ଚକ୍ରଧର ମହାପାତ୍ର

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଚକ୍ରଧର ମହାପାତ୍ର (୧୮ ମାର୍ଚ୍ଚ ୧୯୦୮- ୨୪ ଅକ୍ଟୋବର ୧୯୮୨)[୧], ଜଣେ ଓଡ଼ିଆ ସାହିତ୍ୟିକ ଓ ଗବେଷକ ଥିଲେ ।[୨] ସେ ମୁଖ୍ୟତଃ ଉପନ୍ୟାସ, ଜୀବନୀ ଓ ଗବେଷଣାଧର୍ମୀ ପୁସ୍ତକ ରଚନା କରିଥିଲେ । ନିଜ ପୁସ୍ତକ "କୁନ୍ତଳା କୁମାରୀ ଜୀବନ ଚରିତ" ପାଇଁ ସେ ୧୯୭୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।

ଚକ୍ରଧର ମହାପାତ୍ର
ଜନ୍ମ(1908-03-18)୧୮ ମାର୍ଚ୍ଚ ୧୯୦୮
ନରସିଂହପୁର, କଟକ
ମୃତ୍ୟୁ୨୪ ଅକ୍ଟୋବର ୧୯୮୨(1982-10-24) (ବୟସ ୭୪)
ଜାତୀୟତାଭାରତୀୟ
ବୈବାହିକ-ସାଥୀକନକ ମଞ୍ଜରୀ ମହାପାତ୍ର
ସନ୍ତାନମନୋଜ ମଞ୍ଜରୀ ମିଶ୍ର
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଜୀବନୀ ସମ୍ପାଦନା

ଚକ୍ରଧର ୧୯୦୮ ମସିହାରେ କଟକ ଜିଲ୍ଲାର ନରସିଂହପୁରଠାରେ ଜନ୍ମଗ୍ରହଣ କରିଥିଲେ । ବାଲ୍ୟଜୀବନ ତାଙ୍କର ସଂଘର୍ଷମୟ ଥିଲା । ପାଠପଢ଼ିବା ପାଇଁ କଟକ ଆସିଥିଲେ ଓ ପରବର୍ତ୍ତୀ ଜୀବନ କଟକରେ ହିଁ ବିତିଥିଲା । ସେ ଓଡ଼ିଆ ସହିତ ହିନ୍ଦୀ, ବଙ୍ଗଳା, ଇଂରାଜୀସଂସ୍କୃତ ଆଦି ଭାଷାରେ ପାରଙ୍ଗମ ଥିଲେ । କିଶୋର ବୟସରେ ସେ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି, କଲିକତା ଓ କରାଚୀ କଂଗ୍ରେସ ଅଧିବେଶନରେ ଯୋଗ ଦେଇଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରକାଶିତ "ଜ୍ଞାନକୋଷ"ରେ ସେ ଜଣେ ଭାଷା ସହାୟକ ଭାବରେ କାର୍ଯ୍ୟ କରିଥିଲେ । ସେ ନରସିଂହପୁର ରାଜ୍ୟର ଦେବୋତ୍ତର ମ୍ୟାନେଜର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ତାଙ୍କ ପତ୍ନୀ କନକ ମଞ୍ଜରୀ ମହାପାତ୍ର ଜଣେ ଶିଶୁ ସାହିତ୍ୟିକ ଭାବେ ପରିଚିତ ।[୩] ୧୯୮୨ ମସିହା[୪] ଅକ୍ଟୋବର ୨୪ତାରିଖରେ ଚକ୍ରଧରଙ୍କର ମହାପ୍ରୟାଣ ଘଟିଥିଲା ।

ରଚନାବଳୀ ସମ୍ପାଦନା

ଉପନ୍ୟାସ ସମ୍ପାଦନା

  • ଗୋବର ଗୋଟେଇ - ୧୯୩୦
  • ଅପୂର୍ଣ୍ଣ ପ୍ରେମ-୧୯୩୦
  • ବଳାଙ୍ଗୀ-୧୯୩୪
  • ଚନ୍ଦ୍ରିକା
  • ଖଞ୍ଜେଇ ନାହାକାଣୀ
  • ହସିଲା ଜହ୍ନ
  • ରୋଡ଼ଙ୍ଗ ବକ୍ସୀ-୧୯୪୮
  • ରଣମାଧୁରୀ-୧୯୩୪

ଜୀବନୀ ସମ୍ପାଦନା

  • କୁନ୍ତଳା କୁମାରୀ ଜୀବନ ଚରିତ - ୧୯୭୨[୫]

ଗବେଷଣାଧର୍ମୀ ସମ୍ପାଦନା

  • ଉତ୍କଳ ଇତିହାସର ଏକ ଅଜ୍ଞାତ ଅଧ୍ୟାୟ
  • The real birth place of Buddha[୬]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୭୪[୭]

ଆଧାର ସମ୍ପାଦନା

  1. "ଆଜି ଶ୍ରାଦ୍ଧବାର୍ଷିକୀ". No. ସମ୍ବାଦ ୨୪/୧୦/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୮. ଇଷ୍ଟର୍ଣ୍ଣ ମିଡିଆ. pp. ୧୮. Archived from the original on 24 October 2020. Retrieved 24 October 2020.
  2. Orissa (India). Orissa District Gazetteers: Sambalpur. Superintendent, Orissa Government Press.
  3. Philomena Royappa Reddy; P. Sumangala (1998). Women in Development: Perspectives from Selected States of India. B.R. Publishing Corporation. ISBN 978-81-7018-978-7.
  4. Sisir Kumar Das (2000). History of Indian Literature. Sahitya Akademi. pp. 751–. ISBN 978-81-7201-006-5.
  5. Malashri Lal; Sukrita Paul Kumar; Indian Institute of Advanced Study (1 January 2002). Women's studies in India: contours of change. Indian Insitute of Advanced Study.
  6. "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୨୪/୧୦/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Archived from the original on 29 October 2017. Retrieved 24 October 2017.
  7. "ଆର୍କାଇଭ୍ କପି". Archived from the original on 2020-02-21. Retrieved 2017-10-24. {{cite web}}: Cite has empty unknown parameter: |1= (help)

ବାହାର ଲିଙ୍କ୍ ସମ୍ପାଦନା