କ୍ଲୋରାମ୍ବୁସିଲ
କ୍ଲୋରାମ୍ବୁସିଲ (ଇଂରାଜୀ ଭାଷାରେ Chlorambucil, ବିକ୍ରୟ ନାମ ଲିଉକେରାନ) ଏକ କେମୋଥେରାପି ଔଷଧ (chemotherapy medication) ଯାହା କ୍ରନିକ ଲିମ୍ଫୋସାଇଟିକ ଲିଉକେମିଆ (chronic lymphocytic leukemia ବା ସିଏଲଏଲ), ହଜକିନସ ଲିମ୍ଫୋମା ଓ ନନ୍-ହଜକିନସ ଲିମ୍ପୋମା (non-Hodgkin lymphoma) ରୋଗମାନଙ୍କ ଚିକିତ୍ସାରେ ବ୍ୟବହାର କରାଯାଏ । [୧] ସିଏଲଏଲ ରୋଗରେ ଏହା ପସନ୍ଦଯୋଗ୍ୟ ଔଷଧ । ଏହା ପାଟିରେ ଦିଆଯାଏ ।[୨]
Clinical data | |
---|---|
Trade names | Leukeran, others |
AHFS/Drugs.com | monograph |
MedlinePlus | a682899 |
Pregnancy category |
|
Routes of administration | by mouth |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | ? |
Metabolism | Liver |
Elimination half-life | 1.5 hours |
Excretion | N/A |
Identifiers | |
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.005.603 |
Chemical and physical data | |
Formula | C14H19Cl2NO2 |
Molar mass | 304.212 g/mol |
3D model (JSmol) | |
| |
| |
(verify) |
କ୍ଲୋରାମ୍ବୁସିଲର ପାର୍ଶ୍ୱ ପ୍ରତିକ୍ରିୟାରେ ଅସ୍ଥିମଜ୍ଜା ଦମନ (bone marrow suppression) ହୋଇପାରେ । ଅନ୍ୟାନ୍ୟ ପ୍ରତିକ୍ରିୟାରେ ଅଧିକ କର୍କଟ ରୋଗ ସଙ୍କଟ, ବନ୍ଧ୍ୟାତ୍ୱ (infertility) ଓ ଆଲର୍ଜି ପ୍ରତିକ୍ରିୟା (allergic reactions) ହୋଇପାରେ । ଗର୍ଭାବସ୍ଥାରେ ଶିଶୁର ହାନୀ ହୁଏ । କ୍ଲୋରାମ୍ବୁସିଲ ଏକ ଆଲକିଲେଟିଙ୍ଗ ଏଜେଣ୍ଟ (alkylating agent) ଶ୍ରେଣୀର ଏକ ଔଷଧ । ଏହା ଡିଏନଏ (DNA) ଓ ଆରଏନଏ (RNA) ପ୍ରସ୍ତୁତିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୨]
କ୍ଲୋରାମ୍ବୁସିଲ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୫୭ରେ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର କ୍ରୟ ମୂଲ୍ୟ ପ୍ରାୟ ୧୧୧.୮୭ ଆମେରିକୀୟ ଡଲାର ।[୪] ଇଂଲଣ୍ଡରେ ଏହାର ଏକ ମାସ ଡୋଜର କ୍ରୟ ମୂଲ୍ୟ ପ୍ରାୟ ୧୪୫.୮୪ ପାଉଣ୍ଡ ।[୫] ଏହା ପ୍ରଥମେ ନାଇଟ୍ରୋଜେନ ମସ୍ଟାର୍ଡ଼ରୁ (nitrogen mustard) ପ୍ରସ୍ତୁତ କରାଯାଇଥିଲା ।[୨]
ଆଧାର
ସମ୍ପାଦନା- ↑ "Chlorambucil". National Cancer Institute. 17 September 2014. Retrieved 19 December 2016.
- ↑ ୨.୦ ୨.୧ ୨.୨ ୨.୩ "Chlorambucil". The American Society of Health-System Pharmacists. Retrieved 8 December 2016.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Chlorambucil". International Drug Price Indicator Guide. Retrieved 8 December 2016.[permanent dead link]
- ↑ British national formulary : BNF 69 (69 ed.). British Medical Association. 2015. p. 580. ISBN 9780857111562.