ଗଞ୍ଜାମୀ ଓଡ଼ିଆ
ଓଡ଼ିଆର ଦକ୍ଷିଣ ଉପଭାଷା
ଗଞ୍ଜାମୀ ଓଡ଼ିଆ ବା ଦକ୍ଷିଣୀ ଓଡ଼ିଆ ତଥା ସାଧାରଣ ଭାଷାରେ ବର୍ହମ୍ପୁରିଆ, ଓଡ଼ିଆ ଭାଷାର ଏକ କଥିତ ଉପଭାଷା ବା ବୋଲି ।[୧] ଏହା ମୁଖ୍ୟତଃ ଓଡ଼ିଶାର ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ଏବଂ ଆନ୍ଧ୍ର ପ୍ରଦେଶରେ ଶ୍ରୀକାକଲୁଲ ଓ ପାର୍ବତୀପୁରମ ଜିଲ୍ଲାର ଲୋକମାନେ ବ୍ୟବହାର କରନ୍ତି ।[୨][୩] ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ପ୍ରଚଳିତ ବୋଲିକୁ ବ୍ରହ୍ମପୁରିଆ ବା ବର୍ହମ୍ପୁରିଆ କୁହାଯାଏ ।
ଗଞ୍ଜାମୀ ଓଡ଼ିଆ | |
---|---|
ଦକ୍ଷିଣ ଓଡ଼ିଶା | |
ଗଞ୍ଜାମୀ | |
Native to | ଭାରତ |
ଅଞ୍ଚଳ | ଓଡ଼ିଶା (ଗଞ୍ଜାମ, ଗଜପତି, କନ୍ଧମାଳ) ଓ ଆନ୍ଧ୍ର ପ୍ରଦେଶ (ଶ୍ରୀକାକୁଲମ ଜିଲ୍ଲା, ପାର୍ବତୀପୁରମ ଜିଲ୍ଲା) |
ଜାତିସତ୍ତା | ଓଡ଼ିଆ |
ଇଣ୍ଡୋ-ଇଉରୋପୀୟ
| |
ଓଡ଼ିଆ | |
ଭାଷା କୋଡ୍ | |
ISO ୬୩୯-୩ | – |
ଗ୍ଲୋଟୋଲୋଗ | sout2666 Southern Oriya |
ତୁଳନା
ସମ୍ପାଦନାଗଞ୍ଜାମୀ ଓ ମାନକ ଓଡ଼ିଆ ମଧ୍ୟରେ ସାଧାରଣ (କିନ୍ତୁ ସମ୍ପୂର୍ଣ୍ଣ ନୁହେଁ) ପାର୍ଥକ୍ୟର ଏକ ତାଲିକା:
ମାନକ ଓଡ଼ିଆ | ଗଞ୍ଜାମୀ ଓଡ଼ିଆ |
---|---|
କଣ/କଅଣ | କିଅଣ/କିସ |
ତରକାରି | ତୁଣ/ତିଅଣ |
ଲୋକ | ନୋକ |
ଲୁଣ | ନୁଣ |
ଓଲଟା | ଉଲଟା |
ବିରକ୍ତ | ବିଜାର |
ଗୋଳିଆ ଘାଣ୍ଟି | ଆଲରା |
ଖଟା | ଆମ୍ବିଳ |
ସଜନା | ମୁନିକା |
ବନ୍ଧାକୋବି | ପତ୍ରକୋବି |
ଗୁଡ଼ିଏ | ମେଞ୍ଚେ |
ଯେମିତି ସେମିତି | ଜିନ୍ତି ସିନ୍ତି |
ଠିପି | ଖାପ |
ତାଲା | ଗେଡ଼ା |
ପିଟିବା | କୋଡ୍ଡିବା |
ଖାଇବା | ତେଣ୍ଡିବା/ଗେମ୍ଫିବା |
ଆଧାର
ସମ୍ପାଦନା- ↑ Publication, Mocktime. Odisha Objective GK General Knowledge Based on Previous Papers OPSC & OSSC CGL Exam (in ଇଂରାଜୀ). by Mocktime Publication.
- ↑ Odisha (in ଇଂରାଜୀ). Anthropological Survey of India by Seagull Books. 2012. ISBN 978-81-7046-293-4.
- ↑ Experts, Arihant (2019-06-04). Know Your State Odisha (in ଇଂରାଜୀ). Arihant Publications India limited. ISBN 978-93-131-9327-2.
ଅଧିକ ପଢ଼ନ୍ତୁ
ସମ୍ପାଦନା- Hammarström, Harald; Forkel, Robert; Haspelmath, Martin, eds. (2017). "Southern Oriya". Glottolog 3.0. Jena, Germany: Max Planck Institute for the Science of Human History.
{{cite book}}
: External link in
(help); Unknown parameter|chapterurl=
|chapterurl=
ignored (|chapter-url=
suggested) (help)