କାଳିଆ କରୁଛି ଲୀଳା
୨୦୧୯ର ଓଡ଼ିଆ କଥାଚିତ୍ର
କାଳିଆ କରୁଛି ଲୀଳା, ୨୦୧୯ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଅଭିନେତା ଦେବାଶିଷ ପାତ୍ର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅଶ୍ୱିନୀ ଗଡ଼ନାୟକ ।
କାଳିଆ କରୁଛି ଲୀଳା | |
---|---|
ନିର୍ଦ୍ଦେଶକ | ଅଶ୍ୱିନୀ ଗଡ଼ନାୟକ |
ପ୍ରଯୋଜକ | ଦେବାଶିଷ ପାତ୍ର |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ଦେବାଶିଷ ପାତ୍ର |
କାହାଣୀ | ଦେବାଶିଷ ପାତ୍ର ରଜନୀ ରଞ୍ଜନ |
କଳାକାର | ଜ୍ୟୋତିପ୍ରକାଶ ପଣ୍ଡା ଶ୍ରଦ୍ଧା ପାଣିଗ୍ରାହୀ ଦେବାଶିଷ ପାତ୍ର ସୁରେଶ ବଳ ଜୀବନ ପଣ୍ଡା ପିଣ୍ଟୁ ନନ୍ଦ ପିଙ୍କି ପ୍ରଧାନ |
ସଙ୍ଗୀତ | ଶରତ ନାୟକ |
ଚିତ୍ରଗ୍ରହଣ | ରଜନୀକାନ୍ତ ବାରିକ |
ମୁକ୍ତିଲାଭ ତାରିଖ | ୨୧ ଜୁଲାଇ ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଜ୍ୟୋତିପ୍ରକାଶ ପଣ୍ଡା, ଶ୍ରଦ୍ଧା ପାଣିଗ୍ରାହୀ, ଦେବାଶିଷ ପାତ୍ର, ସୁରେଶ ବଳ, ଜୀବନ ପଣ୍ଡା, ପିଣ୍ଟୁ ନନ୍ଦ, ପିଙ୍କି ପ୍ରଧାନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୧୯ ମସିହାର ଜୁଲାଇ ୨୧ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଶରତ ନାୟକ । ଗୀତିକାର ମୋହିତ ଚକ୍ରବର୍ତ୍ତୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କଣ୍ଠଶିଳ୍ପୀ ବିଷ୍ଣୁମୋହନ କବି ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଧୀରେ ଧୀରେ ତୋ ପ୍ରେମରେ ପଡ଼ିଲା ପରେ" | ବିଷ୍ଣୁ ମୋହନ କବି |
ପୁରସ୍କାର
ସମ୍ପାଦନା- ଜୟଦେବ ପୁରସ୍କାର[୧][୨]
- ଶ୍ରେଷ୍ଠ ଟେଲି ଫିଲ୍ମ
- ଶ୍ରେଷ୍ଠ ନିର୍ଦ୍ଦେଶକ
- ଶ୍ରେଷ୍ଠ ପ୍ରଯୋଜକ
- ଶ୍ରେଷ୍ଠ ଅଭିନେତା (ଦେବାଶିଷ ପାତ୍ର)
- ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା (ଜୀବନ ପଣ୍ଡା)
ଆଧାର
ସମ୍ପାଦନା- ↑ "Jayadev Puraskar for filmmaker Ghanashyam Mohapatra". The New Indian Express. Retrieved 2022-01-28.
- ↑ "୮ମ ଟେଲି ଫିଲ୍ମ ପୁରସ୍କାର ଚୟନରେ ବ୍ୟାପକ ବିଭ୍ରାଟ ହୋଇଥିବା ଅଭିଯୋଗ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 10 November 2021. Archived from the original on 26 January 2022. Retrieved 26 January 2022.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ କାଳିଆ କରୁଛି ଲୀଳା