ଗୋପାଳ ଚନ୍ଦ୍ର ପଟ୍ଟନାୟକ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଗୋପାଳ ଚନ୍ଦ୍ର ପଟ୍ଟନାୟକ ଜଣେ ଓଡ଼ିଆ ଲେଖକ ତଥା ନାଟ୍ୟକାର ଥିଲେ, ଯିଏକି ୧୯୯୦ ମସିହାରେ ତାଙ୍କ ରଚିତ ପୁସ୍ତକ ସମୁଦ୍ର ମନ୍ଥନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[] ସେ ବିଜ୍ଞାନ ପ୍ରଭା ପତ୍ରିକାର ସମ୍ପାଦକ ମଣ୍ଡଳୀର ସଦସ୍ୟ ଥିଲେ ।[]

ଗୋପାଳ ଚନ୍ଦ୍ର ପଟ୍ଟନାୟକ
ଜନ୍ମ୧୯୩୧
ବଳରାମପୁର, ଯାଜପୁର
ମୃତ୍ୟୁ୨୭ ନଭେମ୍ବର ୨୦୧୫(୨୦୧୫-୧୧-୨୭)
ବିଜେବି ନଗର, ଭୁବନେଶ୍ୱର
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୃତ୍ତି
  • ଲେଖକ
ଉଲ୍ଲେଖନୀୟ କୃତିସମୁଦ୍ର ମନ୍ଥନ
ବୈବାହିକ-ସାଥୀବାସନ୍ତୀ ପଟ୍ଟନାୟକ[]
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା), ୧୯୯୦

ସେ ୧୯୩୧ ମସିହାରେ ଯାଜପୁର ଜିଲ୍ଲାର ବଳରାମପୁରଠାରେ ଜନ୍ମଗ୍ରହଣ କରିଥିଲେ । ୨୦୧୫ ମସିହା ନଭେମ୍ବର ୨୭ତାରିଖରେ ଗୋପାଳ ଚନ୍ଦ୍ରଙ୍କର ପରଲୋକ ଘଟିଥିଲା ।[]

ରଚନାବଳୀ

ସମ୍ପାଦନା

ସେ କଲେଜରେ ପଢ଼ିଲାବେଳେ କଟକ ବେତାର କେନ୍ଦ୍ର ପାଇଁ ନାଟକ ଲେଖୁଥିଲେ, ଯାହାକି ଏକାଧିକ ବାର ପ୍ରସାରିତ ହୋଇ ଆଦୃତ ହୋଇଥିଲା । ୧୯୫୨ ମସିହା ପରଠାରୁ ସେ ଲେଖାଲେଖି ବନ୍ଦ କରିଦେଇଥିଲେ ଏବଂ ପରେ ୨୬ ବର୍ଷ ପରେ ୧୯୭୮ ମସିହାରେ ପୁଣିଥରେ ନାଟକ ଲେଖିଥିଲେ । ତାଙ୍କ ରଚିତ ନାଟକ "ଦିନେ ଖରାବେଳେ" ପ୍ରଥମେ କଟକ ବେତାର କେନ୍ଦ୍ରରୁ ଓ ପରେ ସମ୍ବଲପୁର ଓ ଜୟପୁରରୁ ପ୍ରସାରିତ ହୋଇଥିଲେ । ଏହାପରେ ନିୟମିତ ଭାବରେ ସେ ରେଡିଓ ଓ ମଞ୍ଚ ପାଇଁ ନାଟକ ଲେଖିଥିଲେ ।[]ନାଟକକୁ ନେଇ ତାଙ୍କର ନ'ଟି ପୁସ୍ତକ ପ୍ରକାଶିତ ହୋଇସାରିଛି । ସେଥିରେ ପଚାଶରୁ ଅଧିକ ନାଟକ ସ୍ଥାନ ପାଇଛି । ସେହିପରି ତାଙ୍କର ପ୍ରକାଶିତ ୫ଟି ଗଳ୍ପଗ୍ରନ୍ଥରେ ସ୍ଥାନପାଇଛି ଷାଠିଏରୁ ଅଧିକ ଗଳ୍ପ । ଓଡ଼ିଶା ବିତ୍ତ ସେବା ବିଭାଗରେ ସେ ଚାକିରି କରୁଥିଲେ ।[]

ରଚନାବଳୀ

ସମ୍ପାଦନା
ବର୍ଷ ବହିର ନାମ ପ୍ରକାର ପ୍ରକାଶକ
୧୯୪୧ ସ୍ୱାସ୍ଥ୍ୟ ସାଥୀ ପ୍ରବନ୍ଧ
୧୯୪୩ ମାଲେରିଆ ପ୍ରବନ୍ଧ
୧୯୪୪ ଜାତୀୟ ଖାଦ୍ୟ ପ୍ରବନ୍ଧ
୧୯୪୯ ଉଚ୍ଚ ପ୍ରାଥମିକ ସ୍ୱାସ୍ଥ୍ୟ ସାଥୀ
୧୯୭୪ ଶବ୍ଦତତ୍ତ୍ୱ ପ୍ରବନ୍ଧ
୧୯୮୪ ଏବର ଭାଗବତ କବିତା
୧୯୮୭ ଦିହୁଡ଼ି ଗଳ୍ପ ସଂକଳନ
୧୯୮୭ ମୁଁ ହିରୋ ହେବି ନାଟକ
୧୯୯୦ ପଞ୍ଜୁରି ପକ୍ଷୀ ଗଳ୍ପ ସଂକଳନ
୧୯୯୧ ବିଜ୍ଞାନ କଥା – ଆମ ସମ୍ପଦ ବିଜ୍ଞାନ
୧୯୯୧ ବିଜ୍ଞାନ କଥା – ଅଣୁ ବିଜ୍ଞାନ
୧୯୯୧ ବିଜ୍ଞାନ କଥା – ରୋଷେଇଘରେ ବିପ୍ଳବ ବିଜ୍ଞାନ
୧୯୯୧ ବିଜ୍ଞାନ କଥା - ଆଲୋକ ବିଜ୍ଞାନ
୧୯୯୧ ବ୍ରହ୍ମାଙ୍କ ପେଣ୍ଡୁ ଗଳ୍ପ ବିଜ୍ଞାନ
୧୯୯୧ ସହଜ ବିଜ୍ଞାନ ପାଠ କରି ଶିଖିବା ଚାଟ ବିଜ୍ଞାନ
୧୯୯୩ ବିବି ଓ ବଡ଼ବାବୁ ଏବଂ ଅନ୍ୟାନ୍ୟ ହାସ୍ୟ ନାଟିକା ନାଟକ
୧୯୯୮ ସଫାହାତର ବାସ୍ନା ଗଳ୍ପ ସଂକଳନ
୨୦୦୩ ଅପ୍ରେସନ ଏକାଅଶୀ କେଜି ନାଟକ
୨୦୦୩ କମ୍ପାନୀ ଦାୟୀ ନୁହେଁ ନାଟକ
୨୦୦୩ ନୀତା ନୟନା ସମ୍ବାଦ ନାଟକ
୨୦୦୪ ସ୍ୱପ୍ନ ପୁରୁଷ ନାଟକ
୨୦୦୫ ଏକ ଅଚିହ୍ନା ଫୁଲର ବାସ୍ନା ଗଳ୍ପ ସଂକଳନ
୨୦୦୭ କ୍ଷେତୁ ବଞ୍ଜାରାର ଖେଳ ଉପନ୍ୟାସ
୨୦୦୭ କାନ୍ଥ ଓ କଣ୍ଟାର ପ୍ରସଙ୍ଗ ନାଟକ
ସମୁଦ୍ର ମନ୍ଥନ ନାଟକ
କୁହୁଡି
ପଞ୍ଜୁରି ପକ୍ଷୀ
ଦିହୁଡି
ସଫା ହାତର ବାସ୍ନା
ସ୍ୱପ୍ନ ପୁରୁଷ
ସବୁ ରାସ୍ତା ଏକା ଏକା[]

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  1. ୧.୦ ୧.୧ ଗୋପାଳ ଚନ୍ଦ୍ର ପଟ୍ଟନାୟକ (1987). ମୁଁ ହିରୋ ହେବି (in Oriya).{{cite book}}: CS1 maint: unrecognized language (link)
  2. ୨.୦ ୨.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 11 September 2016. Retrieved 11 April 2024.
  3. "ବିଜ୍ଞାନ ପ୍ରଭା" (PDF). ବିଜ୍ଞାନ ପ୍ରଭା. 1973. Retrieved 11 April 2024.
  4. "ପ୍ରଦକ୍ଷିଣ". ଧରିତ୍ରୀ ସାହିତ୍ୟାୟନ ଏପ୍ରିଲ ୩୦- ମେ ୧୩, ୨୦୧୬ ପୃଷ୍ଠା ୭. Retrieved 11 May 2016.
  5. http://www.prameyanews7.com/en/nov2015/odisha/7422/Odisha-playwright-Gopal-Patnaik-passes-away-Playwright-Gopal-PatnaikOdisha-Odisha.htm
  6. http://www.dailypioneer.com/state-editions/bhubaneswar/playwright-gopal-patnaik-dies.html
  7. http://odisha.gov.in/e-magazine/orissaannualreference/ORA-2011/pdf/104-108.pdf