ଗିରୀଶ ଚନ୍ଦ୍ର ମୁର୍ମୁ

ଜାମୁ ଓ କାଶ୍ମୀରର ପ୍ରଥମ ଉପ-ରାଜ୍ୟପାଳ

ଗିରୀଶ ଚନ୍ଦ୍ର ମୁର୍ମୁ (ଜନ୍ମ: ୨୧ ନଭେମ୍ବର ୧୯୫୯) ଜଣେ ୧୯୮୫ ମସିହାର ଗୁଜରାଟ କ୍ୟାଡର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ । ୨୦୨୦ ଅଗଷ୍ଟ ୬ ତାରିଖରେ ତାଙ୍କୁ ଭାରତର କମ୍ପଟ୍ରୋଲର ଏଣ୍ଡ ଅଡିଟର ଜେନେରାଲ (ସିଏଜି) ଭାବରେ ନିଯୁକ୍ତି ମିଳିଥିଲା ।[୧] ଏହି ପଦବୀରେ ଅବସ୍ଥାପିତ ହେବାରେ ସେ ପ୍ରଥମ ଓଡ଼ିଆ[୨] ସେ ଏଥି ପୂର୍ବରୁ ୨୦୧୯ ମସିହା ଅକ୍ଟୋବାର ମାସରେ ଜମ୍ମୁ ଓ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ଉପ-ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ ଓ ୨୦୨୦ ଅଗଷ୍ଟ ମାସ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ । ।[୩] ନରେନ୍ଦ୍ର ମୋଦୀ, ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ, ମୁର୍ମୁ ତାଙ୍କ ପ୍ରମୁଖ ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୪]

ଗିରୀଶ ଚନ୍ଦ୍ର ମୁର୍ମୁ
ରାଷ୍ଟ୍ରପତିରାମନାଥ କୋବିନ୍ଦ
ବ୍ୟକ୍ତିଗତ ସବିଶେଷ
ଜନ୍ମ
ଗିରୀଶ ଚନ୍ଦ୍ର ମୁର୍ମୁ

(1959-11-21) ୨୧ ନଭେମ୍ବର ୧୯୫୯ (ବୟସ ୬୪)
ମୟୂରଭଞ୍ଜ, ଓଡ଼ିଶା, ଭାରତ
ଜାତୀୟତାଭାରତୀୟ
ଜୀବନ ସାଥୀସ୍ମିତା ଶୁକ୍ଳା ମୁର୍ମୁ
ସନ୍ତାନ
ଶିକ୍ଷାନୁଷ୍ଠାନ
ବୃତ୍ତିଭାରତୀୟ ପ୍ରଶାସନିକ ସେବା ଅଧିକାରୀ

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ସମ୍ପାଦନା

ମୁର୍ମୁ, ୧୯୫୯ ମସିହାରେ ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଥାନା ଅନ୍ତର୍ଗତ ଖଡ଼ିଶୋଳ ପଞ୍ଚାୟତର କଞ୍ଚତୋଳ ଗ୍ରାମର ଏକ ସାନ୍ତାଳ ଜନଜାତି ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୫] ତାଙ୍କ ପିତା ଭାଗବତ ମୁର୍ମୁ ଜଣେ ସାନ୍ତାଳୀ ସାହିତ୍ୟିକ ଥିଲେ । ମାତାଙ୍କ ନାମ ଥିଲା ପାର୍ବତୀ ମୁର୍ମୁ ।[୬] ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷାଲାଭ କରିଛନ୍ତି । ବର୍ମିଂହାମ ବିଶ୍ୱବିଦ୍ୟାଳୟରୁ, ସେ ଏମବିଏ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ତାଙ୍କ ୮ ଭାଇ ଓ ୨ ଭଉଣୀଙ୍କ ମଧ୍ୟରେ ସେ ଜ୍ୟେଷ୍ଠ ଅଟନ୍ତି ।[୭]

ଭାରତର ସିଏଜି ଦାୟିତ୍ୱ ସମ୍ପାଦନା

୨୦୨୦ ମସିହା ଅଗଷ୍ଟ ୬ ତାରିଖରେ ମୁର୍ମୁଙ୍କୁ ଭାରତର ୧୪ଶ ସିଏଜି ଭାବରେ ନିଯୁକ୍ତ କରାଯାଇଥିଲା ।[୮]

ଜାମ୍ମୁ କାଶ୍ମୀର ଉପ-ଜିଲ୍ଲାପାଳ ଦାୟିତ୍ୱ ସମ୍ପାଦନା

ଜାମ୍ମୁ କାଶ୍ମୀର, କେନ୍ଦ୍ର ଶାସିତ ଅଞ୍ଚଳ ଭାବରେ ସ୍ଥିରିକୃତ ହେବାପରେ, ୨୦୧୯ ମସିହା ଅକ୍ଟୋବର ୩୧ ତାରିଖରେ ମୁର୍ମୁ ଜାମ୍ମୁ କାଶ୍ମୀରର ପ୍ରଥମ ଉପ-ଜିଲ୍ଲାପାଳ ଭାବରେ ଶପଥ ଗ୍ରହଣ କରିଥିଲେ ।[୯] ୨୦୨୦ ମସିହା ଅଗଷ୍ଟ ୫ ତାରିଖରେ ସେ ଏହି ପଦବୀରୁ ଇସ୍ତଫା ଦେଇଥିଲେ ।[୧୦]


ନରେନ୍ଦ୍ର ମୋଦୀଙ୍କ ସହିତ କାର୍ଯ୍ୟ ସମ୍ପାଦନା

୨୦୦୧ ମସିହାରେ, ନରେନ୍ଦ୍ର ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ସେହି ସମୟରେ ସେ ଗୁଜରାଟର ରିଲିଫ କମିଶନର ଭାବରେ କାର୍ଯ୍ୟ କରୁଥିଲେ । ପରେ ସେ ଖଣି ସଚିବ ଓ ଗୁଜରାଟ ନୌବାଣିଜ୍ୟ ବିଭାଗର ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୧୧]

ଗୁଜରାଟ ଗୃହ ସଚିବ ଦାୟିତ୍ୱ ସମ୍ପାଦନା

ମୁର୍ମୁଙ୍କୁ ୨୦୦୪ ମସିହାରେ ଗୁଜରାଟର ଗୃହ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତ ହୋଇଥିଲେ । ସେତେବେଳେ ଗୃହ ବିଭାଗର ମନ୍ତ୍ରୀ ଥିଲେ ଅମିତ ଶାହା

ତାଙ୍କୁ ୨୦୦୨ ମସିହା ଗୁଜରାଟ ଦଙ୍ଗାର ତଦନ୍ତ ଦାୟିତ୍ୱ ମିଳିଥିଲା । ଜେଲରେ ଥିବା ଅମିତ ଶାହାଙ୍କ ବେଲ ପାଇଁ ସେ କାର୍ଯ୍ୟ କରିଥିଲେ । ୨୦୦୮ରେ ମୁର୍ମୁ ମୁଖ୍ୟମନ୍ତ୍ରୀ ସଚିବାଳୟକୁ ସ୍ଥାନାନ୍ତରିତ ହୋଇଥିଲେ ଓ ୨୦୧୪ରେ ମୋଦୀ ପ୍ରଧାନମନ୍ତ୍ରୀ ନିଯୁକ୍ତ ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟ କରିଥିଲେ ।[୧୨]

ବିବାଦ ସମ୍ପାଦନା

୧୯୭୧ର ପ୍ରଶାସନିକ ଅଧିକାରୀ ଆର ବି ଶ୍ରୀକୁମାର, ମୁର୍ମୁଙ୍କୁ ୨୦୦୪ ମସିହାରେ ନାନାବତି କମିଶନଙ୍କ ସାକ୍ଷୀମାନଙ୍କୁ ନିଜ ମନ୍ତବ୍ୟ ବଦଳାଇବା ପାଇଁ ପ୍ରରୋଚିତ କରିଥିଲେ ବୋଲି ଅଭିଯୋଗ ଆଣିଥିଲେ ।[ଆଧାର ଲୋଡ଼ା] ଏହା ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ଆସିଥିବା ସବୁ ଅଭିଯୋଗକୁ ନାକଚ କରିବାରେ ସହାୟକ ହୋଇଥିଲା ବୋଲି ଶ୍ରୀକୁମାର ଅଭିଯୋଗ କରିଥିଲେ । ୨୦୧୩ରେ 'ଇସରତ ଜାହାନ' ଏନକାଉଣ୍ଟର ମାମଲାରେ, ସିବିଆଇ ତଦନ୍ତକୁ ପ୍ରଭାବିତ କରିବାର ଅଭିଯୋଗ ମଧ୍ୟ ତାଙ୍କ ଉପରେ ଲଗାଯାଏ ।[୧୩]


ଆଧାର ସମ୍ପାଦନା

  1. "ଓଡ଼ିଆ ପୁଅ ଗିରୀଶ ମୁର୍ମୁ ହେଲେ ଦେଶର ନୂଆ ସିଏଜି । ଗତକାଲି ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ପଦରୁ ଦେଇଥିଲେ ଇସ୍ତଫା ।". kanaknews.com. ଇଷ୍ଟର୍ଣ୍ଣ ମିଡିଆ ପ୍ରା ଲି. Retrieved 7 August 2020.
  2. "GC Murmu becomes first Odia to be CAG of India". www.newindianexpress.com. The New Indian Express. Retrieved 7 August 2020.
  3. "GC Murmu appointed as J&K Lt Guv, RK Mathur for Ladakh". Deccan Herald (in ଇଂରାଜୀ). 25 October 2019. Retrieved 25 October 2019.
  4. "Who is G.C. Murmu, Modi aide and now J&K's first Lt Governor?". The Week (in ଇଂରାଜୀ). Retrieved 17 November 2019.
  5. Das, Anand ST (1 November 2019). "'A Tribal Boy Got a Big Opportunity': GC Murmu's Mother Elated over His Appointment as J&K's L-G". News18. Retrieved 19 February 2020.
  6. "ଉଚ୍ଚ ପଦବୀରେ ପୁଣି ଜଣେ ଓଡ଼ିଆ". www.dharitri.com. www.dharitri.com. Archived from the original on 30 May 2020. Retrieved 30 May 2020.
  7. "From Mayurbhanj to Crown of India". Economic Times (in ଇଂରାଜୀ). 27 October 2019. Retrieved 8 February 2020.
  8. https://timesofindia.indiatimes.com/india/former-jk-lieutenant-governor-g-c-murmu-appointed-new-cag/articleshow/77384411.cms
  9. "For GC Murmu, J&K's first L-G, law and order will be top priority". 28 October 2019.
  10. "J&K Lt Governor Girish Chandra Murmu resigns, may take charge as new CAG, say sources". zeenews.india.com. zee news. Retrieved 6 August 2020.
  11. "PM Modi Hand Picks Murmu". The Outlook. 25 October 2019.
  12. "Rise and Rise of Girish Murmu". National Heralad. 31 October 2019.
  13. "Who is G C Murmu ?". The Week. 25 October 2019.