କଇଥ (ଅନ୍ୟନାମ କପିତ୍ଥ, କପିପ୍ରିୟ, ଦନ୍ତଶଠ,ପୁଷ୍ପଫଳ, ଦଧିତ୍ଥ, ଗ୍ରାହୀ, ଗନ୍ଧଫଳ,ଚିରପାକୀ) ହେଉଛି ନାରଙ୍ଗାଦି ବର୍ଗର କଣ୍ଟକଯୁକ୍ତ ଦ୍ରୁମ ଜାତୀୟ ଉଦ୍ଭିଦ। [୧] ଏହାର ଉତ୍ପତ୍ତି ଭାରତ, ମାଳୟ, ଶ୍ରୀଲଙ୍କା, ବାଂଲାଦେଶ, ପାକିସ୍ତାନ ଓ ଜାଭା ଆଦି ଦେଶରେ ହୋଇଥିବାର କୁହାଯାଏ।

କଇଥ
Wood-apple dec2007.jpg
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Rosids
ଗଣ: Sapindales
କୁଳ: Rutaceae
ଉପକୁଳ: Aurantioideae
ଗୋଷ୍ଠୀ: Citreae
ପ୍ରଜାତି: Limonia
L.
ଜାତି: L. acidissima
ବାଇନୋମିଆଲ ନାମ
Limonia acidissima

ଚିହ୍ନଟସମ୍ପାଦନ କରନ୍ତୁ

ଏହା ପଥୁରିଆ ବା ଟାଙ୍ଗରା ଜମିରେ ହୋଇଥାଏ। ପାଖାପାଖି ୮ ଫୁଟଯାଏ ବଢ଼ିଥାଏ। ପତ୍ରଗୁଡ଼ିକ ଅଣ୍ଡାକାରର। ଫୁଲ ସୁଗନ୍ଧଯୁକ୍ତ। ଫଳ କ୍ରିକେଟ ବଲ ପରି ସାଗୁଆ ମିଶା କଷରା ରଙ୍ଗର ହୋଇଥାଏ। ଏହାର ବହିରାବରଣ କାଠପରି ଟାଣ ହୋଇଥାଏ। ଏହା ପାଚିଗଲେ ଏକପ୍ରକାର ସୁଗନ୍ଧ ବାହାରେ। ସ୍ୱାଦରେ ମିଠାଖଟା ମିଶାମିଶି। [୨]

ଉପଯୋଗସମ୍ପାଦନ କରନ୍ତୁ

ଏହାକୁ ଚଟଣୀ ଭାବରେ ବ୍ୟବହାର କରାଯାଏ। ଶିବରାତ୍ରୀ ଦିନ ଅନେକ ସ୍ଥାନରେ ଏହାକୁ ପ୍ରସାଦ ରୂପରେ ମହାଦେବଙ୍କୁ ଅର୍ପଣ କରାଯାଏ । ଓଡ଼ିଶାରେ ପାଚିଲା କଇଥ ଶସକୁ ଚିନିରେ ମିଶାଇ ଚଟଣୀ ଓ ଆଚାର ତିଆରି କରାଯାଏ । କେହି କେହି ନଡ଼ିଆ ପାଣି ଓ ତାଳଚିନି ସହ ମିଶାଇ ମୃଦୁପାନୀୟ ଭାବେ ବ୍ୟବହାର କରନ୍ତି । କଇଥ ଶସ ଜେଲି ତିଆରି ପାଇଁ ବ୍ୟବହାର ହୁଏ । ଏହାର ଖୋଳପାକୁ ଆକର୍ଷଣୀୟ ଘରସଜ୍ଜା ପାଇଁ ବ୍ୟବହାର କରାଯାଏ । କଇଥ ଗଛ ମଞ୍ଜିରୁ ସୁଗନ୍ଧିତ ତେଲ ମଧ୍ୟ ପ୍ରସ୍ତୁତ ହୁଏ ।[୩][୪]

ଔଷଧୀୟସମ୍ପାଦନ କରନ୍ତୁ

କଇଥ ଗଛର ପତ୍ର, ଫଳ, ଫୁଲ, ମଞ୍ଜିରେ ଔଷଧୀୟ ଗୁଣ ଭରିରହିଛି । କଇଥରେ ଜଳୀୟ ଅଂଶ ସହ ପ୍ରୋଟିନ, ଚର୍ବି, କାର୍ବୋହାଇଡ୍ରେଟ, କ୍ୟାଲସିୟମ ଫସଫରସ, ଲୌହ, ଟାନିନ ଆଦି ପୋଷକ ରହିଛି । କଇଥ ଗଛର ପତ୍ର ଥଣ୍ଡା ଓ ଶ୍ୱାସ ରୋଗ ପାଇଁ ଉପକାରୀ । ଚେର କାନରୋଗ ପାଇଁ ବ୍ୟବହାର କରାଯାଏ । ପତ୍ରରେ ଥିବା ଟାନିନ ଘା' ଫୁଲାକୁ କମାଇଥାଏ । କଇଁଥ ଫଳ ଯକୃତ ଏବଂ ହୃଦରୋଗ ଉପଶମ ଆଦିରେ ବ୍ୟବହୃତ ହୋଇଥାଏ । ଏହାର ଶସ ତରଳ ଝାଡ଼ା, ଅର୍ଶ ପିଲାଙ୍କ ପେଟ ଦୋଷ ନିବାରଣ କରେ । ଏହି ଫଳ ଗର୍ଭାଶୟ କର୍କଟକୁ ପ୍ରତିରୋଧ କରେ । କଇଥରେ ଥିବା କ୍ୟାରୋଟିନ ଆଖି ପାଇଁ ଉପକାରୀ । ବୃକକରେ ପଥର ହେଲେ ଓ କାଶରୁ ଆରାମ ପାଇବା ପାଇଁ କଇଁଥ ଶସ ବ୍ୟବହାର କରାଯାଏ । [୩]

  • ଜ୍ୱରରେ ବିରେଚକର କାମ କରିଥାଏ (ପତ୍ର)
  • ଶ୍ୱାସ/ ଦମା, କାମଳ,
  • ପାଳିଜ୍ୱର (ମୂଳର ଅର୍କ)
  • କୋଷ୍ଠକାଠିନ୍ୟ (ପାଚିଲା ଫଳ)
  • ହଇଜା, ତରଳଝାଡ଼ା, ବଦହଜମି, ପେଟ ଗୋଳମାଳ (କଂଚାଫଳ)
  • ପାକସ୍ଥଳୀକୁ ଉପକାରୀ (କଞ୍ଚା ଫଳ)
  • ସ୍କର୍ଭିରୋଗର ପ୍ରତିରୋଧକ ଓ ନିରାମକ [୨]


ଅନ୍ୟ ଭାଷାରେ ନାମସମ୍ପାଦନ କରନ୍ତୁ

 
କଇଥ

ଏହାର ବଟାନୀକାଲ ନାମ ଲିମୁନିଆ ଏସିଡିସିମା (Limonia acidissima) ଅଟେ ।

  • ଇଂରାଜୀ: Wood Apple, Elephant Apple, Monkey Fruit or Curd Fruit
  • ବଙ୍ଗଳା: Bael, Koth Bael (বেল, কৎ বেল)
  • ଗୁଜରାଟୀ: કોથુ
  • ହିନ୍ଦୀ : କୈଥ(कैथा), କାଠ ବେଲ ବା କବୀଟ
  • କନ୍ନଡ଼: Belada Hannu / Byalada Hannu ବାଲୁଲାଡ଼ା (ಬೇಲದ ಹಣ್ಣು), balulada hannu (ಬಳೂಲದ ಹಣ್ಣು/ಬಳೂಲಕಾಯಿ/ಬಳೂಲ)
  • ମାଳୟ: Belingai ବେଲିଙ୍ଗାଇ
  • ମାଲୟାଲମ: Vilam Kai ୱିଲାମ କାଇ(വിളാങ്കായ്)
  • ମରାଠୀ: KavaTH କବଠ (कवठ).
  • ସଂସ୍କୃତ: ବିଲ୍ଲ, କପିତ୍ଥ (कपित्थ),[୫] ଦଧିସ୍ଥ, ସୁରବିଛଦ, କପିପ୍ରିୟ, ଦଧି, ପୁଷ୍ପଫଳ, ଦନ୍ତଶଠ, ଫଳସୁଗନ୍ଧିକା, ଚିରପାକୀ, ଗ୍ରାହିଫଳ, କଷାୟମ୍ଳଫଳ,[୬]
  • ସିଂହଳୀ: Divul. (දිවුල්)
  • ତାମିଲ: Vilam Palam (விளாம் பழம்)
  • ତେଲୁଗୁ: Vellaga Pandu (వెలగ పండు)

ଆଧାରସମ୍ପାଦନ କରନ୍ତୁ

  1. ଶ୍ରୀ ଗୋପାଳ ପ୍ରହରାଜକୃତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
  2. ୨.୦ ୨.୧ ଡଃ ଜେ.ସି. କୁରିଅନଙ୍କ ‘‘Plants That Heal’’ ପ୍ରକାଶକ ଓରିଏଣ୍ଟ ୱାଚମ୍ୟାନ ପବ୍ଲିସିଂ ହାଉସ, ପୁଣେ
  3. ୩.୦ ୩.୧ http://www.sambadepaper.com/Details.aspx?id=161958&boxid=2462417
  4. http://www.sambadepaper.com/epapermain.aspx?edcode=10&eddate=5/04/2015&querypage=4#
  5. Feronia elephantum on treknature
  6. S G Joshi, Medicinal Plants, Oxford & IBH Publishing Co. Pvt. Ltd. New Delhi, 2004, ISBN 81-204-1414-4, p.347

ବାହାର ଆଧାରସମ୍ପାଦନ କରନ୍ତୁ

ଆଉରି ଦେଖନ୍ତୁସମ୍ପାଦନ କରନ୍ତୁ