କୁଜି ବାଟହଣା ପକ୍ଷୀ
କୁଜି ବାଟହଣା ପକ୍ଷୀ (ଇଂରାଜୀ ଭାଷାରେ small pratincole ବା little pratincole ବା small Indian pratincole, ଜୀବବିଜ୍ଞାନ ନାମ Glareola lactea) ଏକ କ୍ଷୁଦ୍ରାକାର ପକ୍ଷୀ ଯାହା ଗ୍ଲେରିଓଲିଡାଏ ପରିବାରର ସଦସ୍ୟ । ଏହି ପକ୍ଷୀମାନେ ଜଳାଶୟ ନିକଟରେ ବସବାସ କରିଥାନ୍ତି ।
କୁଜି ବାଟହଣା ପକ୍ଷୀ | |
---|---|
ଭାରତରେ ଉଠାଯାଇଥିବା ଫଟୋ ଚିତ୍ର | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ଶ୍ରେଣୀ: | ଏଭସ |
Order: | Charadriiformes |
Family: | Glareolidae |
Genus: | Glareola |
ଜାତି: | G. lactea |
ବାଇନୋମିଆଲ ନାମ | |
Glareola lactea କୋନ୍ରାଡ଼୍ ଜାକବ୍ ଟେମିଂକ୍, ୧୮୨୦
|
ଭୌଗୋଳିକ ବିତରଣ
ସମ୍ପାଦନାଭାରତ, ପଶ୍ଚିମ ପାକିସ୍ତାନ, ବଙ୍ଗଳାଦେଶ, ବ୍ରହ୍ମଦେଶ, ଲାଓସ, କାମ୍ବୋଡିଆ, ଶ୍ରୀଲଙ୍କା ଓ ଥାଇଲାଣ୍ଡ ପ୍ରଭୃତି ଦେଶରେ ଏହି ପକ୍ଷୀ ମୂଳ ନିବାସୀ ଓ ସେଠାରେ ନିଜ ବଂଶ ବିସ୍ତାର କରି ଆସୁଛନ୍ତି । ଡିସେମ୍ବରରୁ ନେଇ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏମାନଙ୍କ ପ୍ରଜନନ ଋତୁ । ଏମାନେ ସମୁଦ୍ର ଓ ହ୍ରଦ ଇତ୍ୟାଦି ଜଳାଶୟ ତଟର ଗୋଡ଼ିପୂର୍ଣ୍ଣ ମାଟିରେ କିମ୍ବା ବାଲି ପଠାରେ ୨ରୁ ୪ ଗୋଟି ଅଣ୍ଡା ଦିଅନ୍ତି । ଭାରତରେ ଉତ୍ତର କର୍ଣ୍ଣାଟକର ହେମବତୀ ନଦୀ ତଟରେ ଓ ରାଇଚୁର ଅଞ୍ଚଳରେ ଏମାନେ ପ୍ରତିବର୍ଷ ପ୍ରଜନନ କରୁଥିବା ଲିପିବଦ୍ଧ କରାଯାଇଥିଲା ।[୨]) ଉତ୍ତର କେରଳର କନ୍ନୁର୍ ଅଞ୍ଚଳରେ ମଧ୍ୟ ଏମାନେ ପ୍ରତିବର୍ଷ ପ୍ରଜନନ କରୁଥିବା ବିଷୟ ଜଣା ପଡ଼ିଥିଲା ।
କୁଜି ବାଟହଣା[୩] ପକ୍ଷୀର ଶରୀର ମାତ୍ର ୧୬.୫-୧୮.୫ ସେଣ୍ଟିମିଟର ଦୀର୍ଘ । ଖୋଲା ଥିବା ବେଳେ ଦୁଇ ଡେଣାର ପ୍ରଶସ୍ତି ପ୍ରାୟ ୪୨-୪୮ ସେଣ୍ଟିମିଟର । ଅତି ଛୋଟ ଆକାରର ହୋଇଥିବାରୁ କୁଜି ବାଟହଣାକୁ ଦେଖିଲେ ବେଳେବେଳେ ଚଟିଆ ବା ଗିଳାପକ୍ଷୀ ବୋଲି ଭ୍ରମ ସୃଷ୍ଟି ହୁଏ ।
ବିବରଣୀ
ସମ୍ପାଦନାକୁଜି ବାଟହଣାର ଗୋଡ଼ଗୁଡ଼ିକ ଓ ଲାଞ୍ଜ ଛୋଟ । ଏହାର ଡେଣା ଲମ୍ବା ଓ ମୁନିଆ । ଉଡ଼ନ୍ତା ଅବସ୍ଥାରେ ଖାଇବା ପାଇଁ ଏହାର ଛୋଟ ଥଣ୍ଟ ଅତ୍ୟନ୍ତ ଉପଯୋଗୀ ହୋଇଥାଏ । ଏହାର ଦେହର ରଙ୍ଗ ଅବସନ୍ନ ପାଉଁଶିଆ ରଙ୍ଗର ହୋଇଥିବାରୁ ଏହାର ଜୀବବିଜ୍ଞାନ ନାମରେ ଲାକ୍ଟିଆ (lacteal) – ଅର୍ଥାତ୍ “ଦୁଧିଆ” ଶବ୍ଦ ବ୍ୟବହୃତ ହୋଇଛି । ଏହାର ମୁଣ୍ଡର ଉପର ପଟ ମାଟିଆ ରଙ୍ଗର ।
ଏହି ପକ୍ଷୀର ପ୍ରାଥମିକ ଡେଣାପର କଳା ରଙ୍ଗର । ଡେଣା ଉପର ପଟ ପାଉଁଶିଆ ରଙ୍ଗର । ଡେଣାର ତଳ ପଟେ କଳା ଓ ଧଳା ଗାର ରହିଥାଏ । ଡେଣାର ଭିତର ପଟର ପର ମୁଖ୍ୟତଃ କଳା ରଙ୍ଗର । ଏହାର ଲାଞ୍ଜରେ ଧଳା ପର ଥାଏ ଓ ଲାଞ୍ଜର ଅଗଟି କଳା ରଙ୍ଗର ହୋଇଥାଏ । ଏହାର ପେଟ ଧଳା ରଙ୍ଗର ହୋଇଥାଏ ।
ପରିସଂସ୍ଥା
ସମ୍ପାଦନାକୁଜି ବାଟହଣା ପକ୍ଷୀର ଏକ ବୈଚିତ୍ର୍ୟ ଏହି ଯେ – ଯଦିଓ ଏହି ପକ୍ଷୀ ୱେଡର୍ (ଜଳାଶୟ ତଟବର୍ତ୍ତୀ ପକ୍ଷୀ) ଶ୍ରେଣୀରେ ପରିଗଣିତ ହୁଏ, କିନ୍ତୁ ଅନ୍ୟ ଗିଳାପକ୍ଷୀଙ୍କ ପରି ଏହା ନିଜର ଅଧିକାଂଶ ଶିକାର ଉଡ଼ନ୍ତା ଅବସ୍ଥାରେ କରିଥାଏ । ଏମାନେ ଭୂମି ଉପରେ ବୁଲି ମଧ୍ୟନିଜର ଆହାର ଖୋଜିବା ଦେଖାଯାଏ ।
ଖୋଲା ଅଞ୍ଚଳରେ ଏହି ପକ୍ଷୀ ଅଧିକ ବିଚରଣ କରନ୍ତି । ସନ୍ଧ୍ୟା ସମୟରେ ପାଣି ନିକଟରେ ଏମାନେ ନିଜର ଶିକାର ଖୋଜି ବୁଲୁଥିବା ଦେଖାଯାଏ ।
ଚିତ୍ର ଗ୍ୟାଲେରି
ସମ୍ପାଦନା-
କୁଜି ବାଟହଣା ବସା
-
କୁଜି ବାଟହଣା ପକ୍ଷୀ ଶାବକ
-
ଶ୍ରୀଲଙ୍କାର ବୁନ୍ଦାଲା ଜାତୀୟ ଉଦ୍ୟାନର ଏକ କୁଜି ବାଟହଣା
ଆଧାର
ସମ୍ପାଦନା- ↑ BirdLife International (2012). "Glareola lactea". Retrieved 26 November 2013.
{{cite journal}}
: Cite journal requires|journal=
(help); Invalid|ref=harv
(help) - ↑ Worth, C Brooke (1953). "Ecological notes on a colony of Small Swallow-Plovers in Mysore State". J. Bombay Nat. Hist. Soc. 51 (3): 608–622.
- ↑ ଡଃ ଚନ୍ଦ୍ରଶେଖର କର, ଡଃ ସଂଜତ କୁମାର ସାହୁ, ଶାରଦା ପତି, ଡଃ ବି. କେ. ସେନାପତି(୧୯୯୯) ପକ୍ଷୀ ନିରୀକ୍ଷଣ ପୁସ୍ତକ