କୋଲ ଟାର (ଇଂରାଜୀ ଭାଷାରେ Coal tar) ଏକ ମୋଟା ଓ କଳା ତରଳ ପଦାର୍ଥ ଯାହା ଅନେକ ଚିକିତ୍ସା କ୍ଷେତ୍ର ଓ କଳ କାରଖାନାରେ ବ୍ୟବ‌ହାର କରାଯାଏ ।[୨][୩] ଔଷଧ ଭାବରେ ଏହା ସୋରିଆସିସ (psoriasis) ଓ ସେବୋରିକ ଡର୍ମାଟାଇଟିସ ବା ରୁପି (seborrheic dermatitis) ରୋଗରେ ଦିଆଯାଏ ।[୪] ସୋରିଆସିସ ରୋଗରେ ଏହା ସ‌ହିତ ଅଲ୍‌ଟ୍ରାଭାୟୋଲେଟ ଥେରାପି (ultraviolet light therapy) ଦିଆଯାଇପାରେ । [୪] ରୋଗ ପ୍ରଭାବିତ ସ୍ଥାନମାନଙ୍କରେ ଏହା ଲଗାଯାଏ ।[୪] କୋଲ ବା କୋଇଲାରୁ (coal) କୋକ୍ (coke) ଓ କୋଲ ଗ୍ୟାସ (coal gas) ପ୍ରସ୍ତୁତ କରିବା ସମୟରେ ବାଇପ୍ରୋଡକ୍ଟ ବା ଉପଜାତ ଦ୍ରବ୍ୟ ଭାବରେ କୋଲ ଟାର ବାହାରେ । [୫] କାରଖାନା ବ୍ୟବ‌ହାର ମଧ୍ୟରେ ରେଲ‌ୱେ ସମ୍ପର୍କୀୟ (railway ties) ସଂରକ୍ଷଣରେ ଓ ରାସ୍ତା ପୃଷ୍ଠ ଉନ୍ନତ କରିବା ନିମନ୍ତେ ଦରକାର ହୁଏ ।[୬]

କୋଲ ଟାର
Clinical data
Trade namesBalnetar, Cutar, others
Synonymsliquor carbonis detergens (LCD)
liquor picis carbonis (LPC)[୧]
AHFS/Drugs.com
Pregnancy
category
  • US: C (Risk not ruled out)
Routes of
administration
Topical
ATC code
Legal status
Legal status
Identifiers
CAS Number
ChemSpider
  • none
ECHA InfoCard100.029.417 Edit this at Wikidata

ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଚର୍ମ ଲାଲ ହୋଇଯାଏ, ସୂର୍ଯ୍ୟ କିରଣ ସମ୍ବେଦନ ହୋଇପାରେ, ଆଲର୍ଜି ପ୍ରତିକ୍ରିୟା ଓ ଚର୍ମ ରଙ୍ଗଛଡ଼ା ଦେଖାଯାଏ ।[୪] ଗର୍ଭାବସ୍ଥାରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ଓ ସ୍ତନ୍ୟପାନ ସମୟରେ ଦେବାକୁ ସୁପାରିସ କରାଯାଏନାହିଁ ।[୭] ଏହାର ସଠିକ୍ କାର୍ଯ୍ୟବିଧି ଜଣାଯାଇନାହିଁ ।[୮] କୋଲ ଟାରରେ ଫିନୋଲ (phenols), ପଲିସାଇକ୍ଲିକ ଆରୋମାଟିକ ହାଇଡ୍ରୋକାର୍ବନ (polycyclic aromatic hydrocarbons ବା PAHs) ଓ ହେଟେରୋସାଇକ୍ଲିକ କମ୍ପାଉଣ୍ଡମାନଙ୍କର (heterocyclic compound) ମିଶ୍ରଣ ଥାଏ ।[୨] ଏଥିରେ କବକରୋଧୀ (antifungal), ପ୍ରଦାହରୋଧୀ (anti-inflammatory), ଗଲୁରୋଧୀ (anti-itch) ଓ ପରଜୀବୀରୋଧୀ (antiparasitic) ଗୁଣସମସ୍ତ ଥାଏ ।[୮]

ସନ ୧୬୬୫ରେ କୋଲ ଟାର ଆବିଷ୍କୃତ ହେବା ପରେ ୧୮୦୦ ଶତାବ୍ଦୀର ପ୍ରଥମ ଭାଗରେ ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଗଲା । [୬][୯] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୧୦] ଏହା ଜେନେରିକ ଔଷଧ ନାମରେ (generic medication) ବିନା ପ୍ରେସକ୍ରିପସନରେ ବିକ୍ରୟ ହୁଏ ।[୩] ସଂଯୁକ୍ତ ରାଷ୍ଟ୍ରରେ ୫% କୋଲ ଟାରର ଏକ ୧୨୫ମି:ଲି: ବୋତଲର ମୂଲ୍ୟ ୧.୮୯ ପାଉଣ୍ଡ । [୧୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ୍ ।[୩] ଔଷଧ କମ୍ପାନୀରେ (pharmaceutical industry) ଏହା ଏକ ମୂଖ୍ୟ ପ୍ରାରମ୍ଭିକ ଉପାଦାନ ଥିଲା ।[୧୨]

ଆଧାର ସମ୍ପାଦନା

  1. Berenblum I (୨୫ ସେପ୍ଟେମ୍ବର ୧୯୪୮). "Liquor Picis Carbonis". British Medical Journal. 2 (4577): 601. doi:10.1136/bmj.2.4577.601. PMC 2091540. PMID 18882998. {{cite journal}}: Check date values in: |date= (help)
  2. ୨.୦ ୨.୧ "Background and Environmental Exposures to Creosote in the United States" (PDF). cdc.gov. September 2002. p. 19. Retrieved 13 January 2017.
  3. ୩.୦ ୩.୧ ୩.୨ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. X. ISBN 9781284057560.
  4. ୪.୦ ୪.୧ ୪.୨ ୪.୩ WHO Model Formulary 2008 (PDF). World Health Organization. 2009. p. 308. ISBN 9789241547659. Retrieved 8 January 2017.
  5. Vallee, Yannick (1998). Gas Phase Reactions in Organic Synthesis (in ଇଂରାଜୀ). CRC Press. p. 107. ISBN 9789056990817.
  6. ୬.୦ ୬.୧ Hornbostel, Caleb (1991). Construction Materials: Types, Uses and Applications (in ଇଂରାଜୀ). John Wiley & Sons. p. 864. ISBN 9780471851455.
  7. "Coal Tar use while Breastfeeding | Drugs.com". www.drugs.com. Retrieved 13 January 2017.
  8. ୮.୦ ୮.୧ Maibach, Howard I. (2011). Evidence Based Dermatology (in ଇଂରାଜୀ). PMPH-USA. pp. 935–936. ISBN 9781607950394.
  9. Sneader, Walter (2005). Drug Discovery: A History (in ଇଂରାଜୀ). John Wiley & Sons. p. 356. ISBN 9780471899792.
  10. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  11. British national formulary : BNF 69 (69 ed.). British Medical Association. 2015. p. 829. ISBN 9780857111562.
  12. Ravina, Enrique (2011). The Evolution of Drug Discovery: From Traditional Medicines to Modern Drugs (in ଇଂରାଜୀ). John Wiley & Sons. p. 23. ISBN 9783527326693.