କାଲସିଫାଇଲାକ୍ସିସ

ଏହି ରୋଗରେ ଚର୍ବି ତନ୍ତୁ ଏବଂ ଚର୍ମର ଗଭୀର ସ୍ତରରେ ଅବସ୍ଥିତ ଛୋଟ ରକ୍ତନଳୀଗୁଡ଼ିକର କାଲସିଫିକେସନ ହୋଇଯାଏ ।

<b>କାଲସିଫାଇଲାକ୍ସିସ</b> ରୋଗ ହେଉଥିବା କୁହାଯାଏ ଯେତେବେଳେ ଚର୍ବି ତନ୍ତୁ ଏବଂ ଚର୍ମର ଗଭୀର ସ୍ତରରେ ଅବସ୍ଥିତ ଛୋଟ ରକ୍ତନଳୀଗୁଡ଼ିକର କାଲସିଫିକେସନ ହୋଇଯାଏ ।[] ଏହି ରୋଗ ହେଲେ ସାଧାରଣତ ପ୍ରବଳ ଯନ୍ତ୍ରଣା ଏବଂ ଚର୍ମ ପରିବର୍ତ୍ତନ ହୋଇଯାଏ ।[] ସେଗୁଡ଼ିକ ଚର୍ମର ଏକାଧିକ କ୍ଷେତ୍ରରେ ହୁଏ, ରୋଗ ହେବା ସ୍ଥାନ ମୋଟା ହୋଇ ଆରମ୍ଭ ହୁଏ ଓ ଯାହା ବାଇଗଣୀ ରଙ୍ଗରେ ପରିଣତ ହୁଏ ଏବଂ ପରେ ଏକ ଘାଆ ସୃଷ୍ଟି ହୁଏ।[] ରୋଗ ଜଟିଳ ହେଲେ ଅବସାଦ ଏବଂ ସେପ୍ସିସ ହୋଇପାରେ ।[]

Calciphylaxis
Calcific uremic arteriolopathy (CUA)[]
Calciphylaxis on the abdomen of a person with end stage kidney disease. Markings are in cm.
ଲକ୍ଷଣSevere pain and skin changes[]
କାରଣUnknown[]
ବିପଦ କାରକEnd-stage kidney disease, earlier stage chronic kidney disease, acute kidney injury[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms, skin biopsy[]
ସଠିକ ରୋଗ ନିର୍ଣ୍ଣୟAntiphospholipid syndrome, cholesterol embolism, vasculitis, warfarin necrosis[]
ଚିକିତ୍ସାIncreased dialysis frequency, stopping calcium supplements, sodium thiosulfate[]
Prognosis1 year survival < 50%[]
ପୁନଃପୌନିକ4 to 400 per 10,000 on dialysis/year[]

ଏହା ସାଧାରଣତଃ ଶେଷ ପର୍ଯ୍ୟାୟରେ ଥିବା ବୃକ୍‌କ ରୋଗରେ ହେବା ଦେଖାଯାଏ; ଯଦିଓ କ୍ରନିକ ବୃକ୍‌କ ରୋଗର ପୂର୍ବ ଅବସ୍ଥାରେ କିମ୍ବା ତୀବ୍ର କିଡନୀ ଆଘାତ ଥିଲେ ହୋଇପାରେ ।[] କ୍ୱଚିତ୍ ଏହା ସାଧାରଣ ବୃକ୍‌କ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କଠାରେ ହୋଇପାରେ ।[] ମେଦବହୁଳତା, ମଧୁମେହ, କର୍କଟ, ୱାର୍ଫାରିନ୍ ଏବଂଜୀବସାର ଘ ସମେତ କେତେକ ଔଷଧ ଏବଂ ତନ୍ତୁ ଆଘାତ ସ୍ଥାନରେ ହୋଇପାରେ ।[] ଏହାର ମୂଳ ପ୍ରଣାଳୀରେ ଛୋଟ ରକ୍ତନଳୀମାନଙ୍କର ସଂକୀର୍ଣ୍ଣତା, ରକ୍ତ ଜମାଟ ବାନ୍ଧିବା ଯୋଗୁ ରକ୍ତ ପ୍ରବାହ କମିଯାଏ ଓ କୋଷଗୁଡ଼ିକର ମୃତ୍ୟୁ ହୋଇଯାଏ ।[] ଲକ୍ଷଣ ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଇପାରେ ଓ ଚର୍ମ ବାୟୋପ୍ସିଦ୍ୱାରା ନିଶ୍ଚିତ ହୋଇପାରିବ ।[]

ବାରମ୍ବାର ଡାଏଲିସିସ, କ୍ୟାଲସିଅମ୍ ପରିପୂରକ ଏବଂ ସୋଡିଅମ ଥାୟୋସଲଫେଟ୍ ଦେଇ ଏହାର ଚିକିତ୍ସା କରାଯାଏ ।[] ଉଚ୍ଚ ପାରାଥାଇରଏଡ୍ ହରମୋନ୍ ଥିବା ବ୍ୟକ୍ତିଙ୍କ ପାଇଁ ସକ୍ରିୟ ଭିଟାମିନ୍ D ବଦଳରେ ସିନାକାଲସେଟ ବ୍ୟବହାର କରାଯିବା ଉଚିତ୍ ।[] ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରୟାସରେ ଘାଆର ଯତ୍ନ ଏବଂ ଯନ୍ତ୍ରଣା ପରିଚାଳନା କରାଯାଏ ।[] ହାଇପରବାରିକ୍ ଅମ୍ଳଜାନ ଚିକିତ୍ସା କିଛି ଲୋକଙ୍କୁ ସାହାଯ୍ୟ କରିପାରେ ।[] ସାଧାରଣ ଜୀବନ ପ୍ରତାଶା ଏକ ବର୍ଷରୁ କମ୍ ଅଟେ ଓ ଫଳାଫଳ ଖରାପ ରହେ ।[] ସାଧାରଣତଃ ସେପ୍ସିସ ଯୋଗୁ ମୃତ୍ୟୁ ହୁଏ ।[]

କାଲସିଫାଇଲକ୍ସିସ ଏକ ବିରଳ ରୋଗ, ପ୍ରତିବର୍ଷ ୧୦,୦୦୦ ଲୋକଙ୍କ ମଧ୍ୟରୁ ପ୍ରତି ୪୦୦ ଲୋକଙ୍କ ମଧ୍ୟରୁ ପ୍ରାୟ ୪ ଜଣଙ୍କୁ ପ୍ରଭାବିତ କରିଥାଏ ।[] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି ଏବଂ ସମସ୍ତ ବୟସରେ ହୋଇପାରେ ।[] ଏହି ଅବସ୍ଥା ପ୍ରଥମେ ୧୮୯୮ ମସିହାରେ ହ୍ୱାଇଟ ଏବଂ ବ୍ର୍ୟାଣ୍ଟ ବର୍ଣ୍ଣନା କରିଥିଲେ ।[] ରୋଗର ଗୁରୁତ୍ୱ ୧୯୭୬ ମସିହାରେ ଜିପସ୍ଟେନ ନିର୍ଣ୍ଣୟ କରିଥିଲେ ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ Nigwekar, SU; Thadhani, R; Brandenburg, VM (May 2018). "Calciphylaxis". New England Journal of Medicine. 378 (18): 1704–1714. doi:10.1056/NEJMra1505292. PMID 29719190.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ Westphal, SG; Plumb, T (January 2022). "Calciphylaxis". PMID 30085562. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ Herndon, David N. (15 June 2012). Total Burn Care E-Book: Expert Consult - Online (in ଇଂରାଜୀ). Elsevier Health Sciences. p. 480. ISBN 978-1-4557-3797-0. Archived from the original on 14 October 2022. Retrieved 13 October 2022.