କୋରିଓଆମ୍ନିଓନାଇଟିସ

ପ୍ରାସେଣ୍ଟାର ପ୍ରଦାହ

କୋରିଓଆମ୍ନିଓନାଇଟିସ, (ଇଂରାଜୀ ଭାଷାରେ Chorioamnionitis) ଅନ୍ୟ ନାମ ଇଣ୍ଟ୍ରା-ଆମ୍ନିଓଟିକ ପ୍ରଦାହ

Chorioamnionitis
Intra-amniotic inflammation, intra-amniotic infection
Micrograph of acute chorioamnionitis, with neutrophils in the chorion. Also seen are fibrin clots, indicating a severe fetal inflammatory response.[] H&E stain.
ବିଭାଗObstetrics
ଲକ୍ଷଣFever, abdominal pain, fast heart rate in the mother or baby, abnormal vaginal discharge[]
କାରଣInfection[]
ବିପଦ କାରକLonger duration of labor, prolonged rupture of membranes, few prior pregnancies, group B streptococcus, vaginal exams after membranes rupture[][]
ରୋଗ ନିର୍ଣ୍ଣୟ ପଦ୍ଧତିOften based on symptoms and fever[]
ସଠିକ ରୋଗ ନିର୍ଣ୍ଣୟPyelonephritis, appendicitis, pneumonia, thrombophlebitis[]
ଚିକିତ୍ସାAntibiotics, acetaminophen (paracetamol)[][]
ପୁନଃପୌନିକ4% (term deliveries);[] 40 to 70% (preterm deliveries)[]

(ଆଇଏଆଇ/ IAI), ହେଉଛି ଏକ ରୋଗ ଯେଉଁଥିରେ ଭ୍ରୁଣ ପରଦା, ଉଲ୍ୱଜଳ/ଆମ୍ନିଓଟିକ ତରଳ ପଦାର୍ଥ କିମ୍ବା ପ୍ରାସେଣ୍ଟା ସଂକ୍ରମଣ ହେତୁ ସାଧାରଣତଃ ପ୍ରଦାହ ହୁଏ । [] [] ଏହାର ଲକ୍ଷଣ ମଧ୍ୟରେ ଜ୍ୱର, ପେଟ ଯନ୍ତ୍ରଣା, ମା କିମ୍ବା ଶିଶୁର ଦୃତ ହୃଦ୍‌ଗତି, କିମ୍ବା ଅସ୍ୱାଭାବିକ ଯୋନୀସ୍ରାବ ନିର୍ଗତ ହୁଏ ।[] ନବଜାତ ଶିଶୁର ଜଟିଳତା ମଧ୍ୟରେ ନିମୋନିଆ, ମେନିଞ୍ଜାଇଟିସ୍, ସେପ୍ସିସ, ଅବଧିପୂର୍ବ ପ୍ରସବ ଏବଂ ମସ୍ତିଷ୍କ ପାଲସି/ଅଙ୍ଗ ଅଚଳନ ହୋଇପାରେ। [] [] ମା’ର ହେଉଥିବା ଜଟିଳତା ମଧ୍ୟରେ ପ୍ରସବପର ରକ୍ତସ୍ରାବ, ଏଣ୍ଡୋମେଟ୍ରାଇଟିସ୍, ସେପସିସ ଏବଂ ବୟସ୍କମାନଙ୍କ ଶ୍ୱାସକ୍ରିୟା ସମସ୍ୟା ସିଣ୍ଡ୍ରୋମ ହୋଇପାରେ ।[]

ବିପଦର କାରକଗୁଡ଼ିକ ମଧ୍ୟରେ ହେଉଛି ଦୀର୍ଘକାଳୀନ ପ୍ରସବ, ପ୍ରସବପୂର୍ବ ଫୁଲ ଝିଲ୍ଲିରେ ଫାଟ, ଅଳ୍ପ କିଛି ପୁର୍ବତନ ଗର୍ଭଧାରଣ, ଗ୍ରୁପ୍ ବି ଷ୍ଟ୍ରେପ୍ଟୋକୋକସର ଉପସ୍ଥିତି, ଏବଂ ଫୁଲ ଝିଲ୍ଲିରେ ଫାଟିବା ପରେ ବାରମ୍ବାର ଯୋନୀ ପରୀକ୍ଷା ।[] [] ଅନ୍ତର୍ନିହିତ ପ୍ରଣାଳୀରେ ସାଧାରଣତଃ ଯୋନୀପଥରୁ ଗର୍ଭାଶୟକୁ ଯାଉଥିବା ଜୀବାଣୁ ଯୋଗୁ ହୋଇପାରେ ।[] [] ଏହା ପ୍ରଦାହ ସୃଷ୍ଟି କରେ ଯାହା ଗର୍ଭାଶୟ ସଂକୋଚନକୁ ପ୍ରୋତ୍ସାହିତ କରେ ଓ ସେଥି ଯୋଗୁ ଅବଧିପୂର୍ବ ପ୍ରସବ ହୋଇପାରେ ।[] ୩୯.୦ସେରୁ ଅଧିକ ତାପମାତ୍ରା ଥିବା ଲକ୍ଷଣ ଉପରେ ଆଧାର କରି ବା କ୍ରମାଗତ ଭାବରେ ୩୮.୦ସେ ରୁ ୩୯.୦ ମଧ୍ୟରେ ଉତ୍ତାପ ରହିଲେ ରୋଗ ନିର୍ଣ୍ଣୟ କରାଯାଏ ।[]

ଆଣ୍ଟିବାୟୋଟିକ ସାହାଯ୍ୟରେ ଚିକିତ୍ସା କରାଯାଏ, ସାଧାରଣତଃଆମ୍ପିସିଲିନ ଏବଂ ଜେଣ୍ଟାମାଇସିନ ବ୍ୟବହୃତ ହୁଏ ।[] [] ଶରୀରର ତାପମାତ୍ରା ହ୍ରାସ କରିବା ପାଇଁ ପାରାସେଟାମୋଲ ବ୍ୟବହାର କରାଯାଇପାରେ ।[] କର୍ଟିକୋଷ୍ଟେରଏଡ ମଧ୍ୟ ପ୍ରସବ ପୂର୍ବରୁ ବିପଦ ସଙ୍କଟରେ ଥିବା ଲୋକମାନଙ୍କଦ୍ୱାରା ବ୍ୟବହୃତ ହୋଇପାରେ ।[] ପ୍ରସବ ସଠିକ ସମୟରେ ହେଲେ ସିଜରିଆନ ସେକସନ ସାଧାରଣତଃ ଆବଶ୍ୟକ ହୁଏ ନାହିଁ ।[] [] ଆମନିଓଟିକ୍ ଥଳି ଶୀଘ୍ର ଫାଟିଲେ ଆଣ୍ଟିବାୟୋଟିକ ପ୍ରତିଷେଧକ ଭାବରେ ବ୍ୟବହୃତ ହୁଏ ।[]

କୋରିଓଆମ୍ନିଓନାଇଟିସ୍ ପ୍ରାୟ ୪% ସଠିକ ସମୟ ପ୍ରସବରେ, ୪୦ ରୁ ୭୦% ସମୟପୂର୍ବ ପ୍ରସବରେ ଏବଂ ୨୪ ସପ୍ତାହରୁ କମ ସମୟରେ ହୋଇଥିଲେ ୯୪% ପ୍ରସବରେ ଉପସ୍ଥିତ ଥାଏ ।[] [] ପ୍ରସବ ସମୟରେ ୧୦ ରୁ ୪୦% ଜ୍ୱର ଯୋଗୁ ଏହା ହୁଏ ।[]

  1. ୧.୦ ୧.୧ ୧.୨ ୧.୩ Kim, Chong Jai; Romero, Roberto; Chaemsaithong, Piya; Chaiyasit, Noppadol; Yoon, Bo Hyun; Kim, Yeon Mee (2015). "Acute chorioamnionitis and funisitis: definition, pathologic features, and clinical significance". American Journal of Obstetrics and Gynecology. 213 (4): S29–S52. doi:10.1016/j.ajog.2015.08.040. ISSN 0002-9378. PMC 4774647. PMID 26428501.
  2. ୨.୦ ୨.୧ ୨.୨ Fowler, JR; Simon, LV (January 2023). "Chorioamnionitis". StatPearls. PMID 30335284. Archived from the original on 31 January 2021. Retrieved 17 January 2024.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ "Intraamniotic Infection - Gynecology and Obstetrics". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 2 October 2023. Retrieved 17 January 2024.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ ୪.୮ "Committee Opinion No. 712: Intrapartum Management of Intraamniotic Infection". Obstetrics and gynecology. 130 (2): e95–e101. August 2017. doi:10.1097/AOG.0000000000002236. PMID 28742677. Archived from the original on 26 September 2023. Retrieved 17 January 2024.
  5. ୫.୦ ୫.୧ ୫.୨ Radswiki, The. "Chorioamnionitis | Radiology Reference Article | Radiopaedia.org". Radiopaedia. Archived from the original on 16 December 2023. Retrieved 18 January 2024.
  6. ୬.୦ ୬.୧ ୬.୨ Ericson JE, Laughon MM (March 2015). "Chorioamnionitis: implications for the neonate". Clinics in Perinatology. 42 (1): 155–65, ix. doi:10.1016/j.clp.2014.10.011. PMC 4331454. PMID 25678002.
  7. ୭.୦ ୭.୧ Galinsky R, Polglase GR, Hooper SB, Black MJ, Moss TJ (2013). "The consequences of chorioamnionitis: preterm birth and effects on development". Journal of Pregnancy. 2013: 412831. doi:10.1155/2013/412831. PMC 3606792. PMID 23533760.
  8. Gravett, Michael G. (2009). "Intra-amniotic and Postpartum Infections". The Global Library of Women's Medicine. doi:10.3843/GLOWM.10176. Archived from the original on 24 September 2023. Retrieved 18 January 2024.