ଜରାୟୁ ଝିଲ୍ଲୀ ପ୍ରଦାହ

ଗର୍ଭାଶୟର ଅନ୍ତରିମା ତଥା ଏଣ୍ଡୋମେଟ୍ରିଅମର ପ୍ରସବ ପରବର୍ତ୍ତୀ ପ୍ରଦାହ

ଜରାୟୁ ଝିଲ୍ଲୀ ପ୍ରଦାହ (ଇଂରାଜୀ: Endometritis) ଗର୍ଭାଶୟର ଅନ୍ତରିମା ତଥା ଏଣ୍ଡୋମେଟ୍ରିଅମର ପ୍ରଦାହକୁ ବୁଝାଇଥାଏ ।[୫] ଜ୍ୱର, ନିମ୍ନ ଉଦର ପୀଡ଼ା, ଅନିୟମିତ ଯୋନୀ ରକ୍ତସ୍ରାବ ଆଦି ଏହାର ଲକ୍ଷଣ ଅଟନ୍ତି ।[୧][୬] ପ୍ରସବ ପରବର୍ତ୍ତୀ ସଂକ୍ରମଣ ପାଇଁ ଏହା ଏକ ମୁଖ୍ୟ କାରକ ।[୭][୧] ବିବିଧ ଶ୍ରୋଣୀ ରୋଗମାନଙ୍କ ମଧ୍ୟରୁ ଜରାୟୁ ଝିଲ୍ଲୀ ପ୍ରଦାହ ଅନ୍ୟତମ ।[୮]

ଜରାୟୁ ଝିଲ୍ଲୀ ପ୍ରଦାହ
ପ୍ରସବ ପର ଜରାୟୁ ଝିଲ୍ଲୀ ପ୍ରଦାହ, ଏଣ୍ଡୋମାୟୋମେଟ୍ରିସ
ଦୀର୍ଘକାଳୀନ ଜରାୟୁ ଝିଲ୍ଲୀ ପ୍ରଦାହଦ୍ୱାରା ପ୍ରଭାବିତ ପ୍ଲାଜମା କୋଷମାନଙ୍କର ସୂକ୍ଷ୍ମଚିତ୍ର । ଏହା ସହିତ ଇତସ୍ତତଃ ଭାବେ ଥିବା ନ୍ୟୁଟ୍ରୋଫିଲମାନେ ମଧ୍ୟ ଦେଖାଯାଉଛନ୍ତି ।
ବିଭାଗସ୍ତ୍ରୀ ପ୍ରଜନନ ବିଭାଗ, ପ୍ରସୂତୀ ବିଜ୍ଞାନ
ଲକ୍ଷଣଜ୍ୱର, ନିମ୍ନ ଉଦର ପୀଡ଼ା, ଅନିୟମିତ ଯୋନୀ ରକ୍ତସ୍ରାବ, discharge[୧]
କାରଣସଂକ୍ରମିତ[୨]
ବିପଦ କାରକଗର୍ଭପାତ, ଋତୁସ୍ରାବ, ପ୍ରସବ, ଅନ୍ତର୍ଗଭାଶୟୀ ଯନ୍ତ୍ରର ବ୍ୟବହାର, ପ୍ରକ୍ଷାଳନ[୩][୨]
ଚିକିତ୍ସାଜୀବାଣୁ ନାଶକ ଔଷଧ[୧]
ପୁନଃପୌନିକ୨% (ସାଧାରଣ ପ୍ରସବ ପରବର୍ତ୍ତୀ),
୧୦% (ଶଲ୍ୟ ପ୍ରସବ ପରବର୍ତ୍ତୀ)[୪]

କାରଣ ଏବଂ ନିଦାନ ସମ୍ପାଦନା

ଜରାୟୁ ଝିଲ୍ଲୀ ପ୍ରଦାହ ସାଙ୍ଘାତିକ କିମ୍ବା ଦୀର୍ଘକାଳୀନ ହୋଇପାରେ ।[୨] ସାଙ୍ଘାତିକ ରୂପରେ ଏହି ରୋଗ ସର୍ଭିକ୍ସ ତଥା ଗର୍ଭାଶୟ ମୁଖ ଦେଇ ସଂକ୍ରମିତ ହୋଇଥାଏ, ଯାହାଫଳରେ ଜ୍ୱର, ନିମ୍ନ ଉଦର ପୀଡ଼ା, ଅନିୟମିତ ଯୋନୀ ରକ୍ତସ୍ରାବ ହୋଇଥାଏ ।[୨][୩]ଶଲ୍ୟ ପ୍ରସବ ଏବଂ ଦୀର୍ଘ ସମୟ ପାଇଁ ଗର୍ଭାଶୟ ଝିଲ୍ଲୀରେ କ୍ଷତ ହୋଇରହିବାଦ୍ୱାରା ଜରାୟୁ ଝିଲ୍ଲୀ ପ୍ରଦାହହେବାର ଅଧିକ ଆଶଙ୍କା ସୃଷ୍ଟି କରେ ।[୧] ଋତୁବନ୍ଦ ପରେ ମୁଖ୍ୟତଃ ଦୀର୍ଘକାଳୀନ ପ୍ରଦାହ ହୁଏ ।[୨] ଏଣ୍ଡୋମେଟ୍ରିଆଲ ବାୟୋପସିଦ୍ୱାରା ଏହା ରୋଗ ସଠିକ ଭାବେ ନିର୍ଣ୍ଣିତ ହୋଇଥାଏ ।[୩] ଅଲଟ୍ରାସାଉଣ୍ଡଦ୍ୱାରା ମଧ୍ୟ ଜରାୟୁ ମଧ୍ୟରେ କିଛି ଟିସୁ ଅବଶିଷ୍ଟ ରହି ନ ଯାଇଥିବାର ଯାଞ୍ଚ କରାଯାଏ ।[୬]

ଚିକିତ୍ସା ସମ୍ପାଦନା

ଆଣ୍ଟିବାୟୋଟିକଦ୍ୱାରା ଏହି ରୋଗର ଚିକିତ୍ସା କରାଯାଇଥାଏ ।[୧] ପ୍ରସବ ପର ଚିକିତ୍ସା ପାଇଁ କ୍ଲିଣ୍ଡାମାଇସିନ ଏବଂ ଜେନଟାମାଇସିନ ଜୀବାଣୁ ନାଶକ ଔଷଧର ବ୍ୟବହାର କରାଯାଏ ।[୯] ସେପରି ସ୍ଥଳରେ ଗନରିଆ ଏବଂ କ୍ଲାମାଇଡିଆ ରୋଗର ପରୀକ୍ଷଣ ଏବଂ ତାହାର ଚିକିତ୍ସା କରାଯାଏ ।[୧୦] ଦୀର୍ଘକାଳୀନ ଜରାୟୁ ଝିଲ୍ଲୀ ପ୍ରଦାହରେ ଡକ୍‌ସିସାଇକ୍ଲିନ ଔଷଧଦ୍ୱାରା ଉପଚାର କରାଯାଏ ।[୧୦] ମୁଖ୍ୟତଃ ଉପଯୁକ୍ତ ଚିକିତ୍ସା ଫଳରେ ଏହି ରୋଗର ନିଦାନ ସମ୍ଭବ ହୋଇଥାଏ ।[୬]

ସଂକ୍ରାମକ ରୋଗ ବିଜ୍ଞାନ ଏବଂ ଇତିହାସ ସମ୍ପାଦନା

ସାଧାରଣ ପ୍ରସବ ପରେ ହେଉଥିବା ଜରାୟୁ ଝିଲ୍ଲୀ ପ୍ରଦାହର ହାର ପ୍ରାୟ ୨ ପ୍ରତିଶତ, ୧୦ ପ୍ରତିଶତ ଶଲ୍ୟ ପ୍ରସବ ପରବର୍ତ୍ତୀ ଏବଂ ଶଲ୍ୟ ପ୍ରସବରେ ଗର୍ଭାଶୟ ଝିଲ୍ଲୀର କ୍ଷତ ହେବା ସମୟରେ ପ୍ରତିଷେଧକ ଆଣ୍ଟିବାୟୋଟିକର ପ୍ରୟୋଗ ଅଭାବରେ ମଧ୍ୟ ୩୦ ପ୍ରତିଶତ କ୍ଷେତ୍ରରେ ଏହି ପ୍ରଦାହ ହୋଇଥାଏ ।[୪] ଗର୍ଭାଶୟର ଅନ୍ତଃଆବରଣ ଏଣ୍ଡୋମେଟ୍ରିଅମ ଏବଂ ମାୟୋମେଟ୍ରିଅମର ପ୍ରଦାହରୁ ଏହାର ଇଂରାଜୀ ଅନୁବାଦିତ ଶବ୍ଦ ଏଣ୍ଡୋମେଟ୍ରିଟିସର ହୁଏତ ଉତ୍ପତ୍ତି ହୋଇଛି ।[୧୧] ମଣିଷ ବ୍ୟତୀତ ଗାଈ ଏବଂ ଅନ୍ୟ ପଶୁଙ୍କଠାରେ ମଧ୍ୟ ଏହି ଅବସ୍ଥା ଦେଖାଯାଏ ।[୧୨]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Cover of Hacker & Moore's Essentials of Obstetrics and Gynecology". Hacker & Moore's essentials of obstetrics and gynecology (6 ed.). Elsevier Canada. 2015. pp. 276–290. ISBN 9781455775583.
  2. ୨.୦ ୨.୧ ୨.୨ ୨.୩ ୨.୪ Dallenbach-Hellweg, Gisela; Schmidt, Dietmar; Dallenbach, Friederike (2010). Atlas of Endometrial Histopathology (in ଇଂରାଜୀ). Springer Science & Business Media. p. 135. ISBN 9783642015410.
  3. ୩.୦ ୩.୧ ୩.୨ Lobo, Rogerio A.; Gershenson, David M.; Lentz, Gretchen M.; Valea, Fidel A. (2016). Comprehensive Gynecology E-Book (in ଇଂରାଜୀ). Elsevier Health Sciences. p. 548. ISBN 9780323430036.
  4. ୪.୦ ୪.୧ Gabbe, Steven G. (2012). Obstetrics: Normal and Problem Pregnancies (in ଇଂରାଜୀ). Elsevier Health Sciences. p. 1146. ISBN 143771935X.
  5. Crum, Christopher P.; Lee, Kenneth R.; Nucci, Marisa R. (2011). Diagnostic Gynecologic and Obstetric Pathology E-Book (in ଇଂରାଜୀ). Elsevier Health Sciences. p. 430. ISBN 145570895X.
  6. ୬.୦ ୬.୧ ୬.୨ Ferri, Fred F. (2014). Ferri's Clinical Advisor 2015 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 423. ISBN 9780323084307.
  7. Arora, Mala; Walavalkar, Rajalaxmi (2013). World Clinics: Obstetrics & Gynecology: Postpartum Hemorrhage (in ଇଂରାଜୀ). JP Medical Ltd. p. 237. ISBN 9789350904244.
  8. "Sexually Transmitted Diseases & Pelvic Infections". Current diagnosis & treatment : obstetrics & gynecology (11 ed.). McGraw-Hill Education. 2012. p. Chapter 43. ISBN 978-0071638562.
  9. Mackeen, AD; Packard, RE; Ota, E; Speer, L (2 February 2015). "Antibiotic regimens for postpartum endometritis". The Cochrane Database of Systematic Reviews (2): CD001067. doi:10.1002/14651858.CD001067.pub3. PMID 25922861.
  10. ୧୦.୦ ୧୦.୧ "8". Williams Gynecology (3 ed.). McGraw Hill Professional. 2016. ISBN 9780071849081.
  11. Hubert Guedj; Baggish, Michael S.; Valle, Rafael Heliodoro (2007). Hysteroscopy: visual perspectives of uterine anatomy, physiology, and pathology. Hagerstwon, MD: Lippincott Williams & Wilkins. p. 488. ISBN 0-7817-5532-8.
  12. Noakes, David E. (2009). Arthur's Veterinary Reproduction and Obstetrics E-Book (in ଇଂରାଜୀ). Elsevier Health Sciences. p. 411. ISBN 9780702039904.