କନକ ମଞ୍ଜରୀ ମହାପାତ୍ର

ଓଡ଼ିଆ ଶିଶୁ ସାହିତ୍ୟିକା

କନକ ମଞ୍ଜରୀ ମହାପାତ୍ର ଓଡ଼ିଆ ଭାଷାର ଜଣେ ଶିଶୁ ସାହିତ୍ୟିକା ଥିଲେ ।[୧] ତାଙ୍କର ଲେଖନୀ କାଳ ଥିଲା ବିଂଶ ଶତାବ୍ଦୀ ମଧ୍ୟ ଭାଗ ।

କନକ ମଞ୍ଜରୀ ମହାପାତ୍ର
Nationalityଭାରତୀୟ
Spouseଚକ୍ରଧର ମହାପାତ୍ର
Childrenମନୋଜ ମଞ୍ଜରୀ ମିଶ୍ର
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ଗାଉଁଲି ଗୀତ ସଂଗ୍ରାହିକା ସମ୍ପାଦନା

କେବଳ ଶିଶୁ ସାହିତ୍ୟିକା ରୂପେ ନୁହଁ, ଓଡ଼ିଆ ଗାଉଁଲି ଗୀତର ସଂଗ୍ରାହିକା ଭାବରେ ସେ ପରିଚିତା ଥିଲେ । ସ୍ୱାମୀ ଚକ୍ରଧର ମହାପାତ୍ରଙ୍କ[୨] ସହ ଗାଉଁଲି ଗୀତ ସଂଗ୍ରହ କରିବାରେ ତାଙ୍କ ଜୀବନର ଅନେକ ଦିନ ବିତି ଯାଇଥିଲା ।

ଗଳ୍ପ ପୁସ୍ତକ ସମ୍ପାଦନା

କନକ ମଞ୍ଜରୀ ମହାପାତ୍ର ଦୁଇଟି ଗଳ୍ପ ପୁସ୍ତକ ଲେଖି ଯାଇଛନ୍ତି । ସେଗୁଡିକ ହେଲା:

  • କଳି‌ଙ୍ଗ କାହାଣୀ[୩]
  • ଉତ୍କଳ କାହାଣୀ[୪]

ପୁସ୍ତକ ଦୁଇଟି ୧୯୫୭ରେ ପ୍ରଥମେ ପ୍ରକାଶିତ ହୋଇଥିଲା । କଳି‌ଙ୍ଗ କାହାଣୀ ପୁସ୍ତକ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୫୬-୫୮ରେ ପାଇଥିଲେ । [୫]

ତାଙ୍କର ଏହି ଗଳ୍ପଗୁଡ଼ିକ କଳି‌ଙ୍ଗର ସାଧବ କ‍ନ୍ୟା, ରାଜକୁମାରୀମାନଙ୍କ ଉପରେ ଲିଖିତ ଥିଲା ଓ ସେମାନଙ୍କୁ ସାହାସିନୀ ଓ ବୀରାରମଣୀ ଭାବରେ ପରିଚିତ କରାଏ । ଏ କାହାଣୀଗୁଡ଼ିକ ମଧ୍ୟ ଓଡ଼ିଶାର ଅତୀତର ଐତିହ୍ୟ, ନୌବାଣିଜ୍ୟ, ରାଜନୀତି, ଲୋକଜୀବନ ଓ ଲୋକସଂସ୍କୃତିର ଚିତ୍ର ଉପସ୍ଥାପନା କରଂତି ।

ପୁରସ୍କାର ଓ ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. ORISSA REFERENCE MANNUAL: ORISSA SAHITYA ACADEMY AWARDED BOOKS AND WRITERS (PDF). Government of Odisha. 2005.
  2. Philomena Royappa Reddy; P. Sumangala (1998). Women in Development: Perspectives from Selected States of India. B.R. Publishing Corporation. ISBN 978-81-7018-978-7.
  3. The Indian P.E.N. P.E.N. All-India Centre. 1962.
  4. ମହାପାତ୍ର, କନକ ମଞ୍ଜରୀ (1990). ଉତ୍କଳ କାହାଣୀ. Balubazar Cuttack-2: Cuttack Students' Store. p. 123.{{cite book}}: CS1 maint: location (link)
  5. http://odishasahityaakademi.org/sahitya-award.php