ଖଲିପତ୍ର
ଖଲିପତ୍ର, ପୂଜାପର୍ବାଣି ବା ଭୋଜିଭାତରେ ଖାଦ୍ୟ ପଦାର୍ଥ ପରଷିବା ପାଇଁ ବ୍ୟବହାର କରାଯାଏ ।[୧] ଖଲିପତ୍ର ତିଆରି କରିବା ପାଇଁ ମୁଖ୍ୟତଃ ଶାଳ ଓ ଶିଆଳି ପତ୍ର ବ୍ୟବହାର କରାଯାଏ । ଶାଳ ଓ ଶିଆଳି ପତ୍ର ଓଡ଼ିଶାର କୋରାପୁଟ, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରୁ ସଂଗ୍ରହ କରାଯାଇଥାଏ । ମେ ମାସ ଦ୍ୱିତୀୟ ସପ୍ତାହରୁ ଫେବୃଆରୀ ମାସ ଭିତରେ ଖଲିପତ୍ର ସଂଗ୍ରହ କରାଯାଏ । ଓଡ଼ିଶାର ବହୁ ଅଞ୍ଚଳର ଆଦିବାସୀମାନଙ୍କ ପାଇଁ ଖଲିପତ୍ର ପ୍ରସ୍ତୁତି ଜୀବିକା ନିର୍ବାହର ଏକ ପନ୍ଥା ଅଟେ ଓ ସମସ୍ତ ପରିବାର ଏହି କାମରେ ନିୟୋଜିତ ହୋଇଥାନ୍ତି ।
ପ୍ରସ୍ତୁତି ପ୍ରଣାଳି
ସମ୍ପାଦନାଖଲିପତ୍ର ତିଆରି ପାଇଁ ପ୍ରଥମେ ଜଙ୍ଗଲରୁ ଶାଳ ଓ ଶିଆଳି ପତ୍ର ସଂଗ୍ରହ କରାଯାଏ । ଶାଳଗଛ ଆକାରରେ ଖୁବ ବଡ଼ ହୋଇଥିବା ବେଳେ, ଶିଆଳି ଜଙ୍ଗଲରେ ଅନ୍ୟ ଗଛ ଉପରେ ମାଡିଥାଏ । ଆଦିବାସୀ ମହିଳା ଓ ପୁରୁଷମାନେ ପ୍ରତ୍ୟହ ସକାଳୁ, ଏହି କଞ୍ଚା ଶାଳ ଓ ଶିଆଳି ପତ୍ର ସଂଗ୍ରହ କରିଥାନ୍ତି । ପ୍ରଥମେ ଦୁଇଟି ପତ୍ରକୁ ଯୋଡ଼ି, ଖଡିକାରେ ସିଲେଇ କରି ଦ୍ୱିପତ୍ରୀ ତିଆରି କରନ୍ତି । ପୁଣି ଦ୍ୱିପତ୍ରୀ ପାଲିରେ ଖଲି ଓ ଦନା ପ୍ରସ୍ତୁତ କରିଥାନ୍ତି । ଏବେ ଖଲିପତ୍ର ସିଲେଇ ପାଇଁ ମେଶିନ୍ ବାହାରିଲାଣି ।[୨] ଯାହାଦ୍ୱାରା ଖୁବ କମ ସମୟରେ ଅଧିକ ଖଲିପତ୍ର ପ୍ରସ୍ତୁତ କରିବା ସମ୍ଭବ ହେଉଛି ।
ଚାହିଦା
ସମ୍ପାଦନାଓଡ଼ିଶାରେ ଖଲିପତ୍ରର ଚାହିଦା ସବୁ ସମୟରେ ରହିଆସିଛି । କିନ୍ତୁ ବର୍ତ୍ତମାନ କାଗଜ ଓ ଥର୍ମୋକୁଲର ଥାଳି ଖଲିପତ୍ରର ସ୍ଥାନ ନେବାକୁ ଆରମ୍ଭ କଲାଣି । ଜଙ୍ଗଲଜାତ ଦ୍ରବ୍ୟ ଉପରେ କଟକଣା, ଜଙ୍ଗଲ ରକ୍ଷଣାବ୍ୟକ୍ଷଣର ଅଭାବ ଓ ପୋଡୁଚାଷ ଖଲିପତ୍ର ଶିଳ୍ପଉପରେ ଗଭିର ପ୍ରଭାବ ପକାଇଛି । ଫଳରେ ଖଲିପତ୍ର ତିଆରି କରି ଚଳୁଥିବା ପରିବାରର ଆର୍ଥିକ ମାନଦଣ୍ଡ ଦୁର୍ବଳ ହେବାରେ ଲାଗିଛି[୩] ଓ ସେମାନେ ଏ ବେଉସାକୁ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି । [୪] ଏହାର ପରିବେଶ ଉପରେ କୌଣସି କୁପ୍ରଭାବ ନଥିବାରୁ ଇଉରୋପର କିଛି ଦେଶକୁ ରପ୍ତାନୀ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।[୫]
ଆଧାର
ସମ୍ପାଦନା- ↑ http://timesofindia.indiatimes.com/city/bhubaneswar/Puri-mutts-grand-feast-on-Byanjan-Dwadasi/articleshow/17763746.cms
- ↑ http://www.agragamee.org/ar-2009-10.pdf
- ↑ http://jagrutikandhamal.org/?p=432[permanent dead link]
- ↑ ଧରିତ୍ରୀ ଛୁଟିଦିନ ୯-୧୫ ନଭେମ୍ବର ୨୦୧୪ ପୃଷ୍ଠା ୫
- ↑ Singha, Minati (6 January 2014). "Europe call for leaf plates". Times of India. Retrieved 10 November 2014.