କୈଳାଶ ଲେଙ୍କା
କୈଳାଶ ଲେଙ୍କା (୧୭ ସେପ୍ଟେମ୍ବର ୧୯୩୭–୨ ଡିସେମ୍ବର ୨୦୦୩) ଜଣେ ଭାରତୀୟ ଓଡ଼ିଆ-ଭାଷୀ ସାହିତ୍ୟିକ, ସାହିତ୍ୟ ସଂଗଠକ ଓ ଓକିଲ ଥିଲେ । ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଥିଲେ । ସେ ଟାଙ୍ଗୀ-ଚୌଦ୍ୱାର ନିର୍ବାଚନମଣ୍ଡଳୀରୁ ୧୯୭୧ ସାଧାରଣ ନିର୍ବାଚନରେ କାହ୍ନୁ ଚରଣ ଲେଙ୍କା ଓ ବିଜୁ ପଟ୍ଟନାୟକଙ୍କ ସହ ପ୍ରତିଦ୍ୱନ୍ଦିତା କରିଥିଲେ । ୬୦-୭୦ ଦଶକରେ ଙ-ଞ୍ଜ-ଌ ପ୍ରକାଶନରେ ମୁଖ୍ୟ ଭୂମିକା ନିଭାଇଥିଲେ । ଏହା ବ୍ୟତୀତ ସେ ବିନ୍ଦୁ ବିସର୍ଗ ପତ୍ରିକା ପ୍ରକାଶ କରିଥିଲେ । ପୁରୀରୁ ଆରମ୍ଭ ଅନାମ ଅନ୍ଦୋଳନର ସେ ଯୋଗଦେଇଥିଲେ ।
କୈଳାଶ ଲେଙ୍କା | |
---|---|
ଜନ୍ମ | |
ମୃତ୍ୟୁ | ୨ ଡିସେମ୍ବର ୨୦୦୩ | (ବୟସ ୬୭)
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଆଇନଜୀବୀ, କବି, ଗାଳ୍ପିକ |
ଉଲ୍ଲେଖନୀୟ କୃତି | ଶକୁନି (କାବ୍ୟ) |
ବୈବାହିକ-ସାଥୀ | ସୁନୀତି ଲେଙ୍କା |
ସନ୍ତାନ | ସ୍ୱପ୍ନଜିତ୍, ଶୁଭ୍ରଜିତ୍, ଜୟଜିତ୍ ଓ ସୌରଜିତ୍ (ପୁତ୍ର) ପ୍ରଜ୍ଞା ପାରମିତା, ଉପାଳୀ ଅପରାଜିତା (କନ୍ୟା) |
ପିତାମାତା | ଅନ୍ନପୂର୍ଣ୍ଣା ଲେଙ୍କା (ମାତା) ଗୋପବନ୍ଧୁ ଲେଙ୍କା (ପିତା) |
ଜୀବନୀ
ସମ୍ପାଦନାକୈଳାଶ ଲେଙ୍କା ୧୯୩୬ ମସିହାରେ କଟକ ଜିଲ୍ଲାର ମୁକୁନ୍ଦପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗୋପବନ୍ଧୁ ଲେଙ୍କା ଓ ମାତାଙ୍କ ନାମ ଅନ୍ନପୂର୍ଣ୍ଣା ଲେଙ୍କା ଥିଲା । ସେ ୧୯୫୪ରେ କଟକ ଜିଲ୍ଲାର ଟାଙ୍ଗୀ ବିଦ୍ୟାପୀଠରୁ ମାଟ୍ରିକ୍, ୧୯୫୮ରେ ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ପଢ଼ିଥିଲେ । ଛାତ୍ରାବସ୍ଥାରୁ ସେ ସାହିତ୍ୟ, ରାଜନୀତି ଓ ସମାଜସେବାରେ ସକ୍ରିୟ ଭାବେ ଜଡ଼ିତ ଥିଲେ । ୧୯୫୬ରେ ରେଭେନ୍ସାର ଦିବାଧ୍ୟାୟୀ ଛାତ୍ର ସଂସଦର ସମ୍ପାଦକ, ୧୯୫୭ରେ କଟକରେ ରବିବାସରୀୟ ସାହିତ୍ୟ ସଂସଦର ସେ ପ୍ରତିଷ୍ଠାତା ଅଧ୍ୟକ୍ଷ, ୧୯୬୪ରେ ଓଡ଼ିଆ ଯୁବ ଲେଖକ ସମ୍ମେଳନ ସଭାପତି ଥିଲେ । ୧୯୬୦ ମସିହାରେ କଲିକତା ପ୍ରେସିଡେନ୍ସି କଲେଜରୁ ଆଧୁନିକ ଇତିହାସରେ ସ୍ନାତକୋତ୍ତର ଶିକ୍ଷା ହାସଲ କରିଥିଲେ । ୧୯୬୫ରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ପଢ଼ିଥିଲେ । ସେତେବେଳେ ସେ ସେଠାକାର ସିନେଟ ଓ ଏକାଡେମିକ କାଉନସିଲର ସଦସ୍ୟ ଥିଲେ । ଉଚ୍ଚଶିକ୍ଷା ପରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଓକିଲାତି କରୁଥିଲେ ।[୧]
ରଚନାବଳୀ
ସମ୍ପାଦନାସମ୍ମାନ ଓ ପୁରସ୍କାର
ସମ୍ପାଦନାଆଧାର
ସମ୍ପାଦନା- ↑ Justice Harihar Mahapatra (15 February 2011). My Life, My Work. Allied Publishers. pp. 202–. ISBN 978-81-8424-640-7.
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ ୧ମ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୨୫୫. ISBN 81-903352-1-9.
- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୫୧୯, ୬୭୮. ISBN 81-7400-331-2.
- ↑ "1998 MAIN ENTRIES" (PDF). odishaculture.gov.in. Odisha Govt. Culture Dept. Archived from the original (PDF) on 1 June 2020. Retrieved 1 June 2020.
- ↑ Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 670–. ISBN 978-81-260-0873-5.
- ↑ ଲେଙ୍କା, କୈଳାଶ (୨୦୦୪). କୈଳାଶ ଲେଙ୍କାଙ୍କ ନିର୍ବାଚିତ କବିତା. ଭୁବନେଶ୍ୱର. pp. ଶେଷ ପୃଷ୍ଠା.
{{cite book}}
: CS1 maint: location missing publisher (link)