ଚାଚେରୀ ବେଶ
ଚାଚେରୀ ବେଶ ଫଗୁଣ ଶୁକ୍ଳ ଦଶମୀରୁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ଦୋଳ ଉତ୍ସବ ବେଳେ ଅନୁଷ୍ଠିତ ହୋଇଥାଏ ।[୧] ଦିପ୍ରହର ଧୂପ ପରେ ପରେ ଆୟୋଜିତ ହୋଇ ବାଚେରୀ ବେଶ ସନ୍ଧ୍ୟା ଧୂପ ପୂର୍ବରୁ ଓହ୍ଲାଇ ଦିଆଯାଏ ।
ବେଶ
ସମ୍ପାଦନାଠାକୁରମାନଙ୍କ ମଧ୍ୟାହ୍ନଧୂପ ସରିବାପରେ ମେକାପ ସେବକମାନେ ଠାକୁରଙ୍କୁ ଚନ୍ଦନଲାଗି, ବସ୍ତ୍ର ଓ ମାଧାବଳୀ ଆଦି ନୂଆ ଲୁଗା ଲାଗି କରାଇ ୬ମୂର୍ତ୍ତି ଅଳଙ୍କାର ଯଥା ୪ସୁବର୍ଣ୍ଣ କୁଣ୍ଡଳ ଓ ୨ ତଡଗୀ ଲାଗି କରିଥାନ୍ତି । ଶ୍ରୀଦେବୀ ଓ ଭୂଦେବୀଙ୍କୁ ଦକ୍ଷିଣୀ ଘରକୁ ବିଜେ କରାଯିବା ପରେ ଠାକୁରମାନଙ୍କ ଚାଚେରୀ ବେଶ ବଢିବାପରେ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀଙ୍କ ଦେଉଳି ଭୋଗ ଅନୁଷ୍ଠିତ ହୋଇ ରତ୍ନସିଂହାସନକୁ ବିଜେ କରାଯାଏ । ପାଳିଆ ମୁଦିରସ୍ତ ସେବକ ପ୍ରସାଦ ଲାଗି କରନ୍ତି । ପରେ ପାଣି ପଡି ଘଣ୍ଟଛତା ସହ ତିନି ବାଡ଼ରେ ସର୍ବାଙ୍ଗ ନୀତି ବଢେ । ଶ୍ରୀଜଗନ୍ନାଥଙ୍କ ବାଡରେ ବଳିଆ ସୁନ୍ଦର, ଚନ୍ଦନ, ଫଗୁ, ଝିମିରି ଫଗୁ, ପ୍ରସାଦ ଲାଗି ଓ ବନ୍ଦାପନା ନୀତି ହେଉଛି । ପୁଣି କର୍ପୂର ଆଳତି କରାଯାଏ । ମୁଦିରସ୍ତ ଚାମର ଆଲଟ କରନ୍ତି । ତିନି ବାଡରେ ଫଗୁ ଆଞ୍ଜୁଳି ଦେଇସାରିବା ପରେ ଠାକୁରଙ୍କ ପୂଜାପଣ୍ଡା, ପତିମହାପାତ୍ର ଓ ମୁଦିରସ୍ତ ସେବକ ସିଂହାସନକୁ ଉଠି ପ୍ରସାଦ ମଇଲମ କରନ୍ତି । ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀଙ୍କୁ ଆଜ୍ଞାମାଳ ଦିଆଯିବାପରେ ପୁଷ୍ପାଳକ ସେବକମାନେ ଠାକୁରଙ୍କୁ ହାତରେ ନେଇ ଜୟବିଜୟ ଦ୍ୱାର ନିକଟରେ ବିଜେ କରାନ୍ତି । ସେଠାରେ ପ୍ରସାଦଲାଗି, କର୍ପୂରଆଳତୀ, ଦୃବାକ୍ଷତ, ସାତବତୀ, ସଞ୍ଜକାହାଳୀ ଓ ବନ୍ଦାପନା ଆଦି ନୀତି ହୁଏ ।[୨]
ଚାଚେରୀ ବେଶରେ ନାଲି ରଙ୍ଗର ପ୍ରାଧାନ୍ୟ ଦେଖିବାକୁ ମିଳିଥାଏ ।[୩] ବାଚେରୀ ବେଶରେ ଦିଅଁମାନେ ସ୍ୱତନ୍ତ୍ର ଶୈଳୀରେ (ଦିଅଁମାନେ ପିନ୍ଧିଥିବା ପାଟବସ୍ତ୍ରର ଶୀର୍ଷଭାଗ ଯତ୍ନର ସହ ହରଡ଼ମାଳିରେ ଖୁଞ୍ଚା ଯାଇଥାଏ) ପିନ୍ଧିଥିବା ଶାଢ଼ୀ, ମସ୍ତକର ଶ୍ରୀକପଡ଼ା, ହାତରେ ଧରିଥିବା ରୁମାଲ ସବୁ ନାଲିରଙ୍ଗର ହୋଇଥାଏ । ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ବିଗ୍ରହରେ ନଳୀଭୁଜ ଲାଗି କରାଯାଏ । ଜଗନ୍ନାଥଙ୍କ ନଳୀଭୁଜ ସମ୍ମୁଖରେ ଶଙ୍ଖ ଓ ଚକ୍ର; ଏବଂ ବଳଭଦ୍ରଙ୍କ ନଳୀଭୁଜରେ ହଳ ଓ ମୂଷଳ ଖୋଦିତ ହୋଇଥାଏ । ଏହି ବେଶରେ ପିନ୍ଧୁଥିବା ଅଳଙ୍କାରଗୁଡ଼ିକ ହେଲା ମୁଖର ଉଭୟ ପାର୍ଶ୍ୱରେ କୁଣ୍ଡଳ,[୪] ମସ୍ତକ ଶୀର୍ଷରେ ଚନ୍ଦ୍ରିକା, ଅଣ୍ଟାରେ ଅଣ୍ଟାପଟି ଓ ଓଢ଼ିଆଣି ଏବଂ ଗଳାରେ ଗିନି ମାଳ, ଚାବୁକ ମାଳ, ପଦ୍ମମାଳି ଓ ହରଡ଼ ମାଳି । ଏହିବେଶରେ ସୁଭଦ୍ରା ଚନ୍ଦ୍ର, ସୂର୍ଯ୍ୟ ଓ ତଡ଼କିଦ୍ୱାରା ସୁଶୋଭିତା ହୁଅନ୍ତି ।
ଭୋଗ
ସମ୍ପାଦନାବେଶ ସମୟରେ ଠାକୁରଙ୍କୁ ଆରିସା, ମରିଚିନଡୁ, ଖିରି, ଧଉଳା ଓ ଘିନାଡି ଆଦି ଭୋଗ ଲଗାଯାଏ ତଥା ଫଗୁ ଖେଳ ନୀତି ହୋଇଥାଏ । ଏ ସବୁ ଉପଚାର ପାଇଁ ଶ୍ରୀଦେବୀ (ଲକ୍ଷ୍ମୀ), ଭୂଦେବୀ (ଧରିତ୍ରୀ ) ଓ ଦୋଳଗୋବିନ୍ଦ ବେହରଣ ଦ୍ୱାର ପାଖରେ ନାଲିପାଟ ପିନ୍ଧି ବେଶ ହୁଅନ୍ତି । ବେଶ ହୋଇଥିବା ମୂର୍ତ୍ତିଗୁଡ଼ିକୁ ରତ୍ନସିଂହାସନ ଉପରକୁ ଆଣିବା ପରେ ଚାଚେରୀ ଭୋଗ ରୂପେ ଖଇ କୋରା ଅର୍ପଣ କରାଯାଇଥାଏ । ପରେ ସେହି ମୂର୍ତ୍ତିଗୁଡ଼ିକୁ ଜୟବିଜୟ ଦ୍ୱାର ନିକଟକୁ ନିଆଯାଇ ପଣ୍ଡା ଓ ପୁଷ୍ପାଳକ ସେବକମାନଙ୍କଦ୍ୱାରା ଫଗୁଖେଳ ନୀତି ସମାପନ ହୋଇଥାଏ ।
ଚାଚେରୀ ଲୀଳା
ସମ୍ପାଦନାଶ୍ରୀକ୍ଷେତ୍ର ପୁରୀଠାରେ ଶ୍ରୀଜଗନ୍ନାଥ ଏକ ଲୋକାୟତ ପରମ୍ପରା ରୂପେ ଦୋଳଯାତ୍ରାକୁ ବୈଷ୍ଣବୀୟ ଢଙ୍ଗରେ ପାଳନ କରନ୍ତି । ଏହା ଚାଚେରୀ ଲୀଳା ନାମରେ ପ୍ରଖ୍ୟାତ । ଏହି ପର୍ବରେ ଫଗୁଦଶମୀ ଦୋଳବିମାନରେ ଦୋଳଗୋବିନ୍ଦ, ଶ୍ରୀଦେବୀ (ମହାଲକ୍ଷ୍ମୀ) ଓ ଭୂଦେବୀ (ଧରିତ୍ରୀ ମାତା) ପ୍ରତି ସନ୍ଧ୍ୟାରେ ଶ୍ରୀଜଗନ୍ନାଥବଲ୍ଲଭ ଉଦ୍ୟାନକୁ ଚାଚେରୀ ଖେଳିବାଜୁ ଯାଆନ୍ତି । ଶ୍ରୀମନ୍ଦିର ବେଢା ପରିକ୍ରମା କରି ବାହାକମାନଙ୍କ କାନ୍ଧରେ ସିଂହଦ୍ୱାର ଗୁମୁଟ ଟପି ଅରୁଣସ୍ତମ୍ଭ ପାରହେଲା ପରେ ଲୋକଙ୍କର ଉତ୍ସାହ ଓ ଉଦ୍ଦୀପନା ଏକ ଭାବଭକ୍ତି ପୂର୍ଣ୍ଣ ଦୃଶ୍ୟ ସୃଷ୍ଟି କରିଥାଏ । ଦୋଳ ବେଦିରେ ପହଞ୍ଚି ଆରମ୍ଭ ହୁଏ ଫଗୁଲାଗି । ପୁଷ୍ପମାଲ୍ୟ, କୁନ୍ଦପୁଷ୍ପ ପରି ସୁବାସିତ ପୁଷ୍ପ ଓ ଲାଲ୍ ବେଶରେ ଚାଚେରୀ ବେଶରେ ଦୋଳଗୋବିନ୍ଦ ବିଜେ ହୁଅନ୍ତି । ସେଠୁ ତାହା ପରେ ସେ ୪ ଦିନ ଧରି ଗାଁ-ଗାଁ ବୁଲି ଫଗୁ (ନାଲିଆ ହୋଲି ରଙ୍ଗ) ଖେଳନ୍ତି। ତେଣୁ 'ଚାରିଚାରି'ରୁ ଚାଚେରୀ ନାଁ ବାହାରିଛି।
ଆଧାର
ସମ୍ପାଦନା- ↑ "Lord Jagannath - Chacheri Besha of Lord Jagannath, Beshas of Lord Jagannath | orissa.oriyaonline.com". orissa.oriyaonline.com. Archived from the original on 12 June 2015. Retrieved 26 November 2012.
From 10th bright day of the month Falguna (Feb-Mar) to 14th Falgun (5 days) on Ratnavedi the deities are decorated with Chacheri vesha
- ↑ "ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଚାଚେରୀ ବେଶ" (PDF). ଆମ ବିବେକ. Archived from the original (PDF) on 4 March 2016. Retrieved 6 January 2015.
- ↑ "Odisha Buzz Culture-Odisha Culture| Costumes Of Deities". odishabuzz.com. Archived from the original on 24 November 2012. Retrieved 26 November 2012.
In this adornment deities are wearing red clothes and red flower.
- ↑ "Jagannath Vesha with Details - II - ISKCON Desire Tree - Devotee Network". iskcondesiretree.net. Retrieved 26 November 2012.
The deities adorned with four ear rings locally called it "KUNDAL' and two Tadagis.