ପୀତାମ୍ବରୀ ଦେବୀ

ଭାରତୀୟ ଓଡ଼ିଆ-ଭାଷୀ ଲେଖିକା ଓ ବିଶ୍ୱକୋଷ ସଂକଳିକା

ପୀତାମ୍ବରୀ ଦେବୀ ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା ଓ ବିଶ୍ୱକୋଷକାର ଥିଲେ । ସେ "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ"ର ସହସଂକଳିକା ଥିଲେ । ଏହା ବ୍ୟତୀତ ସେ "କାନ୍ତରା ବାବୁ", "ବାଇଦାସଙ୍କ ଭଜନ", "ଉତ୍କଳ କାହାଣୀ ଦ୍ୱିତୀୟ ଭାଗ", "ଢଗ ଢମାଳୀ ବଚନ" ପ୍ରଥମ ଓ ଦ୍ୱିତୀୟ ଭାଗ, "ଛାନ୍ଦ କଞ୍ଚନବତୀ" ଆଦି ପୁସ୍ତକ ରଚନା କରିଥିଲେ ।[୧] ସେ କେତୋଟି ଭଜନ, ଶିଶୁଗୀତ ଏବଂ କୋଇଲୀ, ହଳଦୀବସନ୍ତ ଆଦି ଗୀତ ମଧ୍ୟ ଲେଖିଥିଲେ ।[୨]

ପୀତାମ୍ବରୀ ଦେବୀ
ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ଥିବା ପୀତାମ୍ବରୀ ଦେବୀଙ୍କ ଫଟୋ
ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ଥିବା ପୀତାମ୍ବରୀ ଦେବୀଙ୍କ ଫଟୋ
ଜନ୍ମ ଓ ଜନ୍ମସ୍ଥାନ(1904-06-12)୧୨ ଜୁନ ୧୯୦୪
ପୁରୀ ଜିଲ୍ଲା
ବୃତ୍ତିଲେଖିକା, ବିଶ୍ୱକୋଷ ସଂକଳିକା
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ
ସାହିତ୍ୟ କୃତିପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ,
କାନ୍ତାର ବାବୁ

ଜୀବନୀ ସମ୍ପାଦନ କରନ୍ତୁ

ପୀତାମ୍ବରୀ ଦେବୀ ଓଡ଼ିଶାର ପୁରୀ ଜିଲ୍ଲାରେ ୧୯୦୪ ମସିହା ଜୁନ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତତ୍କାଳୀନ ସମାଜର ବାଲ୍ୟବିବାହ ଅନୁସାରେ ସେ ବିବାହ କରିଥିଲେ । ତାଙ୍କ ବିବାହର କିଛି ବର୍ଷ ପରେ ୧୯୧୯ ମସିହା ଜୁଲାଇ ୮ ତାରିଖରେ ତାଙ୍କ ସହଧର୍ମୀଙ୍କ ଦେହାନ୍ତ ହୋଇଯାଇଥିଲା ଓ ସେ "ବାଲ୍ୟବିଧବା" (ଉକ୍ତ ସମୟରେ ପ୍ରଚଳିତ ଶବ୍ଦ) ହୋଇଯାଇଥିଲେ । ଦେବୀଙ୍କ ସାନଭଉଣୀ ମୁକ୍ତାମଣି "ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ"ର ମୁଖ୍ୟ ସଂକଳକ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କୁ ବିବାହ କରିଥିଲେ । ମୁକ୍ତାମଣିଙ୍କଠାରୁ ଅଲଗା ହେବା ପରେ ପ୍ରହରାଜ ତାଙ୍କ ସହ ତାଙ୍କ କଟକସ୍ଥିତ ବସାରେ ରହୁଥିଲେ । ଦୁହେଁ ବିଧିବଦ୍ଧ ଭାବେ ବିବାହ କରିନଥିଲେ ମଧ୍ୟ ପତି-ପତ୍ନୀ ଭାବେ ୧୯୨୦ ମସିହାରୁ ୧୯୪୫ ମସିହାରେ ପ୍ରହରାଜଙ୍କ ମୃତ୍ୟୁ ପର୍ଯ୍ୟନ୍ତ ରହୁଥିଲେ ।[୩] ଏହି ସମୟରେ ସେ ପ୍ରହରାଜଙ୍କ ସମସ୍ତ ଖର୍ଚ୍ଚ ବହନ କରୁଥିଲେ ।[୧]

ସାହିତ୍ୟ ରଚନା ସମ୍ପାଦନ କରନ୍ତୁ

"ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ"ର ସଂକଳନ ନିମନ୍ତେ ଶବ୍ଦସଂଗ୍ରହ, ସଂଶୋଧନ ଆଦି କାମରେ ସେ ୧୯୧୯ ମସିହାରୁ ୨୧ରୁ ଅଧିକ ବର୍ଷ ଧରି ଦାୟିତ୍ୱ ନିର୍ବାହ କରିଥିଲେ । ସେ ଗାଆଁ ଗଣ୍ଡାର ଅଶିକ୍ଷିତ ଲୋକମାନଙ୍କଠାରୁ ଅନେକ ଗାଉଁଲି ଶବ୍ଦ ଭାଷାକୋଷର ପାଣ୍ଠୁଲିପି ପାଇଁ ସଂଗ୍ରହ କରିଆଣିଥିଲେ |[୪] ତାଙ୍କ ରଚିତ କାନ୍ତରା ବାବୁ ପୁସ୍ତକର ଅବତାରଣାରେ କୁଳମଣି ଦାଶ ଲେଖିଥିଲେ, "ପୁସ୍ତକର ଭାଷା ସମ୍ବନ୍ଧରେ ମୁଁ ଏତିକି କହିପାରେଁ ଯେ, ଏହା ସର୍ବଥା କୃତ୍ରିମତା ଦୋଷମୁକ୍ତ । ଯେଉଁ ଭାଷାରେ ପୁରୀ ଅଞ୍ଚଳରେ ସ୍ତ୍ରୀମାନେ ସାଧାରଣତଃ କଥାଭାଷା କରନ୍ତି ଓ ପରସ୍ପର ମଧ୍ୟରେ ଭାବ ଆଦାନପ୍ରଦାନ କରନ୍ତି ଏହା ଠିକ ସେହି ଭାଷା । ନାନା ବୈଦେଶିକ ପ୍ରଭାବରୁ ସ୍ତ୍ରୀମହଲରେ ଭାଷାରେ ମଧ୍ୟ କୃତ୍ରିମତା ପଶିଅଛି; କିନ୍ତୁ ଲେଖିକା ସଥାସମ୍ବବ ସେଥିରୁ ନିଜ ଲେଖାକୁ ଦୋଷମୁକ୍ତକରିପାରିଅଛନ୍ତି, ଏହାହିଁ ତାଙ୍କର ବିଶେଷତ୍ୱ । ଓଡ଼ିଆରେ ଶ୍ରୀମତୀ କୁନ୍ତଳା କୁମାରୀଙ୍କ ବ୍ୟତୀତ ଅନ୍ଯ କେହି ଏଭଳି ଭାଷାରେ ଲେଖିଥିବା ବହି ଏପର୍ଯ୍ୟନ୍ତ ମୋ ଆଖିରେ ପଡ଼ିନାହିଁ ।"

ରଚନାବଳୀ ସମ୍ପାଦନ କରନ୍ତୁ

  • ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ (ସହସଂକଳିକା)
  • କାନ୍ତରା ବାବୁ (୧୯୩୧)[୧]
  • ବାଇଦାସଙ୍କ ଭଜନ
  • ଉତ୍କଳ କାହାଣୀ ଦ୍ୱିତୀୟ ଭାଗ
  • ଢଗ ଢମାଳୀ ବଚନ (ପ୍ରଥମ ଭାଗ)
  • ଢଗ ଢମାଳୀ ବଚନ (ଦ୍ୱିତୀୟ ଭାଗ)
  • ଛାନ୍ଦ କଞ୍ଚନବତୀ

ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ସମ୍ପାଦନ କରନ୍ତୁ

ସେ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ସଂକଳନ ନିମନ୍ତେ ୨୧ ବର୍ଷ ଧରି ଶବ୍ଦ ସଂଗ୍ରହ ଓ ସଂଶୋଧନ କାର୍ଯ୍ୟ କରିଥିଲେ । ଏଥିରେ ସେ ପ୍ରହରାଜଙ୍କ ବିଶେଷ ଭାବେ ସହଯୋଗ କରିଥିଲେ ।[୧] ପାଞ୍ଚ ବର୍ଷ ମଧ୍ୟରେ ସେ ଗଉଡ଼, ବାରିକ, ବଢ଼େଇ, ଚଷା, କେଉଟ, ତନ୍ତୀ ଆଦି ଜାତିର ଲୋକଙ୍କ ଘରେ ପ୍ରଚଳିତ ଦେଶଜ ଶବ୍ଦ ସଂଗ୍ରହ କରିଥିଲେ । ତାତ୍କାଳୀକ ସମାଜରେ କଠୋର ଜାତିପ୍ରଥା ହେତୁ ଦଳିତ ଜାତିର ଲୋକଙ୍କ କଥିତ ଭାଷା ସାହିତ୍ୟରେ ବ୍ୟବହାର ହେଉନଥିଲା ଓ କଥିତ ଶବ୍ଦାବଳୀ ବିଲୁପ୍ତ ହେବାର ଭୟ ଥିଲା । ଏଥି ସହିତ ସେ ଗ୍ରାମୀଣ ମହିଳାମାନଙ୍କଦ୍ୱାରା କଥିତ ଶବ୍ଦାବଳୀ ଓ ଗୀତ ଆଦି ସଂଗ୍ରହ କରିଥିଲେ ଓ ସେସବୁକୁ ଭାଷାକୋଷରେ ଯୋଡ଼ିଥିଲେ ।[୫] ଏହା ସହିତ ସେ ଭାଷାକୋଷର ସଂକଳନ ନିମନ୍ତେ ଲୋଡ଼ା ଅର୍ଥ ମଧ୍ୟ ଦେଇଥିଲେ । ୧୯୩୭ ମସିହାରେ ପ୍ରହରାଜ ଏକ ଚିଠିରେ ଉଲ୍ଲେଖ କରିଥିଲେ, "ଶ୍ରୀମତୀ ପୀତାମ୍ବରୀ ଯୋଗୁଁ (ତାଙ୍କପ୍ରଦତ୍ତ ଧନ, ଗଉଳ, ଡାଲି, ପରିବାରେ ଓ ତାଙ୍କର ଭାଷାକୋଷର ପାଣୁଲିପି, ପ୍ରଫ୍‌ ଦେଖା ଓ ଶବ୍ଦ ସଂଗ୍ରହରେ, ଭାଷାକୋଷ ପରି ବିରାଟ ଗ୍ରନ୍ଥ ଓଡ଼ିଆ ଜାତି ଦେଖୂଲା। ଏପରି ଅବସ୍ଥାରେ ମୁଁ ଶଯ୍ୟାଶାୟୀ ହେଲେ ମୋ ମୁହଁରେ ଟୋପାଏ ପାଣି ଦେବାକୁ କେହି ନାହି ।" ।[୨]

ଆଧାର ସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ ୧.୩ ପୀତାମ୍ବରୀ ଦେବୀ; Pitambari Devi (1931). କାନ୍ତରା ବାବୁ.
  2. ୨.୦ ୨.୧ ରାଧାଚରଣ ପଣ୍ଡା; ସୁଦର୍ଶନ ଆଚାର୍ଯ୍ୟ; ସୁଦର୍ଶନ ଆଚାର୍ଯ୍ୟ; Sudarshana Acharya; Rādhācaraṇa Paṇḍā, Sudarśana Ācārẏa; Radhacharana Panda; Sudarshana Acharya; Rādhācaraṇa Paṇḍā, Sudarśana Ācārẏa (2010). ଗୋପାଳ ଚନ୍ଦ୍ର ପ୍ରହରାଜ.
  3. Panigrahi, J; Mohapatra. "Chandrasekhar Praharaj And Ors. vs Pitambari Dibya on 28 January, 1953". Indian Kanoon. Indian Kanoon. Archived from the original on 2022-08-26. Retrieved 2022-08-26.
  4. Lua error in ମଡ୍ୟୁଲ:Citation/CS1/Date_validation at line 335: attempt to compare nil with number.
  5. "HASSLES OVER BHASHAKOSHA: HIGH COURT SHOULD INTEREVENE". Orissa Matters (in ଆମେରିକୀୟ ଇଂରାଜୀ). 2006-11-13. Retrieved 2022-08-26.