ଅନାମ କବିତା ଆନ୍ଦୋଳନ
ଅନାମ କବିତା ଆନ୍ଦୋଳନ (୧୯୬୯-୧୯୯୫) ଓଡ଼ିଆ ଭାଷାରେ ଏକ କବିତା ଲିଖନ ଧାରା । ଏହା ୧୯୬୯ ମସିହାରେ ଓଡ଼ିଶାରେ ଆରମ୍ଭ ହୋଇଥିଲା । ଭାରତରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ପୂର୍ବରୁ କବିମାନେ କବିତାର ଶୀର୍ଷକ ନଦେଇ, ସରକାର ଓ ବ୍ୟବସ୍ଥା ବିରୋଧରେ ଏହିପରି କବିତାମାନ ଲେଖୁଥିଲେ । କବିତାରେ କବିଙ୍କ ନାମ ନଥିବାରୁ ଏହା ଅନାମ କବିତା ନାମରେ ପ୍ରଚଳିତ ହୋଇଥିଲା ।[୧][୨] ସରକାରଙ୍କ ଭୁଲ ବାବଦରେ ସାଧାରଣ ଜନତାଙ୍କୁ ଅବଗତ କରାଇବା ଏହାର ଲକ୍ଷ୍ୟ ଥିଲା । ପୁରୀର କବି କୁମାର ମହାନ୍ତି ଏହି ଅନାମ କବିତା ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ।
ଇତିହାସ
ସମ୍ପାଦନାଅନାମ କବିତା ଆନ୍ଦୋଳନ ୧୯୬୯ ମସିହା ଜାନୁଆରୀ ମାସ ୨୨ ତାରିଖ ଶ୍ରୀପଞ୍ଚମୀ ଦିନ ଆରମ୍ଭ ହୋଇଥିଲା । କୁମାର ମହାନ୍ତି ଏହି ଆନ୍ଦୋଳନର ସୂତ୍ରଧର ଥିଲେ । ତାଙ୍କ ପ୍ରକୃତ ନାମ ଥିଲା କୃଷ୍ଣଚନ୍ଦ୍ର ମହାନ୍ତି ଓ ସେ ପୁରୀ ଦଈତାପଡ଼ା ସାହିର ଲୋକ ଥିଲେ ।[୩] ଶ୍ରୀପଞ୍ଚମୀ ଦିନ କୁମାର ମହାନ୍ତି ଓ ତାଙ୍କର ଅନ୍ୟ ଚାରିଜଣ ବନ୍ଧୁ ପୁରୀର ସ୍ୱର୍ଗଦ୍ୱାରଠାରେ ଅନାମ ଗୋଷ୍ଠୀ ଆରମ୍ଭ କରିଥିଲେ । ସେମାନେ ନିଜର ଅହଂକୁ ସ୍ୱର୍ଗଦ୍ୱାରରେ ଦାହ କରି, ଓଡ଼ିଆ କବିତାରେ ମୈତ୍ରୀଭାବକୁ ପୁନରୁତ୍ଥାନ କରିବାର ସଂକଳ୍ପ ନେଇଥିଲେ । କୁମାର ମହାନ୍ତିଙ୍କ ବ୍ୟତୀତ ଏଇ ଆନ୍ଦୋଳନରେ ମଧୁ ମହାନ୍ତି, ଉଦୟ ଦାସ, ଚିତ୍ତରଞ୍ଜନ ମିଶ୍ର, ସାମ୍ବାଦିକ ନାରାୟଣ ପ୍ରସାଦ ସିଂହ ଆଦି କବିମାନେ ସକ୍ରିୟ ଥିଲେ ।[୪] ପରବର୍ତ୍ତୀ ସମୟରେ ହରିହର ମିଶ୍ର, ଅଧ୍ୟାପକ ବିଶ୍ୱରଞ୍ଜନ ଓ ମନୁ ଦାଶଙ୍କ ପରି କବିମାନେ ଏଥି ଲିଖନ ଧାରାରେ ଯୋଗ ଦେଇଥିଲେ ।[୫] ୧୯୯୫ ମସିହା ଡିସେମ୍ବର ୧୯ ତାରିଖରେ କୁମାର ମହାନ୍ତିଙ୍କ ପରଲୋକ ଘଟିଥିଲା ଓ ଏଥି ସହିତ ଅନାମ କବିତା ଆନ୍ଦୋଳନର ଯବନିକା ପଡ଼ିଥିଲା ।[୬]
କବିତାର ସ୍ୱରୂପ
ସମ୍ପାଦନାଏହି ଧାରାରେ ଲେଖା ଯାଉଥିବା କବିତାର ଆକାର ଛୋଟ ଥିଲା । କବିତାରେ ଛନ୍ଦପାତ ରହୁଥିଲା ଓ ଶୀର୍ଷକ ଆଦୌ ନଥିଲା । ଲୋକଗୀତର ଠାଣି କବିତାରେ ବ୍ୟବହାର କରାଯାଉଥିଲା । ସରକାର ଓ ବ୍ୟବସ୍ଥାର ସମାଲୋଚନା କରିବା କବିତାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।[୭] ଓଡ଼ିଆ କବିତା କ୍ରମାଗତ ଭାବେ ପାଶ୍ଚାତ୍ୟ ସାହିତ୍ୟ ଶୈଳୀର ଅନୁସରଣରେ ପ୍ରଭାବିତ ହୋଇ କାଳକ୍ରମେ ପାଠକମାନଙ୍କ ପାଇଁ ଦୁର୍ବୋଧ୍ୟ ହୋଇପଡ଼ିଥିଲା । ଏହି ଆନ୍ଦୋଳନର ଫଳସ୍ୱରୂପ ସାଧାରଣ ଲୋକ ବୁଝିପାରିବା ଭଳି ସରଳ ଭାଷା ଓ ଢଙ୍ଗରେ କବିତା ଲେଖା ଆରମ୍ଭ ହୋଇଥିଲା ।[୮]
୧୯୭୫ ମସିହାରେ କୁମାର ମହାନ୍ତିଙ୍କଦ୍ୱାରା ଏକ କବିତାର ଅଂଶ :
କହନା କଥା
କହନା କଥା
କହିଲେ ଫିଟିବ ଅଡ଼ୁଆ ସୂତା
ଫିଟିଲେ ଗୁମର ସବୁ ତ ପିତା
ଭାଙ୍ଗିବ ତାଲା
ବାନ୍ଧି ନେଇଯିବ ପୁଲିସବାଲାରେ ପୁଲିସବାଲା ।
ଆଧାର
ସମ୍ପାଦନା- ↑ ସୀତାକାନ୍ତ ମହାପାତ୍ର (୧୯୭୮). The Curve of Meaning: Studies in Oriya Literature. Image Publications. pp. ୧୨୦.
- ↑ Bhagaban Jayasingh (09 May 2020). Footprints of Fire: The Black Eagle Book of Modern Odia Poetry. Black Eagle Books, 2020. p. 186. ISBN 1645600300. Archived from the original on 20 January 2022. Retrieved 20 January 2022.
{{cite book}}
: Check date values in:|date=
(help) - ↑ "କବିତାରେ ଦେଶୀ ଛନ୍ଦ ଓ ଦୟଣା ପତ୍ରର ଗନ୍ଧ, କୁମାର ମହାନ୍ତିଙ୍କ "ଅନାମ ବାୟାର ଗୀତ"". www.odishasambad.in. ଓଡ଼ିଶା ସମ୍ବାଦ. Archived from the original on 20 January 2022. Retrieved 20 January 2022.
- ↑ New Trends in Creative Writing in Indian Languages: Proceedings of National Authors' Meet Held from 23 December to 25 December 1988 at Lucknow. National Book Trust. 1990. pp. ୧୦୦. Retrieved 20 January 2022.
- ↑ "କବି ଓ ନାଟ୍ୟକାର ହରିହର ମିଶ୍ରଙ୍କ ସହ ସାକ୍ଷାତକାର". www.odiasahitya.com. ଓଡ଼ିଆ ସାହିତ୍ୟ. Archived from the original on 20 January 2022. Retrieved 20 January 2022.
{{cite web}}
:|archive-date=
/|archive-url=
timestamp mismatch; 13 ଅକ୍ଟୋବର 2020 suggested (help) - ↑ "ଅନାମ କାବ୍ୟ ଆନ୍ଦୋଳନର ପ୍ରାସଙ୍ଗିକତା". No. ଧରିତ୍ରୀ ୧୬/୦୩/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬. ଧରିତ୍ରୀ. 16 March 2022. Archived from the original on 21 March 2022. Retrieved 21 March 2022.
- ↑ "ପୁସ୍ତକ ସମୀକ୍ଷା – 'ଅନାମ ବାୟାର ଗୀତ'". www.odisha.live. ଓଡ଼ିଶା ଲାଇଭ. Archived from the original on 20 January 2022. Retrieved 20 January 2022.
- ↑ "ମୋ ଚରିତ୍ରମାନେ ପ୍ରେମରୁ ଆରମ୍ଭ ହୋଇ ପ୍ରେମରେ ସରିଯାଆନ୍ତି: ଅଧ୍ୟାପକ ବିଶ୍ୱରଞ୍ଜନ". www.batoi.com. batoi.com. Archived from the original on 20 January 2022. Retrieved 20 January 2022.