ସହିଦ ରଘୁ ସର୍ଦ୍ଦାର

ଓଡ଼ିଆ କଥାଚିତ୍ର

ସହିଦ ରଘୁ ସର୍ଦ୍ଦାର ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ବିଶ୍ୱନାଥ ପଟ୍ଟନାୟକ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ରଜନୀ ରଞ୍ଜନ ।[୨] ରାଜୀବ ମହାନ୍ତି ଏହାର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୩] ସଙ୍ଗୀତକାର ବିକାଶ ଶୁକ୍ଳା ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୪]

ସହିଦ ରଘୁ ସର୍ଦ୍ଦାର
ନିର୍ଦ୍ଦେଶକରାଜୀବ ମହାନ୍ତି
ପ୍ରଯୋଜକବିଶ୍ୱନାଥ ପଟ୍ଟନାୟକ
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟରାଜୀବ ମହାନ୍ତି
କାହାଣୀବିଶ୍ୱନାଥ ପଟ୍ଟନାୟକ
କଳାକାରଦେବାଶିଷ ପାତ୍ର
କାବ୍ୟା କିରଣ
ରୁଦ୍ର ପାଣିଗ୍ରାହୀ
ଜୀନା ସାମଲ
ଅକ୍ଷୟ ବସ୍ତିଆ
ଲିପ୍ସା ମିଶ୍ର
ପୁଷ୍ପା ପଣ୍ଡା
ସଙ୍ଗୀତବିକାଶ ଶୁକ୍ଳା
ଚିତ୍ରଗ୍ରହଣନିରଞ୍ଜନ ଦାଶ
ସମ୍ପାଦକସୌମ୍ୟ ଶୋଭନ ନାୟକ
ମୁକ୍ତିଲାଭ ତାରିଖ
୧୬ ଅଗଷ୍ଟ ୨୦୨୧
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦେବାଶିଷ ପାତ୍ର ଓ କାବ୍ୟା କିରଣ ।[୫] ରୁଦ୍ର ପାଣିଗ୍ରାହୀ, ଜୀନା ସାମଲ, ଲିପ୍ସା ମିଶ୍ର, ଅକ୍ଷୟ ବସ୍ତିଆ, ପିଣ୍ଟୁ ନନ୍ଦ, ପୁଷ୍ପା ପଣ୍ଡା, ଦେବୁ ପଟ୍ଟନାୟକ, ସୁଧାକର ବସନ୍ତ, ସନ୍ତୋଷ, ଟ୍ୱିଙ୍କଲ୍, ରାଜୀବ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୬] ଏହି କଥାଚିତ୍ରଟିର ସୁଟିଂ ଓଡ଼ିଶା ଏବଂ ପଶ୍ଚିମ ବଙ୍ଗରେ ହୋଇଥିଲା ।[୫]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଏହି କଥାଚିତ୍ରଟିର କାହାଣୀ ଓଡ଼ିଆ ସାଧୀନତା ସଂଗ୍ରାମୀ ରଘୁନାଥ ପଟ୍ଟନାୟକଙ୍କ ଉପରେ ପର୍ଯ୍ୟବସିତ ।[୧୦] ବ୍ରିଟିଶ ଶାସକ ଭାରତୀୟମାନଙ୍କୁ ଅତ୍ୟାଚାର କରିବା ଆରମ୍ଭ କଲେ, ସେତେବେଳେ ରଘୁ ଥିଲେ ଯୁବ ବୟସର । କଲିକାତାରେ ବଙ୍ଗୀୟ ଲୋକମାନେ ଯେତେବେଳେ ନିରବ ଥିଲେ, ସେତେବେଳେ ପ୍ରଥମେ ଓଡ଼ିଆ ଯୁବକ ରଘୁ ପଟ୍ଟନାୟକ ହିଁ ଇଂରେଜ ବିରୋଧରେ ସ୍ୱର ଉଠାଇଥିଲେ । ଧୀରେ ଧୀରେ ସେଠାରେ ରହୁଥିବା ଓଡ଼ିଆ ଏବଂ ସ୍ଥାନୀୟ ବଙ୍ଗ ବାସିନ୍ଦା ମଧ୍ୟ ରଘୁଙ୍କ ସହ ବ୍ରିଟିଶ ବିରୋଧୀ ଆନ୍ଦୋଳନରେ ଯୋଗ ଦେଇଥିଲେ । ରଘୁ ପଟ୍ଟନାୟକ ଏହାପରେ ରଘୁ ସର୍ଦ୍ଦାର ନାମରେ ପରିଗଣିତ ହେଲେ ।[୧୧]

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଶୁକ୍ଳା[୬] ବିଷ୍ଣୁମୋହନ କବି ଏହି କଥାଚିତ୍ରଟିର ଶୀର୍ଷକ ଗୀତଟି ଗାଇଥିଲେ । ବିଜୟ ମଲ୍ଲ ଓ ରଞ୍ଜନ ଦାଶ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୧୨]

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ତୁମେ ମୋର ସପନର ରାଜକୁମାର"  
2."ଆଇଲାରେ ରଘୁ ସରଦାର"ବିଷ୍ଣୁମୋହନ କବି 
3."ସବୁ ଧମନୀର ବହିଯାଏ ଆଜି"  

ଆଧାର ସମ୍ପାଦନା

  1. "ସୁଟିଂ ଫ୍ଲୋର୍‌କୁ ଏବେ ଫେରିପାରିବନି ଓଲିଉଡ୍‌ | Sambad" (in ଆମେରିକୀୟ ଇଂରାଜୀ). 2020-05-11. Retrieved 2021-11-06.
  2. "ଆସନ୍ତା ୧୬ ତାରିଖରେ ରାଜ୍ୟର ୧୬ଟି ସିନେମାହଲରେ ରିଲିଜ ହେବ ସହିଦ ସର୍ଦ୍ଦାରଙ୍କ ବାୟୋପିକ 'ସହିଦ୍ ରଘୁ ସର୍ଦ୍ଦାର'". News18 Odia. 2021-08-14. Archived from the original on 2021-11-06. Retrieved 2021-11-06.
  3. Sahid Raghu Sardar Movie: Showtimes, Review, Trailer, Posters, News & Videos | eTimes, retrieved 2021-11-06
  4. "Odia film released in 2021 complete List". Odia Live (in English). 9 February 2021. Archived from the original on 13 December 2021. Retrieved 13 December 2021.{{cite news}}: CS1 maint: unrecognized language (link)
  5. ୫.୦ ୫.୧ Panda, Apurba Ranjan. "ସତେଜ ସକାଳର ଅତିଥି ଅଭିନେତା ଦେବାଶିଷ ଓ ଅଭିନେତ୍ରୀ କାବ୍ୟା କିରଣ". ARGUS News. Archived from the original on 2021-11-05. Retrieved 2021-11-05.
  6. ୬.୦ ୬.୧ "ପ୍ରେକ୍ଷାଳୟକୁ ଆସିବ 'ରଘୁ ସର୍ଦ୍ଦାର' | Sambad" (in ଆମେରିକୀୟ ଇଂରାଜୀ). 2021-08-04. Retrieved 2021-11-06.
  7. "ଓଲିଉଡ୍‌ ଓ ବଲିଉଡ୍‌ରେ ସକ୍ରିୟ ମଡେଲ୍‌-ଅଭିନେତ୍ରୀ କାବ୍ୟା କିରଣ | Sambad". ସମ୍ବାଦ. 2019-08-23. Archived from the original on 2019-12-02. Retrieved 2021-11-05.
  8. "ଏ ବର୍ଷ ନାମୀ ଓଲିଉଡ୍ ନାୟିକାମାନଙ୍କର କେଉଁ ଓଡ଼ିଆ ସିନେମା ଆସୁଛି | Sambad". ସମ୍ବାଦ. sambad.in. 12 January 2020. Archived from the original on 16 December 2021. Retrieved 16 December 2021.
  9. "ଏଲିନା ଓ ଜିନା ଏକାଠି". ନିର୍ଭୟ. 12 December 2022. p. 10. Archived from the original on 3 January 2023. Retrieved 3 January 2023.
  10. "Odia Legends On Screen". My City Links (in ଆମେରିକୀୟ ଇଂରାଜୀ). 2021-10-16. Archived from the original on 2021-11-06. Retrieved 2021-11-06.
  11. "ମୁକ୍ତିଲାଭ କଲା 'ସହିଦ ରଘୁ ସର୍ଦ୍ଦାର' | Sambad". 2021-08-16. Archived from the original on 2021-11-06. Retrieved 2021-11-06.
  12. "ଆସୁଛି ଓଡ଼ିଆ ସିନେମା 'ସହିଦ ରଘୁ ସର୍ଦ୍ଦାର'". Odisha Reporter. 2019-08-17. Retrieved 2021-11-06.

ବାହାର ଆଧାର ସମ୍ପାଦନା