ଗୋବିନ୍ଦ ଚନ୍ଦ୍ର ସେଠୀ
ଗୋବିନ୍ଦ ଚନ୍ଦ୍ର ସେଠୀ (୨୪ ଜୁନ ୧୯୨୪ - ୩୦ ମଇ ୧୯୯୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୪ଥର କାର୍ଯ୍ୟ କରିଥିଲେ । ୧୯୫୨, ୧୯୬୧, ୧୯୭୧ ଓ ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କାକଟପୁର-ନିମାପଡ଼ା ଯୁଗ୍ମ ଓ ନିମାପଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ, ୩ୟ, ୫ମ ଓ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଗୋବିନ୍ଦ ଚନ୍ଦ୍ର ସେଠୀ | |
---|---|
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୦ | |
ପୂର୍ବ ଅଧିକାରୀ | ନୀଳମଣି ସିଂହ |
ପର ଅଧିକାରୀ | ରବୀନ୍ଦ୍ର କୁମାର ସେଠୀ |
ନିର୍ବାଚନ ମଣ୍ଡଳୀ | ନିମାପଡ଼ା |
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୪ | |
ପୂର୍ବ ଅଧିକାରୀ | ନୀଳମଣି ସିଂହ |
ପର ଅଧିକାରୀ | ନୀଳମଣି ସିଂହ |
ନିର୍ବାଚନ ମଣ୍ଡଳୀ | ନିମାପଡ଼ା |
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୬୭ | |
ପର ଅଧିକାରୀ | ନୀଳମଣି ସିଂହ |
ନିର୍ବାଚନ ମଣ୍ଡଳୀ | ନିମାପଡ଼ା |
ବିଧାୟକ: ୧ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୨ – ୧୯୫୭ | |
ନିର୍ବାଚନ ମଣ୍ଡଳୀ | କାକଟପୁର-ନିମାପଡ଼ା (ଯୁଗ୍ମ) |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୪ ଜୁନ ୧୯୨୪ |
ମୃତ୍ୟୁ | ୩୦ ମଇ ୧୯୯୦ | (ବୟସ ୬୫)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ପାର୍ଟି, ଉତ୍କଳ କଂଗ୍ରେସ |
ଜୀବନ ସାଥୀ | ସୁଲୋଚନା ଦେଇ |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ପରିବାର ଓ ଶିକ୍ଷା
ସମ୍ପାଦନାଗୋବିନ୍ଦ ଚନ୍ଦ୍ର ସେଠୀ ୧୯୨୪ ମସିହାର ଜୁନ ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ସୁଲୋଚନା ଦେଇ ।[୧]
ରାଜନୈତିକ ଜୀବନ
ସମ୍ପାଦନାଗୋବିନ୍ଦ ଓଡ଼ିଶା ରାଜନୀତିରେ ପ୍ରଥମେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ଏବଂ ପରେ ସେ ଉତ୍କଳ କଂଗ୍ରେସ ଓ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ୪ଥର କାର୍ଯ୍ୟ କରିଥିଲେ । ୧୯୭୨ ମସିହାରୁ ୧୯୭୩ ମସିହା ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]
ବିଧାନ ସଭା ସଭ୍ୟ ବିବରଣୀ
ସମ୍ପାଦନାଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
---|---|---|---|---|
୧୯୫୨ | ୧୯୫୭ | ସଭ୍ୟ, ୧ମ ଓଡ଼ିଶା ବିଧାନ ସଭା | କାକଟପୁର-ନିମାପଡ଼ା | ଭାରତୀୟ ଜାତୀୟ କଂଗ୍ରେସ |
୧୯୬୧ | ୧୯୬୭ | ସଭ୍ୟ, ୩ୟ ଓଡ଼ିଶା ବିଧାନ ସଭା | ନିମାପଡ଼ା | ଭାରତୀୟ ଜାତୀୟ କଂଗ୍ରେସ |
୧୯୭୧ | ୧୯୭୪ | ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା | ନିମାପଡ଼ା | ଉତ୍କଳ କଂଗ୍ରେସ |
୧୯୭୭ | ୧୯୮୦ | ସଭ୍ୟ, ୭ମ ଓଡ଼ିଶା ବିଧାନ ସଭା | ନିମାପଡ଼ା | ଜନତା ପାର୍ଟି |
ମୃତ୍ୟୁ
ସମ୍ପାଦନାଗୋବିନ୍ଦ ୧୯୯୦ ମସିହାର ମଇ ୩୦ ତାରିଖରେ ୬୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Shri Gobinda Chandra Sethi". odishaassembly.nic.in. Odisha Assembly. Retrieved 22 March 2021.