କାର୍ତ୍ତିକେଶ୍ୱର ପାତ୍ର

ଓଡ଼ିଆ ରାଜନୀତିଜ୍ଞ

କାର୍ତ୍ତିକେଶ୍ୱର ପାତ୍ର (୫ ମଇ ୧୯୪୧ - ୫ ଅକ୍ଟୋବର ୨୦୨୦) ଜଣେ ଭାରତୀୟ ରାଜନୀତିଜ୍ଞ ଏବଂ ସାହିତ୍ୟିକ ଥିଲେ ।[୧] ସେ ୧୦ମ ଲୋକ ସଭାରେ ଭାରତର ସଂସଦର ତଳ ସଦନ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ପୂର୍ବରୁ ସେ ୧୯୭୧, ୧୯୭୪ ଓ ୧୯୮୦ ମସିହାରେ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

କାର୍ତ୍ତିକେଶ୍ୱର ପାତ୍ର
Kartikeswar Patra.jpg
ସାଂସଦ: ୧୦ମ ଲୋକ ସଭା
କାର୍ଯ୍ୟକାଳ
୧୯୯୧ – ୧୯୯୬
ପୂର୍ବ ଅଧିକାରୀସମରେନ୍ଦ୍ର କୁଣ୍ଡୁ
ନିର୍ବାଚନ ମଣ୍ଡଳୀବାଲେଶ୍ୱର
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ପୂର୍ବ ଅଧିକାରୀସୁଶାନ୍ତ ଚାନ୍ଦ
ପର ଅଧିକାରୀଉମାରାଣୀ ପାତ୍ର
ନିର୍ବାଚନ ମଣ୍ଡଳୀଭୋଗରାଇ
ବିଧାୟକ: ୫ମ, ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୭
ପୂର୍ବ ଅଧିକାରୀପ୍ୟାରୀମୋହନ ଦାସ
ପର ଅଧିକାରୀସୁଶାନ୍ତ ଚାନ୍ଦ
ନିର୍ବାଚନ ମଣ୍ଡଳୀଭୋଗରାଇ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1941-05-05)୫ ମଇ ୧୯୪୧
ସୁନ୍ଦରାଡ଼ି, ଭୋଗରାଇ, ବାଲେଶ୍ୱର
ମୃତ୍ୟୁ୫ ଅକ୍ଟୋବର ୨୦୦୦(2000-10-05) (ବୟସ ୫୯)
ରାଜନୀତିକ ଦଳକଂଗ୍ରେସ
ଜୀବନ ସାଥୀଉମାରାଣୀ ପାତ୍ର
ବୃତ୍ତିରାଜନୀତିଜ୍ଞ
ଔପନ୍ୟାସିକ

ଜନ୍ମ, ପରିବାର ଓ ଶିକ୍ଷାସମ୍ପାଦନ କରନ୍ତୁ

କାର୍ତ୍ତିକେଶ୍ୱର ପାତ୍ର ୫ ମଇ ୧୯୪୧ରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ଥିଲା ଭଗବାନ ଚନ୍ଦ୍ର ପାତ୍ର । ସେ ଉମାରାଣୀ ପାତ୍ରଙ୍କୁ ବିବାହ କରିଥିଲେ ।[୨] ଶ୍ରୀ ପାତ୍ର ଓଡ଼ିଶାରେ ସ୍ନାତକୋତ୍ତର କରିବାପରେ ଡକ୍ଟରେଟ କରିଥିଲେ ।[୨]

ରାଜନୈତିକ ଜୀବନସମ୍ପାଦନ କରନ୍ତୁ

କାର୍ତ୍ତିକେଶ୍ୱର ଶିକ୍ଷକତାରୁ ନିଜ ବୃତ୍ତି ଆରମ୍ଭ କରିଥିଲେ । ୧୯୬୭ ମସିହାରେ ଭୋଗରାଇ ପଞ୍ଚାୟତ ସମିତିର ଅଧକ୍ଷ ଭାବରେ ନିର୍ବାଚିତ ହୋଇଥିଲେ ।[୨] ଏହାପରେ ସେ ୧୯୭୧ ମସିହାରେ କଂଗ୍ରେସ ଦଳର ପ୍ରତିନିଧି ଭାବରେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ପୁଣିଥରେ ୧୯୭୪ ମସିହରେ ୨ୟଥର ପାଇଁ ଏବଂ ୧୯୮୦ ମସିହାରେ ୩ୟ ଥର ପାଇଁ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

୧୯୯୧ ମସିହାରେ କାର୍ତ୍ତିକେଶ୍ୱର ୧୦ମ ଲୋକ ସଭାକୁ କଂଗ୍ରେସ ଦଳର ପ୍ରତିନିଧି ଭାବରେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ୨୦୧୪ ମସିହାରେ ସେ କଂଗ୍ରସ ଦଳ ଛାଡ଼ି ତୃଣମୂଳ କଂଗ୍ରେସ ତରଫରୁ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ୨୦୧୯ମସିହାରେ ସେ ପୁଣି କଂଗ୍ରେସ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ।[୩][୪]

ବିଧାନ ସଭା ସଭ୍ୟ ବିବରଣୀସମ୍ପାଦନ କରନ୍ତୁ

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୧ ୧୯୭୩ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ଭୋଗରାଇ କଂଗ୍ରେସ (ଆର୍)
୧୯୭୪ ୧୯୭୭ ସଭ୍ୟ, ୬ଷ୍ଠ ଓଡ଼ିଶା ବିଧାନ ସଭା ଭୋଗରାଇ ଭାରତୀୟ ଜାତୀୟ କଂଗ୍ରେସ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ଭୋଗରାଇ କଂଗ୍ରେସ (ଇ)

ସାହିତ୍ୟ ରଚନାସମ୍ପାଦନ କରନ୍ତୁ

କାର୍ତ୍ତିକେଶ୍ୱର ପାତ୍ର ଜଣେ ସାହିତ୍ୟକ ଭାବରେ ବିଭିନ୍ନ ଓଡ଼ିଆ ଉପନ୍ୟାସ, ନାଟକ ଓ ଗଳ୍ପ ରଚନା କରିଥିଲେ ।[୨]

ଉପନ୍ୟାସସମ୍ପାଦନ କରନ୍ତୁ

  • ଉସ୍ତାଦ
  • ସୁବର୍ଣ୍ଣ ସାମୁକା
  • ଦଳିତ ଦୁର୍ବ
  • ନର୍କରଣମ୍
  • ଅମରାବତୀ

ଗଳ୍ପସମ୍ପାଦନ କରନ୍ତୁ

  • ଆକାଶର ଆଖି
  • ଶତାବ୍ଦୀର ଶୀକାର
  • ମମତାର ମୋତି
  • ଭମିକ ବାହୁଡ଼ା

ନାଟକସମ୍ପାଦନ କରନ୍ତୁ

  • ସିପାହୀ ବିଷତୃଷ୍ଣା
  • କରୁବାକି ଇତିହାସର ଛାଇ
  • କଳିଙ୍ଗ କନ୍ୟା
  • କଳିଙ୍ଗ ସମ୍ରାଟ

ମୃତ୍ୟୁସମ୍ପାଦନ କରନ୍ତୁ

୨୦୨୦ ଅକ୍ଟୋବର ୫ ତାରିଖରେ କରୋନାରେ ପୀଡ଼ିତ ହୋଇ, ତାଙ୍କର ପରଲୋକ ଘଟିଥିଲା ।[୫] ମୃତ୍ୟୁବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା ।

ଆଧାରସମ୍ପାଦନ କରନ୍ତୁ

  1. Dharitri. "କଂଗ୍ରେସ ଦଳକୁ ସୁଦୃଢ କରିବାକୁ ସଂକଳ୍ପ". Dharitri.com (in ଇଂରାଜୀ). Retrieved 2019-02-02.
  2. ୨.୦ ୨.୧ ୨.୨ ୨.୩ ୨.୪ "Shri Kartikeswar Patra". odishaassembly.nic.in. Retrieved 7 October 2020.
  3. "କଂଗ୍ରେସର ମିଶ୍ରଣ ପର୍ବ: ଘରକୁ ବାହୁଡିଲେ ପୂର୍ବତନ ସାଂସଦ କାର୍ତ୍ତିକେଶ୍ୱର ପାତ୍ର ଓ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର". Sambad (in ଆମେରିକୀୟ ଇଂରାଜୀ). 2018-06-06. Retrieved 2019-02-02.
  4. "କଂଗ୍ରେସକୁ ଫେରୁଛନ୍ତି ପୁରୁଣା ନେତା". OTV Khabar (in ଆମେରିକୀୟ ଇଂରାଜୀ). 2018-06-06. Retrieved 2019-02-02.
  5. "ବର୍ଷୀୟାନ ରାଜନେତା ଡ.କାର୍ତ୍ତିକେଶ୍ୱର ପାତ୍ର ଆଉ ନାହାନ୍ତି". www.sambad.in. ଇଷ୍ଟର୍ଣ୍ଣ ମିଡିଆ. Archived from the original on 6 October 2020. Retrieved 6 October 2020.