କ୍ଷୀରୋଦ ଚନ୍ଦ୍ର ପୋଥାଳ

ଓଡ଼ିଆ ଶିଶୁ ସାହିତ୍ୟିକ

କ୍ଷୀରୋଦ ଚନ୍ଦ୍ର ପୋଥାଳ (୩୦ ଜୁନ ୧୯୩୯ - ୧୫ ଜାନୁଆରୀ ୨୦୧୨) କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଳକର ଗୋପପୁର ଗ୍ରାମରେ ୧୯୩୯ ମସିହା ଜୁନ ୩୦ ତାରିଖ ଆଷାଢ଼ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଏକ ସ୍ୱର୍ଣ୍ଣକାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ଜନ୍ମ ହେବାର ଦୁଇମାସ ପରେ ମା ଜହ୍ନ ଦେଇ ଓ ଚାରିବର୍ଷ ପରେ ବାପା ଯଦୁମଣୀଙ୍କୁ ହରାଇଥିଲେ।[୧] କ୍ଷୀରୋଦ ଚନ୍ଦ୍ରଙ୍କର କବିତା ଗୁଡ଼ିକ ଦୈନିକ ସମ୍ବାଦପତ୍ର ମାତୃଭୂମିର କିଶୋର ଫଉଜ, ପ୍ରଜାତନ୍ତ୍ରର ମୀନାବଜାର, ସମାଜର ଶିଶୁରାଇଜରେ ପ୍ରକାଶିତ ହୋଇ ଶିଶୁ ପାଠକ ମହଲରେ ଆଦୃତ ହୋଇଥିଲା । ତାଙ୍କ ରଚିତ କବିତା ଟୁଆଁଟୁଇଁ, ମୀନାବଜାର, ସଂସାର ଓ ମନପବନ ପ୍ରଭୃତି ଓଡ଼ିଶାର ବହୁ ପ୍ରତିଷ୍ଠିତ ପତ୍ରପତ୍ରିକାରେ ପ୍ରକାଶିତ ହେଉଥିଲା ।

କ୍ଷୀରୋଦ ଚନ୍ଦ୍ର ପୋଥାଳ
ଜନ୍ମ ଓ ଜନ୍ମସ୍ଥାନ(1939-06-30)୩୦ ଜୁନ ୧୯୩୯
ଗୋପପୁର, ନିଶ୍ଚିନ୍ତକୋଇଲି, କଟକ ଜିଲ୍ଲା
ମୃତ୍ୟୁ୧୫ ଜାନୁଆରୀ ୨୦୧୨(2012-01-15) (ବୟସ ୭୨)
କଟକ
ବୃତ୍ତିଶିଶୁ ସାହିତ୍ୟିକ, ଗୀତିକାର
ଭାଷାଓଡ଼ିଆ
ସାହିତ୍ୟ କୃତିମନ ହୁଏ ମୋର ହେବାକୁ ମୀନା
ଗାଁ ମାଟି ମୋର ହସେରେ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ

ଆକାଶବାଣୀର ଜଣେ ସ୍ୱିକୃତିପ୍ରାପ୍ତ ଗୀତିକାର, ଭଜନ ସମ୍ରାଟ ଭିକାରି ବଳ ଗାଇଥିବା ଭଜନ 'କୋଠଭୋଗ ଖିଆ ମୋ ଚକା ଆଖିଆ ଉଠହେ ପହୁଡ଼ ଭାଙ୍ଗି' ସେ ରଚନା କରିଥିଲେ ।[୨]

୧୫ ଜାନୁଆରୀ ୨୦୧୨, ରବିବାର ଦିନ କଟକ ବଡ଼ଡାକ୍ତରଖାନାରେ ସେ ମୃତ୍ୟୁବରଣ କରିଥିଲେ ।[୩]

ସାହିତ୍ୟ ସର୍ଜନା ସମ୍ପାଦନା

  • ଗାଁ ମାଟି ମୋର ହସେରେ
  • ଅକଲ ମକଲ ଟକଲ ଟିଆଁ
  • ହସପସରା
  • ହସ ରାଇଜରେ ମୁନା
  • ଶିଶୁ ସାଥୀ
  • ସାବାସ ନାନୀ
  • ଗପ ଗୋଲାପ
  • ମୋ କଥା ମୋ କବିତା
  • ମନ ହୁଏ ମୋର ହେବାକୁ ମୀନା

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ୧୯୮୬: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ବହି: ମନ ହୁଏ ମୋର ହେବାକୁ ମୀନା)[୪]
  • ୨୦୦୧: ରାମକୃଷ୍ଣ ନନ୍ଦ ସ୍ମୃତି ପୁରସ୍କାର (ଉତ୍କଳ ସାହିତ୍ୟ ସମାଜ)
  • ୧୯୮୮: ପଣ୍ଡିତ ଉପେନ୍ଦ୍ର ତ୍ରିପାଠୀ ପୁରସ୍କାର (ଗୋକର୍ଣ୍ଣିକା ସାହିତ୍ୟ ସମାଜ ଧର୍ମଶାଳା)
  • ୨୦୦୨: ବିଷୁବ ପୁରସ୍କାର (ପ୍ରଜାତନ୍ତ୍ର ପ୍ରଚାର ସମିତି)
  • ୧୯୭୮: ମୀନାବଜାର ପୁରସ୍କାର
  • ୨୦୦୭: ସାହିତ୍ୟଶ୍ରୀ (ବୈକୁଣ୍ଠନାଥ ସ୍ମୃତି ସଂସଦ)
  • ୨୦୦୬: ଭକ୍ତ ସାଲବେଗ ସମ୍ମାନ (ଭକ୍ତସାଲବେଗ ସାଂସ୍କୃତିକ ପରିଷଦ, ପୁରୀ)
  • ୧୯୯୯: ହରେକୃଷ୍ଣ ସ୍ମୃତି ପୁରସ୍କାର (ଫକୀର ମୋହନ ସାହିତ୍ୟ ପରିଷଦ)
  • ୧୯୯୧: ରାଜ୍ୟ ଶିଶୁ ସାହିତ୍ୟ ସମିତି (ବହି: ସାବସ ନନୀ)
  • ୧୯୭୩: ରାଜ୍ୟ ଶିକ୍ଷା ସମ୍ମାନ (ରାଜ୍ୟ ଗଣଶିକ୍ଷା ବିଭାଗ, ବହି: ଗାଁ ମାଟି ମୋର ହସେରେ)

ଆଧାର ସମ୍ପାଦନା

  1. "orissaspider.com: Famus Odia Poet Khirod Chandra Pothal". Archived from the original on 2012-01-25. Retrieved 2012-01-17.
  2. "orissadiary.com: Noted Writer of "Kotha Bhiga Khia...." Khirod Ch Pothal is no more". Archived from the original on 2012-01-17. Retrieved 2012-01-17.
  3. "ଗୀତିକାର କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କ ପରଲୋକ". dharitri.com. Retrieved 20 January 2021.
  4. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 20 January 2021.