ଚକୁଳି ପିଠା

ଓଡ଼ିଆ ଖାଦ୍ୟ


ଚକୁଳି ପିଠା ଏକ ଓଡ଼ିଆ ଖାଦ୍ୟ ଯାହା ଚାଉଳ ଚୂନା ଓ ବିରିରୁ ତିଆରି ବହଳିଆ ମଣ୍ଡକୁ ତାବାରେ ଭାଜି ତିଆରି କରାଯାଏ ।

ଚକୁଳି ପିଠା
ଚକୁଳି ପିଠା
ଆରମ୍ଭ
ମୂଳ ଜାଗାଭାରତ
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ବାଢ଼ିବାର ତାତିଗରମ
ମୂଳ ଉପାଦାନଚାଉଳ ଚୂନା ଓ ବିରି

ଉପାଦାନ ସମ୍ପାଦନା

ଅରୁଆ ଚାଉଳ ଚୂନା, ବିରି ବଟା, ଲୁଣ ଆଦିକୁ ମିଶାଇ କିଛିଘଣ୍ଟା ରଖାଯାଏ । ଏହା ଭଲଭାବେ ଫୁଲିଗଲେ ତାହାକୁ ତାବାରେ ସୋରିଷ ତେଲ ବା ଘିଅରେ ଭାଜି ତିଆରି କରାଯାଏ ।ସାଧାରଣତଃ ବିରିର ପରିମାଣ ଅନୁସାରେ ଚକୁଳିର ଫୁଲିବା ନିର୍ଭର କରେ । ବିରି ଅଧିକ ଦେଲେ ପିଠା ଫୁଲେ ଓ ନରମ ହୋଇଥାଏ , ଓ କମ ଦେଲେ ଦେଲେ ପିଠା ଟାଣୁଆ ଓ ଖଡ ଖଡିଆ ହୋଇଥାଏ । ଏହା ଦେଖିବାକୁ ରୁଟିପରି ଗୋଲାକାର ଓ ସରୁ ହୋଇଥାଏ ।

ଶ୍ରେଣୀବିଭାଗ ସମ୍ପାଦନା

  • ଚକୁଳି
  • ସରୁ ଚକୁଳି
  • ବୁଢ଼ା ଚକୁଳି
ଚାଉଳ ଚୁନା, ବିରି ମଣ୍ଡ, ଚିନି/ଗୁଡ, ଛେନା, ନଡିଆ କୋରା ଆଦିକୁ ମିଶାଇ ଏହି ଚକୁଳି ତିଆରି କରାଯାଏ । [୧]
 
ଅଟା ଚକୁଳି
  • ଅଟା ଚକୁଳି: ଅଟା ଚକୁଳି ଅଟାରୁ ତିଆରି ଚକୁଳି ପିଠାକୁ ବୁଝାଇ ଥାଏ । ଏହା ଅଟା, ଲୁଣ ଓ ପିଆଜକୁ ଗୋଳାଇ ତାବାରେ ଭାଜି ତିଆରି କରାଯାଇଥାଏ । ଅଦା ଛେଚି କରି ଏଥିରେ ପକେଇଲେ ଏହାର ସ୍ୱାଦ ଆହୁରି ବଢିଯାଏ । ada
 
ରଜ ଚକୁଳି ପିଠା

ଆଉ ଏକ ପ୍ରକାରର ଅଟା ଚକୁଳିକୁ ଅଟା ସହିତ ଗୁଡ, ନଡିଆ କୋରା ଓ ପାଚିଲା କଦଳୀ ଗୋଳାଇ ତିଆରି କରାଯାଏ ।

ଆହୁରି ଦେଖନ୍ତୁ ସମ୍ପାଦନା

ଦ୍ରଷ୍ଟବ୍ୟ ସମ୍ପାଦନା

ବାହାର ଲିଙ୍କ ସମ୍ପାଦନା