ଜୈବଭୌଗୋଳିକକ୍ଷେତ୍ର

ଜୈବଭୌଗୋଳିକକ୍ଷେତ୍ର ବା ଜୈବଭୂମଣ୍ଡଳୀୟକ୍ଷେତ୍ର ବା ଇକୋକ୍ଷେତ୍ର, ହେଉଛି ପୃଥିବୀର ଜୈବଭୌଗୋଳିକ ବିଭାଜନ ଯେଉଁଥିରେ ପ୍ରାକୃତିକ ଭାବେ ବସବାସ କରୁଥିବା ଜୀବମାନେ ପ୍ରାୟ ସମାନ । ଜୈବବସ୍ତୁତ୍ୱ ଏବଂ ବାସସ୍ଥାନ ଆଧାରରେ ଏଗୁଡ଼ିକୁ ଜୈବାଞ୍ଚଳରେ ପୁନଃ ବିଭକ୍ତ କରାଯାଇଥାଏ ।[୨]

ଅଷ୍ଟ ଜୈବଭୌଗୋଳିକକ୍ଷେତ୍ର ମଧ୍ଯରୁ ଛଅଟି[୧]
  ଓସେନୀୟ ଏବଂ ଆଣ୍ଟାର୍କଟୀୟ କ୍ଷେତ୍ର ଦର୍ଶାଯାଇ ନାହିଁ

ସାଧାରଣତଃ କେତେକ ପ୍ରାକୃତିକ ସଂରଚନା, ଯେପରିକି ବିଶାଳ ପର୍ବତ କିମ୍ବା ପର୍ବତମାଳା, ସୁବିସ୍ତୃତ ନଦନଦୀ, ତଦ୍-ବିସ୍ତୃତ ସମୁଦ୍ର ଇତ୍ୟାଦି, ଜୀବମାନଙ୍କୁ ଏକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବର୍ଷ ଧରି ବାନ୍ଧି ରଖିଥାଏ । ଫଳରେ ସେହି କ୍ଷେତ୍ରରେ ରହୁଥିବା ଜୀବମାନେ ଅନ୍ୟ କ୍ଷେତ୍ରର ଜୀବମାନଙ୍କ ସହ ମିଳିମିଶି ପାରନ୍ତି ନାହିଁ ।[୩] ଜୈବଭୌଗୋଳିକ କ୍ଷେତ୍ରଗୁଡ଼ିକ ଉଦ୍ଭିଦବିଜ୍ଞାନର ଉଦ୍ଭିଦଭୌଗୋଳିକ କ୍ଷେତ୍ର ଏବଂ ପ୍ରାଣୀବିଜ୍ଞାନର ପ୍ରାଣୀଭୌଗୋଳିକ କ୍ଷେତ୍ର ପରି ଅଟେ ।[୪]

ଜୈବଭୌଗଳିକକ୍ଷେତ୍ରଗୁଡ଼ିକ ସେଥିରେ ରହୁଥିବା ଜୀବମାନଙ୍କର ଜୈବବୈବର୍ତ୍ତନିକ ଇତିହାସଦ୍ୱାରା ବର୍ଣ୍ଣିତ ହୋଇଥାନ୍ତି । ଏଗୁଡିକ, ଜୈବକ୍ଷେତ୍ରଠାରୁ ଭିନ୍ନ ଅଟନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଅନେକ ଜୈବକ୍ଷେତ୍ର ରହିପାରିବେ । ଉଦାହରଣ ସ୍ବରୂପ, କେନ୍ଦ୍ରୀୟ ଆମେରିକାର ଏକ କ୍ରାନ୍ତୀୟ ଆର୍ଦ୍ର ବୃହତପତ୍ରଯୁକ୍ତ ଅରଣ୍ଯ, ଉଦ୍ଭିଦର ପ୍ରକାର, ଗଠନ, ପରିବେଶ, ମୃତ୍ତିକା ଦୃଷ୍ଟିରୁ ନବ ଗ୍ୱିନୀର ସେହିପରି ଏକ ଅରଣ୍ଯ ସହ ସଦୃଶ୍ଯ ହୋଇପାରିବ କିନ୍ତୁ ଏହି ଜଙ୍ଗଲଗୁଡ଼ିକ ଜୈବବୈବର୍ତ୍ତନିକ ଇତିହାସ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଭିନ୍ନ ପ୍ରଜାତିର ପ୍ରାଣୀ, କବକ ତଥା ଅଣୁଜୀବ ଆଦି ବସବାସ କରୁଛନ୍ତି ।

ବିଷୟବସ୍ତୁର ଇତିହାସ ସମ୍ପାଦନା

ଉଦ୍ବର୍ଦି (୧୯୭୫)ର ଜୈବଭୌଗୋଳିକ କ୍ଷେତ୍ରଗୁଡ଼ିକ ଜୈବ-ବର୍ଗୀକରଣ ଆଧାରରେ ବର୍ଣ୍ଣିତ ହୋଇଛି ।[୫] ଏହାର ସ୍ତରଗୁଡ଼ିକ ଊଣାଅଧିକେ ଉଦ୍ଭିଦଭୌଗୋଳିକ କ୍ଷେତ୍ର ଏବଂ ପ୍ରାଣୀଭୌଗୋଳିକ କ୍ଷେତ୍ର ପରି ।[୬]

ଆଧାର ସମ୍ପାଦନା

  1. "Biogeographic Realms", Encyclopedia of Entomology, Kluwer Academic Publishers, pp. 297–297, ISBN 0-7923-8670-1, retrieved 2020-10-20
  2. Vilhena, Daril A.; Antonelli, Alexandre (2015-04-24). "A network approach for identifying and delimiting biogeographical regions". Nature Communications. 6 (1). doi:10.1038/ncomms7848. ISSN 2041-1723.
  3. "Ecozones". BBC Nature.
  4. "Zoogeographic Realms", SpringerReference, Springer-Verlag, retrieved 2020-10-20
  5. "Biogeographic Realms", Encyclopedia of Entomology, Kluwer Academic Publishers, pp. 297–297, ISBN 0-7923-8670-1, retrieved 2020-10-20
  6. "Floristic Kingdoms", Encyclopedia of Entomology, Kluwer Academic Publishers, pp. 883–883, ISBN 0-7923-8670-1, retrieved 2020-10-20