କଦଳୀଗଛ
Starr 050826-4195 Musa sp..jpg
କଦଳୀ ଗଛ, କନାହା ବେଳାଭୂମି, ମାଉଇ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ଜଗତ: ୟୁକାରିଓଟା
ସାମ୍ରାଜ୍ୟ: ଉଦ୍ଭିଦ ସାମ୍ରାଜ୍ୟ
ଗୋଷ୍ଠୀ: ଟ୍ରାକିଓଫାଇଟା
ଗୋଷ୍ଠୀ: ସ୍ପର୍ମାଟୋଫାଇଟା
ଗୋଷ୍ଠୀ: ଆବୃତବୀଜୀ
ଗୋଷ୍ଠୀ: ଏକବୀଜପତ୍ରୀ
ଗୋଷ୍ଠୀ: କମେଲିନିଡ
ବଂଶ: ମୁସାସି
ପ୍ରଜାତି: ମୁସା(ପ୍ରଜାତି)
ଲ.[୧]
ଜାତି

ପ୍ରାୟ ୭୦, ଅନୁଚ୍ଛେଦ ଦେଖନ୍ତୁ

ମୁସାସି କୁଳରେ ଥିବା ମୁସା ପ୍ରଜାତିର ଉଦ୍ଭିଦମାନଙ୍କୁ କଦଳୀଗଛ ବୋଲି କୁହାଯାଏ । ଏହି ପ୍ରଜାତିରେ କଦଳୀ ଫଳୁଥିବା ସପୁଷ୍ପକ ଉଦ୍ଭିଦ ଆଦି ଅଛନ୍ତି । ପାଖାପାଖି ୭୦ଟି ମୁସା ଜାତି ବିଷୟରେ ବିଶେଷ ଜ୍ଞାନ ଆହରଣ କରାଯାଇଛି ।

ବଡ଼ ଗଛ ଯେତିକି ଲମ୍ବା ବଢୁଥିଲେ ମଧ୍ଯ କଦଳୀଗଛଗୁଡିକ ବାସ୍ତବରେ ବୃହଦାକାୟ ଗୁଳ୍ମ ଅଟନ୍ତି । କାରଣ ତାଙ୍କର ତଥାକଥିତ ଗଣ୍ଡିଟି ବାସ୍ତବରେ ପତ୍ରମୂଳର ଉପରତଳ କରି ହୋଇଥିବା ଅବସ୍ଥା ।

ମୁସାର ଜାତିଗୁଡ଼ିକୁ କେତେକ ଲେପିଡୋପ୍ଟେରା ଲାର୍ଭା ଖାଦ୍ୟ ରୂପେ ବ୍ଯବହାର କରନ୍ତି । ଯେପରିକି - ବୃହତ୍ ଚିତାବାଘ ମୋଥ

ବର୍ଣ୍ଣନାସମ୍ପାଦନ କରନ୍ତୁ

କେତେକ ବୃହଦାକାୟ ଗୁଳ୍ମଜାତୀୟ ଉଦ୍ଭିଦ ମଧ୍ଯରେ କଦଳୀଗଛ ଅନ୍ଯତମ । କେତେକ କଦଳୀଗଛ ୯ମିଟର ଯାଏଁ ବଢି ପାରନ୍ତି । ଏହି ବୃହତ୍ ଗୁଳ୍ମଟି ଏକ ବିବର୍ତ୍ତିତ ଭୂତଳ କାଣ୍ଡ (ରାଇଜୋମ), ଏକ ନକଲି-କାଣ୍ଡ, ଚେରମାନଙ୍କର ଏକ ଜାଲିକାଜାଲିକା ଏବଂ ଏକ ବୃହତ୍ ଫୁଲ ପରି ଅଙ୍ଗ(?)ରେ ଗଠିତ । ନକଲି-କାଣ୍ଡଟି ବାସ୍ତବରେ ବିଶାଳ ପତ୍ରମାନଙ୍କର base ଦ୍ବାରା ଗଠିତ ହୋଇଥାଏ । ଯେତେବେଳେ ଗଛଟି ଫୁଲ ଫୁଟାଇବାକୁ ଆରମ୍ଭ କରେ ସେତେବେଳେ ଏକ ବାସ୍ତବ କାଣ୍ଡ ତିଆରି ହୁଏ । ସେ ପର୍ଯ୍ୟନ୍ତ ମୁଖ୍ଯ କାଣ୍ଡଟି ବିବର୍ତ୍ତିତ ହୋଇ ରାଇଜୋମ ରୂପରେ ମାଟିତଳେ ରହିଥାଏ ।[୨] ଏହି ରାକିସରୁ ବଡ଼ ବଡ଼ ନାଲିଆ-ବାଇଗଣୀ ରଙ୍ଗର ଆବରଣରେ ଆବୃତ ହୋଇ କେତେଗୁଡ଼ିଏ ମାଈ ଫୁଲ ବାହାରିଥାନ୍ତି । ସବା ଶେଷରେ ଏକ ପୁରୁଷ ଫୁଲ ବାହାରିଥାଏ । ନକଲି-କାଣ୍ଡରୁ ଗୋଟି ଗୋଟି କରି ବଡ଼ବଡ଼ ପତ୍ର ବାହାରିଥାଏ ଯାହା ପ୍ରାୟ ଦୁଇଟି ଲାମିନୀୟ ଅଧାରେ ତିଆରି ହୋଇଥାଏ ।[୩] କଦଳୀଗଛ ଉଭୟ ଲିଙ୍ଗୀୟ ଜନନ ଏବଂ ଅଲିଙ୍ଗୀ ଜନନ ପଦ୍ଧତିରେ ପ୍ରଜନନ କରିଥାଏ । ଲିଙ୍ଗୀୟ ଜନନରେ ଉତ୍ପନ୍ନ ଫଳଗୁଡିକ ମଞ୍ଜି-ବିଶିଷ୍ଟ ହୋଇଥିବା ବେଳେ ଅଲିଙ୍ଗୀ ଜନନରେ ଉତ୍ପନ୍ନ ଫଳଗୁଡିକ ମଞ୍ଜି-ବିହୀନ ହୋଇଥାଏ ।[୪]

ସିଷ୍ଟେମାଟିକ ଏବଂ ବର୍ଗୀକରଣସମ୍ପାଦନ କରନ୍ତୁ

ଇତିହାସସମ୍ପାଦନ କରନ୍ତୁ

ପ୍ରଜାତି ମୁସା ପ୍ରଥମେ ଲିନିଅସଙ୍କଦ୍ୱାରା ବର୍ଣ୍ଣିତ ହୋଇଥିଲା ।[୫] ମୁସା ନାମଟି ଆରବୀୟ ଶବ୍ଦ ମୌଜ (موز)ର ଲାତିନୀୟ ରୂପ । ତୁର୍କୀ, ସୋମାଲି ଏବଂ ପାରସୀ ଭାଷାରେ ମଧ୍ଯ କଦଳୀକୁ ମୁଜ୍ ବୋଲି କୁହାଯାଏ । ସମ୍ଭବତଃ ବାନାନା ଶବ୍ଦଟି ପଶ୍ଚିମ ଆଫ୍ରିକୀୟ ଭାଷା ୱୋଲୋଫରୁ ସ୍ପେନୀୟ ତଥା ପର୍ତ୍ତୁଗୀଜ ଭାଷା ଦେଇ ଇଂରାଜୀରେ ପ୍ରବେଶ କରିଛି ।[୬]

ଓଡ଼ିଆରେ କଦଳୀ ନାମଟି ସଂସ୍କୃତ ଭାଷାର କଦଲୀରୁ ଅଣାଯାଇଛି, ଏବଂ ସଂସ୍କୃତରେ ଏହା ମୁଣ୍ଡା ଭାଷାର କଦଳରୁ ଅଣାଯାଇଛି ।

ଜାତିସମ୍ପାଦନ କରନ୍ତୁ

କାଲିମୁସା(ଅଷ୍ଟ୍ରାଲିମୁସା ଅନ୍ତର୍ଭୁକ୍ତ)ସମ୍ପାଦନ କରନ୍ତୁ

 
ମୁସା ଜାତିର ଫଳିଥିବା ବୃକ୍ଷ
 
କଦଳୀ ଫୁଲ

ବ୍ଯବହାରସମ୍ପାଦନ କରନ୍ତୁ

କଦଳୀପତ୍ରର ବ୍ୟବହାରସମ୍ପାଦନ କରନ୍ତୁ

କଦଳୀପତ୍ରରେ ଖାଦ୍ୟ ରଖି ଚକାମାଡ଼ି ତଳେବସି ଭୋଜନ କରାଯାଏ । କଦଳୀପତ୍ରରେ ଆମିଷ ଭୋଜନ ନିଷିଦ୍ଧ । କଦଳୀପତ୍ରରେ ଭୋଜନ କଲାବେଳେ ଚାମଚ, ଛୁରି ଓ କଣ୍ଟା ବ୍ୟବହାର କରାଯାଏ ନାହିଁ । କଦଳୀପତ୍ର ପକାଇବାର ମଧ୍ୟ ବିଧି ରହିଛି । ପତ୍ରର ଚଉଡ଼ା ଭାଗ ଆମର ଡ଼ାହାଣ ପଟକୁ ଓ ଅଣଓସାରିଆ ଭାଗ ବାମ ପଟକୁ ରଖିଲେ ଡ଼ାହାଣ ହାତରେ ଭୋଜନ କରିବା ସୁବିଧା ହୁଏ । ମୂଳଭାଗରେ ଅନ୍ନ ଓ ଅଗ୍ରଭାଗରେ ବ୍ୟଞ୍ଜନ ବଢ଼ାଯାଇଥାଏ । କଦଳୀପତ୍ରକୁ ଭୋଜନ ପରେ ଭଙ୍ଗାଯାଏ ନାହିଁ । ଅଗମୂଳ ଧରି ଉଠାଯାଏ । ଓଡ଼ିଆ ରାନ୍ଧଣାରେ ମାଛ ସିଝାଇବା ପାଇଁ କଦଳୀ ପତ୍ର କାମରେ ଆସେ ।

କଦଳୀର ବ୍ୟବହାରସମ୍ପାଦନ କରନ୍ତୁ

ଓଡ଼ିଆ ରାନ୍ଧଣାରେ କଂଚା କଦଳୀରେ ଡାଲମା ଓ ଭଜା ତିଆରି ହୁଏ । ପାଚିଲା କଦଳୀରେ ଶିରିଣି ତିଆରି ହୁଏ ।

କଦଳୀଗଛର ଅନ୍ୟ ଅଂଶର ବ୍ୟବହାରସମ୍ପାଦନ କରନ୍ତୁ

କଦଳୀ ଫୁଲରେ ତରକାରୀ ହୁଏ । କଦଳୀ ମ଼ଞାରେ ରାଇ ଓ ତରକାରୀ ତିଆରୀ ହୁଏ ।

ଆଧାରସମ୍ପାଦନ କରନ୍ତୁ

  1. GRIN (2009-02-19). "Genus: Musa L." Taxonomy for Plants. National Germplasm Resources Laboratory, Beltsville, Maryland: USDA, ARS, National Genetic Resources Program. Archived from the original on 2012-10-11. Retrieved 2011-02-06.
  2. The Editors of Encyclopaedia Britannica. “Banana.” Encyclopædia Britannica, Encyclopædia Britannica, Inc., 22 Aug. 2019, www.britannica.com/plant/banana-plant.
  3. Rouard, Mathieu, et al. “Morphology of Banana Plant.” The Banana Knowledge Platform of the ProMusa Network, Feb. 2019, www.promusa.org/Morphology+of+banana+plant.
  4. Judd, Walter S. Plant Systematics a Phylogenetic Approach. Sinauer Assoc., 2007.
  5. ଆଧାର ଭୁଲ: ଅଚଳ <ref> ଚିହ୍ନ; WCSP_254737 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  6. "Banana" at Dictionary.Reference.com.


ଆଧାର ଭୁଲ: <ref> ଟ୍ୟାଗସବୁ କେବଳ "Note" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="Note"/> ଟ୍ୟାଗ ମିଳିଲା ନାହିଁ କିମ୍ବା </ref> ବନ୍ଦ କରିବା ଟ୍ୟାଗଟି ନାହିଁ ।