ଉମାରାଣୀ ପାତ୍ର
ଉମାରାଣୀ ପାତ୍ର (ଜନ୍ମ: ୧୨ ମଇ ୧୯୫୪) ଜଣେ ଓଡ଼ିଆ ରାଜନୀତିଜ୍ଞା, କବି ଓ କଥାକାର ।[୧] ସେ ଭାରତୀୟ ଜାତୀୟ କଂଗ୍ରେସ ଦଳର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ ।[୨] ଉମାରାଣୀ ଓଡ଼ିଶା ବିଧାନ ସଭାରେ ଜଣେ ସଭ୍ୟା ଭାବରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୩] ତାଙ୍କ ରଚିତ କିଛି କବିତା କିଛି ପତ୍ରପତ୍ରିକାରେ ପ୍ରକାଶ ପାଇଥିଲା[୪] ଏବଂ ସେ ଆଲ୍ ଇଣ୍ଡିଆ ରେଡ଼ିଓରେ ଜଣେ କଥାକାର ଭାବରେ କିଛି ଗଳ୍ପର ଉପସ୍ଥାପନା କରିଥିଲେ ।[୫]
ଉମାରାଣୀ ପାତ୍ର | |
---|---|
ବିଧାୟିକା: ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୫ – ୧୯୯୦ | |
ପୂର୍ବ ଅଧିକାରୀ | କାର୍ତ୍ତିକେଶ୍ୱର ପାତ୍ର |
ପର ଅଧିକାରୀ | କମଳା ଦାସ |
ନିର୍ବାଚନ ମଣ୍ଡଳୀ | ଭୋଗରାଇ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୨ ମଇ ୧୯୫୪ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | କାର୍ତ୍ତିକେଶ୍ୱର ପାତ୍ର |
ସନ୍ତାନ | ୧ ପୁଅ ଓ ୩ ଝିଅ |
ବାପା/ବୋଉ | ପଞ୍ଚାନନ ଧର (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଜନ୍ମ, ଶିକ୍ଷା ଓ ପରିବାର
ସମ୍ପାଦନାଉମାରାଣୀ ପାତ୍ର ୧୯୫୪ ମସିହାର ମଇ ମାସ ୧୨ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ବାପାଙ୍କ ନାମ ପଞ୍ଚାନନ ଧର ।[୬] ତାଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ଇଣ୍ଟରମିଡିଏଟ୍ ଥିଲା ।[୩] ସେ କାର୍ତ୍ତିକେଶ୍ୱର ପାତ୍ରଙ୍କୁ ବିବାହ କରିଥିଲେ ।[୭] ଏହି ଦମ୍ପତ୍ତିଙ୍କର ତିନୋଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ଉମାରାଣୀଙ୍କର ପତି କାର୍ତ୍ତିକେଶ୍ୱର ପାତ୍ର ଜଣେ ଭାରତୀୟ ରାଜନୀତିଜ୍ଞ ଏବଂ ଓଡ଼ିଆ ଔପନ୍ୟାସିକ । ସେ ଓଡ଼ିଆ ଭାଷାରେ ବିଭିନ୍ନ ଗଳ୍ପ, ଉପନ୍ୟାସ ଓ ନାଟକ ଆଦି ରଚନା କରିଛନ୍ତି । ଏଥି ସହ ସେ ୧୯୭୧ ମସିହାରେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ସେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାର ୧୦ମ ଓ ୧୧ଶ ଲୋକ ସଭାକୁ ଯାଥାକ୍ରମେ ୧୯୯୧ ଓ ୧୯୯୬ ମସିହାରେ ନିର୍ବାଚିତ ହୋଇଥିଲେ ।
ରାଜନୈତିକ ଜୀବନ
ସମ୍ପାଦନାଉମାରାଣୀ ପାତ୍ର ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେବାପରେ ବିଭିନ୍ନ ରାଜନୈତିକ କାର୍ଯ୍ୟରେ ସଂଶ୍ଳିଷ୍ଟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକା ଭାବରେ କାର୍ଯ୍ୟ କରିଥିଲେ ।
୧୯୮୫ ମସିହାରେ ଓଡ଼ିଶା ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରତିନିଧି ଭାବରେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ବିଧାନ ସଭା ନିର୍ବାଚନ ସେ ବିଜୟୀ ହୋଇ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୮][୬] ଉମାରାଣୀ ଏହି ବିଧାନ ସଭାରେ ଭୋଗରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଆସନରୁ ବିଧାୟିକା ଭାବରେ ୧୯୮୫ ମସିହାରୁ ୧୯୯୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୫] ଉମାରାଣୀ ଆମୋଶିଖ ମହିଳା ସମିତିର ସଭାପତି ଭାବରେ କାର୍ଯ୍ୟ କରିଥିଲେ ଏବଂ ରାଜ୍ୟ ସମାଜ କଲ୍ୟାଣ ଉପଦେଷ୍ଟା ବୋର୍ଡ଼ର ଜଣେ ସଦସ୍ୟା ଭାବରେ କାର୍ଯ୍ୟ କରିଥିଲେ ।[୩]
ସାହିତ୍ୟ
ସମ୍ପାଦନାଉମାରାଣୀ ଓଡ଼ିଆ ଗଳ୍ପ, ଉପନ୍ୟାସ ଓ କବିତାମାନ ରଚନା କରନ୍ତି ।[୪] ତାଙ୍କ ରଚିତ କିଛି କବିତା ବିଭିନ୍ନ ପତ୍ରପତ୍ରିକାମାନଙ୍କରେ ପ୍ରକାଶ ପାଇଥିଲା ।[୫] ଏଥି ସହ ସେ ଅଲ୍ ଇଣ୍ଡିଆ ରେଡ଼ିଓରେ ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ ।[୪] ଉମାରାଣୀ ରେଡ଼ିଓରେ କ୍ଷୁଦ୍ରଗଳ୍ପର ଉପସ୍ଥାପନା କରିଥିଲେ ।[୫]
ରଚନାବଳୀ
- ଦୁଇ ଶିବିର ଏବଂ ଅବନୀ ଦାଦା ଓ ସତୀଭାଉଜ ୨୦୧୫ ଅନୁବାଦ
- ମାଟିଆ ଜହ୍ନ (ଉପନ୍ୟାସ)
- ଅପରୂପା (ଗଳ୍ପ)
- ତପସ୍ୱିନୀ (ଗଳ୍ପ)
- ପୂଣ୍ୟର ନଦୀତୀରେ (କବିତା)
- ମଧୁର ମଧୁର ବଇଁଶୀର ସ୍ୱର (କବିତା)
- ବାଲିହରିଣ (ଗଳ୍ପ) ୧୯୯୯
- ସଙ୍କେତ (ଗଳ୍ପ)
ଆଧାର
ସମ୍ପାଦନା- ↑ "JB FALLS OUT OF SONIA FAVOUR". www.telegraphindia.com (in ଇଂରାଜୀ). Retrieved 2019-03-14.
- ↑ "ORGANISATIONAL Appointments" (PDF). Congresh Sandesh: 43. October 2013. Archived from the original (PDF) on 29 October 2020. Retrieved 14 March 2019.
- ↑ ୩.୦ ୩.୧ ୩.୨ ୩.୩ "Smt. Umarani Patra". odishaassembly.nic.in. Odisha Assembly. Retrieved 14 March 2019.
- ↑ ୪.୦ ୪.୧ ୪.୨ "MLA Umarani Patra Profile | BHOGRAI Constituency". odishahelpline.com. Retrieved 2019-03-14.
- ↑ ୫.୦ ୫.୧ ୫.୨ ୫.୩ "MLA Umarani Patra Profile | BHOGRAI Constituency". naveenpatnaik.com. Archived from the original on 2017-10-26. Retrieved 2019-03-14.
- ↑ ୬.୦ ୬.୧ "Umarani Patra winner in Bhograi, Odisha Assembly Elections 1985: LIVE Results & Latest News: Election Dates, Polling Schedule, Election Results & Live Election Updates". Latestly (in ଇଂରାଜୀ). Retrieved 2019-03-14.
- ↑ "Desperate Srikant skips rest of Odisha to save Baleswar seat - OdishaSunTimes.com". cached.newslookup.com. Retrieved 2019-03-14.[permanent dead link]
- ↑ "Umarani Patra, Bhograi Assembly Elections 1985 LIVE Results | Election Dates, Exit Polls, Leading Candidates & Parties | Latest News, Articles & Statistics | LatestLY.com". Latestly (in ଇଂରାଜୀ). Retrieved 2019-03-14.