ଘଡ଼ିଭାତ (ଖାଡ଼ିମରା ଭାତ, କଣ୍ଟଭାତ ନାମରେ ମଧ୍ୟ ଜଣା[୧]) ଏକ ଭାରତୀୟ ରନ୍ଧା ଖାଦ୍ୟ । ଏହା ପେଜଗଳା ହେଉନଥିବା ଭାତ ଓ ଏହାକୁ ଓଡ଼ିଶାର ଗାଁ ଗହଳିରେ ଆଠମାସ ବୟସରେ ଛୋଟପିଲାଙ୍କୁ ଭାତଖିଆରେ ଖୁଆ ଯାଉଥାଏ । ଏହାକୁ ତିଆରି କରିବା ପାଇଁ ଗୋଟିଏ ମାଟି ଘଡ଼ି ବା ଆଲୁମିନିଅମ ଡେକଚିରେ ଚାଉଳ, ମୁଗଜାଇ, କଦଳୀ, ଆଳୁ, ଶିମ୍ବ ଆଦି ପକାଇ ଚୁଲିର ରଡ଼ ନିଆଁରେ ବସାଇଦିଆଯାଏ । ପରେ ସେଥିରେ ଲୁଣ, ହଳଦୀଚିନି ଆବଶ୍ୟକ ଅନୁସାରେ ଦେଇ ସିଝାଯାଏ । ଓହ୍ଲାଇବା ଆଗରୁ ସେଥିରେ ଅଳ୍ପ କ୍ଷୀର ବା ଘିଅ ମଧ୍ୟ ମିଶାଯାଇପାରେ । ଏହି ପିଲାଙ୍କ ପାଇଁ ପୁଷ୍ଟିକର ଓ ସ୍ୱାସ୍ଥ୍ୟପ୍ରଦ ହୋଇଥାଏ ।[୨]

ଆଧାର ସମ୍ପାଦନା

  1. "भारतवाणी: Dictionary". भारतवाणी. Retrieved 22 September 2020.[permanent dead link]
  2. ଦେବୀ, ପ୍ରସନ୍ନ କୁମାରୀ (2008). ଓଡ଼ିଶୀ ରନ୍ଧନ କଳା. କଟକ: ଅଗ୍ରଦୂତ.