କାବ୍ୟା କିରଣ

ଓଡ଼ିଆ ଅଭିନେତ୍ରୀ

କାବ୍ୟା କିରଣ ଜଣେ ଓଡ଼ିଆ ଅଭିନେତ୍ରୀ । ୨୦୧୩ ମସିହାରେ ସେ ପ୍ରଥମ ଓଡ଼ିଆ ୩ଡି କଥାଚିତ୍ର କାଉଁରୀ କନ୍ୟା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ୨୦୨୧ ମସିହାରେ ତାଙ୍କୁ ଓଡ଼ିଆ କଥାଚିତ୍ର ଖୁସି ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା ।[୧]

କାବ୍ୟା କିରଣ
ଜନ୍ମ (1994-10-07) ୭ ଅକ୍ଟୋବର ୧୯୯୪ (ବୟସ ୨୯)
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୩ରୁ - ଏବେଯାଏଁ
ଉଚ୍ଚତା୫ ଫୁଟ ୬ ଇଞ୍ଚ
ପୁରସ୍କାରରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ଅଭିନୟ ଜୀବନ ସମ୍ପାଦନା

କାବ୍ୟା ସ୍କୁଲ୍‌ ପଢ଼ା ସମୟରୁ ଏକାଧିକ ମଞ୍ଚ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ। କ୍ରମେ ନୃତ୍ୟ-ଅଭିନୟ ଦୁନିଆ ପ୍ରତି ତାଙ୍କର ଆଗ୍ରହ ବଢ଼ିଥିଲା ଏବଂ ସେ ଶାସ୍ତ୍ରୀୟ ନୃତ୍ୟରେ ପ୍ରଶିକ୍ଷିତା । ୨୦୧୩ ମସିହାରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା କାଉଁରୀ କନ୍ୟା[୨] ପରବର୍ତ୍ତୀ ସମୟରେ ସେ ମୁମ୍ବାଇ ଚାଲିଯାଇଥିଲେ ଏବଂ ରଂଗ-ଏ-ଇସ୍କ୍‌ ଓ ରାମ ରତନ ଭଳି ଦୁଇଟି ହିନ୍ଦୀ କଥାଚିତ୍ରରେ କାର୍ଯ୍ୟ କରିଥିଲେ ।[୩] ସେ ଟି-ସିରିଜ୍‌ ଓ ଟାଇମ୍‌ସ ଗ୍ରୁପ୍‌ର ମିଳିତ ପ୍ରଯୋଜନା ପ୍ରସ୍ତୁତ ହେଉଥିବା ମ୍ୟୁଜିକ୍ ଭିଡିଓରେ କାବ୍ୟା ଅଭିନୟ କରିଛନ୍ତି ।[୪]

୨୦୧୮ ମସିହାରେ ସେ ଓଡ଼ିଆ କଥାଚିତ୍ର ରହସ୍ୟରେ ଏବଂ ୨୦୧୯ ମସିହାରେ ଖୁସିରେ ଅଭିନୟ କରିଥିଲେ । ୨୦୨୧ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର ସହିଦ୍ ରଘୁ ସର୍ଦ୍ଦାର ମୁକ୍ତିଲାଭ କରିଥିଲା ।[୫]

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ କଥାଚିତ୍ର ଭାଷା ଭୂମିକା ମନ୍ତବ୍ୟ
୨୦୧୩ କାଉଁରୀ କନ୍ୟା ଓଡ଼ିଆ ଅନୁସୟା ପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୫ ରଂଗ-ଏ-ଇସ୍କ୍ ହିନ୍ଦୀ ପ୍ରଥମ ହିନ୍ଦୀ କଥାଚିତ୍ର
୨୦୧୭ ରାମ ରତନ ହିନ୍ଦୀ ସୁଇଟି
୨୦୧୮ ରହସ୍ୟ ଓଡ଼ିଆ ଇନ୍ଦୁମତି/ଶ୍ରୁତି ଦ୍ୱେତ ଭୂମିକରେ ଅଭିନୟ
୨୦୧୯ ଖୁସି ଓଡ଼ିଆ
୨୦୨୧ ସହିଦ ରଘୁ ସର୍ଦ୍ଦାର ଓଡ଼ିଆ ରଘୁ ସର୍ଦ୍ଦାରଙ୍କ ପତ୍ନୀ
ଭୋକ ଓଡ଼ିଆ ହେମା

ଅଭିନୀତ ୱେବ୍ ସିରିଜ୍ ସମ୍ପାଦନା

ବର୍ଷ କଥାଚିତ୍ର ଭାଷା ଓଟିଟି ଭୂମିକା ମନ୍ତବ୍ୟ
୨୦୨୦ ୭୨ ଆୱାର୍ସ୍ ଓଡ଼ିଆ ତରଙ୍ଗ ପ୍ଲସ୍ ପ୍ରଥମ ଓଡ଼ିଆ ୱେବ୍ ସିରିଜ୍‌ରେ ଅଭିନୟ
୨୦୨୨ ଏକ୍ସ୍‌ପୋଜ୍ ଓଡ଼ିଆ କଞ୍ଚାଲଙ୍କା

ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ "୩୧ତମ ଚଳଚ୍ଚିତ୍ର ପୁରସ୍କାର ଘୋଷିତ : ଘନଶ୍ୟାମ ମହାପାତ୍ରଙ୍କୁ ଜୟଦେବ ପୁରସ୍କାର, 'କାଲିର ଅତୀତ' ଶ୍ରେଷ୍ଠ ଚଳଚ୍ଚିତ୍ର | Sambad". ସମ୍ବାଦ (in ଭୁବନେଶ୍ୱର). sambad.in. 5 November 2021. Archived from the original on 5 November 2021. Retrieved 5 November 2021.{{cite news}}: CS1 maint: unrecognized language (link)
  2. "ପୁଣିଥରେ ଓଲିଉଡରେ କମାଲ କରିବେ ସୁନ୍ଦରୀ କାବ୍ୟା କିରଣ , ଏହି ଫିଲ୍ମରେ ଆସିବେ ନଜର | Kanak Lifestyle". କନକ ନ୍ୟୁଜ୍. 2019-10-05. Archived from the original on 2021-11-05. Retrieved 2021-11-05.
  3. "Kavya Kiran: Movies, Photos, Videos, News, Biography & Birthday | eTimes". timesofindia.indiatimes.com. Retrieved 2021-11-05.
  4. "ଓଲିଉଡ୍‌ ଓ ବଲିଉଡ୍‌ରେ ସକ୍ରିୟ ମଡେଲ୍‌-ଅଭିନେତ୍ରୀ କାବ୍ୟା କିରଣ | Sambad". ସମ୍ବାଦ. 2019-08-23. Archived from the original on 2019-12-02. Retrieved 2021-11-05.
  5. Panda, Apurba Ranjan. "ସତେଜ ସକାଳର ଅତିଥି ଅଭିନେତା ଦେବାଶିଷ ଓ ଅଭିନେତ୍ରୀ କାବ୍ୟା କିରଣ". ARGUS News. Archived from the original on 2021-11-05. Retrieved 2021-11-05.
  6. "31st Odisha State Film awards and 8th State Tele awards announced: Check details here". KalingaTV (in ଆମେରିକୀୟ ଇଂରାଜୀ). 2021-11-05. Retrieved 2021-11-05.

ଅଧିକ ତଥ୍ୟ ସମ୍ପାଦନା