ଗୋବିନ୍ଦ ଚନ୍ଦ୍ର ଉଦ୍ଗାତା
ଗୋବିନ୍ଦ ଚନ୍ଦ୍ର ଉଦ୍ଗାତା, (ଜନ୍ମ: ୪ ମାର୍ଚ୍ଚ ୧୯୨୦) ଜଣେ ଓଡ଼ିଆ ସାହିତ୍ୟିକ ଓ ସମ୍ପାଦକ ।[୧] ବୃତ୍ତିରେ ଶିକ୍ଷାବିତ ଗୋବିନ୍ଦ ଚନ୍ଦ୍ର, କବିତା, ପ୍ରବନ୍ଧ, ନାଟକ ଓ ଅନୁବାଦ ଆଦି ସାହିତ୍ୟର ବହୁ ବିଭାଗରେ ଲେଖନି ଚାଳନା କରିଛନ୍ତି । ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ।
ଗୋବିନ୍ଦ ଚନ୍ଦ୍ର ଉଦ୍ଗାତା | |
---|---|
ଜନ୍ମ | ଟିକରପଡା, ବଲାଙ୍ଗୀର | ୪ ମାର୍ଚ୍ଚ ୧୯୨୦
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ |
ପିତାମାତା | ଶ୍ରୀଧର ଉଦ୍ଗାତା (ବାପା) |
ସମ୍ପର୍କୀୟ | ଶ୍ରୀନିବାସ ଉଦ୍ଗାତା (ସାନ ଭାଇ) |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ବ୍ୟକ୍ତିଗତ ଜୀବନ
ସମ୍ପାଦନାଗୋବିନ୍ଦ୍ର ଚନ୍ଦ୍ର ୧୯୨୦ ମସିହା ମାର୍ଚ୍ଚ ୪ ତାରିଖରେ ବଲାଙ୍ଗୀର ଜିଲ୍ଲାର ଟିକରପଡାଠାରେ ଜନ୍ମଗ୍ରହଣ କରିଥିଲେ । ପାରିବାରିକ ଅସୁବିଧା ଯୋଗୁ ସେ ବିଧିବଦ୍ଧଭାବେ ମହାବିଦ୍ୟାଳୟରେ ଅଧ୍ୟୟନ ନକରି, ଘରୋଇ ଭାବରେ ପାଠ ପଢ଼ି ସ୍ନାତକ ହୋଇଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ଲାଭ କରିଛନ୍ତି । ସେ ସଂସ୍କୃତରେ ମଧ୍ୟ ନାଗପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଲାଭ କରିଛନ୍ତି । ବିଦ୍ୟାଳୟ ଶିକ୍ଷକ ଭାବରେ ସେ ନିଜ କର୍ମମୟ ଜୀବନ ଆରମ୍ଭ କରି, ପରବର୍ତ୍ତୀ ସମୟରେ ମହାବିଦ୍ୟାଳୟରେ ଅଧ୍ୟାପନା କରିଥିଲେ ।[୨] [୩]
ସାହିତ୍ୟିକ ଜୀବନ
ସମ୍ପାଦନାସପ୍ତମ ଶ୍ରେଣୀରେ ପଢୁଥିବା ସମୟରେ "ମଞ୍ଜରୀ" ନାମକ ହାତଲେଖା ପତ୍ରିକା ସମ୍ପାଦନାରୁ ଗୋବିନ୍ଦ ଚନ୍ଦ୍ରଙ୍କ ସାହିତ୍ୟ ସର୍ଜନା ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ସେ ପତ୍ରିକା ସମ୍ପାଦନା ସହିତ, ମୌଳିକ ସାହିତ୍ୟ ରଚନା ମଧ୍ୟ କରିଥିଲେ ।
ସମ୍ପାଦନା
ସମ୍ପାଦନାଅନ୍ୟାନ୍ୟ
ସମ୍ପାଦନା- କାବ୍ୟଶିଳ୍ପୀ ଗଙ୍ଗାଧର[୬]
- ରମାକାନ୍ତ ରଥଙ୍କ କବିତା ସଂକଳନ ଶ୍ରୀରାଧାର ସଂସ୍କୃତ ଅନୁବାଦ
- ଅଳଙ୍କାର ପ୍ରସଙ୍ଗ
- ମାଘ କବି (ଚନ୍ଦ୍ରିକା ପ୍ରସାଦ ଶୁକ୍ଳଙ୍କ ହିନ୍ଦୀ ପୁସ୍ତକର ଓଡ଼ିଆ ଅନୁବାଦ)[୭]
ସମ୍ମାନ ଓ ପୁରସ୍କାର
ସମ୍ପାଦନା- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୪ (କାବ୍ୟଶିଳ୍ପୀ ଗଙ୍ଗାଧର ପୁସ୍ତକ ପାଇଁ)[୮]
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୮୦ (ଅଳଙ୍କାର ପ୍ରସଙ୍ଗ ପାଇଁ)[୯]
ଆଧାର
ସମ୍ପାଦନା- ↑ Gaṅgādhara Mehera; Madhusūdana Pati; Sambalpur University (2001). Gangadhar Meher, selected works. Sambalpur University.
- ↑ All India Civil List. Published under the authority of the Government of India by the Associated Advertisers & Printers. July 1968.
- ↑ ସମ୍ବାଦ ୦୪/୦୩/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪ http://sambadepaper.com/Details.aspx?id=236577&boxid=22243427. Retrieved 4 March 2016.
{{cite news}}
: Missing or empty|title=
(help)[permanent dead link] - ↑ Indian Periodicals Record. 1969.
- ↑ Giridhari Prasad Guru (2003). The tides of time: a memoir. Geeta Guru.
- ↑ Sahitya Akademi (2000). General Information as on ... The Akademi.
- ↑ Chandika Prasad Sukla (1 January 1991). Magha Kabi. Sahitya Akademi Publications. ISBN 978-81-7201-108-6.
- ↑ "AKADEMI AWARDS (1955-2020)". କେନ୍ଦ୍ର ସାହିତ୍ୟ ଏକାଡେମୀ. Retrieved 18June 2021.
{{cite web}}
: Check date values in:|accessdate=
(help) - ↑ http://odisha.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf