କେଟୋରୋଲାକ

କେଟୋରୋଲାକ ହେଉଛି ଏକ ନନଷ୍ଟେରଏଡାଲ୍ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAID) ଯାହା ଯନ୍ତ୍ରଣା ନିବାରଣ ନିମନ୍ତେ ବ୍ୟ

କେଟୋରୋଲାକ, ଏକ ବ୍ୟବସାୟୀକ ନାମ ଟୋରାଡୋଲ, ହେଉଛି ଏକ ନନଷ୍ଟେରଏଡାଲ୍ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAID) ଯାହା ଯନ୍ତ୍ରଣା ନିବାରଣ ନିମନ୍ତେ ବ୍ୟବହୃତ ହୁଏ | [୧] ନିର୍ଦ୍ଦିଷ୍ଟ ଭାବରେ ମଧ୍ୟମରୁ ପ୍ରବଳ ଯନ୍ତ୍ରଣା ପାଇଁ ଏହି ଔଷଧ ଦେବାକୁ ପରାମର୍ଶ ଦିଆଯାଇଛି | [୨] ଚିକିତ୍ସାର ସମୟସୀମା ଛଅ ଦିନରୁ କମ୍ ଅଟେ | [୩] ଏହା ପାଟି, ନାକ, ଆଖି ଡ୍ରପ, ଶିରା କିମ୍ବା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଏ | [୩] [୪] ପ୍ରଭାବ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ଆଠ ଘଣ୍ଟା ପର୍ଯ୍ୟନ୍ତ ଚାଲିଥାଏ | [୩]

କେଟୋରୋଲାକ
Clinical data
Trade namesToradol, Acular, Sprix, others
SynonymsKetorolac tromethamine
AHFS/Drugs.comSystemic: monograph
Eyes: monograph
MedlinePlusa693001
data
Pregnancy
category
  • AU: C
  • US: C (Risk not ruled out)
Routes of
administration
By mouth, under the tongue, IM, IV, eye drops, nasal spray
Legal status
Legal status
Pharmacokinetic data
Bioavailability80 - 100% (oral) 100% IV/IM
MetabolismLiver
Elimination half-life3.5 h to 9.2 h, young adults;
4.7 h to 8.6 h, elderly (mean age 72)
ExcretionKidney: 91.4% (mean)
Biliary: 6.1% (mean)
Identifiers
  • (±)-5-benzoyl-2,3-dihydro-1H-pyrrolizine-1-carboxylic acid
ECHA InfoCard100.110.314 Edit this at Wikidata
Chemical and physical data
FormulaC15H13NO3
Molar mass୨୫୫.୨୭ g·mol−1
3D model (JSmol)
  • O=C(c1ccc2n1CCC2C(=O)O)c3ccccc3
  • InChI=1S/C15H13NO3/c17-14(10-4-2-1-3-5-10)13-7-6-12-11(15(18)19)8-9-16(12)13/h1-7,11H,8-9H2,(H,18,19) checkY
  • Key:OZWKMVRBQXNZKK-UHFFFAOYSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ମୁଣ୍ଡ ବୁଲାଇବା, ପେଟ ଯନ୍ତ୍ରଣା, ଫୁଲା ଏବଂ ଅଇ ଲାଗେ | [୧] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ପେଟରେ ରକ୍ତସ୍ରାବ, ବୃକ୍‌କ ବିଫଳତା, ହୃଦ୍‌ପାତ, ବ୍ରୋଙ୍କୋସ୍ପାଜ୍ମ, ହୃଦଘାତ ଏବଂ ଆନାଫାଇଲକ୍‌ସିସ ହୋଇପାରେ। [୩] ଗର୍ଭାବସ୍ଥାର ଶେଷ ଭାଗରେ କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର ସୁପାରିଶ କରାଯାଏ ନାହିଁ | [୩] ଏହି ଔଷଧ ସାଇକ୍ଲୋଜେନେନ ୧ ଓ ୨କୁ ଅବରୋଧ କରିବା ଫଳରେ ପ୍ରୋଷ୍ଟାଗ୍ଲାଣ୍ଡିନ ଉତ୍ପାଦନ କମିଯାଏ ।[୩] [୫]

୧୯୭୬ରେ କେଟୋରୋଲାକ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୮୯ରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା। [୬] [୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୨] ଯୁକ୍ତରାଜ୍ୟରେ ୨୦୧୯ ସୁଦ୍ଧା ଇଞ୍ଜେକ୍ସନ ଦିଆଯାଉଥିବା ଡୋଜର ଏନଏଚଏସର ମୂଲ୍ୟ £ ୧ରୁ କମ୍ ଅଟେ। [୪] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ $ ୧.୫୦ ଅଟେ। [୭] ୨୦୧୭ରେ ଏହା ଯୁକ୍ତରାଷ୍ଟ୍ରରେ ୨୭୧ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଏକ ନିୟୁତରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [୮] [୯]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Ketorolac Tromethamine Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 13 April 2019.
  2. ୨.୦ ୨.୧ British national formulary : BNF 76 (76 ed.). Pharmaceutical Press. 2018. pp. 1144, 1302–1303. ISBN 9780857113382.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Ketorolac Tromethamine Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 13 April 2019.
  4. ୪.୦ ୪.୧ British national formulary : BNF 76 (76 ed.). Pharmaceutical Press. 2018. pp. 1144, 1302–1303. ISBN 9780857113382.
  5. "DailyMed - ketorolac tromethamine tablet, film coated". dailymed.nlm.nih.gov. Retrieved 14 April 2019.
  6. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 521. ISBN 9783527607495.
  7. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  8. "The Top 300 of 2020". ClinCalc. Retrieved 11 April 2020.
  9. "Ketorolac Tromethamine - Drug Usage Statistics". ClinCalc. Archived from the original on 12 April 2020. Retrieved 11 April 2020.