ଆକାଶବାଣୀ ସମ୍ବଲପୁର


ଆକାଶବାଣୀ ସମ୍ବଲପୁର କେନ୍ଦ୍ର ୧୯୬୩ ମସିହା ମଇ ୨୬ ତାରିଖରୁ ଆରମ୍ଭ ହୋଇଥିଲା । ଏହି କେନ୍ଦ୍ରଦ୍ୱାରା ପ୍ରସାରିତ କାର୍ଯ୍ୟକ୍ରମକୁ ସମ୍ବଲପୁର, ସୁନ୍ଦରଗଡ଼, {ବଲାଙ୍ଗୀର ଜିଲ୍ଲା|ବଲାଙ୍ଗୀର]], ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୋନପୁର, ବୌଦ୍ଧ ତଥା ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଅଞ୍ଚଳର ଲୋକ ଶୁଣିପାରନ୍ତି । ଏହି କେନ୍ଦ୍ର ପ୍ରଥମେ ଏହା ସାକ୍ଷୀପଡ଼ାର ଏକ ଭଡ଼ା ଘରୁ କାର୍ଯ୍ୟାରମ୍ଭ କରିଥିଲା । ୧୯୮୪ରେ କଚେରୀ ରୋଡସ୍ଥିତ ନୂଆ କୋଠାକୁ ସ୍ଥାନାନ୍ତରିତ ହୋଇଥିଲା । ଆରମ୍ଭରୁ ୧୦ କିଲୋୱାଟ ଯୋଗେ କାର୍ଯ୍ୟକ୍ରମ ପ୍ରସାର କରାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ତାହା ୧୦୦ କିଲୋୱାଟକୁ ବୃଦ୍ଧି ପାଇଥିଲା । ସମ୍ବଲପୁର ତଥା ପଶ୍ଚିମ ଓଡ଼ିଶାର ଭାଷା, ସଂସ୍କୃତି, ପରମ୍ପରା, ସଙ୍ଗୀତ ଓ ନାଟକ ଆଦିର ପ୍ରଚାର ପ୍ରସାର କ୍ଷେତ୍ରରେ ଆକାଶବାଣୀ ସମ୍ବଲପୁର କାର୍ଯ୍ୟ କରିଥାଏ । ରଙ୍ଗବତୀ ଭଳି ବିଶ୍ୱପ୍ରସିଦ୍ଧ ଗୀତ ଏହି କେନ୍ଦ୍ରର ସୃଷ୍ଟି ।[୧]

ଇତିହାସ ସମ୍ପାଦନା

  1. ୧୯୬୩ ମସିହା ମଇ ୨୬ ତାରିଖରେ ସାକ୍ଷୀପଡ଼ାରୁ ଆରମ୍ଭ
  2. ୧୯୮୪ ମସିହାରେ କଚେରୀ ରୋଡସ୍ଥିତ ଆକାଶବାଣୀର ନୂଆ କୋଠାକୁ ସ୍ଥାନାନ୍ତର
  3. ୨୦୧୫ ମସିହା ନଭେମ୍ବର ୨୬ ତାରିଖରେ ସମ୍ବଲପୁର କେନ୍ଦ୍ରର ଏଫଏମ୍‌ ସେବାର ଲୋକାର୍ପଣ
  4. ୨୦୧୬ ମସିହା ଜାନୁଆରୀ ୨୩ ତାରିଖରୁ ସମ୍ବଲପୁରୀ ଭାଷାରେ ସମ୍ବାଦ ପ୍ରସାରଣ ଆରମ୍ଭ[୨]

ଆଧାର ସମ୍ପାଦନା

  1. http://www.newindianexpress.com/states/odisha/2017/jan/26/haripal-an-artiste-par-excellence-1563655.html
  2. "ସଂସ୍କୃତି ଓ ପରମ୍ପରାର ଜାଗ୍ରତ ପ୍ରହରୀ-ସମ୍ବଲପୁର ଆକାଶବାଣୀ କେନ୍ଦ୍ର". Retrieved 26 May 2017.[permanent dead link]

ବାହାର ଆଧାର ସମ୍ପାଦନା