ଚକୁଳି ପିଠା
ଓଡ଼ିଆ ଖାଦ୍ୟ
(ଚକୁଳିରୁ ଲେଉଟି ଆସିଛି)
ଚକୁଳି ପିଠା ଏକ ଓଡ଼ିଆ ଖାଦ୍ୟ ଯାହା ଚାଉଳ ଚୂନା ଓ ବିରିରୁ ତିଆରି ବହଳିଆ ମଣ୍ଡକୁ ତାବାରେ ଭାଜି ତିଆରି କରାଯାଏ ।
ଆରମ୍ଭ | |
---|---|
ମୂଳ ଜାଗା | ଭାରତ |
ଅଞ୍ଚଳ | ଓଡ଼ିଶା |
ଖାଇବାର ସବିଶେଷ | |
ବାଢ଼ିବାର ତାତି | ଗରମ |
ମୂଳ ଉପାଦାନ | ଚାଉଳ ଚୂନା ଓ ବିରି |
ଉପାଦାନ
ସମ୍ପାଦନାଅରୁଆ ଚାଉଳ ଚୂନା, ବିରି ବଟା, ଲୁଣ ଆଦିକୁ ମିଶାଇ କିଛିଘଣ୍ଟା ରଖାଯାଏ । ଏହା ଭଲଭାବେ ଫୁଲିଗଲେ ତାହାକୁ ତାବାରେ ସୋରିଷ ତେଲ ବା ଘିଅରେ ଭାଜି ତିଆରି କରାଯାଏ ।ସାଧାରଣତଃ ବିରିର ପରିମାଣ ଅନୁସାରେ ଚକୁଳିର ଫୁଲିବା ନିର୍ଭର କରେ । ବିରି ଅଧିକ ଦେଲେ ପିଠା ଫୁଲେ ଓ ନରମ ହୋଇଥାଏ , ଓ କମ ଦେଲେ ଦେଲେ ପିଠା ଟାଣୁଆ ଓ ଖଡ ଖଡିଆ ହୋଇଥାଏ । ଏହା ଦେଖିବାକୁ ରୁଟିପରି ଗୋଲାକାର ଓ ସରୁ ହୋଇଥାଏ ।
ଶ୍ରେଣୀବିଭାଗ
ସମ୍ପାଦନା- ଚକୁଳି
- ସରୁ ଚକୁଳି
- ବୁଢ଼ା ଚକୁଳି
- ଚାଉଳ ଚୁନା, ବିରି ମଣ୍ଡ, ଚିନି/ଗୁଡ, ଛେନା, ନଡିଆ କୋରା ଆଦିକୁ ମିଶାଇ ଏହି ଚକୁଳି ତିଆରି କରାଯାଏ । [୧]
- ଅଟା ଚକୁଳି: ଅଟା ଚକୁଳି ଅଟାରୁ ତିଆରି ଚକୁଳି ପିଠାକୁ ବୁଝାଇ ଥାଏ । ଏହା ଅଟା, ଲୁଣ ଓ ପିଆଜକୁ ଗୋଳାଇ ତାବାରେ ଭାଜି ତିଆରି କରାଯାଇଥାଏ । ଅଦା ଛେଚି କରି ଏଥିରେ ପକେଇଲେ ଏହାର ସ୍ୱାଦ ଆହୁରି ବଢିଯାଏ । ada
ଆଉ ଏକ ପ୍ରକାରର ଅଟା ଚକୁଳିକୁ ଅଟା ସହିତ ଗୁଡ, ନଡିଆ କୋରା ଓ ପାଚିଲା କଦଳୀ ଗୋଳାଇ ତିଆରି କରାଯାଏ ।
ଆହୁରି ଦେଖନ୍ତୁ
ସମ୍ପାଦନାଦ୍ରଷ୍ଟବ୍ୟ
ସମ୍ପାଦନାବାହାର ଲିଙ୍କ
ସମ୍ପାଦନା- ଓଡ଼ିଆ ନାରୀ.କମ Archived 2011-04-23 at the Wayback Machine.