ଭାସ୍କୁଲାଇଟିସ

ଭାସ୍କୁଲାଇଟିସ ବା ରକ୍ତନଳୀ ପ୍ରଦାହ (ଇଂରାଜୀ ଭାଷାରେ Vasculitis) ହେଉଛି କେତେକ ରୋଗ ଯେଉଁଥିରେ ରକ୍ତନଳୀରେ ପ୍ରଦାହ ହ
(Vasculitisରୁ ଲେଉଟି ଆସିଛି)

ଭାସ୍କୁଲାଇଟିସ ବା ରକ୍ତନଳୀ ପ୍ରଦାହ (ଇଂରାଜୀ ଭାଷାରେ vasculitis) ହେଉଛି କେତେକ ରୋଗ ଯେଉଁଥିରେ ରକ୍ତନଳୀରେ ପ୍ରଦାହ ହୁଏ । ଯାହା ରକ୍ତଭଣ୍ଡାରର ପ୍ରଦାହକୁ ଅନ୍ତର୍ଭୁକ୍ତ କରେ | [୩] [୭] ଏହାର ଲକ୍ଷଣ ମଧ୍ୟରେ ଜ୍ୱର, ଓଜନ ହ୍ରାସ, ଥକାପଣ, ରକ୍ତସ୍ରାବ ଏବଂ ରକ୍ତନଳୀ ଦରଜ ହୋଇପାରେ। [୩] [୪] ପ୍ରଭାବିତ ନଳୀର ଅବସ୍ଥାନ ଏବଂ ପ୍ରକାର ଉପରେ ଲକ୍ଷଣମାନ ନିର୍ଭର କରନ୍ତି ଓ ପରବର୍ତ୍ତୀ ଲକ୍ଷଣଗୁଡ଼ିକ ଭିନ୍ନ ହୋଇପାରେ | [୩] ରୋଗ ଜଟିଳ ହେଲେ ଷ୍ଟ୍ରୋକ, ହୃଦ୍‌ଘାତ, ମହାଧମନୀ ବ୍ୟବଚ୍ଛେଦନ, ବୃକ୍‌କ ବିଫଳତା ଏବଂ କଫରେ ରକ୍ତ ପଡ଼ିପାରେ । [୩]

Vasculitis
Vasculitides,[୧] angiitis[୨]
Smaller and larger areas of bleeding into the skin on the lower limb due to medication-induced vasculitis.
ଉଚ୍ଚାରଣ
ବିଭାଗRheumatology
ଲକ୍ଷଣFever, weight loss, tiredness, bleeding, tender blood vessels[୩][୪]
ଆକ୍ରାନ୍ତ ସମୟVariable[୫]
କାରଣOften unknown[୩]
ରୋଗ ନିର୍ଣ୍ଣୟ ପଦ୍ଧତିBlood tests, medical imaging, biopsy[୬]
ସଠିକ ରୋଗ ନିର୍ଣ୍ଣୟInfective endocarditis, histoplasmosis, gonorrhea, thrombotic thrombocytopenic purpura
ଚିକିତ୍ସାDepends on the type, often initially with steroids[୩]

ପ୍ରାୟ ୩୦ରୁ ଅଧିକ ପ୍ରକାରର ଭାସ୍କୁଲାଇଟିସ ଦେଖାଯାଏ ଯେଉଁଥିରେ ଧମନୀ, ଶିରା ବା କ୍ୟାପିଲାରିରେ ପ୍ରଦାହ ହୁଏ ।[୩] [୬] ବଡ଼ ରକ୍ତନଳୀରେ ଜାଏଣ୍ଟ ସେଲ ରକ୍ତନଳୀ (ଜିସିଏ) ପ୍ରଦାହ ବା ଜିସିଏ, ଟାକାୟାସୁ ରୋଗ ଓ ବେହସେଟ ରୋଗ ଇତ୍ୟାଦି ରୋଗ ହୁଏ, ମଧ୍ୟମ ଆକାରର ରକ୍ତନଳୀରେ ପଲିଆର୍ଟେରାଇଟିସ ନୋଡୋସା (ପିଏଏନ) ହୁଏ ଏବଂ କ୍ଷୁଦ୍ର ରକ୍ତନଳୀରେ ମାଇକ୍ରୋସ୍କୋପିକ ପଲିଆଞ୍ଜାଇଟିସ ଓ ଗ୍ରାନୁଲୋମାଟୋସିସ ଉଇଥ ପଲିଆଞ୍ଜାଇଟିସ ରୋଗ ହୁଏ | [୩] [୬] ସେଠାରେ ଏହି ଗୋଷ୍ଠୀଗୁଡ଼ିକ ମଧ୍ୟରେ ଓଭରଲାପ୍ ବା ଅତିବ୍ୟାପନ ହୋଇପାରେ | [୬]

ଏହାର କାରଣ ପ୍ରାୟ ଅଜଣା, ଯଦିଓ ସଂକ୍ରମଣ, ଔଷଧ କିମ୍ବା ଅନ୍ୟାନ୍ୟ ରୋଗଦ୍ୱାରା ଏହିଭଳି ରୋଗ ସୃଷ୍ଟି ହୋଇପାରେ। [୩] [୬] ରୋଗର ସଙ୍କଟ କାରକଗୁଡିକ ଉପରେ ବିପଦ ନିର୍ଭର କରେ | [୩] ଏହାର ଅନ୍ତର୍ନିହିତ କାର୍ଯ୍ୟ ପ୍ରଣାଳୀରେ ଅଟୋମ୍ୟୁମ୍ୟୁନ ରୋଗ ଯୋଗୁ ନିଉଟ୍ରୋଫିଲ ରକ୍ତନଳୀର ଭିତର ସ୍ତରରେ ପ୍ରବେଶ କରନ୍ତି ।[୮] [୪] ଇଏସଆର ବା ସିଆରପି ଭଳି ରକ୍ତ ପରୀକ୍ଷା, ମେଡିକାଲ ଇମେଜିଙ୍ଗ ଓ ବାୟୋପ୍ସି ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଇପାରେ । [୩] [୬]

ରୋଗର ପ୍ରକାର ଉପରେ ଚିକିତ୍ସା ନିର୍ଭର କରେ, ଯଦିଓ ପ୍ରାରମ୍ଭରେ ସ୍ଟିରଏଡ ଦିଆଯାଏ । [୩] ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ପ୍ରତିବର୍ଷ ୧୦୦,୦୦୦ ଲୋକଙ୍କ ମଧ୍ୟରୁ ୩ ଜଣଙ୍କର ସିଷ୍ଟମିକ ଭାସ୍କୁଲାଇଟିସ ହୁଏ ।[୩] ୫୦ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ, ପ୍ରତିବର୍ଷ ୧୦୦,୦୦୦ ଲୋକଙ୍କୁ ୨୪ଟି ନୂତନ ରୋଗ ହୁଏ | [୩] କିଛି ବୟସରେ ଭିନ୍ନ ପ୍ରକାରର ରୋଗ ସାଧାରଣତଃ ଅଧିକ ହୁଏ । [୪] ପୁରୁଷ ଏବଂ ମହିଳମାନେ ସମ ଭାବର ପ୍ରଭାବିତ ହୁଅନ୍ତି | [୨] ପ୍ରାୟ ୧୧ଶ ଶତାବ୍ଦୀରେ ପ୍ରଥମେ ଏହାର ଅବସ୍ଥା ବିସ୍ତୃତ ବର୍ଣ୍ଣନା କରାଯାଇ ଥିଲେ ମଧ୍ୟ ୧୮୬୬ ମସିହାର କୁସମଲ ଓ ମଇଏର ଦ୍ୱୟଙ୍କୁ ଏହାର ପ୍ରଥମ ଶ୍ରେୟ ଦିଆଯାଇ ଥାଏ [୯]

ଆଧାର ସମ୍ପାଦନା

  1. "Vasculitis - Definition from the Merriam-Webster Online Dictionary". Archived from the original on 2016-07-01. Retrieved 2009-01-08.
  2. ୨.୦ ୨.୧ "Vasculitis". NORD (National Organization for Rare Disorders). Retrieved 18 February 2021.
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ Jatwani, S; Goyal, A (January 2020). "Vasculitis". PMID 31424770. {{cite journal}}: Cite journal requires |journal= (help)
  4. ୪.୦ ୪.୧ ୪.୨ ୪.୩ ଆଧାର ଭୁଲ: ଅଚଳ <ref> ଚିହ୍ନ; NIH2021 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  5. "Vasculitis". www.nhlbi.nih.gov. NHLBI, NIH. Retrieved 18 February 2021.
  6. ୬.୦ ୬.୧ ୬.୨ ୬.୩ ୬.୪ ୬.୫ "Overview of Vasculitis - Musculoskeletal and Connective Tissue Disorders". Merck Manuals Professional Edition. Retrieved 18 February 2021.
  7. "Glossary of dermatopathological terms. DermNet NZ". Archived from the original on 2008-12-20. Retrieved 2009-01-08.
  8. "Glossary of dermatopathological terms. DermNet NZ". Archived from the original on 2008-12-20. Retrieved 2009-01-08.
  9. Hendaoui, Lotfi; Stanson, Anthony W.; Bouhaouala, M. Habib; Joffre, Francis (2011). Systemic Vasculitis: Imaging Features (in ଇଂରାଜୀ). Springer Science & Business Media. p. 8. ISBN 978-3-642-02484-9.