କୋକେନ ନିଶା

ଏଥିରେ କୋକେନର ନକାରାତ୍ମକ ତଥା ସମ୍ଭାବ୍ୟ ଜୀବନ ପ୍ରତି ବିପଦର ସୂଚନା ଦିଆଯାଏ ।

କୋକେନ ନିଶା ବିଷୟରେ କୋକେନର ନକାରାତ୍ମକ ତଥା ସମ୍ଭାବ୍ୟ ଜୀବନ ପ୍ରତି ବିପଦର ସୂଚନା ଦିଆଯାଏ । [୨] ଏହାକୁ ବ୍ୟବହାର କରିବାର କିଛି ସମୟ ପରେ ଦ୍ରୃତ ହୃଦ୍‌ଗତି, ଉଚ୍ଚ ରକ୍ତ ଚାପ, ଏବଂ ଉତ୍ତେଜନା ଲକ୍ଷଣମାନ ଦେଖାଯାଏ ।[୧] ଏହାର ପ୍ରଭାବରେ ଶରୀର ତାପମାତ୍ରା ଅଧିକ ହୋଇ ଝାଳ ବାହାରିପାରେ |[୧] ଅବସ୍ଥା ଜଟିଳ ହେଲେ ତୀବ୍ର କରୋନାରି ସିଣ୍ଡ୍ରୋମ, ବାତ, ଷ୍ଟ୍ରୋକ, ନିମୋଥୋରାକ୍ସ ଏବଂ ଏକସାଇଟେଡ ଡେଲିରିୟମ ହୋଇପାରେ | [୧] [୩]

Cocaine intoxication
Cocaine toxicity, cocaine poisoning
ବିଭାଗToxicology
ଲକ୍ଷଣFast heart rate, high blood pressure, agitation, high body temperature, sweating[୧]
ଆକ୍ରାନ୍ତ ସମୟWithin 5 sec to 5 min[୧]
କାରଣCocaine[୨]
ରୋଗ ନିର୍ଣ୍ଣୟ ପଦ୍ଧତିUrine drug test[୧]
ସଠିକ ରୋଗ ନିର୍ଣ୍ଣୟLow blood sugar, anticholinergic toxicity, delirium tremens, schizophrenia, neuroleptic malignant syndrome[୩]
ଔଷଧLorazepam, labetalol, sodium bicarbonate[୧]
ପୁନଃପୌନିକ19 million people (2018)[୪]
ମୃତ୍ୟୁ ସାନ୍ଦ୍ରତା15,900 (2019, USA)[୫]

କୋକେନ‌କୁ ଧୂମପାନ, ଇଞ୍ଜେକ୍ସନ କିମ୍ବା ନାକ ବାଟେ ଗ୍ରହଣ କରାଯାଇପାରେ | [୧] ଧୂମପାନ କରିବାର ୫ ସେକେଣ୍ଡ ମଧ୍ୟରେ, ଇଞ୍ଜେକ୍‌ସନ ନେବାର ଏକ ମିନିଟ୍ ମଧ୍ୟରେ ଏବଂ ନାକ ବାଟେ ନେବାର ୫ ମିନିଟ୍ ମଧ୍ୟରେ କୋକେନର ପ୍ରଭାବ ଆରମ୍ଭ ହୁଏ | [୧] ପ୍ରଭାବ ୫ରୁ ୯୦ ମିନିଟ୍ ପର୍ଯ୍ୟନ୍ତ ରହିଥାଏ | [୧] ଏହାକୁ ଶରୀରରେ ଲୁଚେଇ ନେଲାବେଳେ ବିଷାକ୍ତ କ୍ରିୟା ଆରମ୍ଭ ହୋଇପାରେ ।[୧] ପରିସ୍ରା ପରୀକ୍ଷା କରି ଏହି ଅବସ୍ଥା ନିର୍ଣ୍ଣୟ କରାଯାଇପାରେ ଯାହା କୋକେନ ଗ୍ରହଣ କରିବାର ଗୋଟିଏ କିମ୍ବା ଦୁଇ ଦିନ ପର୍ଯ୍ୟନ୍ତ ସକରାତ୍ମକ ରହିଥାଏ ଏବଂ ଦୀର୍ଘକାଳୀନ ବ୍ୟବହାର କରୁଥିଲେ ସପ୍ତାହ ବ୍ୟାପି ରହିଥାଏ | [୧] କ୍ୱଚିତ ଏହାର ମିଥ୍ୟା ପଜିଟିଭ୍ ଫଳ ମିଳିଥାଏ | [୧]

ପ୍ରାରମ୍ଭିକ ଚିକିତ୍ସାରେ ସାଧାରଣତଃ ବେଞ୍ଜୋଡାଏଜେପିନ ଔଷଧ ଯେପରିକି ଲୋରାଜେପାମ କିମ୍ବା ମିଡାଜୋଲାମ ଇଞ୍ଜେକସନ ଦିଆଯାଇଥାଏ | [୧] ଯଦି ଉଚ୍ଚ ରକ୍ତଚାପ ଜାରି ରହେ, ତେବେ ଏହା ନିକାର୍ଡ଼ିଆପାଇନ କିମ୍ବା ଲାବେଟାଲୋଲ ଦେଇ ପରିଚାଳନା କରାଯାଇପାରେ | [୧] ଉଚ୍ଚ ତାପମାତ୍ରା ନିମନ୍ତେ ଅତିରିକ୍ତ ଥଣ୍ଡାକାରୀ କୌଶଳ ଆବଶ୍ୟକ ହୁଏ | [୧] ଛାତି ଯନ୍ତ୍ରଣା ହେଉଥିଲେ ଆସ୍ପିରିନ୍ ଏବଂ ନାଇଟ୍ରୋଗ୍ଲେସିରିନ୍ ବ୍ୟବହାର କରାଯାଇପାରେ। [୧] ଯେଉଁମାନଙ୍କର ଏକ ଚଉଡ଼ା କ୍ୟୁଆରଏସ କମ୍ପ୍ଲେକ୍ସ ଥାଏ, ସେମାନଙ୍କୁ ସୋଡ଼ିଅମ ବାଇକାର୍ବୋନେଟ ଦେଇ ଚିକିତ୍ସା କରାଯାଇପାରେ | [୧]

୨୦୧୮ ମସିହାର ବିଶ୍ୱରେ ପ୍ରାୟ ୧୯ ନିୟୁତ ଲୋକ କୋକେନ ବ୍ୟବହାର କରିଥିଲେ ଓ ସାଧାରଣତଃ ଉତ୍ତର ଆମେରିକା ଏବଂ ପଶ୍ଚିମ ୟୁରୋପର ଲୋକମାନେ ବ୍ୟବ‌ହାର କରିଥାଆନ୍ତି | [୪] ଯୁକ୍ତରାଷ୍ଟ୍ରରେ ୨୦୧୧ ମସିହାରେ ପ୍ରାୟ ୫୦ ଲକ୍ଷ ଲୋକ କୋକେନ ବ୍ୟବହାରର କରୁଥିବାରୁ ଜରୁରୀକାଳୀନ ବିଭାଗରେ ସେମାନଙ୍କର ଯତ୍ନ ନେବା ଆବଶ୍ୟକ ହୋଇଥିଲା ଏବଂ ୨୦୧୯ ମସିହାରେ ଏହା ରୋଗ ଯୋଗୁ ୧୫,୯୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା। [୩] [୫] କୋକେନ ନିଶାସକ୍ତ ଥିବା ଅବସ୍ଥାରେ ମୃତ୍ୟୁ ହୋଇପାରେ। [୩] କୋକେନ ସ‌ହିତ ଲେଭାମିସୋଲ ଗ୍ରହଣ କରୁଥିଲେ ଶ୍ୱେତ ରକ୍ତକଣିକା ପରିମାଣ କମିଯାଏ ଏବଂ ଭାସ୍କୁଲାଇଟିସ ରୋଗ ହୋଇପାରେ । [୩]

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ Zimmerman, Janice L. (2012-10-01). "Cocaine intoxication". Critical Care Clinics. 28 (4): 517–526. doi:10.1016/j.ccc.2012.07.003. ISSN 1557-8232. PMID 22998988.
  2. ୨.୦ ୨.୧ "Cocaine Toxicity • LITFL • CCC Toxicology". Life in the Fast Lane • LITFL. 13 January 2019. Retrieved 12 April 2021.
  3. ୩.୦ ୩.୧ ୩.୨ ୩.୩ ୩.୪ Richards, JR; Le, JK (January 2021). "Cocaine Toxicity". PMID 28613695. {{cite journal}}: Cite journal requires |journal= (help)
  4. ୪.୦ ୪.୧ WORLD DRUG REPORT 2020 (SET OF 6 BOOKLETS) (PDF). [S.l.]: UNITED NATIONS. 2020. pp. 17–18. ISBN 978-92-1-148345-1. Retrieved 12 April 2021.
  5. ୫.୦ ୫.୧ Abuse, National Institute on Drug (29 January 2021). "Overdose Death Rates". National Institute on Drug Abuse (in ଇଂରାଜୀ). Retrieved 12 April 2021.