କାମାକ୍ଷା (ଇଂରାଜୀ ଭାଷାରେ Kamakhya), କାମନାର ଜଣେ ମହତ୍ୱପୂର୍ଣ୍ଣ ହିନ୍ଦୁ ତାନ୍ତ୍ରିକ (Tantric) ଦେବୀ ଯିଏ ହିମାଳୟରେ ସୃଷ୍ଟି ହୋଇଥିଲେ । ସିଦ୍ଧ କୁବଜିକା ଭାବରେ ପୂଜା କରାଯାଏ ଓ ତାଙ୍କୁ କାଳୀତ୍ରିପୁରା ସୁନ୍ଦରୀ (Tripura Sundari) ମଧ୍ୟ କୁହାଯାଏ । କାଳିକା ପୁରାଣ (Kalika Purana) ଓ ଯୋଗିନୀ ପୁରାଣ (Yogini Tantra) ଭଳି ତାନ୍ତ୍ରିକ ପୁରାଣ ଅନୁସାରେ ଆସାମରେ ୧୬ଶ ଶତାବ୍ଦୀରୁ ଥିବା କାମାକ୍ଷା ମନ୍ଦିରରେ ତାଙ୍କର ପୂଜା କରାଯାଉଛି । ଗାରୋ ପର୍ବତରେ ଥିବା ପୁରାତନ ପବିତ୍ର ଦେବୀ ନଷ୍ଟ ହୋଇଯାଇଛନ୍ତି କିନ୍ତୁ ବାତ୍ସାୟନ ପୁରୋହିତମାନେ ତାଙ୍କୁ ଆଣି କାଶ୍ମୀରର ହିନ୍ଦୁ ରାଜ୍ୟରେ ରଖିଥିଲେ ଓ ପରେ ହିମାଚଳର ଏକ ଦୂରବର୍ତ୍ତୀ ଜଙ୍ଗଲରେ ତାଙ୍କୁ ରଖାଯାଇଥିଲା । ତାଙ୍କ ନାମର ଅର୍ଥ: 'କାମନାର ପ୍ରସିଦ୍ଧ ଦେବୀ' ଓ ସନ ୧୬୪୫ ପରଠାରୁ ତାଙ୍କୁ ବର୍ତ୍ତମାନର କାମାକ୍ଷା ମନ୍ଦିରରେ ରଖାଯାଇଛି । ଏହା ୫୧ଟି ଶକ୍ତି ପୀଠମାନଙ୍କ ମଧ୍ୟରୁ ଅନ୍ୟତମ ଓ ହିନ୍ଦୁମାନଙ୍କର ଏକ ପ୍ରସିଦ୍ଧ ତୀର୍ଥ‌ଯାତ୍ରା ସ୍ଥଳ ।

କାମାକ୍ଷା
Kamakshya Shakespeare Sarani Arnab Dutta 2011.jpg
ରଚନାତ୍ମକ ଶକ୍ତି, କାମନା ଓ ଉର୍ବରତା
Sanskrit TransliterationKāmākhyā
Affiliationଦେବୀ, ପାର୍ବତୀ, ଶକ୍ତି (Shakti)
ଲୋକନୀଳାଚଳ
Mantrakāmākhye varade devī nīla parvata vāsinī tvaṁ devī jagataṁ mātā yonimudre namostute - କାମାକ୍ଷେ ବରଦେ ଦେବୀ ନୀଳ ପର୍ବତ ବାସିନୀ ତ୍ୱମ ଦେବୀ ଜଗତମ୍ ମାତା ୟୋନିମୁଦ୍ରେ ନମୋସ୍ତୁତେ
Weaponଖଣ୍ଡା, ତ୍ରୀଶୂଳ, ଢାଲ, ଧନୁ, ତୀର, ପଦ୍ମ, ଘଣ୍ଟି, କପାଳ, ଅଙ୍କୁଶ,ଗଦା, ଶଙ୍ଖ
ସ୍ୱାମୀ/ସ୍ତ୍ରୀଶିବ
Mountସିଂହ

ସୃଷ୍ଟିସମ୍ପାଦନ କରନ୍ତୁ

ଶକ୍ତି ପୂଜା ଏକ କିମ୍ବଦନ୍ତୀରୁ ସୃଷ୍ଟି ହୋଇଛି ଯେଉଁଥିରେ ପୌରାଣିକ ରାଜା ଦକ୍ଷଙ୍କର କନ୍ୟା ସତୀ ଥିଲେ ଓ ସେ ଶିବଙ୍କର ପତ୍ନୀ ଥିଲେ । ଭଗବାନ ଶିବଙ୍କୁ ଦକ୍ଷ ରାଜା ପସନ୍ଦ କରୁନଥିଲେ । ତେଣୁ ସେ ଗୋଟିଏ ଯଜ୍ଞ ଆୟୋଜନ କରି ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ କଲେ, କିନ୍ତୁ ଶିବଙ୍କୁ ଜାଣିଶୁଣି ନିମନ୍ତ୍ରଣ କରିନଥିଲେ । ଏହିରେ କ୍ରୋଧାନ୍ୱିତ ହୋଇ ସତୀ ସେହି ଯଜ୍ଞ କୁଣ୍ଡକୁ ଅପବିତ୍ର କରିବା ନିମନ୍ତେ ସେଥିରେ ଝାସ ଦେଲେ । ସତୀ ନିଜେ ଶକ୍ତିର ଦେବୀ ହୋଇଥିବାରୁ ଝାସ ଦେବା ସଙ୍ଗେ ସଙ୍ଗେ ମର ଶରୀରରୁ ବିଦାୟ ନେଇ ପରେ ଦେବୀ ପାର୍ବତୀ ଭାବରେ ଜନ୍ମ ଗ୍ରହଣ କଲେ । ଇତି ମଧ୍ୟରେ ଦୁଃଖ ଓ କ୍ରୋଧରେ ଅଭିଭୂତ ହୋଇ ସତୀଙ୍କର ଶରୀରକୁ କାନ୍ଧରେ ବ‌ହନ କରି ଶିବ ତାଣ୍ଡବ ନୃତ୍ୟ କରିବାକୁ ଲାଗିଲେ ଓ ସେହି ମୃତ ଶରୀର ନଷ୍ଟ ନ ହୋଇଯିବା ପର୍ଯ୍ୟନ୍ତ ନୃତ୍ୟ କରିବାକୁ ସ୍ଥିର କରିଥିଲେ । ଶିବଙ୍କୁ ଶାନ୍ତ କରିବା ନିମନ୍ତେ ଅନ୍ୟ ଦେବତାମାନେ ମିଶି ବିଷ୍ଣୁଙ୍କୁ ଅନୁରୋଧ କଲେ । ଏହା ପରେ ନୃତ୍ୟ କରି କରି ଶିବ ଯେଉଁ ସ୍ଥାନ‌କୁ ଗଲେ, ତାଙ୍କ ପଛେ ପଛେ ବିଷ୍ଣୁ ଅନୁଧାବନ କଲେ ଓ ସୁଦର୍ଶନ ଚକ୍ର ସାହାଯ୍ୟରେ ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିଦେଲେ । ଶରୀର ନ ରହିବା ପରେ ଶିବ ମହାତପସ୍ୟା କରିବାକୁ ବସିରହିଲେ । ଏହିଠାରୁ ସତୀ ଦାହ ପ୍ରଥା ଆରମ୍ଭ ହୋଇଥିବା କାହାଣୀକୁ କିନ୍ତୁ ବିଶାରଦମାନେ ବିଶ୍ୱାସ କରନ୍ତି ନାହିଁ । [୧]

ବିଶ୍ୱାସ ଓ ପରମ୍ପରା ଅନୁସାରେ ସତୀଙ୍କର ଶରୀର ୫୧ ଖଣ୍ଡ ହୋଇ ଭାରତ ଉପମହାଦେଶର ବିଭିନ୍ନ ସ୍ଥାନରେ ପଡ଼ିଥିବା କୁହାଯାଏ । ସେହି ଶରୀରର ଅଂଶମାନ ପଡ଼ିଥିବା ସ୍ଥାନମାନଙ୍କୁ ଶକ୍ତି ପୀଠ କୁହାଯାଏ । ସତୀଙ୍କର ଯୌନାଙ୍ଗ କାମରୂପ (Kamarupa) ନାମକ ସ୍ଥାନରେ ପଡ଼ିଥିବା କୁହାଯାଏ ଓ ସେହି ସ୍ଥାନରେ କାମାକ୍ଷା ମନ୍ଦିର ନିର୍ମିତ ହୋଇଥିବା କୁହାଯାଏ ।

ପରିଚୟସମ୍ପାଦନ କରନ୍ତୁ

କାଳିକା ପୁରାଣରେ କାମାକ୍ଷାଙ୍କୁ ତନ୍ତ୍ର ପୂଜାର ସବୁଠାରୁ ମହତ୍ୱପୂର୍ଣ୍ଣ ଦେବୀ ଭାବରେ ମାନନ୍ତି । ତାଙ୍କୁ ମହାମାୟା ବା ବିରାଟ ମୋହମାୟାର ଦେବୀ ଭାବରେ ମାନନ୍ତି ଯିଏ ଆବଶ୍ୟକ ହେଲେ ଯେ କୌଣସି ରୂପ ନେଇପାରନ୍ତି । ଭକ୍ତମାନେ ତାଙ୍କୁ କାମେଶ୍ୱରୀ ବା କାମନାର ଦେବୀ ଓ ଷୋଡ଼ଶୀ । କାଳିକା ପୁରାଣ, ଯୋଗିନୀ ତନ୍ତ୍ର ଓ କାମାକ୍ଷା ତନ୍ତ୍ରରେ ତାଙ୍କୁ କାଳୀ ମନେକରାଯାଏ ।[୨]

ଯା ଦେବୀ କାଳିକା ମାତା ସର୍ବ ବିଦ୍ୟାସ୍ୱରୁପିଣୀ |
କାମାକ୍ଷା ଶୈବ ବିଖ୍ୟାତ ସତ୍ୟମ ଦେବୀ ନ‌ଚାନ୍ୟଥା ||

ଆଧାରସମ୍ପାଦନ କରନ୍ତୁ

  1. J.S. Hawley, Sati, the Blessing and the Curse. Oxford University Press (New York: 1994). p. 50-1.
  2. B. Shastri. Kamakhya Tantra. Bharatiy Vidya Prakash (Delhi, Varanasi: 1990). p. 20.
    yā devi kālikā mātā sarva vidyāsvarūpinī |
    kāmākhyā saiva vikhyātā satyam devi nacānyathā ||