ରାଜନୀତି ବିଜ୍ଞାନ

ରାଜନୀତି ବିଜ୍ଞାନରେ ବିଭିନ୍ନ ଉପବିଭାଗ ରହିଛି ଯଥା ତୁଳନାତ୍ମକ ରାଜନୀତି, ରାଜନୀତିକ ଅର୍ଥନୀତି, ଅନ୍ତର୍ଜାତୀୟ ସମ୍ପର୍କ, ରାଜନୀତିକ ତତ୍ତ୍ୱ, ସାଧାରଣ ପ୍ରଶାସନ, ଜନନୀତି ଏବଂ ରାଜନୀତିକ ପଦ୍ଧତି । ଅଧିକନ୍ତୁ ରାଜନୀତି ବିଜ୍ଞାନ ଅର୍ଥନୀତି, ଆଇନ, ସମାଜ ବିଜ୍ଞାନ, ଇତିହାସ, ଦର୍ଶନ, ଭୂଗୋଳ, ମନୋବିଜ୍ଞାନ/ମାନସିକ ରୋଗ, ଆନ୍ଥ୍ରୋପୋଲୋଜି ଏବଂ ସ୍ନାୟୁବିଜ୍ଞାନ ସହିତ ଜଡ଼ିତ ଓ ଏବଂ ସେସବୁରୁ ଉଦ୍ଧୃତ ।

ଏକ ଅନ୍ତର୍ନିହିତ ଦୃଷ୍ଟିକୋଣରୁ ତୁଳନାତ୍ମକ ରାଜନୀତି ବିଭିନ୍ନ ପ୍ରକାରର ସମ୍ବିଧାନ, ରାଜନେତା, ବିଧାନ ସଭା ଏବଂ ସମ୍ବନ୍ଧିତ କ୍ଷେତ୍ରର ତୁଳନା ଏବଂ ଶିକ୍ଷାର ବିଜ୍ଞାନ । ଆନ୍ତର୍ଜାତୀୟ ସମ୍ପର୍କ ରାଷ୍ଟ୍ର-ରାଷ୍ଟ୍ର ଏବଂ ଆନ୍ତସରକାର ତଥା ଆନ୍ତର୍ଜାତୀୟ ସଂସ୍ଥାଗୁଡ଼ିକର ପାରସ୍ପରିକ ସମ୍ପର୍କ ସହିତ କାର୍ଯ୍ୟ କରେ । ରାଜନୀତିକ ତତ୍ତ୍ୱ ବିଭିନ୍ନ ଶାସ୍ତ୍ରୀୟ ତଥା ସମସାମୟିକ ଚିନ୍ତକ ଏବଂ ଦାର୍ଶନିକଙ୍କ ଅବଦାନ ସହିତ ଜଡ଼ିତ ।

ରାଜନୀତି ବିଜ୍ଞାନ ପଦ୍ଧତିଗତ ଭାବେ ବିବିଧ ଏବଂ ମନୋବିଜ୍ଞାନ, ସାମାଜିକ ଗବେଷଣା ଏବଂ ଜ୍ଞାନଗତ ସ୍ନାୟୁ ବିଜ୍ଞାନରୁ ଉତ୍ପନ୍ନ ଅନେକ ପଦ୍ଧତିକୁ ଉପଯୁକ୍ତ କରିଥାଏ । ଏହି ପଦ୍ଧତିଗୁଡ଼ିକ ଭିତରେ ରହିଛି ପଜିଟିଭିଜିମ, ବ୍ୟାଖ୍ୟାକାରୀ, ଯୁକ୍ତିଯୁକ୍ତ ପସନ୍ଦ ସିଦ୍ଧାନ୍ତ, ଆଚରଣ ବିଧି, ଗଠନମୂଳକତା, ପର-ଗଠନମୂଳକତା, ବାସ୍ତବତା , ଆନୁଷ୍ଠାନିକତା, ଏବଂ ବିବିଧତା । ସାମାଜିକ ବିଜ୍ଞାନଗୁଡ଼ିକମଧ୍ୟରୁ ଏକ ଭାବେ ରାଜନୀତି ବିଜ୍ଞାନ ପଦ୍ଧତି ଏବଂ ବୈଷୟିକତା ବ୍ୟବହାର କରେ ଯାହା ଗବେଷଣାର ପ୍ରକାର ସହିତ ଜଡ଼ିତ: ପ୍ରାଥମିକ ଉତ୍ସ ଯଥା ଐତିହାସିକ ଦଲିଲ ଏବଂ ସରକାରୀ ରେକର୍ଡ଼, ମାଧ୍ୟମିକ ଉତ୍ସ ଯଥା ଜର୍ଣ୍ଣାଲ ପ୍ରବନ୍ଧ, ସର୍ବେକ୍ଷଣ ଗବେଷଣା, ପରିସଂଖ୍ୟାନ ବିଶ୍ଳେଷଣ, କେସ ଷ୍ଟଡ଼ିଜ, ପରୀକ୍ଷାମୂଳକ ଗବେଷଣା ଏବଂ ମଡେଲ ତିଆରି ।

ସମୀକ୍ଷା

ସମ୍ପାଦନା

ରାଜନୀତି ବିଜ୍ଞାନ ହେଉଛି ନିଷ୍ପତ୍ତି ନେବାରେ ଶକ୍ତି ବିତରଣ ଏବଂ ସ୍ଥାନାନ୍ତର, ସରକାର ଏବଂ ଆନ୍ତର୍ଜାତୀୟ ସଂଗଠନ ସହ ଶାସନର ଭୂମିକା ଏବଂ ବ୍ୟବସ୍ଥା ସମ୍ବନ୍ଧରେ ଏକ ସାମାଜିକ ଅଧ୍ୟୟନ, ରାଜନୀତିକ ଆଚରଣ ଏବଂ ସର୍ବସାଧାରଣ ନୀତିସ୍ଥିରତା, ନ୍ୟାୟ, ବସ୍ତୁସମ୍ପଦ, ଶାନ୍ତି ଏବଂ ସାଧାରଣ ସ୍ୱାସ୍ଥ୍ୟ ଭଳି ମାନଦଣ୍ଡକୁ ଭିତ୍ତିକରି ସେମାନେ ଶାସନ ଓ ନିର୍ଦ୍ଦିଷ୍ଟ ନୀତିର ସଫଳତା ମାପିଥାନ୍ତି । କେତେକ ରାଜନୀତିଜ୍ଞ ରାଜନୀତିକୁ ବିଶ୍ଳେଷଣ କରି ସକରାତ୍ମକତାକୁ (ଜିନିଷଗୁଡିକ କିପରି ହେବ ତା' ବଦଳରେ କିପରି ଅଛି ତାହା ବର୍ଣ୍ଣନା କରିବା ଚେଷ୍ଟା) ଆଗକୁ ନେଇଥାନ୍ତି । ଅନ୍ୟମାନେ ନିର୍ଦ୍ଦିଷ୍ଟ ନୀତି ସୁପାରିଶ କରି ସାଧାରଣ ବିଷୟବସ୍ତୁକୁ ଆଗକୁ ବଢ଼ାନ୍ତି ।

ରାଜନୀତିଜ୍ଞମାନେ ଢାଞ୍ଚାସବୁ ପ୍ରଦାନ କରନ୍ତି ଯେଉଁଥିରୁ ସାମ୍ବାଦିକ, ସ୍ୱତନ୍ତ୍ର ଆଗ୍ରହ ଗୋଷ୍ଠୀ, ରାଜନେତା ଏବଂ ଚୟନକର୍ତ୍ତା ବିଶ୍ଳେଷଣ କରନ୍ତି । ଚତୁର୍ବେଦୀଙ୍କ ଅନୁସାରେ

ରାଜନୀତିଜ୍ଞମାନେ ନିର୍ଦ୍ଦିଷ୍ଟ ରାଜନେତାଙ୍କ ପରାମର୍ଶଦାତା ଭାବରେ କାର୍ଯ୍ୟ କରିପାରନ୍ତି କିମ୍ବା ନିଜେ ରାଜନେତା ଭାବରେ ନିର୍ବାଚନ ଲଢ଼ିପାରନ୍ତି । ରାଜନୀତିଜ୍ଞମାନେ ସରକାରରେ, ରାଜନୀତିକ ଦଳରେ କିମ୍ବା ସରକାରୀ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିବ । ସେମାନେ ଅଣ-ସରକାରୀ ସଂଗଠନ (ଏନଜିଓ) କିମ୍ବା ରାଜନୀତିକ ଗତିବିଧି ସହିତ ଜଡ଼ିତ ହୋଇପାରନ୍ତି । ବିଭିନ୍ନ ସାମର୍ଥ୍ୟରେ ରାଜନୀତି ବିଜ୍ଞାନରେ ଶିକ୍ଷିତ ଏବଂ ତାଲିମପ୍ରାପ୍ତ ବ୍ୟକ୍ତିମାନେ ନିଗମରେ ମାନ ଏବଂ ପାରଦର୍ଶୀତା ଯୋଡ଼ିପାରିବେ । ବେସରକାରୀ ଉଦ୍ୟୋଗ ଯଥା ଥିଙ୍କ ଟ୍ୟାଙ୍କ, ଅନୁସନ୍ଧାନ ପ୍ରତିଷ୍ଠାନ, ମତଦାନ ଏବଂ ଜନସମ୍ପର୍କ ସଂସ୍ଥାଗୁଡ଼ିକ ପ୍ରାୟତଃ ରାଜନୀତିଜ୍ଞମାନଙ୍କୁ ନିଯୁକ୍ତି ଦେଇଥାନ୍ତି ।[]

ରାଜନୀତି ବିଜ୍ଞାନ ମାନବ ଆଚରଣର ଏକ ଅଧ୍ୟୟନ ହୋଇଥିବାରୁ ନିୟନ୍ତ୍ରିତ ପରିବେଶରେ ପର୍ଯ୍ୟବେକ୍ଷଣଗୁଡ଼ିକ ରାଜନୀତିର ସମସ୍ତ ଦିଗରେ ପୁନଃପ୍ରକାଶନ କିମ୍ବା ନକଲ କରିବା କଷ୍ଟକର । ତେବେ ପରୀକ୍ଷାମୂଳକ ପଦ୍ଧତି ବୃଦ୍ଧିପାଉଛି । ସାଧାରଣ (ପରୀକ୍ଷାମୂଳକ ରାଜନୀତି ବିଜ୍ଞାନ ଦେଖନ୍ତୁ) ।[] ଏହି ଅସୁବିଧାକୁ ଦର୍ଶାଇ ପୂର୍ବତନ ଆମେରିକାନ ପଲିଟିକାଲ ସାଇନ୍ସ ଆସୋସିଏସନ ସଭାପତି ଲରେନ୍ସ ଲୋୱେଲ ଥରେ କହିଥିଲେ "ପରୀକ୍ଷଣର ଅସମ୍ଭବତା ପାଖେ ଆମେ ସୀମିତ । ରାଜନୀତି ହେଉଛି ଏକ ପର୍ଯ୍ୟବେକ୍ଷଣକାରୀ ବିଜ୍ଞାନ, ପରୀକ୍ଷାମୂଳକ ନୁହେଁ । "[] ଏଣୁ ରାଜନୀତିଜ୍ଞମାନେ ଅନେକ ଦିନରୁ ନମୁନା ଚିହ୍ନଟ କରିବା, ସାଧାରଣକରଣ ଆଙ୍କିବା ଏବଂ ତତ୍ତ୍ୱ ଗଠନ କରିବା ପାଇଁ ରାଜନୀତିକ ଅଭିଜିତ, ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ କିମ୍ବା ଗୋଷ୍ଠୀଗତ ଆଚରଣ ଉପରେ ନଜର ରଖିଛନ୍ତି ।

  1. Chaturvedy, J.C. (2005). Political Governance: Political theory. Isha Books. p. 4. ISBN 978-81-8205-317-5. Retrieved 28 October 2014.
  2. Druckman, James; Green, Donald; Kuklinski, James; et al., eds. (2011). Cambridge Handbook of Experimental Political Science. New York: Cambridge University Press. ISBN 978-0-521-17455-8.
  3. Lowell, A. Lawrence. 1910. "The Physiology of Politics." American Political Science Review 4: 1–15.

ଅଧିକ ପଠନ

ସମ୍ପାଦନା

ବାହାର ଲିଙ୍କ

ସମ୍ପାଦନା