କେଦାରନାଥ ମହାପାତ୍ର
କେଦାରନାଥ ମହାପାତ୍ର, ଜଣେ ଓଡ଼ିଆ ଐତିହାସିକ, ଗବେଷକ ଏବଂ ପ୍ରତ୍ନତତ୍ତ୍ୱ ବିଶାରଦ ଥିଲେ ।[୨] ଓଡ଼ିଶାର ଇତିହାସ, ସଂସ୍କୃତି, ପରମ୍ପରା ଉପରେ ସେ ବହୁ ଗବେଷଣାତ୍ମକ ପୁସ୍ତକ ରଚନା କରିଛନ୍ତି । ଚଉଷଠି ଯୋଗିନୀ ମନ୍ଦିରକୁ ଲୋକଲୋଚନକୁ ଆଣିବାର ଶ୍ରେୟ କେଦାରନାଥଙ୍କୁ ହିଁ ଯାଏ ।[୩]
କେଦାରନାଥ ମହାପାତ୍ର | |
---|---|
ଜନ୍ମ | କେଦାରନାଥ ମହାପାତ୍ର ୨୮ ଅକ୍ଟୋବର ୧୯୧୧ |
ମୃତ୍ୟୁ | ୨୦ ଅପ୍ରେଲ ୧୯୮୧[୧] | (ବୟସ ୬୯)
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ, କଟକ |
ପ୍ରସିଦ୍ଧି | ଐତିହାସିକ, ପ୍ରତ୍ନତତ୍ତ୍ୱବିତ୍ |
ବୈବାହିକ-ସାଥୀ | ଯଶୋଦା ଦେବୀ |
ପିତାମାତା | ଗୋପୀନାଥ ମହାପାତ୍ର (ପିତା), ରାଧିକା ଦେବୀ (ମାତା) |
ଜୀବନ
ସମ୍ପାଦନାକେଦାରନାଥ ୧୯୧୧ ମସିହା ଅକ୍ଟୋବର ୨୮ ତାରିଖରେ ଭୁବନେଶ୍ୱରରେ ଜନ୍ମଗ୍ରହଣ କରିଥିଲେ । ବାପା ଗୋପୀନାଥ ମହାପାତ୍ର ଓ ମାଆ ରାଧିକା ଦେବୀଙ୍କର ସେ ଥିଲେ ପ୍ରଥମ ସନ୍ତାନ । ଆରମ୍ଭରେ ସେ ଭୁବନେଶ୍ୱରରେ ହିଁ ପାଠ ପଢ଼ିଥିଲେ କିନ୍ତୁ ପରେ ୧୯୨୫ ମସିହାରେ ଉଚ୍ଚଶିକ୍ଷା ନିମନ୍ତେ ସେ ଖୋର୍ଦ୍ଧା ଯାଇଥିଲେ । ସେ ଭୁବନେଶ୍ୱରର ପ୍ରଥମ ସ୍ନାତକ ଅଟନ୍ତି ।
୧୯୩୦ ମସିହାରେ ଯଶୋଦା ଦେବୀଙ୍କ ସହ କେଦାରନାଥଙ୍କ ବିଭାକାର୍ଯ୍ୟ ସମ୍ପନ୍ନ ହୋଇଥିଲା । ସମୟକ୍ରମେ ଚାରିଜଣ ପୁଅ ଓ ଜଣେ ଝିଅ ଜାତ ହେଲେ ।[୪]
୧୯୩୩ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ଇତିହାସ ବିଷୟରେ ହନର୍ସ ନେଇ ସ୍ନାତକ ପାସ ହୋଇଥିଲେ । ୧୯୩୫ ମସିହାରେ ସେ ଶିକ୍ଷକଙ୍କ ପାଇଁ ଥିବା ଏକ ଟ୍ରେନିଂ ନେଇଥିଲେ । କଟକସ୍ଥିତ ରାଧାନାଥ ଟ୍ରେନିଙ୍ଗ କଲେଜରୁ ଉତ୍ତୀର୍ଣ୍ଣ ହୋଇ, ସେ ୧୯୩୫ ମସିହାରେ ଖୋର୍ଦ୍ଧା ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ । ଆଠ ବର୍ଷ ଶିକ୍ଷକତା କରିବା ପରେ, ୧୯୪୩ ମସିହାରେ ସେ କଳାହାଣ୍ଡିଠାରେ ରାଜା ପ୍ରତାପ କେଶରୀ ଦେଓଙ୍କଦ୍ୱାରା ଖୋଲିଥିବା ପ୍ରାଚୀନ ସଂସ୍କୃତି ଗବେଷଣା କେନ୍ଦ୍ରରେ ଯୋଗ ଦେଇଥିଲେ । ଏଠାରୁ ତାଙ୍କର ଗବେଷକ ଜୀବନ ଆରମ୍ଭ ହୋଇଥିଲା । ୧୯୫୦ ପର୍ଯ୍ୟନ୍ତ ଏହି ଅନୁଷ୍ଠାନରେ କାର୍ଯ୍ୟ କରି, ଅନେକ ପ୍ରାଚୀନ ପୋଥି, ମନ୍ଦିର, ଦେବ ପ୍ରତିମା, ଶିଳାଲେଖ ଇତ୍ୟାଦି ଉଦ୍ଧାର କରିଥିଲେ ।[୫] ଗଡ଼ଜାତ ସମ୍ମିଶ୍ରଣ ପରେ, ସେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଜଣେ ପ୍ରତ୍ନତତ୍ତ୍ୱବିତ ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ନିଜ କାର୍ଯ୍ୟକାଳ ମଧ୍ୟରେ ସେ ଚଉଷଠି ଯୋଗିନୀ ଭଳି ବହୁ ପୁରାତନ ମନ୍ଦିରକୁ ଲୋକଲୋଚନକୁ ଆଣିବାରେ ସମର୍ଥ ହୋଇଥିଲେ ଓ ସେଗୁଡିକର ପୁନରୁଦ୍ଧାର ଦିଗରେ କାର୍ଯ୍ୟ କରିଥିଲେ ।
୧୯୮୧ ଅପ୍ରେଲ ୨୦ତାରିଖରେ କେଦାରନାଥଙ୍କ ନିଧନ ଘଟିଥିଲା । ବିନ୍ଦୁସାଗର କୂଳରେ କେଦାରନାଥ ଗବେଷଣା ପ୍ରତିଷ୍ଠାନ ତାଙ୍କ ସ୍ମୃତି ବହନ କରି, ପ୍ରତ୍ନତତ୍ତ୍ୱ ଓ ଇତିହାସର ଗବେଷଣା ଦିଗରେ କାର୍ଯ୍ୟ କରୁଛି ।[୬]
ସାହିତ୍ୟକୃତି
ସମ୍ପାଦନାକେଦାରନାଥ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ପ୍ରତ୍ନତତ୍ତ୍ୱ, ଇତିହାସ, ଧର୍ମ ଓ ସଂସ୍କୃତି ସମ୍ପର୍କିତ ବହୁ ପ୍ରବନ୍ଧ ଓ ପୁସ୍ତକ ରଚନା କରିଯାଇଛନ୍ତି ।
- ଖୁରଧା ଇତିହାସ[୭]
- ଖାରବେଳ
- ଶ୍ରୀ ଜୟଦେବ ଓ ଶ୍ରୀ ଗୀତଗୋବିନ୍ଦ[୮]
- ଶ୍ରୀ ଜଗନ୍ନାଥ ସଂସ୍କୃତିର କ୍ରମବିକାଶ
- ପୋଥି ଓ ପଥର
- ଧଉଳି(ତୋଶାଳି)ର ଇତିହାସ
- The Jagannatha temples in eastern India
- A descriptive catalogue of Sanskrit manuscripts of Orissa in the collection of the Orissa State Museum
- Little known aspects of Orissan culture
- Jyotisha and Gaṇita manuscrits
- Smṛti manuscrits
- Purāṇa manuscrits
- History of Orissa: Bhauma Kings of Orissa[୯]
- Orissa Culture[୧୦]
କେଦାରନାଥଙ୍କ କାମ ଓ ଅବଦାନ ଉପରେ ରଚିତ ପୁସ୍ତକ
ଆଧାର
ସମ୍ପାଦନା- ↑ "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୨୦/୦୪/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬. Archived from the original on 24 April 2017. Retrieved 20 April 2017.
- ↑ The Orissa Historical Research Journal. Superintendent of Research and Museum. 2004.
- ↑ http://www.telegraphindia.com/1110523/jsp/orissa/story_14017561.jsp
- ↑ Kedaranatha Mohapatra : The Great Historian of Odisha Archived 2018-09-21 at the Wayback Machine., Dr. Jayanti Rath, Odisha Review (February - March - 2016)
- ↑ Jitāmitra Prasāda Siṃhadeba (2006). Archaeology of Orissa: with special reference to Nuapada and Kalahandi. R.N. Bhattacharya. ISBN 978-81-87661-50-4.
- ↑ http://odisha.gov.in/e-magazine/orissaannualreference/ORA-2004/pdf/research_institutions_in_orissa.pdf
- ↑ Gopinath Mohanty; State Level Vyasakabi Fakir Mohan Smruti Samsad; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-3-9.
- ↑ Lord Jagannath. Sanbun Publishers. 2010. pp. 178–. ISBN 978-93-80213-22-4.
- ↑ Kedarnath Mahapatra (2004). History of Orissa: Bhauma Kings of Orissa. Kedaranatha Gaveshana Pratisthan.
- ↑ http://odishaarchives.nic.in/node/163832
- ↑ Kedarnath: The Historian. Kedarnath Gaveshana Pratisthan. 2007.
- ↑ http://www.worldcat.org/identities/lccn-n81-95093/