ୍ଭ ବେଳକୁ ଆଶାପୂର୍ଣ୍ଣା କେବଳ ଶିଶୁମାନଙ୍କ ପାଇଁ ଲେଖୁଥିଲେ । ୧୯୩୮ରେ "ଛୋଟ ଠାକୁରଦାର କାଶୀ ଯାତ୍ରା" ପ୍ରକାଶ ପାଇଥିଲା । ଏହାଥିଲା ତାଙ୍କର ପ୍ରଥମ ପ୍ରକାଶିତ ପୁସ୍ତକ । ୧୯୩୬ରେ ସେ ପ୍ରାପ୍ତବୟସ୍କମାନଙ୍କ ପାଇଁ ପ୍ରଥମ ଗଳ୍ପ "ପତ୍ନୀ ଓ ପ୍ରେୟସୀ" ଲେଖିଥିଲେ ଓ ଏହା "ଆନନ୍ଦ ବଜାର ପତ୍ରିକା"ର ପୂଜା ସଂକଳନରେ ପ୍ରକାଶ ପାଇଥିଲା । ୧୯୪୪ରେ ତାଙ୍କର ପ୍ରଥମ ପ୍ରାପ୍ତବୟସ୍କମାନଙ୍କ ଉପନ୍ୟାସ "ପ୍ରେମ ଓ ପ୍ରୟୋଜନ" ପ୍ରକାଶ ପାଇଥିଲା । ସାମାଜିକ ଅନ୍ୟାୟ, ଲିଙ୍ଗ ବୈଷମ ଓ ସଂକିର୍ଣ୍ଣତା ବିରୋଧରେ ସେ ନିଜ ଲେଖା ମାଧ୍ୟମରେ ସ୍ୱର ଉତ୍ତଳନ କରିଥିଲେ । ତାଙ୍କ ପୁସ୍ତକ "ପ୍ରଥମ ପ୍ରତିଶ୍ରୁତି" ( ୧୯୬୪ ), ସୂବର୍ଣ୍ଣଲତା ( ୧୯୬୭ )[୧୦], ଓ "ବକୁଳ କଥା" ( ୧୯୭୪ )ରେ ସେ ସ୍ତ୍ରୀମାନଙ୍କର ମାନବାଧିକାର ସଂଘର୍ଷ[୧୧] ବିଷୟରେ ଲେଖିଥିଲେ ।[୧୨]
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଲୀଳା ପୁରସ୍କାର - ୧୯୫୪ (କଲିକତା ବିଶ୍ୱବିଦ୍ୟାଳୟ)
- ମୋହିନୀ ଦାସୀ ସ୍ୱର୍ଣ୍ଣ ପଦକ - ୧୯୬୬ (ଭୂଟାନ)
- ରେନଡ୍ରମ ମେମୋରିଆଲ ସମ୍ମାନ - ୧୯୬୬ ( ପଶ୍ଚିମବଙ୍ଗ ସରକାର)
- ଜ୍ଞାନପୀଠ ପୁରସ୍କାର - ୧୯୭୬ (ପ୍ରଥମ ପ୍ରତିଶ୍ରୁତି ପାଇଁ)[୧୩]
- ହାରାନାଥ ଘୋଷ ପୁରସ୍କାର - ୧୯୮୮ (ବଙ୍ଗୀୟ ସାହିତ୍ୟ ପରିଷଦ)
- ଜଗତାରିଣୀ ସ୍ୱର୍ଣ୍ଣ ପଦକ - ୧୯୯୩ (କଲିକତା ବିଶ୍ୱ ବିଦ୍ୟାଳୟ)
ରଚନାବଳୀ
ସମ୍ପାଦନାଉପନ୍ୟାସ
ସମ୍ପାଦନା- ଆର ଏକ ଆଶାପୂର୍ଣ୍ଣା (ମିତ୍ର ଓ ଘୋଷ)
- ଅଗ୍ନୀ ପରୀକ୍ଷା (ମିତ୍ର ଓ ଘୋଷ)
- ଆଶାପୂର୍ଣ୍ଣା ଦେବୀର ରଚନାବଳୀ (ଦଶ ଖଣ୍ଡରେ) (ମିତ୍ର ଓ ଘୋଷ)
- ଆଶାପୂର୍ଣ୍ଣା ବିଥିକା (ନିର୍ମଳ ସାହିତ୍ୟମ)
- ଅନମାନୀଆ (କରୁଣା ପ୍ରକାଶନୀ)
- ବକୁଳ କଥା - ୧୯୭୪ (ମିତ୍ର ଓ ଘୋଷ)
- ବିଶ୍ୱାସ ଅବିଶ୍ୱାସ (ଦେବ ସାହିତ୍ୟ କୁଟୀର)
- ଚାବିବନ୍ଦ ସିନ୍ଦୁକ (ମିତ୍ର ଓ ଘୋଷ)
- ଚିତ୍ରକଳ୍ପ (ମିତ୍ର ଓ ଘୋଷ)
- ଚଷମା ପାଲଟେ ଯାଇ (ଦେବ ସାହିତ୍ୟ କୁଟୀର)
- ଦିବ୍ୟଦର୍ଶିନୀର ଦିନଲିପି (ମିତ୍ର ଓ ଘୋଷ)
- ଦୃଶ୍ୟ ଥେକେ ଦୃଶ୍ୟାନ୍ତରେ (ମିତ୍ର ଓ ଘୋଷ)
- ଦ୍ୱିତୀୟ ଅଦ୍ୱିତୀୟ (ନିର୍ମଳ ସାହିତ୍ୟମ)
- ଏଇ ତ ସେଦିନ (ଆନନ୍ଦ ପବ୍ଲିଶରସ)
- କଲ୍ୟାଣୀ (ନିର୍ମଳ ସାହିତ୍ୟମ)
- କଣ୍ଟା ପୁକୁର ଲେନର କମଳା (ଦେବ ସାହିତ୍ୟ କୁଟୀର)
- ଲଘୁ ତ୍ରିପଦୀ (ପୁଷ୍ପ)
- ଲୀଳା ଚିରନ୍ତନ (ମିତ୍ର ଓ ଘୋଷ)
- ନକ୍ଷେତ୍ରର ଆକାଶ (ନିର୍ମଳ ସାହିତ୍ୟମ)
- ନକ୍ସା କଟା ଘର (କରୁଣା ପ୍ରକାଶନୀ)
- ପାଞ୍ଚ ନଦୀର ତୀରେ (ପାଳ ପ୍ରକାଶନ)
- ପ୍ରେମ ଓ ପ୍ରୟୋଜନ (ପୁନଶ୍ଚ, ନିର୍ମଳ ସାହିତ୍ୟମ)
- ପ୍ରିୟ ଗଳ୍ପ (ନିର୍ମଳ ସାହିତ୍ୟମ)
- ପ୍ରଥମ ପ୍ରତିଶ୍ରୁତି - ୧୯୬୪ (ମିତ୍ର ଓ ଘୋଷ)
- ଶଶି ବାବୁର ସଂସାର (ପୁନଶ୍ଚ)
- ଶିରୀ ଭଙ୍ଗା ଅଙ୍କ (ମିତ୍ର ଓ ଘୋଷ)
- ଶ୍ରୀମତି ସତ ଜୀବନ (କରୁଣା ପ୍ରକାଶନୀ)
- ସ୍ଥାନ କାଳ ପାତ୍ର (କରୁଣା ପ୍ରକାଶନୀ)
- ସୂବର୍ଣ୍ଣଲତା - ୧୯୬୭(ମିତ୍ର ଓ ଘୋଷ)
- ତିନି ପ୍ରହର (ମିତ୍ର ଓ ଘୋଷ)
- ତ୍ରିମାତ୍ରିକ (ନିର୍ମଳ ସାହିତ୍ୟମ)
- ଭିଆଇପି ବାରିର ଲୋକ (କରୁଣା ପ୍ରକାଶନୀ)
ରଚନାବଳୀ ସଂଗ୍ରହ
ସମ୍ପାଦନାଆଶାପୂର୍ଣ୍ଣା ରଚନାବଳୀ "ମିତ୍ର ଓ ଘୋଷ" ପ୍ରକାଶନୀଦ୍ୱାରା ୧୦ଖଣ୍ଡରେ ପ୍ରକାଶ କରାଯାଇଛି ।
ରଚନାବଳୀ ସଂଗ୍ରହ ପ୍ରଥମ ଖଣ୍ଡ
ସମ୍ପାଦନା- "ବଳୟଗ୍ରାସ" (୧୯୫୨)
- "ଯୋଗବିୟୋଗ" (୧୯୬୦)
- "ନିର୍ଜନ ପୃଥିବୀ" (୧୯୫୬)
- "ଛାଡ଼ପତ୍ର" (୧୯୬୦)
- "ପ୍ରଥମ ଲଗ୍ନ"
- "ସମୁଦ୍ର ନୀଳ ଆକାଶ ନୀଳ" (୧୯୬୦)
- "ଉତ୍ତରଲିପି" (୧୯୬୦)
- "ତିନିଚନ୍ଦ୍ର"
- "ମୁଖର ରାତି" (୧୯୬୧)
ରଚନାବଳୀ ସଂଗ୍ରହ ଦ୍ୱିତୀୟ ଖଣ୍ଡ
ସମ୍ପାଦନା- "ଅଗ୍ନି ପରୀକ୍ଷା" (୧୯୫୨)
- "ଆଲୋର ସଖୋର"
- "ଜୀବନ ସ୍ୱାଦ"
- "ଆର ଏକ ଝର"
- "ନଦୀ ଦିକ ହରା"
- "ଏକଟି ସନ୍ଧ୍ୟ ଏକଟି ସକାଳ"
- "ଉତ୍ତରଣ"
- "ଜୋହୁରୀ"
- "ମାୟାଜାଲ"
- ପ୍ରକାଶ ପାଇନଥିବା କ୍ଷୁଦ୍ରଗଳ୍ପ
- ପ୍ରକାଶ ପାଇନଥିବା ଫିକ୍ସନ
ରଚନାବଳୀ ସଂଗ୍ରହ ତୃତୀୟ ଖଣ୍ଡ
ସମ୍ପାଦନା- ପ୍ରେମ ଓ ପ୍ରୟୋଜନ (୧୯୪୪)
- "ନବଜନ୍ମ" (୧୯୬୦)
- ଶଶି ବାବୁର ସଂସାର (୧୯୫୬)
- "ଉନ୍ମୋଚନ" (୧୯୫୭)
- "ବହିରଙ୍ଗ"
- "ବେଗବତୀ"
- "ଆବହସଙ୍ଗୀତ"
- ପ୍ରକାଶ ପାଇନଥିବା କ୍ଷୁଦ୍ରଗଳ୍ପ
- ପ୍ରକାଶ ପାଇନଥିବା କବିତା
ରଚନାବଳୀ ସଂଗ୍ରହ ଚତୁର୍ଥ ଖଣ୍ଡ
ସମ୍ପାଦନା- "ନେପଥ୍ୟ ନାୟିକା"
- "ଜନମ ଜନମ କେ ସାଥୀ"
- ଲଘୁ ତ୍ରିପଦୀ
- "ଦୁ ଏ ମିଲେ ଏକ"
- "ସୁକ୍ତିସାଗର"
- "ସୁଖରଛବି"
- "ସୁୟୋରାନୀର ସାଧ"
- "ସୁରଭି ସ୍ୱପ୍ନ"
- ପ୍ରକାଶ ପାଇନଥିବା କ୍ଷୁଦ୍ରଗଳ୍ପ
- ପ୍ରକାଶ ପାଇନଥିବା ନନ-ଫିକ୍ସନ
ରଚନାବଳୀ ସଂଗ୍ରହ ପଞ୍ଚମ ଖଣ୍ଡ
ସମ୍ପାଦନା- "ମାୟାଦର୍ପଣ"
- "ବୃତପୋଥ"
- "ମିଟିରବାଡି"
- "ଅତିକ୍ରାନ୍ତ"
- "ସୋନାର ହରିଣ"
- "ଉଡ ପକ୍ଷୀ"
- "ଯୁଗଳ ବନ୍ଦି"
- "ଶେଷ ରାଇ"
ରଚନାବଳୀ ସଂଗ୍ରହ ଷଷ୍ଠ ଖଣ୍ଡ
ସମ୍ପାଦନା- କୋଖୋନ ଦିନ କୋଖୋନ ରାତ
- ବାଲୁଚୋରୀ
- ଅଣବୋଗୁଣ୍ଠିତା
- ପ୍ରକାଶ ପାଇନଥିବା କ୍ଷୁଦ୍ରଗଳ୍ପ
ରଚନାବଳୀ ସଂଗ୍ରହ ସପ୍ତମ ଖଣ୍ଡ
ସମ୍ପାଦନା- "ବିଜୟୀ ବସନ୍ତ"
- "ଦ୍ୱିତୀୟ ଅଧ୍ୟାୟ"
- "ନୀଳ ପରଦା"
- "ଦୂରେର ଜାଆଁଳା"
- "ଯୁଗାନ୍ତର ଯବନୀକା ପରେ"
- "ଦୁଇ ମେରୁ"
- ପ୍ରକାଶ ପାଇନଥିବା କ୍ଷୁଦ୍ରଗଳ୍ପ
ରଚନାବଳୀ ସଂଗ୍ରହ ଅଷ୍ଟମ ଖଣ୍ଡ
ସମ୍ପାଦନା- ପ୍ରଥମ ପ୍ରତିଶ୍ରୁତି (ପ୍ରଥମ ଭାଗ)
- "ପଳାତକ ସୈନିକ"
- "ପ୍ରତିକ୍ଷାର ବାଗାନ"
- "ଝିନୁକ ଏ ସେଇ ତାର"
- ପ୍ରକାଶ ପାଇନଥିବା କ୍ଷୁଦ୍ରଗଳ୍ପ
ରଚନାବଳୀ ସଂଗ୍ରହ ନବମ ଖଣ୍ଡ
ସମ୍ପାଦନା- ପ୍ରଥମ ପ୍ରତିଶ୍ରୁତି (ଶେଷ ଭାଗ) (୧୯୬୪)
- ସୂବର୍ଣ୍ଣଲତା (୧୯୬୭)
ରଚନାବଳୀ ସଂଗ୍ରହ ଦଶମ ଖଣ୍ଡ
ସମ୍ପାଦନା- ବକୁଳ କଥା (୧୯୭୪)
- "ବାଲିର ନିଚେ ଢେଉ"
- ପ୍ରକାଶ ପାଇନଥିବା କ୍ଷୁଦ୍ରଗଳ୍ପ
ଶିଶୁ ସାହିତ୍ୟ
ସମ୍ପାଦନା- ଆଳୟ ଆଦିତ୍ୟର ଇଚ୍ଛାପତ୍ର ରହସ୍ୟ (ଆନନ୍ଦ ପବ୍ଲିଶରସ, ୧୯୯୫)
- ଅମରବତୀର ଅନ୍ତରାଳେ (୧୯୯୪)
- ବ୍ୟାପାରଟି କି ହଲୋ (୧୯୯୩)
- ଭଗ୍ଗୀ ଯୁଦ୍ଧ ବଢେଇଛିଲୋ (୧୯୮୬)
- ଭାଗ୍ୟଲକ୍ଷୀ ଲଟେରି (୧୯୯୦)
- ଭିତରେ କି ଛିଲୋ (୧୯୮୫)
- ଭୁତୁରେ କୁକୁର (୧୯୮୨)
- ବୋଲବେର ମତ ନଇ (୧୯୮୭)
- ଚା ଜନେ ମିଳେ (୧୯୭୯)
- ଛୁଟିତେ ଛୋଟଛୁଟି (୧୯୮୨)
- ଛୋଟଦେର ଶ୍ରେଷ୍ଠ ଗଳ୍ପ (୧୯୫୫)
- ଛୋଟଦେର ଶ୍ରେଷ୍ଠ ଗଳ୍ପ (୧୯୮୧)
- ଛୋଟ ଠାକୁରଦାର କାଶୀଯାତ୍ରା (୧୯୩୮)
- ଛୋଟଦେର ଭାଲୋ ଭାଲୋ ଗଳ୍ପ (୧୯୬୨)
- ଡକାତର କବଲେ ଆମି (୧୯୭୨)
- ଦିବ୍ୟସୁନ୍ଦରେର ଦିବ୍ୟଜ୍ଞାନ ଲଭ (୧୯୮୮)
- ଦୋସ୍ତି କିଶୋର ଉପନ୍ୟାସ (ଆନନ୍ଦ ପବ୍ଲିସରସ)
- ଦୁରେର ବାସି (୧୯୭୮)
- ଏକ କରି ଗଳ୍ପ (୧୯୮୮)
- ଏକ ସମୁଦ୍ର ଅନେକ ଢେଉ (୧୯୬୩)
- ଏକେର ମଧ୍ୟେ ତିନ (୧୯୯୧)
- ଗଜ ଉକିଲ ଏର ହତ୍ୟା ରହସ୍ୟ
- ଗଳ୍ପ ଭାଲୋଅ ଆବେର ବୋଲ (୧୯୫୮)
- ଗଳ୍ପ ହୋଲୋ ସୁରୁ (୧୯୫୫)
- ଗଳ୍ପେର ମତ ଗଳ୍ପ (୧୯୬୧)
- ହାଫ ହଲିଡେ (୧୯୪୧)
- ହସିର ଗଳ୍ପ (୧୯୬୭)
- ଜୀବନ କାଲିର ପକା ହିସାବ (୧୯୮୫)
- ଯୁଗଳରତ୍ନ ଟିକଟିକି ଅଫିସ (୧୯୯୨)
- କନକଦୀପ (୧୯୬୨)
- କାରାପକେର ପାକଚକ୍ର (୧୯୯୭)
- କତୋ କାଣ୍ଡ ରେଳଗାଡିତେ (1985)
- କିଶୋର ଅମନିବାସ (୧୯୮୬)
- କିଶୋର ବଚାଇ ଗଳ୍ପ (୧୯୯୯)
- କିଶୋର ସାହିତ୍ୟ ସମଗ୍ର (୧୯୮୩)
- କିଶୋର ସାହିତ୍ୟ ସମଗ୍ର (୧-୩)
- କିଶୋର ସାହିତ୍ୟ ସମ୍ଭାର (୧୯୮୦)
- ମଜାରୁମାମା (୧୯୯୨)
- ମାଣିକଚାନ୍ଦ ଓ ଆରୋ ଛୋଡ (୧୯୯୨)
- ମାନୁଷେର ମତ ମାନୁଷ (୧୯୮୬)
- ମନ ଥକଲେଇ ମନ କେମନ (୧୯୯୬)
- ନିଜେ ବୁଝେ ନିନ (୧୯୮୭)
- ନିଖାରଚାଇଅ ଆମୋଦ (୧୯୮୨)
- ଓନାର ଥାକବେନି (୧୯୮୨)
- ପାଞ୍ଚ ଭୁତେର ଗଳ୍ପ
- ପଞ୍ଚଶତି କିଶୋର ଗଳ୍ପ
- ପକ୍ଷୀ ଥେକେ ହାତୀ (୧୯୮୩)
- ପ୍ଲାଞ୍ଚେତ(୧୯୯୯)
- ପହେଲା ଦଶହରା (୧୯୯୨)
- ରାଜମୁମାରେର ପୋଷାକ (୧୯୭୫)
- ରହସ୍ୟେର ସନ୍ଧାନେ (୧୯୮୧)
- ରାଜା ନୟି ରାଣୀ ନୟି (୧୯୫୯)
- ରାଜାଇ ଗଳ୍ପ (୧୯୭୬)
- ରାଝୀ ମାହାବାଟିର ଅନ୍ତର୍ଧ୍ୟାନ ରହସ୍ୟ (୧୯୯୩)
- ରଙ୍ଗୀନ ମଲାଟ (୧୯୪୧)
- ସକାଳେର ସ୍ୱପ୍ନ (୧୯୯୪)
- ଷଡ଼ଜନ୍ତ୍ରେର ନାୟକ (୧୯୯୨)
- ସତ୍ୟାୟି ଅମୋଦ (୧୯୯୨)
- ସେଇ ସବ ଗଳ୍ପ (୧୯୬୭)
- ସେରା ବାନୋ (୧୯୮୮)
- ସେରା ରହସ୍ୟ ସମ୍ଭାର (୧୯୮୪)
- ସୁନିର୍ବାଚିତ ଛୋଟଦେର ଶ୍ରେଷ୍ଠ ଗଳ୍ପ (୧୯୯୬)
- ଶୋନ ଶୋନ ଗଳ୍ପ ଶୋନ (୧୯୫୬)
ଶିଶୁ ପତ୍ରିକାରେ ପ୍ରକାଶିତ
ସମ୍ପାଦନା- "ଅଙ୍କ ସାର ଓ ମୋଜାର୍ଟ"
- "ଭାଗ୍ୟ ଥାକଲେ କିଣା ହୋଇ"
- "ବିଷେ ବିଷଖାଏ"
- "ଭୁତ ନାମିବାର ସହଜ ପଦ୍ଧତି"
- "ଛୁଟି ଛୋଟଛୁଟି"
- "ଘ୍ୟାଞ୍ଚ କରେ"
- "କାଗଜ ତ ପାରୋ ନା"
- "କିଛୁ କରେନା କିଛୁ କର୍ବେ ନା"
- "ମାତ୍ର ଏଖାନ ଥାନ୍ ଏତ"
- "ମୁସ୍କିଲ ଆସାନ ଏର କଲକାଠି"
- "ପରର ଛେଲେ"
- "ସ୍ୱପ୍ନେର ରେଳଗାଡି"
- "ତିବତ୍ତି ଲାମାର କଫିନ"
ପାକ୍ଷୀକ ଆନ୍ଦୋଳନମେଳା ଗଳ୍ପ ସଂକଳନ
ସମ୍ପାଦନା- " ଟିକଟିକି, ଅତିନ୍ଦ୍ରୀୟ ଶକ୍ତି ଓ ବେଦାନ୍ତ ବର୍ଦ୍ଧନ
- "କପାଳରେ ନାମ ଗୋପାଳ"
- "ମୋଜାରୁ ମାମା"
- " ନିଖୋଜ ନିରୁଦ୍ଦେଶ ହୋତେ ଗେଲେ"
ପୂଜାବାର୍ଷିକୀ ଆନ୍ଦୋଳନ ମେଳା ଗଳ୍ପ ସଂକଳନ
ସମ୍ପାଦନା- ବାହାଦୂର (ଶାରଦୀୟ ଆନନ୍ଦମେଳା, ୧୯୭୧)
- ହୋଇତ ଏଇରକମୀ (ଶାରଦୀୟ ଆନନ୍ଦମେଳା, ୧୯୯୨)
- ଚାର ବୁଡେର ଆଡ୍ଡା (ଶାରଦୀୟ ଆନନ୍ଦମେଳା, ୧୯୯୬)
କିଶୋର ଉପନ୍ୟାସ
ସମ୍ପାଦନା- ରାଜକୁମାର ଏର ପୋଷାକେ (ଆନନ୍ଦମେଳା)
- ଗଜ ଉକିଲ ଏର ହତ୍ୟା ରହସ୍ୟ (ଆନନ୍ଦମେଳା)
- ଭୁତୁରେ କୁକୁର (ଆନନ୍ଦମେଳା)
- ଲଙ୍କା ମରିଚ ଓ ଏକ ମହାମାନବ (ପାକ୍ଷୀକ ଆନନ୍ଦମେଳା, ମାର୍ଚ୍ଚ ୧୯୮୩)
- ମନୁଷେର ମତ ମନୁଷ (ଶାରଦୀୟ କିଶୋରମନ)
- ଚାରା ପୁତେ ଗେଲେନ ନାଣ୍ଟୁ ପିସି (ପାକ୍ଷୀକ ଆନନ୍ଦମେଳା, ମାର୍ଚ୍ଚ ୧୯୮୭)
- ବୋମାର ଚେୟେ ବିଷମ (ଶାରଦୀୟ କିଶୋର ଭାରତୀ)
- ସୋମୁଦୁର ଦୁଃଖ (ଶାରଦୀୟ କିଶୋର ଭାରତୀ , ୧୯୮୮)
- ଆଳୟ ଆଦିତ୍ୟର ଇଚ୍ଛାପତ୍ର ରହସ୍ୟ (ଆନନ୍ଦମେଳା)
- ହାରାନୋ ଥେକେ ପ୍ରାପ୍ତି (ଆନନ୍ଦମେଳା)
ଚଳଚ୍ଚିତ୍ର, ମଞ୍ଚ ଓ ଦୂରଦର୍ଶନରେ
ସମ୍ପାଦନା୧୯୭୫ର ହିନ୍ଦୀ ଚଳଚ୍ଚିତ୍ର "ଚୈତାଳି" ଆଶାପୂର୍ଣ୍ଣାଙ୍କ ଉପନ୍ୟାସ ଉପରେ ପର୍ଯ୍ୟବସିତ ଥିଲା ।[୧୪] "ବାଲୁଚୋରୀ" ଉପନ୍ୟାସଟି ଦୀପ୍ତ ଟିଭିଦ୍ୱାରା "ଅପରାଜିତା" ନାମରେ ଏକ ଧାରାବାହିକ ଭାବରେ ପ୍ରସାରିତ ହୋଇଥିଲା । "ସୂବର୍ଣ୍ଣଲତା" ଜୀ ବାଙ୍ଗଲାରେ ପ୍ରସାରିତ ହୋଇଥିଲା । "ପ୍ରଥମ ପ୍ରତିଶ୍ରୁତି" ମଧ୍ୟ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା । "ସୂବର୍ଣ୍ଣଲତା"କୁ ମଞ୍ଚ ନାଟକ ହିସାବରେ ପରିବେଷଣ କରାଯାଇଛି ।[୧୫]
ଆଧାର
ସମ୍ପାଦନା- ↑ EDITORIAL BOARD (1 June 2015). Quiz Time on The Go: -. V&S Publishers. pp. 57–. ISBN 978-93-5057-449-2.
- ↑ http://www.kalpana.it/eng/writer/indian_writers/ashapurna_devi.htm] Archived 13 March 2008 at the Wayback Machine.
- ↑ Ghosh 2004
- ↑ Ghosh 2004
- ↑ Ghosh 2004
- ↑ Ghosh 2004
- ↑ Ghosh 2004
- ↑ Ghosh 2004
- ↑ Dipannita Datta (2015). Ashapurna Devi and Feminist Consciousness in Bengal: A Bio-critical Reading. Oxford University Press. ISBN 978-0-19-809999-4.
- ↑ Āśāpūrṇā Debī; Asapurna Debi (1997). Subarnalata. Macmillan India. ISBN 978-0-333-92319-1.
- ↑ Amar Nath Prasad (2006). Feminism in Indian Writing in English. Sarup & Sons. pp. 36–. ISBN 978-81-7625-684-1.
- ↑ Jaydipsinh Dodiya; K. V. Surendran (1999). Indian Women Writers: Critical Perspectives. Sarup & Sons. pp. 163–. ISBN 978-81-7625-072-6.
- ↑ Prabhat Prakashan Team. Objective General Knowledge. Prabhat Prakashan. pp. 131–. ISBN 978-93-5266-665-2.
- ↑ "'My father was a fantastic storyteller'". www.navhindtimes.in/. navhindtimes. Retrieved 24 February 2020.
- ↑ "Subarnalata': A woman's quest to find her own space..." www.nationalheraldindia.com. national herald india. Retrieved 24 February 2020.
ବାହାର ଆଧାର
ସମ୍ପାଦନା- Ghosh, Upasana (2004). Ashapurna Debi (A biography). Kolkata: Paschimbanga Bangla Akademi. ISBN 978-81-7751-208-3.
{{cite book}}
: Invalid|ref=harv
(help)