ଗ୍ରେଗୋରୀ ମିଞ୍ଜ

ଓଡ଼ିଆ ରାଜନୀତିଜ୍ଞ

ଗ୍ରେଗୋରୀ ମିଞ୍ଜ (ଜନ୍ମ: ୧୫ ଡିସେମ୍ବର ୧୯୬୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୨୦୦୪ ଓ ୨୦୦୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ରାଜଗାଙ୍ଗପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୩ଶ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଗ୍ରେଗୋରୀ ମିଞ୍ଜ
ବିଧାୟକ: ୧୩ଶ, ୧୪ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୧୪
ପୂର୍ବ ଅଧିକାରୀମଙ୍ଗଳା କିଶାନ
ପର ଅଧିକାରୀମଙ୍ଗଳା କିଶାନ
ନିର୍ବାଚନ ମଣ୍ଡଳୀରାଜଗାଙ୍ଗପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1963-12-15) ୧୫ ଡିସେମ୍ବର ୧୯୬୩ (ବୟସ ୬୦)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀଆନାଷ୍ଟାସିଆ ମିଞ୍ଜ
ବାପା/ବୋଉଷ୍ଟାନିସ୍ଲାସ୍ ମିଞ୍ଜ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଗ୍ରେଗୋରୀ ମିଞ୍ଜ ୧୯୬୩ ମସିହାର ଡିସେମ୍ବର ମାସ ୧୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଷ୍ଟାନିସ୍ଲାସ୍ ମିଞ୍ଜ ଓ ପତ୍ନୀଙ୍କ ନାମ ଆନାଷ୍ଟାସିଆ ମିଞ୍ଜ ।[୨]

ରାଜନୈତିକ ଜୀବନ ସମ୍ପାଦନା

ଗ୍ରେଗୋରୀ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।[୨]

ଆଧାର ସମ୍ପାଦନା

  1. "LIST OF MEMBERS OF ODISHA LEGISLATIVE ASSEMBLY (1951–2004)" (PDF). ODISHA REFERENCE ANNUAL: 458. 2011. Retrieved 29 August 2020.
  2. ୨.୦ ୨.୧ "Shri Gregory Minz". odishaassembly.nic.in. Odisha Assembly. Retrieved 25 October 2020.