ସେବୋରିକ ଡର୍ମାଟାଇଟିସ


ସେବୋରିକ ଡର୍ମାଟାଇଟିସ (ଇଂରାଜୀ ଭାଷାରେ Seborrhoeic dermatitis, also known as seborrhoea) ଏକ ଦୀର୍ଘକାଳୀନ ଚର୍ମ ରୋଗ (skin disorder).[୨] ଏହି ରୋଗରେ ଚର୍ମ ଗଲୁ, କାତି ଛାଡ଼େ, ତେଲିଆ, ଲାଲ ଓ ପ୍ରଦାହ‌ଯୁକ୍ତ ଚର୍ମ ଆଦି ଲକ୍ଷଣ ଦେଖାଯାଏ ।[୨] ସେବମ (oil) ପ୍ରସ୍ତୁତକାରୀ ଗ୍ରନ୍ଥି (glands) ଥିବା ଚର୍ମ ଅଧିକ ପ୍ରଭାବିତ ହୁଏ ବିଶେଷତଃ ସ୍କାଲ୍ପ (scalp), ମୁହଁ ଓ ଛାତି । [୨] ରୋଗ ହେବା ଫଳରେ ସମାଜ ସମସ୍ୟା ଓ ଆତ୍ମାଭିମାନରେ ବାଧା ଆସେ ।[୨] ଶିଶୁମାନଙ୍କରେ ସ୍କାଲ୍ପରେ ରୋଗ ହେଲେ କ୍ରେଡଲ କ୍ୟାପ (cradle cap) କୁହାଯାଏ ।[୨] ସାମାନ୍ୟ ଧରଣର ଏହି ରୋଗକୁ ଡାଣ୍ଡ୍ରଫ (Dandruff) କୁହାଯାଏ । [୨]

ସେବୋରିକ ଡର୍ମାଟାଇଟିସ (Seborrheic dermatitis)
Seborrhoea, sebopsoriasis, seborrhoeic eczema, pityriasis capitis[୧]
ନାକ ଓ ପାଟି ମଧ୍ୟସ୍ଥ ସ୍ଥାନରେ ସେବୋରିକ ଡର୍ମାଟାଇଟିସ
ବିଭାଗଚର୍ମରୋଗ ବିଜ୍ଞାନ (Dermatology)
ଲକ୍ଷଣଗଲୁ, କାତି, ତେଲିଆ, ଲାଲ ଓ ପ୍ରଦାହ ଥିବା ଚର୍ମ [୨]
ଅବଧିଦୀର୍ଘକାଳୀନ[୨]
କାରଣଜେନେଟିକ ଓ ପରିବେଶ କାରକ [୨]
ବିପଦ କାରକମାନସିକ ଚାପ (Stress), ଶୀତ ଋତୁ, କମ ଇମ୍ମ୍ୟୁନିଟି (poor immune function), ପାର୍କିନସନ ରୋଗ, ପାର୍କିନସନ ସିଣ୍ଡ୍ରୋମ (Parkinson disease), ଅପସ୍ମାର ବାତ, ଡାଉନ ସିଣ୍ଡ୍ରୋମ[୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ[୨]
ସଠିକ ରୋଗ ନିର୍ଣ୍ଣୟସୋରିଆସିସ, ଆଟୋପିକ ଡର୍ମାଟାଇଟିସ, ଟିନିଆ କ୍ୟାପିଟିସ (tinea capitis), ରୋଜେସା, ସିସ୍ଟମିକ ଲୁପସ୍ ଏରିଦେମାଟୋସସ୍[୨]
ଔଷଧଆଣ୍ଟିଫଙ୍ଗାଲ କ୍ରିମ (Antifungal cream), ଆଣ୍ଟିଇନଫ୍ଲାମେଟରି ଏଜେଣ୍ଟ (anti-inflammatory agents), କୋଲ ଟାର, ଫୋଟୋଥେରାପି (phototherapy)[୨]
ପୁନଃପୌନିକ~୨% (ଯୁବକ), ~୪୦% (ଶିଶୁ)[୨]

ଏହି ରୋଗର କାରଣ ଅସ୍ପଷ୍ଟ ଥିଲେ ମଧ୍ୟ ଜେନେଟିକ ଓ ପରିବେଶର ଭୂମିକା ଥିବା ଜଣାଯାଏ ।[୨] ଇମ୍ମ୍ୟୁନିଟି କମ (poor immune function) ଥିଲେ, ପାର୍କିନସନ ରୋଗ, (Parkinson disease), ଅପସ୍ମାର ବାତ, ଡାଉନ ସିଣ୍ଡ୍ରୋମ ଇତ୍ୟାଦି କାରକମାନ ଏହି ରୋଗ ସଙ୍କଟ ସୃଷ୍ଟି କରିପାରେ ।[୨] ମାନସିକ ଚାପ (Stress) ଥିଲେ ଓ ଶୀତ ଋତୁରେ ଏହା ସାଂଘାତିକ ହୋଇପାରେ ।[୨] ସ୍ୱାସ୍ଥ୍ୟରକ୍ଷା (hygiene) ଯୋଗୁ ଏହା ହୁଏନାହିଁ ।[୩] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୨]

ସାଧାରଣତଃ ଆଣ୍ଟିଫଙ୍ଗାଲ କ୍ରିମ (Antifungal cream) ଓ ଆଣ୍ଟିଇନଫ୍ଲାମେଟରି ଏଜେଣ୍ଟ (anti-inflammatory agents) ସାହାଯ୍ୟରେ ଚିକିତ୍ସା କରାଯାଏ ।[୨] ବିଶେଷତଃ କିଟୋକୋନାଜୋଲ (ketoconazole) ବା ସିକ୍ଲୋପାଇରକ୍ସ (ciclopirox) ଭଲ କାମ କରେ ।[୪] ଅନ୍ୟାନ୍ୟ ଆଣ୍ଟିଫଙ୍ଗାଲ କ୍ରିମମାନଙ୍କର ପ୍ରଭାବ ଭଲରୂପେ ଅନୁଶୀଳନ ହୋଇନାହିଁ ।[୪] କୋଲ ଟାରଫୋଟୋଥେରାପି phototherapy) ସାହାଯ୍ୟରେ ମଧ୍ୟ ଚିକିତ୍ସା କରାଯାଏ । [୨]

ପ୍ରାୟ ୫୦ ବର୍ଷ ବୟସ ପାଖାପାଖି, ଯୁବାବସ୍ଥା ପ୍ରାରମ୍ଭରେ ଓ ୩ ମାସରୁ କମ ବୟସରେ ଏହି ରୋଗ ହୁଏ ।[୨] ଯୁବାବସ୍ଥାରେ ପ୍ରାୟ ୨% ଲୋକଙ୍କୁ ରୋଗ ହୁଏ । [୨] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୨] ଶିଶୁମାନଙ୍କ ମଧ୍ୟରୁ ପ୍ରାୟ ୪୦% କିଛି ପରିମାଣରେ ଆକ୍ରାନ୍ତ ହୁଅନ୍ତି ।[୨]

ଆଧାର ସମ୍ପାଦନା

  1. Dessinioti, C.; Katsambas, A. (2013). "Seborrheic dermatitis: etiology, risk factors, and treatments: facts and controversies". Clin Dermatol. 31 (4): 343–51. doi:10.1016/j.clindermatol.2013.01.001. PMID 23806151.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ ୨.୨୦ ୨.୨୧ ୨.୨୨ ୨.୨୩ Borda, Luis (2015). "Seborrheic Dermatitis and Dandruff: A Comprehensive Review". Journal of Clinical and Investigative Dermatology. 3 (2). doi:10.13188/2373-1044.1000019.
  3. "Seborrheic dermatitis". American Academy of Dermatology. Archived from the original on 21 October 2017. Retrieved 20 October 2017.
  4. ୪.୦ ୪.୧ Okokon, EO; Verbeek, JH; Ruotsalainen, JH; Ojo, OA; Bakhoya, VN (28 April 2015). "Topical antifungals for seborrhoeic dermatitis". The Cochrane Database of Systematic Reviews. 4: CD008138. doi:10.1002/14651858.CD008138.pub3. PMC 4448221. PMID 25933684.

ବାହ୍ୟ ଲିଙ୍କ ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ