ଶ୍ରଦ୍ଧା ପାଣିଗ୍ରାହୀ

ଓଡ଼ିଆ ଅଭିନେତ୍ରୀ

ଶ୍ରଦ୍ଧା ପାଣିଗ୍ରାହୀ ଜଣେ ଭାରତୀୟ‌-ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ର, ଓଡ଼ିଆ ଦୂରଦର୍ଶନ ଧାରାବାହିକ, ୱେବ୍‌ ସିରିଜ୍ ଆଦିରେ ଅଭିନୟ କରନ୍ତି । ସେ ପ୍ରଥମେ ୨୦୧୫ ମସିହାରେ ଇ ଟିଭି ଓଡ଼ିଆରେ ପ୍ରସାରିତ ଏକ ରିଆଲିଟି ଶୋ', ମିଠା ମିଠା ଯୋଡ଼ିରେ ଭାଗନେଇଥିଲେ । ସେ ବିଜୟୀ ହୋଇନଥିଲେ ମଧ୍ୟ ମିଠା ମିଠା କଥାଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ ।[୧] ଏହାପରେ ସେ ତରଙ୍ଗ ଟିଭିରେ ଆମ ଘର ଲକ୍ଷ୍ମୀ ଧାରାବାହିକରେ ଅଭିନୟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ସେ ଅଧା ଲେଖା ଚିଠି, ସାହେବ ବିବି ଔର୍ ଶାଲା, ସାହେବ ବିବି ଔର୍ ଶାଶୁମା ଆଦି ୱେବ୍ ସିରିଜ୍‌ରେ ଅଭିନୟ କରିଥିଲେ ।

ଶ୍ରଦ୍ଧା ପାଣିଗ୍ରାହୀ
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୭ରୁ-ଏବେଯାଏଁ

ଅଭିନୟ ଜୀବନ ସମ୍ପାଦନ କରନ୍ତୁ

ଶ୍ରଦ୍ଧା ପାଣିଗ୍ରାହୀ ୨୦୧୫ ମସିହାରେ ଇ ଟିଭି ଓଡ଼ିଆରେ ପ୍ରସାରିତ ଏକ ରିଆଲିଟି ଶୋ ମିଠା ମିଠା ଯୋଡ଼ିରେ ଯୋଗ ଦେଇଥିଲେ ।[୨] ସେ ଏଥିରେ ଫାଇନାଲିଷ୍ଟ ହୋଇଥିଲେ ଓ ଏହି ରିଆଲିଟି ଶୋ'ର ଚଳଚ୍ଚିତ୍ର ମିଠା ମିଠାରେ ଅଭିନୟ କରିବାର ସୁଯୋଗ ମିଳିଥିଲା । ଏହା ତାଙ୍କ ଅଭିନୀତ ପ୍ରଥମ ଚଳଚ୍ଚିତ୍ର ।[୩]

ସେ ତରଙ୍ଗ ଟିଭିରେ ପ୍ରସାରିତ ଓଡ଼ିଆ ଧାରାବାହିକ ଆମ ଘର ଲକ୍ଷ୍ମୀରେ ଅଭିନୟ କରିଥିଲେ । ସେ ସେଥିରେ ସେ ନନ୍ଦିନୀ ଭୂମିକାରେ ଅଭିନୟ କରିଥିଲେ ।[୪] ଏହି ଧାରାବାହିକରେ ତାଙ୍କ ସହିତ ସ୍ନିଗ୍ଧା ମହାନ୍ତି, ମାମୁନି ପଣ୍ଡା ଆଦି ଅଭିନେତ୍ରୀମାନେ ଅଭିନୟ କରିଥିଲେ । ୨୦୨୦ ମସିହାରୁ ମଞ୍ଜରୀ ଟିଭିରେ ପ୍ରସାରିତ ହେଉଥିବା ଓଡ଼ିଆ ଧାରାବାହିକ ମୋ ଦେହେ ବୋଳି ଦେ ତୋ ରଙ୍ଗ କଳାରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକରେ ଜ୍ୟୋତିପ୍ରକାଶ ପଣ୍ଡା, ପ୍ରିୟମ୍ବଦା ରାୟ, ଭୂପତି ତ୍ରିପାଠୀ, ଅକ୍ଷୟ ବସ୍ତିଆ, ଦୁଷ୍ମନ୍ତ ପତି, କେଦାର ମିଶ୍ର ଆଦି ମଧ୍ୟ ଅଭିନୟ କରିଥିଲେ ।[୫]

ଶ୍ରଦ୍ଧା ଓଡ଼ିଆ ଧାରାବାହିକ ଓ କଥାଚିତ୍ରରେ ଅଭିନୟ କରିବା ସହିତ କିଛି ୱେବ୍ ସିରିଜ୍ ଓ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୨୦୧୮ ମସିହାରେ ତାଙ୍କ ଅଭିନୀତ କ୍ଷୁଦ୍ର ଚଳଚ୍ଚିତ୍ର ୟୁ ଟ୍ୟୁବ୍‌ରେ ମୁକ୍ତିଲାଭ କରିଥିଲା ଏବଂ ୨୦୨୧ ମସିହାରେ ତାଙ୍କର ଅନ୍ୟ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମୁଖା ଆଓ NXTରେ ମୁକ୍ତିଲାଭ କରିଥିଲା ।[୬]

୨୦୨୧ ମସିହାରେ ମହିଳା ଦିବସ ଅବସରରେ ମଞ୍ଜରୀ ଟିଭିରେ ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ବିସର୍ଜନରେ ସେ ନାୟିକା ଭାବରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ସୁଭାଶିଷ ଶର୍ମା, ଲରେନ୍ସ, ଅନିକେତ ଆଦି କଳାକାରମାନେ ଅଭିନୟ କରିଥିଲେ ।[୭]

ଅଭିନୀତ କଥାଚିତ୍ର ସମ୍ପାଦନ କରନ୍ତୁ

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୧୭ ମିଠା ମିଠା ପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୮ ଅଧା ଲେଖା ଚିଠି ମିତା କ୍ଷୁଦ୍ର ଚଳଚ୍ଚିତ୍ର
୨୦୨୧ ମୁଖା କ୍ଷୁଦ୍ର ଚଳଚ୍ଚିତ୍ର
୨୦୨୧ ବିସର୍ଜନ ନନ୍ଦିନୀ ଟିଭି ଚଳଚ୍ଚିତ୍ର (ମଞ୍ଜରୀ ଟିଭି)

ଅଭିନୀତ ଧାରାବାହିକ ସମ୍ପାଦନ କରନ୍ତୁ

ବର୍ଷ ଧାରାବାହିକ ଭୂମିକା ଚେନାଲ୍
୨୦୧୬ ଆମ ଘର ଲକ୍ଷ୍ମୀ ନନ୍ଦିନୀ ତରଙ୍ଗ ଟିଭି
୨୦୨୦ ମୋ ଦେହେ ବୋଳି ଦେ ତୋ ଦେହ କଳା ମଞ୍ଜରୀ ଟିଭି

ଅଭିନୀତ ୱେବ୍-ସିରିଜ୍ ସମ୍ପାଦନ କରନ୍ତୁ

ବର୍ଷ ସିରିଜ୍ ଭୂମିକା ଚେନାଲ୍
୨୦୧୮ ସାହେବ ବିବି ଔର୍ ଶାଲା ଶ୍ରଦ୍ଧା ୟୁ-ଟ୍ୟୁବ୍
୨୦୨୧ ସାହେବ ବିବି ଶାଲା ଆଉ ଶାସୁମା ଶ୍ରଦ୍ଧା ୟୁ-ଟ୍ୟୁବ୍

ଆଧାର ସମ୍ପାଦନ କରନ୍ତୁ

  1. "'ମିଠା ମିଠା'ର ପୋଷ୍ଟର୍‌ ରିଲିଜ୍‌". ସମ୍ବାଦ. 10 April 2017. Retrieved 17 July 2017.
  2. "Jyoti And Ankita Winners of Mitha MItha Jodi on Colors Odia". Incredible Orissa. 21 September 2015. Retrieved 17 July 2017.
  3. "ରାଉଡ଼ି ରାଜା | Sambad". ସମ୍ବାଦ. sambad.in. 26 July 2021. Archived from the original on 4 January 2022. Retrieved 4 January 2022.
  4. "ରାଜେଶ-ଶ୍ରଦ୍ଧାଙ୍କ ନିର୍ବନ୍ଧ ସଂପନ୍ନ". Odisha Reporter. 2019-09-12. Archived from the original on 2021-09-09. Retrieved 2021-09-09.
  5. "ମଞ୍ଜରୀରେ ଆଜିଠୁ ନୂଆ ମେଗା ଧାରାବାହିକ ଆରମ୍ଭ | Kanak News" (in ଆମେରିକୀୟ ଇଂରାଜୀ). 2020-03-03. Retrieved 2021-09-09.
  6. ରାଉତ, ଦେବସ୍ମିତା. "ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ କ୍ଷୁଦ୍ର ଫିଲ୍ମ 'ମୁଖା'". ETV Bharat News. Archived from the original on 2021-09-09. Retrieved 2021-09-09.
  7. "ବିଶ୍ୱ ମହିଳା ଦିବସ ଅବସରରେ 'ମଞ୍ଜରୀ'ର ଭେଟି 'ବିସର୍ଜନ' | Sambad" (in ଆମେରିକୀୟ ଇଂରାଜୀ). 2021-03-05. Archived from the original on 2021-09-09. Retrieved 2021-09-09.

ଅଧିକ ତଥ୍ୟ ସମ୍ପାଦନ କରନ୍ତୁ