କୁଲ୍ଫୀ /kʊlf/ ଏକ ଲୋକପ୍ରିୟ ମିଠା ଜାତୀୟ ଖାଦ୍ୟ ଅଟେ ଯାହା ଦୈନିକ ଭୋଜନ ଶେଷରେ ପରିବେଷିତ ହୋଇଥାଏ । ଏହାକୁ ସାଧାରଣତଃ ଭାରତୀୟ ପାରମ୍ପରିକ ଗତ ଆଇସ-କ୍ରିମ ରୂପେ ବର୍ଣ୍ଣନା କରାଯାଇଥାଏ । [୧][୨] ଏହା ସାଧାରଣତଃ ଭାବେ ଭାରତ, ଶ୍ରୀଲଙ୍କା, ପାକିସ୍ତାନ, ବଙ୍ଗଳାଦେଶ, ନେପାଳ, ମିଆଁମାର, ମଧ୍ୟ ପୂର୍ବ ଏବଂ ଅଷ୍ଟ୍ରେଲିଆ, ୟୁରୋପ, ପୂର୍ବ ଏସିଆ, ଉତ୍ତର ଆମେରିକାର ଭାରତୀୟ ରେଷ୍ଟୁରାଣ୍ଟରେ ବ୍ୟାପକ ରୂପେ ଉପଲବ୍ଧ ହୋଇଥାଏ ।

କୁଲ୍ଫୀ
ମାଟି ପାତ୍ରରେ ରହିଥିବା କୁଲ୍ଫୀ
ଅନ୍ୟ ନାମକୁଲ୍ଫୀ
ପ୍ରକାରଆଇସ କ୍ରିମ
ପରଷାଭୋଜନ ଶେଷରେ ପରିବେଷିତ
ମୂଳ ସ୍ଥାନଉତ୍ତର ପ୍ରଦେଶ, ମୁଘଲ ଏମ୍ପାଇଆର
ଅଞ୍ଚଳ ବା ରାଜ୍ୟଭାରତ
ମୁଖ୍ୟ ଉପାଦାନକ୍ଷୀର

ପାଶ୍ଚାତ୍ୟ ଦେଶର ଆଇସ କ୍ରିମର ତୁଳନାରେ କୁଲ୍ଫୀ ବହୁତ ବହଳିଆ ଏବଂ ମଲାଇବାଲା ହୋଇଥାଏ , କାରଣ ଆଇସ କ୍ରିମକୁ ବହୁ ଜୋରେ ଫେଣ୍ଟିକରି ତିଆରି ହୋଇଥାଏ ଯାହାଦ୍ୱାରା ସେଥିରେ ପବନ ମିଶିଯାଇଥାଏ , ମାତ୍ର କୁଲ୍ଫୀକୁ ବିନା ଫେଣ୍ଟି ଜମା ଯାଇଥାଏ ।[୧][୩] ପ୍ରାୟତଃ କୁଲ୍ଫୀରେ ଗାଈ ବଦଳରେ ମଇଁଷି କ୍ଷୀରରେ ତିଆରି ହୋଇଥାଏ କାରଣ ଏହା ବହୁତ ବହଳିଆ ହୋଇଥାଏ ।[୩]

ପ୍ରସ୍ତୁତି ପ୍ରଣାଳୀ ସମ୍ପାଦନା

ଏହା ଏକ ସାଧାରଣ ଉପାୟ ଅଟେ ଯେଉଁଥିରେ କ୍ଷୀର, ମଲାଇ, ଖୁଆ ଏବଂ ଚିନିର ବ୍ୟବହାର କରାଯାଇଥାଏ । ଏଥିରେ ଅଳେଇଚ ସ୍ୱାଦ ରହିଥାଏ ଏବଂ ଅଳ୍ପ ମସଲା ପକା ଯାଇଥାଏ ।

ମୁଖ୍ୟ ସାମଗ୍ରୀ ସମ୍ପାଦନା

କ୍ଷୀର : ସର୍ବଦା ସମ୍ପୂର୍ଣ୍ଣ ଫେଣ୍ଟି ହୋଇଥିବା କିମ୍ବା ସମ୍ପୂର୍ଣ୍ଣ କ୍ରିମର କ୍ଷୀର ବ୍ୟବହାର କରାଯାଏ ।

କ୍ରିମ : ଏଥିରେ ୩୫ ପ୍ରତିଶତ କ୍ରିମ ବ୍ୟବହାର କରାଯାଏ । ଏହାଛଡା ଏଥିରେ ଅମୁଲ ଫ୍ରେଶ କ୍ରିମର ମଧ୍ୟ ବ୍ୟବହାର କରାଯାଇପାରେ ।

ଖୁଆ : ଏଥିରେ ଅଳ୍ପ ମାତ୍ରାରେ ଖୁଆ ପଡିଥାଏ ଯାହା ପ୍ରାୟତଃ କ୍ରିମ କୁଲ୍ଫୀ ବନେଇଥାଏ ।

ଶୁଖିଲା ମସଲା : ଏଥିରେ ବାଦାମ, ପେସ୍ତା, କାଜୁ ଏବଂ ଖିସମିଶ ପକାଯାଇଥାଏ ।

ବିଧି ସମ୍ପାଦନା

  • ଏକ କଡେଇରେ କ୍ଷୀର ଢାଳିଦିଆଗଲା । ଚୁଲାର ଆଞ୍ଚକୁ ମଧ୍ୟମ ରଖାଯାଉ ।
  • ଏହାକୁ ଅଳ୍ପ ଫୁଟିବାକୁ ଦିଆଯାଉ । ଅଳ୍ପ ସମୟ ପରେ ଏହାକୁ ଚାମଚରେ ଘାଣ୍ଟି ଦିଆଯାଉ ଯେପରି କଡେଇରେ ନ ଲାଗେ ।
  • ଯେତେବେଳେ କ୍ଷୀର ଅଳ୍ପ ଉତୁରିବାକୁ ଲାଗେ ଗ୍ୟାସକୁ ମଧ୍ୟରୁ ପୁରା କମେଇ ଦିଆଯାଉ ଏବଂ ଏହା ଅଧାରୁ କମ ହେବା ପର୍ଯ୍ୟନ୍ତ ଘଣ୍ଟା ଯାଉ । ଏହା ପ୍ରାୟତଃ ୩୫-୪୦ ମିନିଟ ସମୟ ଲାଗିଥାଏ ।
  • ଏବେ ଚିନି ପକାଯାଉ ।
  • ଏହାପରେ ଖୁଆ ପକେଇ ଦିଆଯାଉ ।
  • ଏହାକୁ ଭଲଭାବେ ମିଶାଇ ଦିଆଯାଉ । ଚିନି ଏବଂ ଖୁଆ ସମ୍ପୂର୍ଣ୍ଣ ରୂପେ ଫେଣ୍ଟି ହୋଇଯିବା ପରେ ଗ୍ୟାସକୁ ବନ୍ଦ କରିଦିଆଯାଉ ।
  • ଏଥିରେ କ୍ରିମ (ମଲାଇ) ପକାଇ ମିଶାଇ ଦିଆଯାଉ ।
  • ଛୋଟ ଅଳେଇଚ ପାଉଡର ପକାଯାଉ ।
  • କଟାଯାଇଥିବା ବାଦାମ ପେସ୍ତା ପକାଯାଉ ।
  • ଗୋଲାପ ଜଳ ପକାଯାଉ ।
  • ଏହାକୁ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ଥଣ୍ଡା କରିବାକୁ ଦିଆଯାଉ । ଯେତେବେଳ ଏହା ଥଣ୍ଡା ହୋଇଯିବ ଏହି ମିଶ୍ରଣ ବହଳିଆ ହେବାକୁ ଲାଗିବ ।
  • ଏହାପରେ ଏହାକୁ ଯଥାଶୀଘ୍ର ଥଣ୍ଡା ହେବାପାଇଁ ଏକ ବଡ଼ କପରେ କାଢିନିଆ ଯାଉ ଯାହାଦ୍ୱାରା ଛାଞ୍ଚକୁ କାଢ଼ିବାକୁ ସହଜ ହୋଇଥାଏ ।
  • ଥଣ୍ଡା ହେବାପରେ ଏହାକୁ କୁଲ୍ଫୀ ଛାଞ୍ଚରେ କାଢିନିଆ ଯାଉ । ଏହାଛଡା ଛୋଟ ପ୍ଲାଷ୍ଟିକ କପରେ କଢାଯାଇ ପାରେ ।
  • ଏହାକୁ ଏବେ ଆଲୁମିନିୟମ ପେପର କିମ୍ବା ଏକ ସାଧାରଣ ଘୋଡାଣିଦ୍ୱାରା ଘୋଡେଇ ଦିଆ ଯାଉ ।
  • ଏହିପରି ମୋଲ୍ଡକୁ ସମ୍ପୂର୍ଣ୍ଣ ରୂପେ ଭରିଦିଆ ଯାଉ ।
  • ଏହାପରେ ଏହାକୁ ଫ୍ରିଜରରେ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତି ହେବାପାଇଁ ରଖିଦିଆ ଯାଉ ।


ଯେତେବେଳେ ଏହା ସମ୍ପୂର୍ଣ୍ଣ ରୂପେ ବସିଯିବ ସେତେବେଳେ ଏହା ପରସିବା ପାଇଁ ପ୍ରସ୍ତୁତି ହୋଇଯିବ । ଏହାକୁ ଫ୍ରିଜରରୁ କାଢି ଦିଆଯାଉ ଏବଂ ସାଧା ପାଣି ପାତ୍ରରେ ୧-୨ ସେକେଣ୍ଡ ପର୍ଯ୍ୟନ୍ତ କୁଲ୍ଫୀ ରଖାଯାଇଥିବା ପାତ୍ରକୁ ବୁଡ଼େଇ ରଖାଯାଉ, ଯାହାଦ୍ୱାରା ସହଜରେ କୁଲ୍ଫୀ କଢାଯାଇ ପାରିବ । ଏହାପରେ ଏହାକୁ ଏକ ମାଟି ପାତ୍ର କାଢିନିଆ ଯାଉ ।

ଗ୍ୟାଲେରି ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ Caroline Liddell, Robin Weir, Frozen Desserts: The Definitive Guide to Making Ice Creams, Ices, Sorbets, Gelati, and Other Frozen Delights, Macmillan, 1996, ISBN 978-0-312-14343-5, ... Kulfi is the traditional Indian ice cream and has a strongly characteristic cooked-milk flavour and dense icy texture. ... The basis of making kulfi is to reduce a large volume of milk down to a very small concentrated amount ...
  2. Lulu Grimes, Cook's Book of Everything, Murdoch Books, 2009, ISBN 978-1-74196-033-4, ... This simple, elegant ice cream is made by boiling milk until it reduces and condenses, then flavouring it with ingredients such as cardamom and pistachio nuts or almonds. Kulfi is traditionally set in cone-shaped ...
  3. ୩.୦ ୩.୧ Entertaining in the Raw, Matthew Kenney, Gibbs Smith, 2009, ISBN 978-1-4236-0208-8, ... Kulfi is an lndian-style ice cream that is richer and creamier than regular ice cream, due to the lack of air that is whipped into traditional ice cream to make it lighter. The milk, traditionally from buffalo ...