କୁଞ୍ଜବିହାରୀ ତ୍ରିପାଠୀ

ଓଡ଼ିଆ ଶିକ୍ଷାବିତ ଓ ଭାଷା ଗବେଷକ

କୁଞ୍ଜବିହାରୀ ତ୍ରିପାଠୀ (୪ ସେପ୍ଟେମ୍ବର ୧୯୧୧ - ୧୫ ଜୁନ ୨୦୦୧) ଜଣେ ଭାରତୀୟ ଶିକ୍ଷାବିତ, ଅଧ୍ୟାପକ ତଥା ଓଡ଼ିଆ, ସଂସ୍କୃତ ଓ ପାଲି ଭାଷା ଗବେଷକ ଥିଲେ ।[୧][୨] ଓଡ଼ିଆ ଭାଷାର ଇତିହାସ, ଲିପିତତ୍ତ୍ୱ, ଭାଷାତତ୍ତ୍ୱ ଆଦି ବିଷୟରେ ସେ ଆଜୀବନ ଗବେଷଣା କରିଥିଲେ । ୧୯୩୮ ମସିହାରେ ରେଭେନ୍ସା ମହାବିଦ୍ୟାଳୟରେ ସଂସ୍କୃତ ବିଭାଗର ଅଧ୍ୟାପକ ଭାବରେ ଚାକିରି ଆରମ୍ଭ କରି ସେ ପରେ ୧୯୫୩ ମସିହାରେ ଲଣ୍ଡନ ବିଶ୍ୱବିଦ୍ୟାଳୟରରୁ ଓଡ଼ିଆ ଭାଷା ଓ ଲିପିରେ ଡକ୍ଟରେଟ କରିଥିଲେ । ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗର ମୁଖ୍ୟ ମଧ୍ୟ କାର୍ଯ୍ୟକରିଥିଲେ । ତାଙ୍କ ଗବେଷଣା ନିମନ୍ତେ ସେ ୧୯୮୮ ମସିହାରେ ସାରଳା ସମ୍ମାନ ଲାଭକରିଥିଲେ ।

କୁଞ୍ଜବିହାରୀ ତ୍ରିପାଠୀ
ଜନ୍ମ(1911-09-04)୪ ସେପ୍ଟେମ୍ବର ୧୯୧୧
ପଥୁରିପଡ଼ା, ବାଙ୍କୀ, କଟକ
ମୃତ୍ୟୁ୧୫ ଜୁନ ୨୦୦୧(2001-06-15) (ବୟସ ୮୯)
ପ୍ରଫେସରପଡ଼ା, କଟକ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର (ସଂସ୍କୃତ)
ଶିକ୍ଷାନୁଷ୍ଠାନରେଭେନ୍ସା ମହାବିଦ୍ୟାଳୟ
ପ୍ରସିଦ୍ଧିଶିକ୍ଷାବିତ ଓ ଗବେଷକ
ପୁରସ୍କାରସାରଳା ସମ୍ମାନ, ୧୯୮୮

୨୦୦୧ ଜୁନ ୧୫ରେ କଟକରେ ତାଙ୍କର ଦେହାନ୍ତ ହୋଇଥିଲା ।[୩]

ବାଲ୍ୟଜୀବନ ଓ ଶିକ୍ଷା ସମ୍ପାଦନା

କୁଞ୍ଜବିହାରୀ ୧୯୧୧ ମସିହା ସେପ୍ଟେମ୍ବର ୪ ତାରିଖ ଦିନ କଟକ ଜିଲ୍ଲାର ବାଙ୍କୀ ଅନ୍ତର୍ଗତ ପଥୁରିପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବିଦ୍ୟାର୍ଥୀ ଜୀବନ ସୁ-ଗ୍ରାମ ନିକଟସ୍ଥ ବରପୁଟ ନିମ୍ନ ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ ହୋଇଥିଲା । ସେ ବାଙ୍କୀ ଡମପଡ଼ା ଉଚ୍ଚ ବିଦ୍ୟାଳୟରୁ ଦ୍ୱିତୀୟ ଶ୍ରେଣୀରେ ମାଟ୍ରିକ୍ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରେ ଆଇ.ଏ ପଢ଼ିଥିଲେ । ଏଠାରେ ସେ ପୂର୍ବ ଛାତ୍ରାବାସର ଅନ୍ତେବାସୀ ଥିଲେ । ଛାତ୍ର ଜୀବନରୁ ହିଁ ସେ ଆମିଷ ଭୋଜନ ତ୍ୟାଗ କରିସାରିଥିଲେ । ପାନ ଖାଉଥିଲେ, ଅବଶ୍ୟ ପରେ ପାନଖିଆ ମଧ୍ୟ ଛାଡି ଦେଇଥିଲେ । ପାଟନା ବିଶ୍ୱବିଦ୍ୟାଳୟରୁ ସଂସ୍କୃତରେ ସ୍ନାତକ ଓ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହୋଇଥିଲେ । ସ୍ନାତକୋତ୍ତର ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ହାସଲ କରିଥିଲେ । ପରେ ସେ ଆଇନ ମଧ୍ୟ ପଢ଼ିଥିଲେ ।

ବୃତ୍ତିଗତ ଜୀବନ ସମ୍ପାଦନା

୧୯୩୮ ମସିହାରେ କୁଞ୍ଜବିହାରୀ ରେଭେନ୍ସା ମହାବିଦ୍ୟାଳୟରେ ସଂସ୍କୃତ ବିଭାଗର ଅଧ୍ୟାପକ ଭାବରେ ଚାକିରି ଆରମ୍ଭ କରିଥିଲେ । ତା ପୂର୍ବରୁ ସେ ଓକିଲାତି କରୁଥିଲେ । ସେ ଓଡ଼ିଆ ଅଭିଲେଖ, ଲିପି, ଭାଷା ଆଦିର ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରିଥିଲେ । ଓଡ଼ିଆ, ଇଂରାଜୀହିନ୍ଦୀ ଭାଷାରେ ଗବେଷଣାତ୍ମକ ନିବନ୍ଧମାନ ରଚନା କରିଥିଲେ । ୧୯୪୯ ମସିହାରେ ଓଡ଼ିଆ ଭାଷା ଉପରେ ଗବେଷଣା କରିବାକୁ ଲଣ୍ଡନ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ଓରିଏଣ୍ଟାଲ ଏଣ୍ଡ ଆଫ୍ରିକାନ ଷ୍ଟଡିଜରେ ଯୋଗଦେଇଥିଲେ । ୧୯୫୩ ମସିହାରେ ସେଠାରୁ ସେ ଡକ୍ଟରେଟ ହାସଲ କରିଥିଲେ । ତାଙ୍କ ଗବେଷଣାର ସନ୍ଦର୍ଭ ଥିଲା "ଦ ଇଭଲ୍ୟୁସନ ଅଫ ଓଡ଼ିଆ ଲାଙ୍ଗୁଏଜ ଆଣ୍ଡ ସ୍କ୍ରିପଟ" । ୧୯୬୮ ମସିହାରେ ସେ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଥିଲେ । ଅବସର ପରେ ସେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ଓଡ଼ିଆ ବିଭାଗର ମୁଖ୍ୟ ଭାବରେ ଯୋଗଦେଇଥିଲେ । ଓଡ଼ିଆ ଭାଷାର ଇତିହାସ, ଲିପିତତ୍ତ୍ୱ, ଭାଷାତତ୍ତ୍ୱ ଆଦି ବିଷୟରେ ସେ ଆଜୀବନ ଗବେଷଣା କରିଥିଲେ ।

ରଚନାବଳୀ ସମ୍ପାଦନା

  • The Origin & Development of Oriya Language[୪]
  • ଦ ଇଭଙ୍ଗୁସନ୍ ଅଫ୍ ଓଡ଼ିଆ ଲାଙ୍ଗୁଏଜ୍ ଆଣ୍ଡ ସ୍କ୍ରିପ୍ଟ
  • ଓଡ଼ିଆ ଭାଷା ଓ ଲିପିର ବିବର୍ଭନ[୫]
  • ବିଲାତରେ ଓଡ଼ିଆ ପୋଥି
  • ଆମ ଘର ପୋଥି
  • ଓଡ଼ିଆ ଲିପି ତତ୍ତ୍ୱ
  • ପୁଷ୍ଠାଞ୍ଜଳି (କବିତା ସଂକଳନ)
  • ବନ୍ଦଳିକା (କବିତା ସଂକଳନ)[୬]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ସାରଳା ସମ୍ମାନ, ୧୯୮୮
  • ସାହିତ୍ୟ ବିଶାରଦ (ପୁରୀ ଗଜପତି ମହାରାଜଙ୍କଦ୍ୱାରା ପ୍ରଦତ୍ତ)

ମୃତ୍ୟୁ ସମ୍ପାଦନା

୨୦୦୧ ମସିହା ଜୁନ ୧୫ତାରିଖରେ କଟକ ପ୍ରଫେସରପଡ଼ାସ୍ଥିତ ନିଜ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିଲା ।[୩]

ଆଧାର ସମ୍ପାଦନା

  1. Mohan Lal (1992). Encyclopaedia of Indian Literature: Sasay to Zorgot. Sahitya Akademi. pp. 12–. ISBN 978-81-260-1221-3.
  2. "ଆର୍କାଇଭ୍ କପି". Archived from the original on 2015-04-30. Retrieved 2015-09-04. {{cite web}}: Cite has empty unknown parameter: |1= (help)
  3. ୩.୦ ୩.୧ "ଆଜି ଶ୍ରାଦ୍ଧବାର୍ଷିକୀ". No. ସମ୍ବାଦ ୧୫/୦୬/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. ସମ୍ବାଦ. Archived from the original on 15 June 2020. Retrieved 15 June 2020.
  4. Kunja Bihari Tripathy (2001). The Origin & Development of Oriya Language. Orissa Sahitya Akademi. ISBN 978-81-7586-068-1.
  5. The evolution of Oriya language and script.
  6. "'ସାହିତ୍ୟ ବିଶାରଦ' ଡ଼ କୁଞ୍ଜବିହାରୀ". ସମ୍ବାଦ ୦୪/୦୯/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. 4 September 2015. Retrieved 4 September 2015.[permanent dead link]