ଧୁଡୁକି
ଧୁଡୁକି (ଘୁଡ଼ୁକି ଭାବେ ମଧ୍ୟ ଜଣାଶୁଣା), ଓଡ଼ିଶାର ଏକ ପାରମ୍ପାରିକ ବାଦ୍ୟ ଯନ୍ତ୍ର ।[୨] ଏହାକୁ ଭିତ୍ତି କରି ପରିବେଷିତ ହେଉଥିବା ଲୋକକଳା ଘୁଡ଼ୁକି ବା ଧୁଡ଼ୁକି ନାଚ ନାମରେ ପରିଚିତ । ଧୁଡୁକିଆ ଶବର(ମୁଣ୍ଡପୋତା କେଳା) ସମ୍ପ୍ରଦାୟର ଲୋକେ ଏହି ବାଜା ବଜେଇ, ଲୋକମାନଙ୍କର ମନୋରଞ୍ଜନ କରନ୍ତି । ଧୁଡୁକି ବଜେଇ, ଏମାନେ ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟକବିତା, ରାଧାକୃଷ୍ଣଙ୍କ ପ୍ରେମ କାହାଣୀ, ବିଭିନ୍ନ ଗ୍ରନ୍ଥ ଉପନିଷେଦର କଥା ବୋଲି ଶୁଣେଇଥାନ୍ତି । ଢେଙ୍କାନାଳ, ନୟାଗଡ଼, ଯାଜପୁର ଆଦି ଅଞ୍ଚଳରେ ଏହି କଳାକାରମାନେ ଦେଖାଯାଆନ୍ତି । [୩]
ଧୁଡୁକି ବା ଘୁଡ଼ୁକି | |
---|---|
ମାଧ୍ୟମ | ବାଦ୍ୟ ଯନ୍ତ୍ର |
ସଂସ୍କୃତି | ଓଡ଼ିଆ ଚଳଣି[୧] |
ସୃଷ୍ଟି | ଓଡ଼ିଶା |
ଧୁଡୁକି, ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ବାଦ୍ୟଯନ୍ତ୍ର ଓ ବଜେଇବା ଲୋକେ ନିଜେ ଏହାକୁ ତିଆରି କରିଥାନ୍ତି । କାଠର ଏକ ନଳର ଗୋଟିଏ ପାର୍ଶ୍ୱରେ ଏକପ୍ରକାର ଚମଡାର ଆବରଣ ପକାଯାଇ, ତାହାର ମଧ୍ୟଭାଗରେ ଏକ ପ୍ଲାଷ୍ଟିକ ବା ଧାତୁ ନିର୍ମିତ ଡୋରି ବନ୍ଧାଯାଇଥାଏ । ଡୋରିର ଅନ୍ୟ ପ୍ରାନ୍ତରେ ଏକ ଦଣ୍ଡ ବନ୍ଧାଯାଇଥାଏ । କାଖରେ ଧୁଡୁକିର ନଳରଖି, ପାପୁଲିରେ ଦଣ୍ଡକୁ ଭିଡିଧରିବା ସହ, ଅନ୍ୟ ହାତର ଚାରି ଆଙ୍ଗୁଠି ସାହାଯ୍ୟରେ ଡୋରିକୁ ଟାଣି ଏହାକୁ ବଜାଯାଏ । ଏହାର ଧ୍ୱନୀକୁ ଆହୁରି ସୁନ୍ଦର କରିବା ପାଇଁ, ଦଣ୍ଡରେ ଘୁଙ୍ଗୁର ମଧ୍ୟ ବନ୍ଧାଯାଇଥାଏ । ଧୁଡୁକିର ତାଳେ ତାଳେ, ଘୁଙ୍ଗୁରର ଶବ୍ଦ ବେଶ ମଧୁର ଧ୍ୱନୀ ସୃଷ୍ଟିକରିଥାଏ । [୪]
ଗଞ୍ଜାମରେ ଏହା 'କାଲା ଘୁଡ଼ୁକି' ଭାବରେ ଜଣା । ଘୁଡ଼ୁକି ଯନ୍ତ୍ରଟି ମୂଳତଃ ଶୁଦ୍ଧଶବର ଜାତିମାନଙ୍କ ନୃତ୍ୟଗୀତରୁ ଉତ୍ପନ୍ନ । ଗଞ୍ଜାମର ପୁରାତନ ଗୁରୁ ପ୍ରାଣବନ୍ଧୁ ତରାଇ ଘୁଡ଼ୁକିକୁ ସର୍ବପ୍ରଥମେ ନୂଆ ରୂପ ଦେଇ ବହୁ ପ୍ରସିଦ୍ଧ କରେଇପାରିଥିଲେ । ସେ ଅଳ୍ପ କାଲା ଥିବାରୁ ଲୋକେ ଧୀରେ ଧୀରେ 'କାଲା ଘୁଡ଼ୁକି' ଭାବେ ସମ୍ବୋଧନ କରିବା ଆରମ୍ଭ କରିଲେ । ପ୍ରାଣବନ୍ଧୁଙ୍କ ପୁତ୍ର ନୀଳକଣ୍ଠ ତରାଇ ମଧ୍ୟ ଘୁଡ଼ୁକିନାଟର ପ୍ରମୁଖ ଗୁରୁମାନଙ୍କ ମଧ୍ୟରୁ ଅନ୍ୟତମ । ସମୟ କ୍ରମେ ଭାରତ ଲୀଳାରେ ମଧ୍ୟ ଘୁଡ଼ୁକି ନାଟର କିୟଦଂଶ ସନ୍ନିବେଶିତ ହୋଇଛି ।
ଆଧାର
ସମ୍ପାଦନା- ↑ S. Gajrani (2004). History, Religion and Culture of India. Gyan Publishing House. pp. 226–. ISBN 978-81-8205-063-1.
- ↑ "ଆର୍କାଇଭ୍ କପି". Archived from the original on 2014-09-27. Retrieved 2014-11-26.
{{cite web}}
: Cite has empty unknown parameter:|1=
(help) - ↑ http://www.merinews.com/article/fading-tunes-of-dhuduki/150582.shtml
- ↑ ପ୍ରମେୟ ୨୬/୧୧/୨୦୧୪ ପୃଷ୍ଠା ୧୫